Blog

The voice of modern Odisha.

All CultureCurrent eventsEditorialHistoryPersonalityStoryVideos
ସୁଲହ କୁଠି
Culture

ସୁଲହ କୁଠି

September 2, 2026 • 17 min read min read • 39 views

ମାନବ ସଭ୍ୟତାର ଇତିହାସରେ ପ୍ରାମାଣିକ ଭାବେ ପ୍ରସ୍ତର ଯୁଗୀୟ ଦାର୍ଶନିକ ବିଭବ ଆମ ସମ୍ମୁଖରେ ରହିଅଛି। ପ୍ରସ୍ତର ଯୁଗୀୟ ଅବଶେଷ, ପ୍ରାଚୀନ ଗୁମ୍ଫା ଚିତ୍ର ଆଦିକୁ ଦେଖିଲେ ମଣିଷ, କୃଷି, ପ୍ରକୃତି, ପଶୁପକ୍ଷୀ, ଇତର ପ୍ରାଣୀ ସହ ସମ୍ପର୍କ ଆଦି ସୂଚନା ମିଳିଥାଏ। ମୁଖ୍ୟତଃ ଏହି ଚିତ୍ରମାନଙ୍କର ସାଙ୍କେତିକ ଅର୍ଥ ହୃଦ୍‌ବୋଧ ହୋଇଥାଏ। କିନ୍ତୁ ଏହାକୁ ଏକ ସୂତ୍ରରେ ଧରିବା ସେତେବେଳେ ସମ୍ଭବ ହେଲା, ଯେତେବେଳେ ଅଜିତ କୁମାର ଭୋଇ ଏବଂ ଶାଳଗ୍ରାମ ହୋତାଙ୍କ ଅଧ୍ୟୟନ ଉପରେ ଆନୁଷ୍ଠାନିକ ଆଲୋଚନାରେ ଗୋଟିଏ ଶୃଙ୍ଖଳ ପାଇଥିଲି। ଗୁମ୍ଫା ଚିତ୍ର ଓ ପ୍ରସ୍ତର ଯୁଗୀୟ ଭାସ୍କର୍ଯ୍ୟମାନେ ଜୀବନ୍ତ ହୋଇଉଠନ୍ତି। ପ୍ରତି ଗୁମ୍ଫାରେ ରୋଚକ ଉପନ୍ୟାସ ଲେଖାହୋଇଛି ଯେମିତି। ଆଜି ପର୍ଯ୍ୟନ୍ତ ଅସଂଖ୍ୟ ଅଧ୍ୟୟନ ଓ ଦସ୍ତାବିଜ ରହିଅଛି। ନିଶ୍ଚିତ ସମସ୍ତେ ସମ୍ମାନର ଯୋଗ୍ୟ, ନିଜର ସାଧନାର ଫଳସ୍ୱରୂପ ଗୋଟିଏ ଗୋଟିଏ ଦସ୍ତାବିଜ ଦେଇଛନ୍ତି ଆମକୁ। ଅଜିତ କୁମାର ଭୋଇ ଗୁମ୍ଫା ଚିତ୍ରକୁ ‘ପିଦର’ ବୋଲି କହନ୍ତି। ଶାଳଗ୍ରାମ ହୋତା ପ୍ରସ୍ତର ଯୁଗୀୟ ଆକୃତି ଆଦିର ଦାର୍ଶନିକ ବ୍ୟାଖ୍ୟାନ ଦେଇଥାନ୍ତି, ଯାହା ପିଦର ପରମ୍ପରାକୁ ସମର୍ଥନ କରିଥାଏ। ଗୁମ୍ଫା ଚିତ୍ର ପରେ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିତ୍ର ଦେଖାଯାଏ। ଅନେକ ଅଧ୍ୟୟନ ଏହି ଚିତ୍ରର ପ୍ରାଚୀନତାକୁ ସ୍ୱୀକୃତି ଦେଇଥାଏ। ଏହି ଚିତ୍ର ହେଉଛି ଡାଲଖାଇ କୁଠିର ଅଙ୍କାଯାଇଥିବା ଚିତ୍ର; ଯାହାକୁ ୧୬ ସଂଖ୍ୟକ କୋଠରୀରେ ରଖାଯାଏ, ତେଣୁ ‘ସୁଲହ କୁଠି’ ଭାବରେ ଲୌକିକ ପରିଚିତି ପାଇଥାଏ। ପାରମ୍ପରିକ ଭାବରେ ଏହାକୁ ଡାଲଖାଇ କୁଠି କୁହାଯାଇଥାଏ। ମୁଖ୍ୟତଃ ପ୍ରାଚୀନ ଗୋଣ୍ଡୱାନା ଭୂମିର ମୌଳିକ ସଂସ୍କୃତି ନିଜର ପୂର୍ବଜମାନଙ୍କୁ ସଙ୍ଗରେ ନେଇ ପରିବାର ତିଆରି କରିଥାଏ। ପରିବାରର ଅନ୍ୟ ସଦସ୍ୟଙ୍କ ଭଳି ନିଜର ପୂର୍ବଜଙ୍କ ସୁଖ-ଦୁଃଖ ବି ବୁଝିଥାଏ। ଏହା କେବଳ ସୂଚନା ମାତ୍ର, କୌଣସି ତାର୍କିକ ପ୍ରସଙ୍ଗ ଭାବରେ ଉପସ୍ଥାପନ କରାଯାଉ ନାହିଁ। କୃଷି ସଭ୍ୟତା ଆସିଲା ପରେ ଗୋଷ୍ଠୀ ପରିବାରର ରୂପ ନେଲା। ପରିବାରରେ ପିଦର ପରମ୍ପରା, ପିଦର ଗୁମ୍ଫାରୁ ଘରକୁ ଆସିଲା। ପିଦରରେ କୌଳ ଦେବାଦେବୀଙ୍କ ସହ ପରିବାରର ପୂର୍ବଜ ସମସ୍ତେ ରହନ୍ତି। ପରିବାରର ଆବଶ୍ୟକତା ପୂରା କରିବା ପାଇଁ ପୂର୍ବଜ ପୁଣିଥରେ ଜନ୍ମ ନିଅନ୍ତି। ସ୍ୱଦେହରେ ପରିବାର ଓ ବିଦେହରେ ପିଦର, ଏ ଦୁଇଟି ହିଁ ମଣିଷର ବାସସ୍ଥାନ। କର୍ମ ହିଁ ସର୍ବୋପରି। ଅତି କମ୍ ପରିବାର ପାଇଁ, ପରିବାର ସମୂହ ପାଇଁ, ଏହା ହିଁ ଆଦିବାସୀ ମୂଳ ଧର୍ମର ଲୋକାଚାର ବ୍ୟାଖ୍ୟା। ଆଦିବାସୀ ସଂସ୍କୃତିରେ ଚିତ୍ର ପ୍ରମୁଖ ସ୍ଥାନ ପାଇଥାଏ। ହୁଏତ ହୋଇପାରେ ମଣିଷର ପ୍ରଥମ ପ୍ରବାସର ସମୟ, ପଶୁ, ପକ୍ଷୀ, ସରୀସୃପ, ଉଦ୍ଭିଦ ଆଦି ସେହି ପରିବେଶରେ କିଭଳି ବଞ୍ଚୁଛନ୍ତି, ଏହାର ଉତ୍ତର ଖୋଜୁ ଖୋଜୁ ଉପରୋକ୍ତ କେହିଜଣ ତାଙ୍କର ମାର୍ଗଦର୍ଶକ ହୋଇଯାନ୍ତି। କାଳକ୍ରମେ ସେମାନେ ପୂର୍ବଜଙ୍କ ସମେତ ବଂଶର ପ୍ରତୀକ ଦେବତା ହୋଇଯାଆନ୍ତି, ଯେଉଁମାନେ ପ୍ରାଚୀନ ଗୁମ୍ଫା ଚିତ୍ର ଓ ପ୍ରସ୍ତର କୃତି ମଧ୍ୟରେ ଦେଖାଯାନ୍ତି। କୋଟ ଅର୍ଥାତ୍ ରାଜ୍ୟ। ଅଜିତ କୁମାର ଭୋଇଙ୍କ ଅନୁସାରେ ଗୋଣ୍ଡୱାନା ୩୩ କୋଟ ଥିଲା। ସେହିପରି କନ୍ଧିସ୍ଥାନ ୩୨ କନ୍ଧ ଦେଶର ଏକକ ଥିଲା। ଏହି ୩୨ ପାଟକରେ ଆଠ ବହନୀ ଏବଂ ଆଠ ପ୍ରକୃତିର ଶକ୍ତିଙ୍କୁ ପୂଜା କରନ୍ତି, ଅର୍ଥାତ୍ ୧୬ କୁଠି ବା ୧୬ କୋଟର ପ୍ରମୁଖ ଦେବୀ ।  ଭାରତୀୟ ସଂସ୍କୃତିରେ ୧୬ ସଂଖ୍ୟା ଗୋଟିଏ ଏକକର ମାନ୍ୟତା ପାଇଥାଏ। ୧୬ କୁଠି ଭଳି ୧୬ କଳା, ୧୬ ଘଡ଼ି, ୧୬ ଅଣା ଆଦି। ୧୬ ସଂଖ୍ୟା ଗୋଟିଏ ଆବର୍ତ୍ତ। ମୁଖ୍ୟତଃ ଡାଲଖାଇ ପାଳିତ ଅଞ୍ଚଳରେ ମଧ୍ୟ ୧୬ ସଂଖ୍ୟା ଗୋଟିଏ ଗୁରୁତ୍ତ୍ୱ ରଖେ।ସୁଲହ କଳା, ସୁଲହ କାଠି, ସୁଲହ ଅଣା, ସୁଲହ ପୂଜା ଆଦି; ୧୬ ସଂଖ୍ୟା ଗୋଟିଏ ଏକକ। ସୁଲହ କୁଠିରେ ଆଠ ଦେବୀ ଏବଂ ଆଠ ପ୍ରକୃତି ଦେବୀଙ୍କ ସମାଗମ ଦେଖାଏ, ଅର୍ଥାତ ମାନବୀୟ ସଂସ୍କୃତି ଏବଂ ପ୍ରକୃତି ପରସ୍ପରର ସନ୍ତୁଳିତ ପ୍ରଦର୍ଶନ। ଆଠ ଯୋଗ ଆଠ+ଆଠ (୮ + ୮ = ୧୬ କୁଠି)। ତନ୍ତ୍ର ପରମ୍ପରାରେ ପାଖାପାଖି ଜ୍ୟାମିତିକ ଚିତ୍ରରେ ଅଙ୍କିତ ଚିତ୍ରକୁ ଯନ୍ତ୍ର କୁହାଯାଏ, ଯାହା ପ୍ରାକୃତିକ ରଙ୍ଗ ଅଥବା ଚାଉଳ ଦ୍ୱାରା ଅଙ୍କା ଯାଇଥାଏ। ସୁଲହ କୁଠି ମଧ୍ୟ ତଦ୍ରୂପ ଚିତ୍ର, ଯାହା କାନ୍ଥରେ ଅଙ୍କାଯାଏ। ଗୋଟିଏ ଆୟତାକାର କ୍ଷେତ୍ର, ଯାହାକୁ ତଳ-ଉପର ଆଠ-ଆଠ କୋଠରୀ ଅଙ୍କାଯାଏ। ପ୍ରତି କୋଠରୀରେ ଜଣେ ଜଣେ ଶକ୍ତିଙ୍କ ଅବସ୍ଥାନ ରହେ। କୁଠି ଅର୍ଥ କୁଟୀର, କୁଡ଼ିଆ, କୋଠା ଭାବରେ ସାଧାରଣତଃ ବୁଝାଯାଏ। ଏହାର ପ୍ରକୃତ ଅର୍ଥ ହେଲା ସହାବସ୍ଥାନ ସ୍ଥଳ, ସମାଗମ ସ୍ଥଳୀ ଯାହା ଉଭୟ ସ୍ଥାୟୀ ଓ ସାମୟିକ ଉଭୟ ଅବସ୍ଥାକୁ ବୁଝାଏ। ଏପରିକି ନିୟମିତ ସଭା ହେଉଥିବା ସ୍ଥାନକୁ ମଧ୍ୟ କୁଠି କୁହାଯାଏ। ମୁଖ୍ୟତଃ ଦେବତାଙ୍କ ଉପସ୍ଥିତି ରହୁଥିବା ସ୍ଥାନ କୁଠି ବୋଲି କୁହାଯାଇଥାଏ। ତେଣୁ ଡାଲଖାଇ କୁଠିରେ ଅଙ୍କିତ ଚିତ୍ରକୁ ସୁଲହ କୁଠି କୁହାଯାଏ। ୧୬ ସଂଖ୍ୟା ଏହାର ନାମକରଣର ମୁଖ୍ୟ। ୧୬ ଗୋଟି କୋଠରୀ…

Read More
ବେହେରା ଗଛ
Culture

ବେହେରା ଗଛ

July 18, 2026 • 2 min read min read • 56 views

ଆମ ଗାଁ ର ଏକ ଇତିହାସ ଥିବା ଗଛ ବେହେରା ଗଛ। ଆମ ଗାଁର ଗୋଟିଏ ଭୂଗୋଳର ଅଂଶ। ରାୟପୁର-ଗୋପାଳପୁର ଜାତୀୟ ରାଜପଥ ପାଖରେ ଆଜି ବି ଠିଆ ହୋଇଛି ତାର ଉତ୍ତର ବୟସରେ।…

Read More
ବିଶ୍ଵ ସାମାଜିକ ଗଣମାଧ୍ୟମ ଦିବସ
Culture

ବିଶ୍ଵ ସାମାଜିକ ଗଣମାଧ୍ୟମ ଦିବସ

July 1, 2026 • 3 min read min read • 70 views

ବିଶ୍ଵ ସାମାଜିକ ଗଣମାଧ୍ୟମ ଦିବସ। Mashable ନାମକ ଏକ ବିକ୍ଷାତ ୱେବ ଜୁନ-୩୦ କୁ ଜାତୀୟ ଗଣମାଧ୍ୟମ ଦିବସ ଭାବରେ ଉପସ୍ଥାପିତ କରିଥିଲା। ନିଜର ଛୋଟ ଇତିହାସରେ ସାମାଜିକ ଗଣମାଧ୍ଯମ ସୂଚନା ଓ ଯୋଗାଯୋଗର…

Read More
ସମିଆ ବନ୍ଧ
Culture

ସମିଆ ବନ୍ଧ

June 9, 2026 • 5 min read min read • 64 views

ସମିଆବନ୍ଧ ! ପରବର୍ତ୍ତି ସମୟରେ ସୋମ ପୁଷ୍କରିଣୀ। ସୋମବଂଶୀ ଭାଷ୍କର୍ଯ୍ୟର ଏକ ଉଦାହରଣ ସୋମ ପୁଷ୍କରିଣୀ। ମତ୍ତମୟୂର ଶିବାଚାର୍ଯ୍ୟ ଗଗନଶିବ ଦ୍ୱିତୀୟଙ୍କ ତତ୍ତ୍ଵାବଧାନରେ ତିଆରି ସୋମେଶ୍ୱର ମନ୍ଦିରର ଏକ ଅଂଶ।ରାଣୀପୁର ଝରିଏଲ ପିଠର ଦକ୍ଷିଣ…

Read More
ହରିଶଙ୍କର କାଳଭୈରୋଙ୍କ କୋଟ
Culture

ହରିଶଙ୍କର କାଳଭୈରୋଙ୍କ କୋଟ

May 26, 2026 • 3 min read min read • 124 views

କୋଟ, ପ୍ରାଚୀନ ଭୂମୀ ଆଇନ ଅନୁସାରେ ଗୋଟିଏ ବଡ଼ ଭୌଗଳିକ ସୀମାର କେନ୍ଦ୍ର ଅଟେ। ଯେଉଁଠାରେ ରାଜନୀତି, ଦର୍ଶନ, ବାହ୍ୟ ସମ୍ପର୍କ ଉପରେ ନିଷ୍ପତ୍ତି ନିଆଯାଏ। କୋଟ ପାଟ ଦେବା ଦେବୀଙ୍କ ଆସ୍ଥାନ ମଧ୍ୟ…

Read More
କୋଭିଦ-୧୯ (ଏକ ପ୍ରେମକଥା)
Culture

କୋଭିଦ-୧୯ (ଏକ ପ୍ରେମକଥା)

May 15, 2026 • 4 min read min read • 29 views

ସେମାନେ ଚାରିଜଣ, ନୂଆପଡ଼ା ଜିଲ୍ଲାର। ଭାଇ ବିରାଦରି; ଅର୍ଥାତ ଗୋଟିଏ ଜାତିର। ସମସ୍ତେ ଅଭିଜ୍ଞ ଶ୍ରମିକ। ପାଣିଭିତରକୁ ପଶି ବାଲି/ପଥର କାଢ଼ନ୍ତି ଅବା ପାଣି ଭିତରେ ପଥର ଫଟାନ୍ତି। ନଦୀପୋଲ ଆଦି କାମରେ ସେମାନେ…

Read More
କୋଭିଦ-୧୯ (କକା)
Culture

କୋଭିଦ-୧୯ (କକା)

May 12, 2026 • 5 min read min read • 41 views

ଆଜି ଖବର ପାଇଲି କକା ମରି ଯାଇଛନ୍ତି। କରୋନାର ଦ୍ୱିତୀୟ ଆକ୍ରମଣ ଏତେ ମାରାତ୍ମକ ବିଶ୍ଵାସ କରି ହେଉନାହିଁ। ଫୋନ ରିଂ ହେଲେ ଭୟ ଲାଗୁଛି। ସୋସିଆଲ ମିଡ଼ିଆ ଖୋଳିଲେ ପ୍ରଥମେ ଆଶଙ୍କା ପରେ…

Read More
ଜିତୁ ମୁଣ୍ଡାଙ୍କ କାହାଣୀ ଓ କାହାଣୀର ବିନ୍ଧାଣୀମାନଙ୍କ କଥା
Culture

ଜିତୁ ମୁଣ୍ଡାଙ୍କ କାହାଣୀ ଓ କାହାଣୀର ବିନ୍ଧାଣୀମାନଙ୍କ କଥା

May 2, 2026 • 7 min read min read • 51 views

ଜିତୁ ମୁଣ୍ଡା, ଅନ୍ତଃରାଷ୍ଟ୍ରୀୟ ବେପାରର ଖନନ ଭୂମୀ  କେଉଁଝର ଜିଲ୍ଲା, ପାଟଣା ବ୍ଲକ ଡିଆନାଲି ଗାଁରେ ରହୁଥିବା ଜଣେ ଆଦିବାସୀ। ଜିତୁ ମୁଣ୍ଡା ନାମକ ଏହି ବ୍ୟକ୍ତି ଜଣକୁ ରାଷ୍ଟ୍ରର ନାଗରିକ ନ କହି ଆଦିବାସୀ…

Read More
ତିଜିମାଲି ଡାଇରୀ
Culture

ତିଜିମାଲି ଡାଇରୀ

April 29, 2026 • 7 min read min read • 41 views

ରିତେସ କୁମାର ଦାସ ଆସନ୍ତୁ ସରଳ ଭାଷାରେ ପାହାଡ଼, ଜଙ୍ଗଲ, ମାଳି ଅଞ୍ଚଳର ସରଳ ଅଧିବାସୀଙ୍କ ଜଟିଳ କାହାଣୀ ବୁଝିବା।ଗତ ପଚିଶ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ଓଡ଼ିଶାର ହଜାର ହଜାର ସାମାଜିକ କର୍ମୀ ଯେଉଁମାନଙ୍କ…

Read More
1 2
error: Content is protected !!