May 26, 2026 | By Rajib Sagaria | 3 min read | 124 views

ହରିଶଙ୍କର କାଳଭୈରୋଙ୍କ କୋଟ

କୋଟ, ପ୍ରାଚୀନ ଭୂମୀ ଆଇନ ଅନୁସାରେ ଗୋଟିଏ ବଡ଼ ଭୌଗଳିକ ସୀମାର କେନ୍ଦ୍ର ଅଟେ। ଯେଉଁଠାରେ ରାଜନୀତି, ଦର୍ଶନ, ବାହ୍ୟ ସମ୍ପର୍କ ଉପରେ ନିଷ୍ପତ୍ତି ନିଆଯାଏ। କୋଟ ପାଟ ଦେବା ଦେବୀଙ୍କ ଆସ୍ଥାନ ମଧ୍ୟ ଅଟେ।

ହରିଶଙ୍କର, ହରିକନ୍ଧ ପାଇଥିବା ଶଙ୍କରଙ୍କ ପିଠ। ପରବର୍ତ୍ତି ଇକ୍ଷ୍ୱାକୁ ଶାସନ ସମୟରେ ବିଷ୍ଣୁଙ୍କୁ ଅବସ୍ଥାପିତ କରାଯାଏ। ଶୈବ ଏବଂ ବୈଷ୍ଣବଙ୍କ ମଧ୍ୟରେ ଦୀର୍ଘ ସମୟ ପ୍ରତିସ୍ପର୍ଦ୍ଧା ରହିଲା। ଦୁଇ ସମ୍ପ୍ରଦାୟ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା ପାଇଁ ଗୋଟିଏ ମଧ୍ୟମ ମାର୍ଗ ବେଶ୍ ସକ୍ରିୟ ରହିଲା। ଶିବ ଓ ବିଷ୍ଣୁଙ୍କ ସମ୍ପର୍କ ନେଇ ଅନେକ ପୁରାଣ ରଚନା ହେଲା। ଦନ୍ତକଥା ଅନୁସାରେ ହରିକନ୍ଧ ଯେଉଁ ଶିବଲିଙ୍ଗ ପାଇଲେ ତାହା ସାଲେଗ୍ରାମ ଶିଳାର। ସାଲେଗ୍ରାମ ସ୍ୱୟଂ ବିଷ୍ଣୁଙ୍କ ମାନ୍ୟତା ପାଇଥାଏ। ହରିଶଙ୍କର ର ଏକକ ସ୍ୱରୂପ। ତେଣୁ ସ୍ଥାନଟି ମଧ୍ୟ ହରିଶଙ୍କର ଭାବରେ କ୍ଷାତ ହେଲା। ହରି କନ୍ଧଙ୍କ ବଂଶଧର ଆଜି ମଧ୍ୟ ଅଛନ୍ତି। ତାଙ୍କୁ ହରିଶଙ୍କର ଉପରେ ନୈସର୍ଗିକ ଅଧିକାରରୁ ବିଚ୍ୟୁତ କରା ଯାଇଛି। ଇତିହାସ ଅନୁସନ୍ଧାନ କରି ହରିକନ୍ଧଙ୍କ ବଂଶଧରଙ୍କୁ ନ୍ୟାୟ ଦେବା ଉଚିତ।

ପର୍ବତ ଗନ୍ଧମାର୍ଦ୍ଦନ ନାମ ପାଇଲା। ଏହା ପୂର୍ବରୁ ବୁଦ୍ଧଧମ୍ମ ଅଧିନରେ ଥିବା ସମୟରେ ପରିମଲଗିରି ନାମରେ କ୍ଷାତ ଥିଲା। ଏଠାରେ ଏକ ବିଶ୍ଵ ବିଦ୍ୟାଳୟ ଥିଲା। ଯେଉଁଠାରେ ନାଗାର୍ଜୁନ କୂଳପତି ଥିଲେ। ଯିଏ ଜଣେ ବିଞ୍ଜ୍ଝାଲ (ଙଝନଝ ହେଉନି) ବିଦୂଷୀ ମହାମୟୂରୀଙ୍କୁ ଗୁରୁ କରିଥିଲେ। ରସାୟନ ପ୍ରଧାପକ ଭାବରେ କ୍ଷ୍ୟାତି ପାଇଥିଲେ। ବିଶ୍ଵର ପ୍ରଥମ ଜିଙ୍କ ଉତ୍ପାଦନ କରି ସମଗ୍ର ବିଶ୍ବକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ। ସେ ତ୍ରିପିଟକର ସଂସ୍କୃତ ଅନୁବାଦ କରିଥିଲେ। ହୁଏନସାଂ ତାଙ୍କୁ ସାକ୍ଷାତ କରିଥିଲେ। ସେ ଚୀନ ପରିବ୍ରାଜକଙ୍କୁ ଗନିଆପାଲି ଓ ନାଗରାଜପାଟ ବିଷୟକୁ ଗୁପ୍ତ ରଖିଥିଲେ। ବୃଦ୍ଧତନ୍ତ୍ରର କେନ୍ଦ୍ରିୟ ଗୋପନପିଠ ଥିଲା ଏହି ଦୁଇ ସ୍ଥଳୀ।

କୁହାଯାଏ ତାଙ୍କର ତାରୁଣ୍ୟ ତାଙ୍କର ଶତୃ ହୋଇଥିଲା। ସେ ଦକ୍ଷିଣକୁ ଗଲେ, ସେଠାରୁ ତାଙ୍କର ଶିଷ୍ୟମାନେ ପୁନଃ ପରିମଲଗିରିକୁ ଏକ ଶିକ୍ଷାକେନ୍ଦ୍ର କରି ରଖିଲେ। ଯେଉଁମାନେ ତନ୍ତ୍ର ମାଧ୍ୟମରେ ରସାୟନ ପ୍ରୟୋଗ କରୁଥିଲେ। ଚଳିନ୍ତି ସମୟରେ ଗୁଣିଆ ବା ଗୁନିଆଁ ମାନେ ତାଙ୍କର ଶେଷ ସ୍ୱରୂପ ଅଟନ୍ତି।

ଆଦିବାସୀ ଦର୍ଶନ ୧୨ ଜଣ ଭୈରୋଙ୍କୁ ମାନ୍ୟତା ଦେଇଥାଏ। ହରିଶଙ୍କର ହେଉଛି କାଳଭୈରବଙ୍କ କୋଟ। ଭୈରୋ ବୁଦ୍ଧ ସମୟରେ ଭୈରବ ହୋଇ ସାରିଥିଲେ। ଶିବତନ୍ତ୍ରରେ ଭୈରବ ଶିବଙ୍କ ଗୋପନ ସହାୟକ। ଆଦିବାସୀ ଦର୍ଶନରେ ଭୈରୋ ରସାୟନର ଦେବତା। ବନୌଷଧିର ସଂରକ୍ଷିତ କ୍ଷେତ୍ରରେ ଭୈରୋ ଅବସ୍ଥାପିତ ହୁଅନ୍ତି।

ମତ୍ସୈନ୍ଦ୍ରନାଥ ନିଜର ପରମ୍ପରାରେ ଆଦିବାସୀଙ୍କ ରସାୟନ ବିଜ୍ଞାନକୁ ହିନ୍ଦୁ ପରମ୍ପରାରେ ଯୋଡିଛନ୍ତି। ପା’ଯୋଗୀ ପରମ୍ପରା ମଧ୍ୟ ଏହି ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ଏହି ଆନ୍ଦୋଳନ ସମୟରେ ଭୈରୋ, ଭୈରବ ନାମରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛନ୍ତି।

ବୈଶାଖ ପୂର୍ଣ୍ଣିମା ବନୌଷଧି ପାକଳ ହେବାର ସମୟ। ଲୋକେ ଭୈରୋ ଡୁଙ୍ଗରୀ କି ପର୍ବତ ଅଞ୍ଚଳରେ ଏକତ୍ରିତ ହୋଇ ଔଷଧି ସଂଗ୍ରହ କରିଥାନ୍ତି। ଏହି କେନ୍ଦ୍ରମାନଙ୍କରେ ବୈଶାଖ ପୂର୍ଣ୍ଣିମାରେ ଅନେକ ସିଦ୍ଧ, ରସାୟନବିଦ ଏକତ୍ରିତ ହେଉଥିଲେ। ଦୂର ଦୂରାନ୍ତରୁ ଲୋକ ଆସି ନିଜର ସମସ୍ୟା, ଅଭିଜ୍ଞତା ଆଦି ଚର୍ଚ୍ଚା କରୁଥିଲେ। ଲୋକେ ନିଜର ଜ୍ଞାନ ଓ ସିଆନ ପରାମର୍ଶରେ ଔଷଧି ସଂଗ୍ରହ କରୁଥିଲେ। ଏହା ଭୈରୋ ସଂସ୍କୃତିର ମୂଳ ମହିମା। ହରିଶଙ୍କର ରେ ଗୋଟିଏ ନୂଆ କଥା ଦେଖାଯାଏ। ଲୋକେ ପାହାଡ ଚଢ଼ି ହରିଶଙ୍କର ଓ ନରସିଂହନାଥ ଦୁଇ କ୍ଷେତ୍ର ଦର୍ଶନ କରନ୍ତି। ଆଦିମ ସମୟରୁ ଔଷଧି ସଂଗ୍ରହ ହିଁ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ପ୍ରକାରଣରେ ଭୈରୋ ବା ଭୈରବଙ୍କ ଗୁରୁତ୍ୱ ଉପଲବ୍ଧି କରିହୁଏ। ନାଗାର୍ଜ୍ଜୁନଙ୍କ ଶିଷ୍ୟ ଯେତେବେଳେ ପୁନଃ ପରିମଳଗିରି ଆସିଲେ ସେ ସମୟରେ ନାଗାର୍ଜ୍ଜୁନଙ୍କ ସମେତ ଅନେକ ମୂର୍ତ୍ତି ସ୍ଥାପିତ କରିଥିଲେ। କାଳାନ୍ତକ-ଭୈରବ ଯିଏ ତାଙ୍କର ଶିଷ୍ୟଙ୍କୁ ସମୂହ ବିନାଶର କ୍ଷମତା ଦିଅନ୍ତି। ସେ କାଳଭୈରୋ, ଜମାନ୍ତକ ଭୈରବ ବା କାଳ ଭୈରବ: ଦ୍ୱିଭୂଜା ଦୁର୍ଗା ଯାହା ତନ୍ତ୍ରର ଏକ ବିରଳମୂର୍ତ୍ତି, ଆଦି ସ୍ଥାନ ପାଇଥିଲା।

ଅନୁମାନ କରାଯାଉ ଏହି ନଷ୍ଟ କରା ହୋଇଥିବା ମୂର୍ତ୍ତି କେତେ ମୂଲ୍ୟବାନ ଥିଲା ?

ହରିଶଙ୍କରକୁ ଝରଣା ଓ ମନ୍ଦିର ଭିତରେ ବାନ୍ଧି ରଖାଗଲା। ଆମର ପୂର୍ବଜଙ୍କୁ ଧନ୍ୟବାଦ ସଭ୍ୟତା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ନିଜର ଇତିହାସକୁ ଦସ୍ତାବେଜ କରି ରଖିଛନ୍ତି। ଯଦି ଡ. ନବୀନ କୁମାର ସାହୁ ଅଧ୍ୟୟନ କରି ନଥାନ୍ତେ ତାହେଲେ ମାନବ ସଭ୍ୟତାର ଇତିହାସ ସହ ବିକ୍ଷାତ ହୋଇ ଆସିଥିବା ଗନ୍ଧମାର୍ଦ୍ଦନ ମନ୍ଦିର, ଝରଣା ଓ ବଣଭୋଜିର କ୍ଷେତ୍ର ହୋଇ ରହି ଯାଇଥାନ୍ତା।

ହରିଶଙ୍କର ମୂର୍ତ୍ତି ଭଙ୍ଗା ଘଟଣାକୁ ଆଇନ, ଧାରା, ଅପରାଧ ସ୍ତରରେ ଚର୍ଚ୍ଚା କରା ନଯାଉ। ଏହା ଇତିହାସ ଲିଭେଇବାର ପ୍ରକ୍ରିୟା ଭିତରୁ ଅନ୍ୟତମ। ଗୋଟିଏ ଭୂଗୋଳରୁ ଇତିହାସ ଲିଭିଗଲେ ସଭ୍ୟତା କିଛିଦିନ ପରେ ମରିଯାଏ । ବୁଦ୍ଧିଜୀବୀ ବିଚାର କରିବା ଆବଶ୍ୟକ।

(ଫଟୋ ସୌଜନ୍ୟ ଅଭିଳାଷ ଭୋଇ)

2 Comments

  • Abhilash Bhoi 5 months ago

    Valuable ତଥ୍ୟ ଦାଦା, ଧନ୍ୟବାଦ 🙏🙏🙏

  • Dharam singh 5 months ago

    ବହୁତ ସୁନ୍ଦର ତଥ୍ୟ