
ସମିଆବନ୍ଧ ! ପରବର୍ତ୍ତି ସମୟରେ ସୋମ ପୁଷ୍କରିଣୀ। ସୋମବଂଶୀ ଭାଷ୍କର୍ଯ୍ୟର ଏକ ଉଦାହରଣ ସୋମ ପୁଷ୍କରିଣୀ। ମତ୍ତମୟୂର ଶିବାଚାର୍ଯ୍ୟ ଗଗନଶିବ ଦ୍ୱିତୀୟଙ୍କ ତତ୍ତ୍ଵାବଧାନରେ ତିଆରି ସୋମେଶ୍ୱର ମନ୍ଦିରର ଏକ ଅଂଶ।ରାଣୀପୁର ଝରିଏଲ ପିଠର ଦକ୍ଷିଣ ଦିଗରେ ଥିବା ପୁଷ୍କରିଣୀ ଐତିହାସିକ ଉପାକ୍ଷାନ ବିମଣ୍ଡିତ ମନ୍ଦିରମାନ ରହିଅଛି। ପୂର୍ବ ଦକ୍ଷିଣ କୋଣର ଚଟାଣରେ ବଜ୍ର ବରାହୀଙ୍କ ମୂର୍ତ୍ତି ରହିଅଛି। ବୃଦ୍ଧତନ୍ତ୍ରରେ ବଜ୍ରବରାହୀ ପଦ୍ମସମ୍ଭବଙ୍କ ସିଦ୍ଧିଦାତ୍ରୀ ଅଟନ୍ତି। ଉତ୍ତର ପୂର୍ବ ଦିଗକୁ ଏକ ଶିଳାଲେଖ। ଯେଉଠି ବୁଦ୍ଧ ଲେଖାହେବା ସହ ଶିବ ପ୍ରକଟ ହେବାର ଉଲ୍ଲେଖ ଅଛି। ଉତ୍ତ ଦିଗରେ ମନ୍ଦିର ସମୂହ ସହ ଶୋମେଶ୍ଵର ମନ୍ଦିର ଅଛନ୍ତି ଓ ପଶ୍ଚିମରେ ପିଲପରୁଆ ଓ ଚାମୁଣ୍ଡା ରହିଛନ୍ତି।ଉଡ୍ଡୀୟାନ ପ୍ରାଚୀନ ସମୟରୁ ନିଜର ଜ୍ଞାନ ପାଇଁ କ୍ଷାତ ଥିଲା। ସମସ୍ତଙ୍କ ପାଇଁ ଜ୍ଞାନର ମାର୍ଗ ଭନ୍ତୁକ୍ତ ଥିଲା। ଯିଏ ବି ଏ ମାଟିକୁ ଆସି ଜ୍ଞାନ ଆହରଣ ଓ ଅଭ୍ୟାସ କରି ପାରିବ। ମଣିଷ ଓ ମାଟି ପରସ୍ପର ପରିପୁରକ। ଏହି ଉଦାରତା ଏ ମାଟିର ମଣିଷ, ଗିରିଗମ୍ଫାରୁ ନିଜର ସଂସ୍କୃତି ଆରମ୍ଭ କଲାଦିନୁ ରଖି ଆସିଛି।ପ୍ରତ୍ନତାତ୍ତ୍ଵିକ ପ୍ରମାଣ ଆଧାରରେ ନର୍ମଦା ଉପତ୍ୟକାରୁ ଆସିଥିବା ନିଜର ପ୍ରଜାତିକୁ ସାଦରେ ଗ୍ରହଣ କରିଛି। ଏହା ସମ୍ଭବତଃ କନ୍ଧ ଓ ଗୋଣ୍ଡ ଇତିହାସ ଆରମ୍ଭ ସମୟ।

ପୃଥିବୀର ସର୍ବପ୍ରଥମ ମାନବ ସଭ୍ୟତା ତିଆରି ହୁଏ। ପିରାମିଡ ଠାରୁ ମଧ୍ୟ ପ୍ରାଚୀନ। ଯେତେବେଳେ ମୁଖ୍ୟ ଧାରାର ଇତିହାସ ଆରମ୍ଭ ହୁଏ ସେ ସମୟରେ ଗୋଣ୍ଡୱାନା ଓ କନ୍ଧିସ୍ଥାନର ରାଜନୀତିକ ସୀମା ନିର୍ଦ୍ଧାରିତ ହୋଇ ସାରିଥାଏ। ସେହି ନିର୍ଦ୍ଧାରିତ ସୀମାର ଅନେକ ସ୍ଥାନରେ ଗୋଣ୍ଡି ଦର୍ଶନ ପ୍ରତୀକ ଥିବା ଶିଳା ଦେଖାଯାଏ। ଯାହାକୁ ବୀରଶୀଳା କୁହାଯାଏ।ଏହି ଦୁଇ ସଂସ୍କୃତିର ଅଧ୍ୟୟନ ପାଇଁ ଅନେକ ବୁଦ୍ଧବିଜ୍ଞାନୀ ଆସିଛନ୍ତି। ଏହି ସମୟର ଇତିହାସ ଅନାଲୋଚିତ ହୋଇ ରହି ଯାଇଛି। ଏହିଠାରୁ ବୁଦ୍ଧତନ୍ତ୍ରର ବିକାଶ ହୋଇଛି। ଭାରତରୁ ବୁଦ୍ଧଧମ୍ମ ଅପସରି ଗଲା, ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କ ଅଭ୍ୟୁଦୟ ହୁଏ। ଏହପରେ ମଧ୍ୟ ଏହିମାଟି ଅନେକ ଶତକ ବୁଦ୍ଧଙ୍କ ଅନୁଗାମୀ ରାଷ୍ଟ୍ର ସମୂହର ସମ୍ମାନନୀୟ ହୋଇ ରହିଲା।
ସମ୍ଭବତଃ ବୁଦ୍ଧ ବିରାଜିତ ଏହି ଭୂଖଣ୍ଡ ଉଡ୍ଡୀୟାନ ଥିଲା। ଏହାପରେ ହିନ୍ଦୁଧର୍ମର ଅନେକ ଶାଖା ଏହି ମାଟିକୁ ଆସିଛନ୍ତି। ନିଜକୁ ବିକଶିତ କରିଛନ୍ତି।
ଅସ୍ଥିର ରାଜତନ୍ତ୍ରରେ ଜଣେ ବିଚକ୍ଷଣ ମହିଳା ବାସଟାଙ୍କ ଅଭ୍ୟୁଦୟ ହୁଏ। ସୋମବଂଶୀଙ୍କ ଦିକ୍ ବିଜୟ ଆରମ୍ଭ ହୁଏ। ମନ୍ଦିର ସଂସ୍କୃତି ଆସେ। ଯାହା ଚଳନ୍ତି ରାଜନୀତିରେ ମଧ୍ୟ ଅନୁକରଣୀୟ। ଏହାପରେ ଅନେକ ଧର୍ମଧାରାର ମନ୍ଦିର ତିଆରି ହୁଏ। ଏକ ସମୟରେ ଏକକ କ୍ଷେତ୍ର ରାଣୀପୁର ଝରିଏଲ ଅନେକ ଧର୍ମଧାରାର କେନ୍ଦ୍ର ଥିଲା। ଗବେଷକଙ୍କୁ ଆଶ୍ଚର୍ଯ୍ୟ କରେ; ଗୋଟିଏ ପିଠରୁ ପାଞ୍ଚଟି ଧର୍ମଧାରା ବିକଶିତ ଓ ବିକ୍ଷାତ ହୋଇଥିଲା !
ଗଗନଶିବ ଦ୍ୱିତୀୟ ଯୋଗିନୀ ଦର୍ଶନ ଅଧ୍ୟୟନ କଲେ। ଏହାପରେ ଯୋଗିନୀ ଦର୍ଶନକୁ ଏକ ବିପ୍ଲବର ରୂପ ଦେଇ ପାରିଥିଲେ।
ଇନ୍ଦ୍ରଭୂତିଙ୍କ ରାଜୁତି ସମାପନ ପରେ ଉଭୟ ବୌଦ୍ଧ ଓ ହିନ୍ଦୁ ଗୁରୁମାନେ ଛୋଟ ବଡ ରାଜତନ୍ତ୍ରୀକ ଶକ୍ତିର ଆଶ୍ରୟ ନେଲେ। କଁଶିଲର ପରବର୍ତ୍ତି ରାଜାମାନେ ଦିକବିଜୟ ଅଭିଯାନରେ ସଫଳ ହୋଇ ରାଜଧାନୀ ପରିବର୍ତ୍ତନ କରିଛନ୍ତି। ଦ୍ଵାଦଶ ଶତାବ୍ଦୀ ବେଳକୁ ଗୋଟିଏ ବଡ଼ କନ୍ଧମେଳି ହୁଏ। ଏହି କନ୍ଧମେଳି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ରାଜଧାନୀ ପ୍ରଥମ କରି ସ୍ଥାୟୀ ଭାବରେ ଉଠିଯାଏ। ନାଗାର୍ଜୁନଙ୍କ ମୂଳପିଠ ହୋଇଥିବା କାରଣରୁ ଦକ୍ଷିଣ ସହ ଗୋଟିଏ ସାଂସ୍କୃତିକ ସମ୍ବନ୍ଧ ସ୍ଥାପିତ ହୋଇ ପାରିଥିଲା। ନାଗାର୍ଜୁନ ମାର୍ଗୀ ଅପସାରିତ ହେବାପରେ ଆଦିବାସୀଙ୍କ ସାଂସ୍କୃତିକ ଆଧିପତ୍ୟ ପୁନଃ ସ୍ଥାପିତ ହେଲା। ଯାହା କନ୍ଦା କୁଡ଼ିଲା ବେଳେ ଦେବାଦେବୀଙ୍କୁ ପାଇବା ଉପାକ୍ଷାନମାନ ଏହି ଦିଗକୁ ସ୍ପଷ୍ଟ ଇଙ୍ଗିତ କରିଥାଏ।
ରାଜତନ୍ତ୍ରକୁ ସୁରକ୍ଷିତ କରିବାପାଇଁ ସାଂସ୍କୃତିକ ଅସ୍ଥିରତା ପ୍ରବଳ ଦେଖାଗଲା। କନ୍ଧମେଳି ପରେ ସାତକୁଆଁରୀ ନିଜସ୍ୱ ମୌଳିକ ମାଟିର ବିଦ୍ୟା ଆଧାରରେ କନ୍ଧିସ୍ଥାନକୁ ଅଜୟ କରି ପୁନଃସ୍ଥାପିତ କରି ପାରିଥିଲେ। ପରବର୍ତ୍ତୀ ରାଜତନ୍ତ୍ର ସାତକୁଆଁରୀଙ୍କ ଆଧିପତ୍ୟକୁ ନଷ୍ଟ କରିଥିଲେ। ଏହାର ଜ୍ବଳନ୍ତ ଉଦାହରଣ ଶଶୀସେନା କାବ୍ୟ। ଜ୍ଞାନଦେଈ ମାଲୁଣୀଙ୍କ ସୂତ୍ର ଆଧାରରେ ପୁରୀ ଶ୍ରୀମନ୍ଦିର ରୋଷଶାଳାରେ ଭୋଗ ପ୍ରସ୍ତୁତ ହୁଏ। ତାଙ୍କୁ ମଦନା ନାମରେ ଅପମାନିତ କରିଛନ୍ତି। ଏହା ରାଜନୀତିର ଗହନ ବିଦ୍ୟା।

ଏତେ ସବୁ ଶହ ଶହ ବର୍ଷର ଘଟଣା ଘଟିଲା ଭିତରେ ସମିଆବନ୍ଧ ବା ସୋମ ପୁଷ୍କରିଣୀ ନିଜକୁ ଅଧିକାଂଶ ସମୟ ସ୍ଥିର ରଖି ପାରିଛି। ରାଜଧାନୀ ସ୍ଥାୟୀ ଭାବରେ ପରିବର୍ତ୍ତନ ହବା ପରେ ଶାସନ ହରିଶଙ୍କର ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା। ଫଳତଃ ରାଜଆଶ୍ରା ବିନା ରାଣୀପୁର ଝରିଏଲର ଅନୁଷ୍ଠାନମାନ ବନ୍ଦ ହେବାରେ ଲାଗିଲା। ଆହୁରି ଅନ୍ୟ ଅନେକ କାରଣ ମଧ୍ୟରୁ ଗଗନଶିବ ଦ୍ୱିତୀୟଙ୍କ ଧର୍ମ ପରିବର୍ତ୍ତନ ଯୋଗୁଁ ମତ୍ତମୟୂର ସମ୍ପ୍ରଦାୟ ବିଳିନ ହବା କୁହାଯାଏ। ପ୍ରକୃତରେ ମତ୍ତମୟୂର ସମ୍ପ୍ରଦାୟ ନାଗବାଚ୍ଚା ଧର୍ମର ପ୍ରଥମ ରୂପ ଅଟେ। ନାଗବାଚ୍ଚା ବଙ୍ଗାଲ ରୁ ଆସିଥିବା କଥା ମଧ୍ୟ ଅନେକ କହିଥାନ୍ତି।
ମେରିଆ କମିଶନ ଗଠନ ବେଳକୁ ରାଣୀପୁର ଝରିଆଲର ମନ୍ଦିର ମଠ ଆଦି ଭଙ୍ଗୁର ହୋଇ ସାରିଥିଲା। ଏହାର ଅଧ୍ୟକ୍ଷ କେମ୍ପବେଲ ଝରିଏଲକୁ ଦେଖି ଆଭ୍ୟନ୍ତରିଣ ଅଞ୍ଚଳରେ ଏହି ଭଗ୍ନ ପ୍ରାଚୀନ କିର୍ତ୍ତୀର ଉପସ୍ଥିତି ଉଲ୍ଲେଖ କରିଛନ୍ତି। ଏହାପରେ ଜେ.ଡ଼ି. ବେଗଲାର ବିଭିନ୍ନ ପିଠର ଉପସ୍ଥିତି ବିଷୟ ଉଲ୍ଲେଖ କରିଛନ୍ତି।
ଏଠାରେ ଦୃଷ୍ଟି ଦେବାର ବିଷୟ ଏହା ଯେ ଏକଦା ଯେଉଁ ମାଟିକୁ ଜ୍ଞାନର ଆଲୋକ ପାଇବା ପାଇଁ ଇତିହାସ ବିକ୍ଷାତ ପ୍ରବୁଦ୍ଧ ମାନେ ଆସିଛନ୍ତି, ରହିଛନ୍ତି ଓ ଜ୍ଞାନର ଆଲୋକରେ ପୃଥିବୀର ଅନେକ ଭୂମୀକୁ ଆଲୋକିତ କରିଛନ୍ତି। ସେହି ଭୂଗୋଳକୁ ଏବଂ ତାର ବାସିନ୍ଦାଙ୍କୁ କେମ୍ପବେଲ wild tribe ବୋଲି କହିଛନ୍ତି। ସ୍ଥାନୀୟ ସଂସ୍କୃତି ଉପରେ ଶାସନର ଜ୍ଞାନ ନାହିଁ। ଉପନିବେଶୀୟ ଢାଞ୍ଚାରେ ଆଫ୍ରିକା ଭଳି ଦମନ ଆରମ୍ଭ କରି ଦେଇଛନ୍ତି। ସାତ କୁଆଁରୀଙ୍କ ସାଂସ୍କୃତିକ ଆନ୍ଦୋଳନ ତାଙ୍କ ଅନ୍ତେ ଆଜି ମଧ୍ୟ ନିଜର ସ୍ଥିତି ରଖିଛି। କିନ୍ତୁ ସାତ କୁଆଁରୀ ବା କୁଆଁରୀପାଟଣା ସଂସ୍କୃତି ଉପରେ କି ପ୍ରକାର ଆକ୍ରମଣ ହୋଇ ନଥିବ ?
କଲିକତା ବିଶ୍ଵ ବିଦ୍ୟାଳୟର ପ୍ର. ନିମିଲ କୁମାର ବୋଷ ୧୯୨୦ ମସିହାରେ ଏହି ଅଞ୍ଚଳକୁ ଆସି ବିଶ୍ଵବିଦ୍ୟାଳୟର ମୁଖପତ୍ର ଆନନ୍ଦ ଲହରୀ ରେ ଛେଲିଆ ମନ୍ଦିର ଓ ଝରିଏଲ ବିଷୟରେ ଲେଖିଛନ୍ତି। ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ପାଟଣା ରାଜ୍ୟ ପୁରାତତ୍ତ୍ୱ ବିଭାଗ ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ରଥ ରାଣୀପୁର ଝରିଏଲ ଉପରେ ଅଧ୍ୟୟନ କରିଥିଲେ। ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ନିଯୁକ୍ତ ଡ ନବୀନ କୁମାର ସାହୁ ଖନନ ଓ ଅଧ୍ୟୟନ କରିଥିଲେ। ଏହାପରେ ଦାବୀ ଓ ପ୍ରତିଶୃତି।
ସ୍ୱାଧିନ ଭାରତରେ ଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ହେବା ପର୍ଯ୍ୟନ୍ତ ଜଳାଶୟମାନ ଗ୍ରାମ୍ୟ ସମ୍ପତ୍ତି ଥିଲା। ଲେକେ ରକ୍ଷଣାବେକ୍ଷଣ କରୁଥିଲେ। ସରକାର ଅଧିନକୁ ଯିବାପରେ ଅଧିକାଂଶ ଜଳାଶୟ ନିଶ୍ଚିହ୍ନ ହୋଇ ଗଲାଣି। ତଦୃପ ସୋମ ପୁଷ୍କରିଣୀର ଅବସ୍ଥା। ଭଗ୍ନମନ୍ଦିର ସମୂହକୁ ଦେଖିଲେ ପୁଷ୍କରିଣୀ ଭିତରେ ପୁରାତାତ୍ତ୍ବିକ ଅବଶେଷ ନଥିବ ବୋଲି କହିବା ଭୂଲ ହେବ।
ଯାହାକୁ ୨୦୨୫ ମସିହାରେ ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ହିଡ କାଟି ପାଣି ଖାଲି କରି ୨୦୨୬ ମସିହାରେ ପଙ୍କୋଦ୍ଧାର କରିଛନ୍ତି। ପୁଷ୍କରିଣୀରେ ବର୍ଷାରେ ମଧ୍ୟ ପାଣି ରଖାଗଲା ନାହିଁ। ବହଳ ଘାସ ଲୁଦୁବୁଦୁ କରୁଥିବା ଥାନରେ ଦିବ୍ୟ ମନ୍ଦିର ଅଛି ବୋଲି ପ୍ରଚାର କରାଗଲା। ଲୋକେ ଦେଖି ଆସିଲେ, ସେଠାରେ ପତାକା ଲଗା ହେଲା। ଧର୍ମପ୍ରାଣ ଲୋକ ଟଙ୍କା ଚଢେଇଲେ। ପଙ୍କୋଦ୍ଧାର ମାଟିକୁ ବିକ୍ରି କରାଗଲା। ମାଟି ବିକ୍ରି ବାବଦ ଟଙ୍କାଟିଏ ମଧ୍ୟ ବଙ୍ଗୋମୁଣ୍ଡା ତହସିଲ ରେ ଦିଆଯାଇ ନାହିଁ। ବେଆଇନ ମାଟି ବିକ୍ରି ଉପରେ ବ୍ଲକ ପ୍ରଶାସନର ପ୍ରଚ୍ଛନ୍ନ ସହଯୋଗ ରହିଛି ନିଶ୍ଚୟ।
ଏତେ ବଡ ଇତିହାସକୁ ନିଜ ଗର୍ଭରେ ରଖିଛି ସୋମ ପୁଷ୍କରିଣୀ। ଏହା ଇତିହାସର ଦସ୍ତାବେଜ ଅଟେ।
ସୋମ ପୁଷ୍କରିଣୀ ଜୀବିତ ଥିଲେ ଇତିହାସ ବଞ୍ଚିଥିବ। ଏହାର ସୁରକ୍ଷା ନାଗରିକ କର୍ତ୍ତବ୍ୟ ନିଶ୍ଚୟ। ଯେହେତୁ କାମ ଆରମ୍ଭ ହେଲାଣି ତେଣୁ ପୁରାତତ୍ତ୍ଵ ବିଭାଗ ପୁଷ୍କରିଣୀ ଖନନ ନିଜ ତତ୍ତ୍ଵାବଧାନରେ କରୁ।

Leave a Reply