July 1, 2026 | By Rajib Sagaria | 1 min read

ବିଶ୍ଵ ସାମାଜିକ ଗଣମାଧ୍ୟମ ଦିବସ

ବିଶ୍ଵ ସାମାଜିକ ଗଣମାଧ୍ୟମ ଦିବସ। Mashable ନାମକ ଏକ ବିକ୍ଷାତ ୱେବ ଜୁନ-୩୦ କୁ ଜାତୀୟ ଗଣମାଧ୍ୟମ ଦିବସ ଭାବରେ ଉପସ୍ଥାପିତ କରିଥିଲା। ନିଜର ଛୋଟ ଇତିହାସରେ ସାମାଜିକ ଗଣମାଧ୍ଯମ ସୂଚନା ଓ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହୋଇ ସାରିଛି। ୨୦୧୦ ମସିହାରେ ପ୍ରଥମେ ଏହାକୁ ପାଳନ କରାଯାଇଥିଲା।ସାମାଜିକ ଗଣମାଧ୍ୟମରେ ପ୍ରଥମେ ଫ୍ରେଣ୍ଡଷ୍ଟେର-୨୦୦୨ ମସିହାରେ ଲୋକଙ୍କୁ ବନ୍ଧୁ ତିଆରି ଏବଂ ତାଙ୍କ ମଧ୍ୟରେ ଯୋଗାଯୋଗ ତିଆରି ପାଇଁ ସୁଯୋଗ ଦେଲା। ଲିଙ୍କଡ ଇନ-୨୦୦୩ ମସିହାରେ ଓ ମାଇସ୍ପେସ ଓ ଫେସବୁକ ୨୦୦୪ ମସିହାରେ ଆରମ୍ଭ ହୋଇଥିଲା। ୨୦୦୬ ମସିହାରେ ମାଇସ୍ପେସ ନିଜକୁ ଉନ୍ନତ କରି ପୃଥିବୀର ସବୁଠାରୁ ଅଧିକ ବ୍ୟବହୃତ ସାମାଜିକ ଗଣମାଧ୍ୟମ ହୋଇ ପାରିଛି। ୨୦୦୫ରେ ୟୂଟ୍ଯୂବ ଓ ୨୦୦୬ ରେ ଟ୍ବିଟର ଆରମ୍ଭ ହୋଇଥିଲା। ଆଜି ସାମାଜିକ ଗଣମାଧ୍ଯମର ବ୍ୟାପ୍ତି ଗଣମାଧ୍ୟମର ଇତିହାସକୁ ଏକ ଆୟାମ ଦେଇଛି। ସାମାଜିକ ଗଣମାଧ୍ୟମକୁ ଅନ୍ୟ ଗଣମାଧ୍ଯମ ମାନେ ମଧ୍ୟ ନିର୍ଭର କରିଥାନ୍ତି। ଏହି ବ୍ୟାପ୍ତି ଓ ଗ୍ରହଣୀୟତା ଆଇନ ପରିସୀମାକୁ ଆସିବ ନିଶ୍ଚୟ। Press Act ଉପରେ ଅନେକ ପ୍ରକାର ଆଇନଗତ ପରିବର୍ତ୍ତନ ହୋଇଛି। ୧୭୯୯ ମସିହାରୁ ୨୦୨୧ ପର୍ଯ୍ୟନ୍ତ ଗୋଟିଏ ଦୀର୍ଘ ଇତିହାସ ଥିବା ଆଇନରେ ସାମାଜିକ ଗଣମାଧ୍ୟମ ଅନେକ ଦିଗକୁ ଚିନ୍ତାକରିବା ପାଇଁ ବାଧ୍ଯ କରିଛି। ଭାରତୀୟ ସମ୍ବିଧାନ ୧୯ ଧାରା ସ୍ଵାଧୀନ ମତବ୍ୟକ୍ତର ଅଧିକାର ଦିଏ। ପ୍ରାୟ ସମସ୍ତ ଦେଶକୁ ସଂପ୍ରସାରିତ ସାମାଜିକ ଗଣମାଧ୍ୟମ ଦେଶକାଳର ନିୟନ୍ତ୍ରଣରେ ରହିବା ଆଇନଗତ ଆବଶ୍ୟକ। ଏହା ଆଇନଗତ ବ୍ୟାପାର। କନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ୟୁଟର ଏକ ଘଣ୍ଟା ବନ୍ଦ କରାଗଲା କାରଣ ତାଙ୍କ ପୋଷ୍ଟର ବେକ ଗ୍ରାଉଣ୍ଡରେ ଏ ଆର ରହେମାନଙ୍କ ଗୀତ ବାଜୁଥିଲା। ଏହା ଟ୍ବୀଟରର ନିୟମ ଅଟେ। ଏହି ନିୟମ ଉପରେ ଭାରତରେ କୌଣସି ଆଲୋଚନା ହୋଇନାହିଁ। ଜନମତକୁ ପ୍ରଭାବିତ କରି ପାରୁଥିବା କାରଣରୁ ମତାନ୍ତର ରହିବ ନିଶ୍ଚୟ। କିନ୍ତୁ ଏଥିପ୍ରତି ସାବଧାନତା ବି ଗୁରୁତ୍ଵ ରଖିଥାଏ। ଓଡ଼ିଶାର ଚଳନ୍ତି ଉଦାହରଣ ନିଆଯାଉ। କୌଣସି ଆଧିକାରିକ ବକ୍ତବ୍ୟ ନୁହେଁ; ଦୁଇଜଣ ଛାତ୍ରୀଙ୍କ ବକ୍ତବ୍ୟକୁ ନେଇ ଗୋଟିଏ ଆନ୍ଦୋଳନ ଚାଲିଛି ଯେପରି। ମହାମାରୀ ସମୟରେ, ଯୁଦ୍ଧ ସମୟରେ ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ ନିୟମରେ ପରିବର୍ତ୍ତନ ହୁଏ। ପରୀକ୍ଷା ଦେବା ନ ଦେବା କଥା ଅଲଗା କିନ୍ତୁ ଅନ୍ୟ ଅନୁଷ୍ଠାନ ପ୍ରତି ନିକୃଷ୍ଟ ମନୋଭାବ ସଂପୃକ୍ତ ଶିକ୍ଷାନୁଷ୍ଠାନର ଭିତ୍ତିଭୂମୀ ଉପରେ ଚିତ୍ର ସ୍ପଷ୍ଟ କରିଥାଏ। ଏହା ବି ସତ ଯେ ତାଙ୍କ ପରିବାରର ଶିକ୍ଷିତ ଓ ତାଙ୍କୁ ପାଠ ପଢଉ ଥିବା ଶିକ୍ଷକ କେଉଁ ଅନୁଷ୍ଠାନରୁ ଶିକ୍ଷା ପାଇଛନ୍ତି ତାହା ବି ଚିନ୍ତା କରିବା ଉଚିତ।ନିଜେ ପାଇଥିବା ଶିକ୍ଷା ଚାପରେ ତାଙ୍କ ଦେଇଥିବା ବିବୃତିକୁ ଏତେ ଗୁରୁତ୍ଵ ସହ ନେବାର କାରଣ କଣ?ଅସନ୍ତୁଷ୍ଟ ପରୀକ୍ଷା ଦେଇ ପାରିବେ ଏହା ନିର୍ଣ୍ଣୟ ହେଲା। ଠିକ କଥା ଏହା ବିଭାଗୀୟ କଥା।ସେ ପ୍ରଶ୍ନ, ବକ୍ତବ୍ୟକୁ ଏତେ ଗୁରୁତ୍ଵ କାହିଁକି? ଶିକ୍ଷାର ମାନ ଉନ୍ନତ କରିବାକୁ ସରକାର ଆନନ୍ଦମୟ ଶିକ୍ଷା ଇତ୍ୟାଦି ପ୍ରଚଳନ କଲେ। ନାନା ପରିବର୍ତ୍ତନ ଆଣିଲେ। କାହାର ଚାପରେ? ଗୋଟିଏ ବ୍ୟବସାୟୀକ ଶିକ୍ଷା ପ୍ରତିଷ୍ଠାନ ସହ ପ୍ରତିଯୋଗିତା ମାନସିକତା ରଖି ଯେପରି। ୯ବର୍ଷ ସରକାରଙ୍କ ସହଯୋଗୀ ଥିବା ଗୋଟିଏ ରାଜନୈତିକ ଦଳର ମୂଳ ଦର୍ଶନ ଆଧାରରେ ପ୍ରତିଷ୍ଠିତ ଗୋଟିଏ ଶିକ୍ଷାନୁଷ୍ଠାନ, ନିଶ୍ଚିତ ପ୍ରଭାବି ରହିବ। ତା ସଙ୍ଗେ ସରକାରୀ ବିଭାଗ ପ୍ରତିଯୋଗିତା କରି ଅନୁଷ୍ଠାନର ମାନବୃଦ୍ଧି କରି ସାରିଛନ୍ତି। ଅନେକ ବୁଦ୍ଧିଜୀବୀ ଖବରକାଗଜ ଆଦିରେ ଘରୋଇ ଶିକ୍ଷାନୁଷ୍ଠାନର ଗୁଣଗାନ କରିବାକୁ ଥକନ୍ତି ନାହିଁ। ଏ ପରିସ୍ଥିତିରେ ସରକାରୀ ଶିକ୍ଷାନୁଷ୍ଠାନ ତାଙ୍କ ଦୃଷ୍ଟିରେ ଯାହା ହେବା କଥା ତାର ପରିପ୍ରକାଶ ମାତ୍ର। ସରକାରୀ ଶିକ୍ଷା ବିଭାଗ ଅନ୍ୟ ଘରୋଇ ଶିକ୍ଷା ବିଭାଗରୁ ଉଦାର ଓ ଉତ୍ତରଦାୟୀ ନିଶ୍ଚୟ। କୋଭିଦ ତ୍ରାସଦି ସରକାରଙ୍କୁ ଶିକ୍ଷାବିଭାଗ ଉପରେ ପୁନଃ ବିଚାରର ସୁଯୋଗ ଦେଇଛି। ଏପରିକି ଶିକ୍ଷାନୁଷ୍ଠାନରେ ଧର୍ମୀୟ ପୂଜା ନ ହେଉ ଯଦି ହେବ ସମସ୍ତ ଧର୍ମର ହେଉ। ଏପରି ନିଷ୍ପତ୍ତି ମାନଙ୍କୁ ମଧ୍ଯ ଗୁରୁତ୍ଵ ଦେବା ଆବଶ୍ୟକ। ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ। ଏହାର ପରିଚାଳନା ରାଷ୍ଟ୍ରର ଦାୟିତ୍ଵ ନା କୌଣସି ନିର୍ଦ୍ଦିଷ୍ଟ ମତବାଦୀଙ୍କ; ଏହାର ବିଚାର ମଧ୍ଯ ଆବଶ୍ୟକ।

ସୋସିଆଲ ମିଡ଼ିଆ ଜନମତର ଗୋଟିଏ ଆଧାର ହୋଇ ସାରିଛି। ଗୋଟିଏ ସୁସ୍ଥ ସମାଜ ସୁସ୍ଥ ଜନମତ ତିଆରି ଥାଏ। ଏହି ସୁସ୍ଥତା ଉପରେ ସମସ୍ତେ ବିଚାର କରିବା ଆବଶ୍ୟକ।ସୁତରାଂ ସୋସିଆଲ ମିଡ଼ିଆକୁ କେତେବଡ଼ ଖେଳର ପୃଷ୍ଠଭୂମି କରାଯାଇ ନ ପାରେ? ଏହା ହିଁ ସୋସିଆଲ ମିଡ଼ିଆ। କିନ୍ତୁ ଅପରପକ୍ଷ ଅର୍ଥାତ ଏହାକୁ ବ୍ୟବହାର କରୁଥିବା ଲୋକ ଗୋଟିଏ ରାଷ୍ଟ୍ରର ନାଗରିକ ହିଁ ରହେ। ତେଣୁ ନାଗରିକ ଜଣକ ଦାୟିତ୍ୱବାନ ହେବା ଉଚିତ।ସାମାଜିକ ଗଣମାଧ୍ୟମ କେବଳ ମନୋରଞ୍ଜନ ନୁହେଁ ଏହା ସହ ଅନେକ ଦାୟିତ୍ୱ ମୁଣ୍ଡେଇ ସାରିଲାଣି। ତେଣୁ ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ସରକାର ଯିଏ ବି ରହୁ ସେ ସାମାଜିକ ଗଣମାଧ୍ୟମ ଉପରେ ବିସ୍ତାରରେ ଚିନ୍ତା କରିବା ଆବଶ୍ୟକ। ବିଶ୍ଵ ସାମାଜିକ ଗଣମାଧ୍ୟମ ଦିବସର ଶୁଭେଚ୍ଛା।

0 Comments