The voice of modern Odisha.
ଓରାଙ୍ଗଉଟାନ; ମାଳୟ ଭାଷାରେ ଓରାଙ୍ଗ ଅର୍ଥ ମଣିଷ ଓ ଉଟାନ ଜଙ୍ଗଲକୁ ବୁଝାଏ। ବଂଶଲତାରେ ଏମାନେ ମାନବର ଅତି ନିକଟତମ ପ୍ରଜାତି। ଇନ୍ଦୋନେସିଆ ମାଲେସିଆର ବର୍ଷାବନରେ ବସବାସ କରୁଥିବା ଏକ ବିରଳ ବାନର ପ୍ରଜାତି…
Read More
ମାନବ ସଭ୍ୟତାର ଇତିହାସରେ ପ୍ରାମାଣିକ ଭାବେ ପ୍ରସ୍ତର ଯୁଗୀୟ ଦାର୍ଶନିକ ବିଭବ ଆମ ସମ୍ମୁଖରେ ରହିଅଛି। ପ୍ରସ୍ତର ଯୁଗୀୟ ଅବଶେଷ, ପ୍ରାଚୀନ ଗୁମ୍ଫା ଚିତ୍ର ଆଦିକୁ ଦେଖିଲେ ମଣିଷ, କୃଷି, ପ୍ରକୃତି, ପଶୁପକ୍ଷୀ, ଇତର ପ୍ରାଣୀ ସହ ସମ୍ପର୍କ ଆଦି ସୂଚନା ମିଳିଥାଏ। ମୁଖ୍ୟତଃ ଏହି ଚିତ୍ରମାନଙ୍କର ସାଙ୍କେତିକ ଅର୍ଥ ହୃଦ୍ବୋଧ ହୋଇଥାଏ। କିନ୍ତୁ ଏହାକୁ ଏକ ସୂତ୍ରରେ ଧରିବା ସେତେବେଳେ ସମ୍ଭବ ହେଲା, ଯେତେବେଳେ ଅଜିତ କୁମାର ଭୋଇ ଏବଂ ଶାଳଗ୍ରାମ ହୋତାଙ୍କ ଅଧ୍ୟୟନ ଉପରେ ଆନୁଷ୍ଠାନିକ ଆଲୋଚନାରେ ଗୋଟିଏ ଶୃଙ୍ଖଳ ପାଇଥିଲି। ଗୁମ୍ଫା ଚିତ୍ର ଓ ପ୍ରସ୍ତର ଯୁଗୀୟ ଭାସ୍କର୍ଯ୍ୟମାନେ ଜୀବନ୍ତ ହୋଇଉଠନ୍ତି। ପ୍ରତି ଗୁମ୍ଫାରେ ରୋଚକ ଉପନ୍ୟାସ ଲେଖାହୋଇଛି ଯେମିତି। ଆଜି ପର୍ଯ୍ୟନ୍ତ ଅସଂଖ୍ୟ ଅଧ୍ୟୟନ ଓ ଦସ୍ତାବିଜ ରହିଅଛି। ନିଶ୍ଚିତ ସମସ୍ତେ ସମ୍ମାନର ଯୋଗ୍ୟ, ନିଜର ସାଧନାର ଫଳସ୍ୱରୂପ ଗୋଟିଏ ଗୋଟିଏ ଦସ୍ତାବିଜ ଦେଇଛନ୍ତି ଆମକୁ। ଅଜିତ କୁମାର ଭୋଇ ଗୁମ୍ଫା ଚିତ୍ରକୁ ‘ପିଦର’ ବୋଲି କହନ୍ତି। ଶାଳଗ୍ରାମ ହୋତା ପ୍ରସ୍ତର ଯୁଗୀୟ ଆକୃତି ଆଦିର ଦାର୍ଶନିକ ବ୍ୟାଖ୍ୟାନ ଦେଇଥାନ୍ତି, ଯାହା ପିଦର ପରମ୍ପରାକୁ ସମର୍ଥନ କରିଥାଏ। ଗୁମ୍ଫା ଚିତ୍ର ପରେ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚିତ୍ର ଦେଖାଯାଏ। ଅନେକ ଅଧ୍ୟୟନ ଏହି ଚିତ୍ରର ପ୍ରାଚୀନତାକୁ ସ୍ୱୀକୃତି ଦେଇଥାଏ। ଏହି ଚିତ୍ର ହେଉଛି ଡାଲଖାଇ କୁଠିର ଅଙ୍କାଯାଇଥିବା ଚିତ୍ର; ଯାହାକୁ ୧୬ ସଂଖ୍ୟକ କୋଠରୀରେ ରଖାଯାଏ, ତେଣୁ ‘ସୁଲହ କୁଠି’ ଭାବରେ ଲୌକିକ ପରିଚିତି ପାଇଥାଏ। ପାରମ୍ପରିକ ଭାବରେ ଏହାକୁ ଡାଲଖାଇ କୁଠି କୁହାଯାଇଥାଏ। ମୁଖ୍ୟତଃ ପ୍ରାଚୀନ ଗୋଣ୍ଡୱାନା ଭୂମିର ମୌଳିକ ସଂସ୍କୃତି ନିଜର ପୂର୍ବଜମାନଙ୍କୁ ସଙ୍ଗରେ ନେଇ ପରିବାର ତିଆରି କରିଥାଏ। ପରିବାରର ଅନ୍ୟ ସଦସ୍ୟଙ୍କ ଭଳି ନିଜର ପୂର୍ବଜଙ୍କ ସୁଖ-ଦୁଃଖ ବି ବୁଝିଥାଏ। ଏହା କେବଳ ସୂଚନା ମାତ୍ର, କୌଣସି ତାର୍କିକ ପ୍ରସଙ୍ଗ ଭାବରେ ଉପସ୍ଥାପନ କରାଯାଉ ନାହିଁ। କୃଷି ସଭ୍ୟତା ଆସିଲା ପରେ ଗୋଷ୍ଠୀ ପରିବାରର ରୂପ ନେଲା। ପରିବାରରେ ପିଦର ପରମ୍ପରା, ପିଦର ଗୁମ୍ଫାରୁ ଘରକୁ ଆସିଲା। ପିଦରରେ କୌଳ ଦେବାଦେବୀଙ୍କ ସହ ପରିବାରର ପୂର୍ବଜ ସମସ୍ତେ ରହନ୍ତି। ପରିବାରର ଆବଶ୍ୟକତା ପୂରା କରିବା ପାଇଁ ପୂର୍ବଜ ପୁଣିଥରେ ଜନ୍ମ ନିଅନ୍ତି। ସ୍ୱଦେହରେ ପରିବାର ଓ ବିଦେହରେ ପିଦର, ଏ ଦୁଇଟି ହିଁ ମଣିଷର ବାସସ୍ଥାନ। କର୍ମ ହିଁ ସର୍ବୋପରି। ଅତି କମ୍ ପରିବାର ପାଇଁ, ପରିବାର ସମୂହ ପାଇଁ, ଏହା ହିଁ ଆଦିବାସୀ ମୂଳ ଧର୍ମର ଲୋକାଚାର ବ୍ୟାଖ୍ୟା। ଆଦିବାସୀ ସଂସ୍କୃତିରେ ଚିତ୍ର ପ୍ରମୁଖ ସ୍ଥାନ ପାଇଥାଏ। ହୁଏତ ହୋଇପାରେ ମଣିଷର ପ୍ରଥମ ପ୍ରବାସର ସମୟ, ପଶୁ, ପକ୍ଷୀ, ସରୀସୃପ, ଉଦ୍ଭିଦ ଆଦି ସେହି ପରିବେଶରେ କିଭଳି ବଞ୍ଚୁଛନ୍ତି, ଏହାର ଉତ୍ତର ଖୋଜୁ ଖୋଜୁ ଉପରୋକ୍ତ କେହିଜଣ ତାଙ୍କର ମାର୍ଗଦର୍ଶକ ହୋଇଯାନ୍ତି। କାଳକ୍ରମେ ସେମାନେ ପୂର୍ବଜଙ୍କ ସମେତ ବଂଶର ପ୍ରତୀକ ଦେବତା ହୋଇଯାଆନ୍ତି, ଯେଉଁମାନେ ପ୍ରାଚୀନ ଗୁମ୍ଫା ଚିତ୍ର ଓ ପ୍ରସ୍ତର କୃତି ମଧ୍ୟରେ ଦେଖାଯାନ୍ତି। କୋଟ ଅର୍ଥାତ୍ ରାଜ୍ୟ। ଅଜିତ କୁମାର ଭୋଇଙ୍କ ଅନୁସାରେ ଗୋଣ୍ଡୱାନା ୩୩ କୋଟ ଥିଲା। ସେହିପରି କନ୍ଧିସ୍ଥାନ ୩୨ କନ୍ଧ ଦେଶର ଏକକ ଥିଲା। ଏହି ୩୨ ପାଟକରେ ଆଠ ବହନୀ ଏବଂ ଆଠ ପ୍ରକୃତିର ଶକ୍ତିଙ୍କୁ ପୂଜା କରନ୍ତି, ଅର୍ଥାତ୍ ୧୬ କୁଠି ବା ୧୬ କୋଟର ପ୍ରମୁଖ ଦେବୀ । ଭାରତୀୟ ସଂସ୍କୃତିରେ ୧୬ ସଂଖ୍ୟା ଗୋଟିଏ ଏକକର ମାନ୍ୟତା ପାଇଥାଏ। ୧୬ କୁଠି ଭଳି ୧୬ କଳା, ୧୬ ଘଡ଼ି, ୧୬ ଅଣା ଆଦି। ୧୬ ସଂଖ୍ୟା ଗୋଟିଏ ଆବର୍ତ୍ତ। ମୁଖ୍ୟତଃ ଡାଲଖାଇ ପାଳିତ ଅଞ୍ଚଳରେ ମଧ୍ୟ ୧୬ ସଂଖ୍ୟା ଗୋଟିଏ ଗୁରୁତ୍ତ୍ୱ ରଖେ।ସୁଲହ କଳା, ସୁଲହ କାଠି, ସୁଲହ ଅଣା, ସୁଲହ ପୂଜା ଆଦି; ୧୬ ସଂଖ୍ୟା ଗୋଟିଏ ଏକକ। ସୁଲହ କୁଠିରେ ଆଠ ଦେବୀ ଏବଂ ଆଠ ପ୍ରକୃତି ଦେବୀଙ୍କ ସମାଗମ ଦେଖାଏ, ଅର୍ଥାତ ମାନବୀୟ ସଂସ୍କୃତି ଏବଂ ପ୍ରକୃତି ପରସ୍ପରର ସନ୍ତୁଳିତ ପ୍ରଦର୍ଶନ। ଆଠ ଯୋଗ ଆଠ+ଆଠ (୮ + ୮ = ୧୬ କୁଠି)। ତନ୍ତ୍ର ପରମ୍ପରାରେ ପାଖାପାଖି ଜ୍ୟାମିତିକ ଚିତ୍ରରେ ଅଙ୍କିତ ଚିତ୍ରକୁ ଯନ୍ତ୍ର କୁହାଯାଏ, ଯାହା ପ୍ରାକୃତିକ ରଙ୍ଗ ଅଥବା ଚାଉଳ ଦ୍ୱାରା ଅଙ୍କା ଯାଇଥାଏ। ସୁଲହ କୁଠି ମଧ୍ୟ ତଦ୍ରୂପ ଚିତ୍ର, ଯାହା କାନ୍ଥରେ ଅଙ୍କାଯାଏ। ଗୋଟିଏ ଆୟତାକାର କ୍ଷେତ୍ର, ଯାହାକୁ ତଳ-ଉପର ଆଠ-ଆଠ କୋଠରୀ ଅଙ୍କାଯାଏ। ପ୍ରତି କୋଠରୀରେ ଜଣେ ଜଣେ ଶକ୍ତିଙ୍କ ଅବସ୍ଥାନ ରହେ। କୁଠି ଅର୍ଥ କୁଟୀର, କୁଡ଼ିଆ, କୋଠା ଭାବରେ ସାଧାରଣତଃ ବୁଝାଯାଏ। ଏହାର ପ୍ରକୃତ ଅର୍ଥ ହେଲା ସହାବସ୍ଥାନ ସ୍ଥଳ, ସମାଗମ ସ୍ଥଳୀ ଯାହା ଉଭୟ ସ୍ଥାୟୀ ଓ ସାମୟିକ ଉଭୟ ଅବସ୍ଥାକୁ ବୁଝାଏ। ଏପରିକି ନିୟମିତ ସଭା ହେଉଥିବା ସ୍ଥାନକୁ ମଧ୍ୟ କୁଠି କୁହାଯାଏ। ମୁଖ୍ୟତଃ ଦେବତାଙ୍କ ଉପସ୍ଥିତି ରହୁଥିବା ସ୍ଥାନ କୁଠି ବୋଲି କୁହାଯାଇଥାଏ। ତେଣୁ ଡାଲଖାଇ କୁଠିରେ ଅଙ୍କିତ ଚିତ୍ରକୁ ସୁଲହ କୁଠି କୁହାଯାଏ। ୧୬ ସଂଖ୍ୟା ଏହାର ନାମକରଣର ମୁଖ୍ୟ। ୧୬ ଗୋଟି କୋଠରୀ…
Read More
ସାମାଜିକ ଆନ୍ଦୋଳନ ଲୋକଙ୍କୁ ସଜଗ ଓ ଶିକ୍ଷିତ କରିଥାଏ। ଗଣତାନ୍ତ୍ରିକ ଚିନ୍ତନକୁ ଆଗକୁ ନେଇଥାଏ। ଏହି ପରିପେକ୍ଷିରେ ‘ଜେନ-ଜୀ’ ଆନ୍ଦୋଳନରେ ଅନୁଶାସନ ଓ ରଚନାତ୍ମକତା; ଅସହମତ ଓ ଏକତା ଏବଂ ନାଗରିକ କର୍ତ୍ତବ୍ୟ ଓ ସାର୍ବଜନିକ…
Read More
ନବୀନ ପଟ୍ଟନାୟକଙ୍କ ପ୍ରଥମ ନଅବର୍ଷ ଭାରତୀୟ ଜନତା ପାର୍ଟି ଶାସନ ସହଯୋଗୀ ହୋଇ ରହିଲା। ଏହାର ୧୫ ବର୍ଷ ପରେ ଓଡ଼ିଶାରେ ପୂର୍ଣ୍ଣ ବହୁମତ ନେଇ ଦୁଇ ବର୍ଷ ଶାସନ ପୁରା କଲାଣି। ଏବେ…
Read More
ଭାରତର ଉଚ୍ଚତମ ନ୍ୟାୟାଳୟ। ମଇ ୧୫, ୨୦୨୬ ଦିନର କଥା। ମୁଖ୍ୟ ନ୍ୟାୟାଧିଶ ସୂର୍ଯ୍ୟକାନ୍ତ ଓ ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚି ଗୋଟିଏ ମାମଲାର ଶୁଣାଣି କରୁଥିଲେ। ମାମଲାଟି ଥିଲା, ଦିଲ୍ଲୀ ହାଇକୋର୍ଟର ଜଣେ ଓକିଲ ସଞ୍ଜୟ…
Read More