ଜେନେରେସନ ଗାନ୍ଧୀ

ଭାରତର ଉଚ୍ଚତମ ନ୍ୟାୟାଳୟ। ମଇ ୧୫, ୨୦୨୬ ଦିନର କଥା। ମୁଖ୍ୟ ନ୍ୟାୟାଧିଶ ସୂର୍ଯ୍ୟକାନ୍ତ ଓ ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚି ଗୋଟିଏ ମାମଲାର ଶୁଣାଣି କରୁଥିଲେ। ମାମଲାଟି ଥିଲା, ଦିଲ୍ଲୀ ହାଇକୋର୍ଟର ଜଣେ ଓକିଲ ସଞ୍ଜୟ ଦୁବେ ନିଜର ବରିଷ୍ଠ ମାନ୍ୟତା ପାଇଁ ହାଇକୋର୍ଟର ନିରବତା ବିଷୟ ନେଇ ଏକ ମାମଲା ଦାୟର କରିଥିଲେ। ଆବେଦନକାରୀ ଓକିଲ ରମଣ ଗାନ୍ଧୀଙ୍କ ଆବେଦନର ମନ୍ତବ୍ୟରେ ମୁଖ୍ୟ ନ୍ୟାୟାଧିଶ ସୂର୍ଯ୍ୟକାନ୍ତ, ଉଭୟ ଓକିଲଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ମାନଙ୍କୁ ଆଧାର କରି ଓକିଲାତି ପେଶାରେ ଜାଲ ଡିଗ୍ରିଧାରୀଙ୍କ ବିପକ୍ଷରେ, There are youngsters like cockroach, some become media, some social media, RTI activists and other activities… କହିଥିଲେ।
କାହାଣୀର ଅନ୍ୟ ଗୋଟିଏ ଦିଗ ଯାହା ତମାମ ପ୍ରକାରଣକୁ ଗତିଶୀଳ କରିଛି। ମହାରାଷ୍ଟ୍ର ହିଙ୍ଗୋଲ ଜିଲ୍ଲାର ସାଣ୍ଟୁକପିମ୍ପ୍ରି ଗାଁରୁ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ର ଉପଯନ୍ତ୍ରୀ ଭଗବାନ ରାଓ ଦୀପକେ। ପରିବାର ନେଇ ଛତ୍ରପତି ଶାମ୍ଭାଜୀ ନଗରରେ ପତ୍ନୀ ଅନୀତା, ବଡ଼ଝୀଅ ଓ ପୁଅ ଅଭିଜିତ ସହ ରହନ୍ତି। ବଡ଼ଝୀଅ ବୋଷ୍ଟନରେ ଉଚ୍ଚଶିକ୍ଷା ନେଉଛନ୍ତି। ଅଭିଜିତ ଦୀପକେ ପୁଣେରେ ସମ୍ବାଦିକତା ଅଧ୍ୟୟନ କରିବା ପରେ ଆମ ଆଦମି ପାର୍ଟିର ଡିଜିଟାଲ ମିଡିଆ ଟିମ ସହ ଜଣେ ସ୍ଵେଚ୍ଛାସେବୀ ଭାବେ କାମ କରନ୍ତି। ପରେ ବଡଭଉଣୀ ନିକଟକୁ ଯାଇ ବୋଷ୍ଟନ ରେ PR ପାଠ୍ୟକ୍ରମରେ ନାମ ଲେଖାନ୍ତି। ମୁଖ୍ୟ ନ୍ୟାୟାଧିଶଙ୍କ Cockroach ମନ୍ତବ୍ୟକୁ ନେଇ ଅଭିଜିତ ଦୀପକେ ବ୍ୟଙ୍ଗାତ୍ମକ ଭାବେ ତା ପରଦିନ ସୋସିଆଲ ମିଡିଆରେ ଗୋଟିଏ ଆକାଉଣ୍ଟ ଖୋଳନ୍ତି। କିଛି ଦିନରେ ଏହାର ଫଲୋଅର୍ସ ସଂଖ୍ୟା ଶାସକ ଦଳର ଆକାଉଣ୍ଟ ଫଲୋଅର୍ସ ସଂଖ୍ୟାକୁ ଟପିଯାଏ। ସମଗ୍ର ଦେଶର ଯୁବକମାନଙ୍କୁ ଏହି ଏକାଉଣ୍ଟ ଆକର୍ଷଣ କରେ। ମଇ ୨୧, ୨୦୨୬ ଦିନ ଏହି ଆକାଉଣ୍ଟକୁ ସରକାର ଭାରତରେ ବନ୍ଦ କରନ୍ତି।
ଏହା ପରର ଘଟଣାକ୍ରମ

ଜୁନ ୬, ଅଭିଜିତ ଦୀପକେ ବୋଷ୍ଟନରୁ ଭାରତ ଆସନ୍ତି। ଜନ୍ତର ମନ୍ତରରେ ଶିକ୍ଷା ସଂସ୍କାର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତାଫା ଦାବୀ କରନ୍ତି। ମୁଖ୍ୟତଃ ‘ଜେନ-ଜୀ’ଙ୍କ ବିପୁଳ ସମର୍ଥନ ମିଳେ। ନିଟ ପେପର ଲିକ ନେଇ କ୍ଷୁବ୍ଧ ଯୁବସମାଜ ଏକତ୍ର ହେବାପାଇଁ କକରୋଜ ଜନତା ପାର୍ଟି ଆଭାସି ସଂଗଠନ ପରେ ୬ ତାରିଖ ପ୍ରତ୍ୟକ୍ଷ ସଙ୍ଗଠନ ଦୃଶ୍ୟମାନ ହୁଏ।
ଜୁନ ୧୧, ସିଜେପି ଶିକ୍ଷା ସଂସ୍କାର ପାଇଁ ପାଞ୍ଚଦଫା ଦାବୀ ଘୋଷଣା କରେ। ଶିକ୍ଷାମନ୍ତ୍ରୀଙ୍କ ଇସ୍ତାଫା ମଧ୍ୟ ଦାବୀ ମଧ୍ୟରୁ ଗୋଟିଏ।
ଜୁଲାଇ ୨୦, ଜନ୍ତର ମନ୍ତରରେ ସିଜେପିର ଧାରଣା ସ୍ଥଳରୁ ଲକ୍ଷାଧିକ ଯୁବକ ଛାତ୍ରଛାତ୍ରୀ ସଂସଦ ଚଲୋ ମାର୍ଚ୍ଚ କରନ୍ତି, ପୋଲିସ ଲାଠିଗର୍ଜ ସହ ଲୁହବୁହା ଗ୍ୟାସ, କଣ୍ଟାପିଟା ବାଡ଼ିରେ ଛାତ୍ରଙ୍କୁ ଦମନ କରେ।
ଜୁଲାଇ ୨୧-୨୪, ସିଜେପି ଓ ସରକାର ମଧ୍ୟରେ ଆଲୋଚନା ହୁଏ ।
ଜୁଲାଇ ୨୫, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତାଫା ଦିଅନ୍ତି। ସିଜେପିର ସଫଳ ଆନ୍ଦୋଳନର ସମାପନ ହୁଏ।

ସୋନମ ୱାଙ୍ଗଚୁକଙ୍କ ପିତା
ସୋନମ ୱାଙ୍ଗଚୁକ ପିତା ସୋନମ ୱାଙ୍ଗ୍ୟାଲ ଓ ମାତା ତ୍ସେରିଙ୍ଗ ୱାଙ୍ଗମୋ; ଲଦାଖ ଲେହ ଜିଲ୍ଲାରେ ୧୯୬୬ ମସିହାରେ ତାଙ୍କର ଜନ୍ମ। ସୋନମ ୱାଙ୍ଗଚୁକଙ୍କ ପିତା ୨୩ ବର୍ଷ ବୟସରେ ଏଭରେଷ୍ଟ ଚଢ଼ିବାରେ ତୃତୀୟ ଭାରତୀୟ ଏବଂ ବିଶ୍ଵର ୧୮ ତମ ବ୍ୟକ୍ତି। ସେ ଜମ୍ମୁ କାଶ୍ମୀର ବିଧାନ ପରିଷଦର ସଭ୍ୟ ଏବଂ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରହିଛନ୍ତି। ୧୯୮୪ ମସିହାରେ ବୌଦ୍ଧ ଏବଂ ବାଲ୍ଟିଙ୍କୁ ଜନଜାତି ମାନ୍ୟତା ଦେବାପାଇଁ ଅନଶନ କରିଥିଲେ। ତାଙ୍କୁ ବୁଝେଇବା ପାଇଁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜେ ଲେହ ଯାଇଥିଲେ। ସୋନମ ୱାଙ୍ଗଚୁକ ବରଫସ୍ତୁପ ରେ ଜଳ ସଂରକ୍ଷଣ, ଭୌଗଳିକ ଆଧାରରେ ଶିକ୍ଷା, ଆଦି ଅନେକ କାମ କରିଛନ୍ତି। ସେ ଜଣେ ଇଞ୍ଜିନିୟର। ତାଙ୍କର କୌଣସି କାମକୁ ସେ ପେଟେଣ୍ଡ କରି ନାହାନ୍ତି। ତାଙ୍କ ଦ୍ଵାରା ଅନୁପ୍ରାଣିତ ଥ୍ରି ଇଡିଏଟସ ଫିଲ୍ମ ହୋଇଛି। ରମଣ ମାଗାେସେସେ ଓ ଅନେକ ଅନ୍ତଃରାଷ୍ଟ୍ରୀୟ ପୁରସ୍କାର ଦ୍ୱାରା ସେ ସମ୍ମାନିତ। ଲୋକଙ୍କ ମତରେ ପିତାଙ୍କ କାମକୁ ସେ ଆଗକୁ ନେଉଛନ୍ତି।
ଜୁନ ୨, ଦିନ ଏକ ଭିଡିଓ ବାର୍ତ୍ତାରେ ନିଜଆଡୁ ସୋନମ ୱାଙ୍ଗଚୁକ କହିଲେ, ଏହା ଯଦି ଛାତ୍ରମାନଙ୍କ ନିଜସ୍ଵ ଆନ୍ଦୋଳନ ତାହେଲେ ସେ ଯୋଗଦେବେ। ଶିକ୍ଷାମନ୍ତ୍ରୀଙ୍କ ଇସ୍ତାଫା କଥା ବି କହିଲେ।
ଜୁନ ୬, ଜନ୍ତର ମନ୍ତର ଧାରଣାରେ ଯୋଗଦେଲେ।
ଜୁନ ୨୮, ଅନିର୍ଦ୍ଦିଷ୍ଟ କାଳପାଇଁ ଅନଶନ ଆରମ୍ଭ କଲେ।
ଜୁଲାଇ ୧୮, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା।
ଜୁଲାଇ ୨୪, ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଡାକ୍ତରଖାନାରେ ତାଙ୍କର ଅନଶନ ପ୍ରତ୍ୟାହାର କଲେ।
ବିଷୟ ପ୍ରବେଶ ଅନଶନ ସ୍ଥଳ ଜନ୍ତର ମନ୍ତରରେ ଆମର ପ୍ରତିନିଧି ଉପସ୍ଥିତ ଥିଲେ। ସମଗ୍ର ପ୍ରକରଣ ଉପରେ ଜରିଆ ନିଜର ସାଧ୍ୟମତେ ତଥ୍ୟ ସଂଗ୍ରହ କରି ଆପଣଙ୍କ ପାଇଁ ଉପସ୍ଥାପନ କରୁଛି। ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶଙ୍କ କକରୋଜ ଟିପ୍ପଣି ‘ଜେନ-ଜୀ’ଙ୍କୁ ସଙ୍ଗଠିତ କରିଥିଲା। ଡିଜିଟାଲ ଯୁଗ ହୋଇଥିବା କାରଣରୁ ୭୦ ଦିନରେ ଗୋଟିଏ ଇତିହାସ ତିଆରି ହୋଇଗଲା। କକରୋଜ ଜନତା ପାର୍ଟି ନାମରେ ଏକ ଆଇଡ଼ି ଖୋଳିବାର କିଛିଦିନ ପରେ ଆଇଡି ଟି ଖବର ହୋଇଗଲା, ଯେତେବେଳେ ଫଲୋଅର୍ସ ସଂଖ୍ୟା ଶାସକ ଦଳକୁ ଟପିଗଲା। ଏହାପରେ ଭାରତରେ ଏହାକୁ ରଦ୍ଧ କରାଗଲା।

ସ୍ୱତଃ ସମସ୍ତ ବର୍ଗଙ୍କୁ ଏହ ଆକୃଷ୍ଟ କଲା। ଗୋଟିଏ ପରିବର୍ତ୍ତନର ସମୟ ଥିଲା। ସମାଜ ଏହି ସମୟ ପାଇଁ ପ୍ରସ୍ତୁତ ନଥିଲା। ମୁଖ୍ୟତଃ ମଧ୍ୟ ବର୍ଗ। ନିଜକୁ ମଧ୍ୟବର୍ଗରେ ସାମିଲ କରିବା ପାଇଁ ପ୍ରତିଯୋଗିତା କରୁଥିବା ସମାଜରେ ‘ଜେନ୍-ଜୀ’ ପାଇଁ ସମୟ ହିଁ ଦେଇ ନାହାନ୍ତି। ‘ଜେନ୍-ଜୀ’ଙ୍କୁ କାର୍ଟୁନର ପୃଥିବୀରେ ହଜେଇ ଦେଇଛନ୍ତି। ପରିବାରର ସୌହାର୍ଦ୍ଧ୍ୟପୂର୍ଣ୍ଣ ପରିବେଶରୁ ବାହାରି ଏକକ ପରିବାର ହୋଇ ଅନେକ ରହୁଛନ୍ତି। ‘ଜେନ୍-ଜୀ’ଙ୍କ ପାଇଁ ନିଜର ସ୍ବପ୍ନକୁ ଉଡ଼ାଣ ଦେବାପାଇଁ କକରୋଜ ଏକ ଆଧାର ହୋଇଗଲା। ସେମାନେ ଘୃଣା କି କ୍ରୋଧ କରି ନାହାନ୍ତି। କକରୋଜ ନାମକୁ ବିନା ପ୍ରତିକ୍ରିୟାରେ ସ୍ୱୀକାର କରି ନେଇଛନ୍ତି। ତାହା ଯେମିତି କେବଳ ନ୍ୟାୟାଧିଶ ସୂର୍ଯ୍ୟକାନ୍ତ ନୁହନ୍ତି ବ୍ୟବସ୍ଥା ଦେଇଥିବା ନାମ ଅଟେ ଯେମିତି। ଏତିକି ସଂଯୋଗ ଗୋଟିଏ ସମ୍ଭାବନା ପାଇଁ ଯଥେଷ୍ଟ ଥିଲା।
ଜେନ-ଏକ୍ସ ଓ ମିଲେନିୟର ଏମାନଙ୍କ ଅବିଭାବକ। ସମାଜର ଏହି ଦୁଇଟି ବର୍ଗ ସବୁଠାରୁ ଦ୍ୱନ୍ଦରେ ରହିଛନ୍ତି। ଶଗଡ଼ ଗାଡିରୁ ବୁଲେଟ ଟ୍ରେନ ଏବଂ ଡାକ ରୁ ଡିଜିଟାଲ ପର୍ଯ୍ୟନ୍ତ ପରିବର୍ତ୍ତନ ଏହି ଦୁଇବର୍ଗ ଦେଖିଛନ୍ତି। ଏମାନେ ହିଁ ଶିକ୍ଷାନୀତିକୁ ରୋଜଗାର ପାଇଁ କଠୋରତାର ସହ ପାଳନ କରିଛନ୍ତି। ଗାଁ ଜମି ବିକି ସହରକୁ ଆସିଛନ୍ତି। ‘ଜେନ୍-ଜୀ’ ଙ୍କୁ ତାଙ୍କ ଜେଜେ ଅଜାଙ୍କ ଛାତିରୁ ଓଟାରି ଡିଜିଟାଲ ପୃଥିବୀକୁ ଫୋପାଡି ଦେଇଛନ୍ତି। ବିଶ୍ୱାୟନ ପରେ ପରିବାରର ପରିଭାଷା ବଦଳି ଯାଇଛି। ଯେଉଁମାନେ କେବଳ ପରୀକ୍ଷା ନମ୍ବର ପାଇଁ ନିଜର ସଂସ୍କୃତି ଓ ଇତିହାସକୁ ପଢ଼ିଛନ୍ତି। ସମସ୍ତେ ବଜାରର ପ୍ରତିଯୋଗୀ ହୋଇ ଯାଇଛନ୍ତି। ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ବଜାର ଉପରେ ନିର୍ଭର କରୁଛନ୍ତି। ସମାଜର ଏହି ପରିସ୍ଥିତି କେବଳ ଅଧ୍ୟୟନରେ ସୀମିତ ରହିଛି। ସାହିତ୍ୟ ଜଗତ ଏହା ଉପରେ କିଛି କାମ କରିଛି। ଏହି ସ୍ଥିତିକୁ ନେଇ ଅନେକ ମାର୍ମିକ ସାହିତ୍ୟ ସୃଷ୍ଟି କରିଛନ୍ତି। ଏକାକୀତ୍ଵର ବିରହର। ସବୁଠାରୁ ଦୁଃଖର ବିଷୟ ‘ଜେନ୍-ଜୀ’ ର ଅବିଭାବକ ମାନେ ନିଜକୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରରେ ରଖିଛନ୍ତି। ତାଙ୍କୁ କୁହାଯାଇଛି ଅବା ସେମାନେ ସ୍ୱୀକାର କରି ନେଇଛନ୍ତି ରାଜନୀତି ବୟସ୍କ ଓ ପୌଢଙ୍କ ଏକାଧିପତ୍ୟର କ୍ଷେତ୍ର।
ବଜାର ଭରସାରେ ‘ଜେନ୍-ଜୀ’କୁ ଏକଲା କରି ଦେଇଛି ସମାଜ। ମଣିଷ ଗୋଷ୍ଠୀ ଜୀବନ ବଞ୍ଚୁଥିବା ଗୋଟିଏ ପ୍ରଜାତି। ଏକଲା ‘ଜେନ୍-ଜୀ’ ନିଜର ପୃଥିବୀ ତିଆରି କରି ସାରିଛି। କକରୋଜ ପ୍ରକାରଣରେ ‘ଜେନ୍-ଜୀ’ ବିଦେଶରେ ଥିବା ଜଣେ ଉଚ୍ଚଶିକ୍ଷିତ ଯୁବକକୁ ସୂତ୍ରଧର ମାନିବାରେ କାହାର କୁଣ୍ଠା ନଥିଲା। କକରୋଜ ପ୍ରକରଣ ଭିତରେ ନିଟ ପେପର ଲିକ ହୋଇଥିଲା। ପୁନଃ ପରୀକ୍ଷାର ପ୍ରକରଣ ଆରମ୍ଭ ହୁଏ। ପରୀକ୍ଷା ଘୋଷଣା ପୂର୍ବରୁ କୋଡିଏ ପିଲାଙ୍କ ଆତ୍ମହତ୍ୟା ଖବର ଆସେ।

ଜୁନ ୬, ଦିନ ଅଭିଜିତ ଦୀପକେ ବାବା ସାହେବଙ୍କ ଜୀବନୀ My autobiography ଧରି ବିମାନବନ୍ଦରରୁ ବାହାରନ୍ତି। ସମ୍ଭାବନାର ଦୃଶ୍ୟଟିଏ ଯେମିତି। ଚର୍ଚ୍ଚା ସତ୍ତ୍ୱେ ତାଙ୍କ କାର୍ଯ୍ୟକ୍ରମରେ କୌଣସି ବାଧା ହୁଏ ନାହିଁ। ଏହି ସବୁ ପ୍ରକ୍ରିୟା ସତ୍ତା ରାଜନୀତିରେ ସ୍ୱଭାବିକ କ୍ରିୟାମାନଙ୍କ ମଧ୍ୟରୁ ଗୋଟିଏ। ସୋନମ ୱାଙ୍ଗଚୁକଙ୍କ ଅନୁପ୍ରବେଶ ହୁଏ। ରାଜନୀତିକ ଚିନ୍ତକମାନଙ୍କ ମନରେ ପ୍ରଶ୍ନ ଆସେ। ଯୋଗେନ୍ଦ୍ର ଯାଦବ, ଅରବିନ୍ଦ କେଜ୍ରିୱାଲ ଆଦି ଗୋଟିଏ ବିଚାରଶୀଳ ରାଜନୀତିର ମୁର୍ଦ୍ଧନ୍ୟଙ୍କ ବୟାନ ଆସିବା ହେତୁ ‘ଜେନ୍-ଜୀ’ ଆନ୍ଦୋଳନ ବର୍ଗୀକରଣ ହୋଇଗଲା। ସତ୍ତା ରାଜନୀତି ମଧ୍ୟ ତଦୃପ ପ୍ରତିକ୍ରିୟା ଦେଖାଇବ ନିଶ୍ଚୟ। କମ ସମୟ ପୂର୍ବରୁ ଲଦାଖ ପାଇଁ ସାମ୍ବିଧାନିକ ଅଧିକାର ଦାବୀରେ ଅନଶନରେ ବସିଥିଲେ। ସରକାର ତାଙ୍କୁ ଗିରଫ କରି ଜେଲରେ ରଖିଥିଲେ। ଫଳତଃ ତାଙ୍କର ଉପସ୍ଥିତି ରାଜନୈତିକ ପ୍ରଶ୍ନ ତିଆରି କଲା। ‘ଜେନ୍-ଜୀ’ ସମାଜର ଅଂଶ। ତାଙ୍କୁ ପ୍ରକାରାନ୍ତେ ନିଜର ବୌଦ୍ଧିକ ସମ୍ପତ୍ତି ବୋଲି ଦାବୀ କରିବା ଠିକ ନୁହେଁ। ସେ କୌଣସି ରାଜନୈତିକ ଦଳ ହେଉ କି ଅଣ ‘ଜେନ-ଜୀ’। ଜନ୍ତର ମନ୍ତରରେ ଏହି ଦିନ ‘ଜେନ୍-ଜୀ’ ଯେଉଁ ଶାଳୀନତା ପ୍ରଦର୍ଶନ କଲା ଲୋକେ ଆଶ୍ୱସ୍ଥ ହେଲେ। ‘ଜେନ୍-ଜୀ’ ନିଜର ଶୃଙ୍ଖଳା ଓ ବିଚାରଗତ ଆଚରଣରେ ସମଗ୍ର ଦେଶର ଅବିଭାବକଙ୍କୁ ସୂଚନା ଦେଲେ ଯେମିତି। ଆମେ ଦେଶ ପାଇଁ ତୁମଠୁ ଅଧିକ ଯୋଗ୍ୟ।
ଏହି ସମୟ ପର୍ଯ୍ୟନ୍ତ ଗୋଟିଏ ପରିସ୍ଥିତିକୁ ବୁଝାଯାଉ। ଦିଲ୍ଲୀରେ ଆମ ଆଦମି ପାର୍ଟି ସତ୍ତାରୁ ବାହାରି ଖିନଭିନ ହୋଇଯାଇଛି। ପୂର୍ବତନ ଆପ କାର୍ଯ୍ୟକର୍ତ୍ତା ଅଭିଜିତ ଦୀପକେ, ଗଣମାଧ୍ୟମରେ ବୟାନ ଆଦି ସରକାରଙ୍କୁ ତଦନୁରୂପ ପ୍ରସ୍ତୁତ କଲା। ବିଶ୍ୱାୟନ ପରେ ଏନଜିଓ ଗୋଟିଏ ସଂସ୍କୃତି ତିଆରି କରିଥିଲା। ଗ୍ରାମ ସ୍ତରରେ କାମ କରୁଥିଲା ଏବଂ ଶାସନର ଗୋଟିଏ ଅଂଶ ହୋଇ ସାରିଥିଲା ଯେମିତି। ସରକାରଙ୍କ ଅନେକ ଦସ୍ତାବେଜ ନିଶ୍ଚୟ ହାତକୁ ଆସିଲା। ତୃଣମୂଳ ସ୍ତରରୁ ଶିଖର ପର୍ଯ୍ୟନ୍ତ ନିଜର ଉପସ୍ଥିତି ରହିଥିବା ହେତୁ ରାଜନୀତି କରିବା କଠିଣ ବ୍ୟାପାର ନୁହେଁ। ଆନ୍ନା ହଜାରେଙ୍କୁ ରାଜନୈତିକ ଚେହେରା ଭାବେ ଅବରୋପିତ କରି ଜନ ଲାକପାଳ ଆଇନ ପାଇଁ ଆନ୍ଦୋଳନ କରନ୍ତି। ଏହି ଆନ୍ଦୋଳନର ଉଦ୍ଦେଶ୍ୟ ଯାହା ବି ଥାଉ କିନ୍ତୁ ପରବର୍ତ୍ତୀ ସମୟରେ ଆନ୍ଦୋଳନ, ରାଜନୀତିକ ଦଳ ଭାବରେ ଆପ ନାମରେ ପରିଦୃଶ୍ୟ ହୋଇଛି। ସଫଳତାର ସହ ଦିଲ୍ଲୀ ଶାସନ କରିଛନ୍ତି; ସଫଳ କୃଷକ ଆନ୍ଦୋଳନ ପରେ ପଞ୍ଜାବରେ ସତ୍ତା ହାସିଲ କରିଛନ୍ତି। କିନ୍ତୁ ସମଗ୍ର ଦେଶରେ ନିଜକୁ ଗୋଟିଏ ରାଷ୍ଟ୍ରୀୟ ରାଜନୀତିକ ଶକ୍ତି ଭାବରେ ପରିଚିତ କରି ପାରିଲା ନାହିଁ। ଆନ୍ଦୋଳନର ପରବର୍ତ୍ତୀ ସମୟରେ ଅନେକ ବିପକ୍ଷ ରାଜନୀତିକ ପ୍ରତିକ୍ରିୟାରୁ ବଞ୍ଚିବା ପାଇଁ ନିଜକୁ ସିଭିଲ ସୋସାଇଟି ନାମରେ ସୁରକ୍ଷିତ ରଖି ପାରିଲେ। ଭାରତର ରାଜନୀତି, ଭାରତର ସଭ୍ୟତା ଏତକ ବୟସର। ଏଠାରେ କୋଡିଏ ବର୍ଷ ସେବା କରି ରାଜନୀତି କରିବା ସହଜ ନୁହେଁ। ଗୋଟିଏ ପ୍ରାଚୀନ ସଂସ୍କୃତିରେ ଲୋକେ ପରସ୍ପର ସହଯୋଗରେ ବଞ୍ଚନ୍ତି। ଅସଂଖ୍ୟ ରାଜନୀତିକ ପରିବର୍ତ୍ତନ ଦେଖିଛନ୍ତି। ସମସ୍ତ ପରିସ୍ଥିତିରେ ନିଜର ଭାରତୀୟତାର ମୌଳିକତାକୁ ସୁରକ୍ଷିତ ରଖି ପାରିଛନ୍ତି। ନିକଟ ଅତୀତରେ କୋଭିଡ-୧୯ ସମୟରେ ଲୋକେ ପ୍ରମାଣ କରି ଦେଖେଇ ଦେଇଛନ୍ତି।

‘ଜେନ୍-ଜୀ’ ଆନ୍ଦୋଳନକୁ ସରକାର ଗୋଟିଏ ରାଜନୈତିକ ଆନ୍ଦୋଳନ ଭାବେ ଦେଖିଛନ୍ତି। ତଦୃପ ରାଜନୈତିକ ବ୍ୟବହାର ମଧ୍ୟ ଦେଇଛନ୍ତି। ସରକାରଙ୍କ ନିକଟରେ ଆଶ୍ୱାସନା ଟିଏ ଅଛି। ଶ୍ରୀଲଙ୍କା, ବଙ୍ଗଲାଦେଶ କି ନେପାଳ ଭଳି ପରିସ୍ଥିତି ନ ହେବା ପାଇଁ ଜଣେ ମୂର୍ଦ୍ଧନ୍ୟ ତ ଅଛନ୍ତି। ସୋନମ ୱାଙ୍ଗଚୁକଙ୍କୁ ନିଜ ଆକ୍ତିଆରକୁ ନେଇ ଯାଇଛନ୍ତି। ଏହି ଘଟଣା ପ୍ରବାହ ଭିତରେ ‘ଜେନ୍-ଜୀ’ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିମାଡ ଓ ଲୁହବୁହା ଗ୍ୟାସର ପ୍ରୟୋଗ ହୋଇଛି। ଏହାପରେ ଜନ୍ତର ମନ୍ତରରୁ ‘ଜେନ୍-ଜୀ’ ସମଗ୍ର ଦେଶକୁ ଚମକାଇ ଦେଇଛନ୍ତି। ଆନ୍ଦୋଳନର ଇତିହାସରେ ଏତେ ସଂସ୍କୃତି ସମ୍ପନ୍ନ ଆନ୍ଦୋଳନ କେହି ଦେଖି ନଥିବେ କି ଶୁଣି ନଥିବେ। ଲାଠି ମାଡଦେଇ ଘରକୁ ଫେରୁଥିବା ପୋଲିସଙ୍କୁ କହିଛନ୍ତି ଘରକୁ ଯାଇ କହିବେ ଆଜ୍ଞା ଆଜି ଆମେ ଭଲକାମ କରି ଆସିଛୁ। ଦେଶର ପ୍ରତିଟି ପରିବାରଙ୍କ ହେତୁ ଉଦୟ ହୋଇଛି ! ଆରେ ଏମାନେ ତ ମୋର ପରିବାରର ସନ୍ତାନ ! ଦେଶର କୋଣ ଅନୁକୋଣରୁ ଖାଦ୍ୟ ପଠେଇଛନ୍ତି। ଅଭିଜିତ ଦୀପକେ, ଦେଶବାସୀଙ୍କୁ ଅନୁରୋଧ କରିବାକୁ ପଡ଼ିଛି। ଆମେ ମାଗିବୁ ଆପଣଙ୍କୁ, ଆପଣ ଅଧିକ ଖାଦ୍ୟ ପଠେଇ ଦେଉଛନ୍ତି ଏଠାରେ ନଷ୍ଟ ହୋଇ ଯାଉଛି।
‘ଜେନ୍-ଜୀ’ଙ୍କ ଲୀଳାଖେଳା ଦେଶବାସୀଙ୍କୁ ମୋହିତ କରି ଦେଇଛି। ତାଙ୍କର ପସନ୍ଦର ଖାଦ୍ୟ ବରଗର, ପିଜ୍ଜା ପଠେଇଛନ୍ତି। ଦେଶବାସୀ ସାହିନବାଗକୁ ଫୁଡପାର୍କ କରି ଦେଇଛନ୍ତି। ଗୁରୁଦ୍ୱାରା, ମସଜିଦ, ଶିଖଙ୍କ ବ୍ୟକ୍ତିଗତ ଘର ବ୍ୟବହାର କରିବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ସମେତ ଦେଶର ପ୍ରତିଟି ଲୋକ ସାହିନବାଗର ସୁରକ୍ଷାରେ ଅଛନ୍ତି। ପିଟୁଥିବା ପୋଲିସର ସେବା କରୁଛନ୍ତି ପିଲାମାନେ। ସମସ୍ତ ସାହିନବାଗକୁ ସଫା ରଖୁଛନ୍ତି। ଦିନରେ ଲାଠି ରାତିରେ ପାର୍ଟି ହେଉଛି। ଇତିହାସରେ ଜେନ -ଏକ୍ସ ଓ ମିଲେନିୟରଙ୍କ ପାଇଁ ଏତିକି ମାତ୍ର ଆଶ୍ୱାସନା ଯେ ସେମାନେ ଦେଶକୁ ଗୋଟିଏ ସମର୍ଥ ପିଢ଼ୀ ହାତରେ ଦେଉଛନ୍ତି। ଏହାପରେ ସମଗ୍ର ଦେଶ ଜନ୍ତର ମନ୍ତର ଉପରେ ଦୃଷ୍ଟି ରଖିଛି। ଆନ୍ଦୋଳନରେ ନିଜକୁ ସାମିଲ କରି ନେଇଛି। ରାଜନୀତିରେ ଭାରତର ପାରମ୍ପାରିକ ଶତୃ ପାକିସ୍ଥାନର ‘ଜେନ୍-ଜୀ’ ଭାରତୀୟ ‘ଜେନ୍-ଜୀ’ର ଫେନ ହୋଇ ଯାଇଛନ୍ତି। ଶାସକଙ୍କ ନାକତଳେ ଗାନ୍ଧୀ, ଆମ୍ବେଦକର, ନେତାଜୀ, ଭଗତସିଂ ବୁଲୁଛନ୍ତି ଯେମିତି। ତାଙ୍କର ପ୍ରତ୍ୟୁତ୍ପନ୍ନମତିତା ଦେଶକୁ ହତବାକ କରିଛି। ସେମାନେ ନିଜର ତମାମ କ୍ଷମତା ସହ ଦେଶକୁ ହସଉଛନ୍ତି, କନ୍ଦଉଛନ୍ତି, ବାତ୍ସଲ୍ୟରେ ଭରିଦେଉଛନ୍ତି ଦେଶର ହୃଦୟକୁ। ସରକାର / ଇସ୍ତାଫା / ସାନମ ୱାଙ୍ଗଚୁକ ସମସ୍ତେ ଗୌଣ ହୋଇ ଯାଉଛନ୍ତି। ପିଲାଙ୍କ ଗହଣରେ ମୁଁ ନିଜକୁ ଖୁବ ସୁରକ୍ଷିତ ଭାବୁଛି ବୋଲି କହୁଛି ଜଣେ ଝିଅ। ଦେଶର ପ୍ରତିଟି ଅବିଭାବକ ଆଶ୍ୱସ୍ଥ ହୋଇଥିବ ନିଶ୍ଚୟ ବୁଦ୍ଧିମାନ ଜ୍ଞାନୀ ପିଢ଼ୀ ହାତକୁ ଦେଶ ଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ‘ଜେନ-ଜୀ’ ଆନ୍ଦୋଳନକୁ ରାଜନୈତିକ ଆନ୍ଦୋଳନ ଭାବେ ନେଉଥିଲେ। ସୋନମ ସାର ଅନଶନ ଭାଙ୍ଗିଲା ପରେ ନିଦରୁ ଉଠି ପ୍ରଧାନମନ୍ତ୍ରୀ ‘ଜେନ-ଜୀ’ଙ୍କୁ ଫ୍ରେଣ୍ଡେସ ସମ୍ବୋଧନ କରୁଛନ୍ତି। କିନ୍ତୁ ପରିସ୍ଥିତି ଅପରିବର୍ତ୍ତିତ ରହିଛି। ଦଳମତ ନିର୍ବିଶେଷରେ ସମସ୍ତେ ଗୋଟିଏ ସ୍ନେହିଲ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ଜନ୍ତର ମନ୍ତରରୁ ପ୍ରଧାନମନ୍ତ୍ରୀଙ୍କୁ ଛିଗଲଉଛନ୍ତି, ଦେଶର ବିଭିନ୍ନ ସ୍ଥାନକୁ ପ୍ରସରି ଯାଉଛି ଆନ୍ଦୋଳନ। ମୁମ୍ବାଇରେ ପୋଲିସ ଭେନକୁ ରୀୟା ଅହିର ଏକଲା ଅଟକାଇ ରଖୁଛି। ମହମ୍ମଦ ଜୁନେଦ ସାହିନବାଗରେ ଦିନରାତି ସେବା କରୁଛି। ପୋଲିସ ୱାଟର କେନନ ବ୍ୟବହାର କରୁଛି କିନ୍ତୁ ବିହାରରେ ‘ଜେନ-ଜୀ’ ଭିଜି ଭିଜି ନାଚୁଛନ୍ତି। ଶାସନ ଓ ସରକାରକୁ ଆଡ ଆଖିରେ ନେଇ ନିଜର ମସ୍ତିରେ ନିଜର ଆନ୍ଦୋଳନ ଚଳଉଛନ୍ତି ‘ଜେନ-ଜୀ’। ନିଜ ନିଜର ତରିକାରେ ଭାରତୀୟତାର ବାର୍ତ୍ତା ଦେଇ ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ‘ଜେନ-ଜୀ’। ଜାତି ଧର୍ମ ରାଜନୀତି ମତ ବାଦ ଆଦି ସମସ୍ତଙ୍କ ସୀମାଡେଇଁ ମାନବତାର ମହାସାଗରକୁ ଅନୁଭବ କରୁଛନ୍ତସୋଡ ସମସ୍ତେ। ଆନ୍ଦୋଳନ ଅନନ୍ୟ ହେଇଯାଉଛି, ଦିବ୍ୟ ହେଇ ଯାଉଛି।
ୱାଙ୍ଗଚୁକଙ୍କ ଅପସାରଣ ପରେ ସରକାର ‘ଜେନ-ଜୀ’କୁ ବୁଝି ପାରିଛନ୍ତି। ଯାହାଙ୍କୁ ମୁଖ୍ୟବନ୍ଦୁ ବିଚାର କରୁଥିଲେ ସେ ତ ଅତିଥି କି ଆଗନ୍ତୁକ ଜଣେ। ଶେଷରେ ଶିକ୍ଷାମନ୍ତ୍ରୀ ବାଧ୍ୟ ହୋଇ ଇସ୍ତାଫା ଦେଇଛନ୍ତି।
ଆଗକୁ ସତ୍ତା ରାଜନୀତି ପାଇଁ ଅଭିଜିତ ଦୀପକେ ମନା କରିଛନ୍ତି। ‘ଜେନ-ଜୀ’ ଆନ୍ଦୋଳନ ନିଜର ସମାପନ ଘୋଷଣା କରିଛି।
ମାନବ ପ୍ରଜାତି ନିଜର ତମାମ ରାଜନୀତିକ ଇତିହାସରେ ଏଭଳି ସୁଦୂର ପ୍ରସାରୀ ଓ ପ୍ରଭାବୀ ଆନ୍ଦୋଳନ ଦେଖି ନଥିବ। ନିଜକୁ ସକ୍ଷମ ବୋଲି ‘ଜେନ-ଜୀ’ର ଅବିଭାବକ ମାନେ ତାଙ୍କର ସମୟକୁ ଦେଖେଇ ପାରି ନାହାନ୍ତି। କିନ୍ତୁ ‘ଜେନ-ଜୀ’ ତାହା କରିଛି। ପୂର୍ବପିଢ଼ୀଙ୍କୁ ବିଜ୍ଞ ଓ ଶିକ୍ଷିତ; ସକ୍ଷମ ଓ ପ୍ରଭାବୀ ସବୁଠାରୁ ବଡ଼କଥା ପ୍ରେମରେ ପରିପୂର୍ଣ୍ଣ ହୃଦୟର ସମୂହ। ଜେନ-ଏକ୍ସ ଓ ମିଲେନିୟର ଯେଉଁ ପ୍ରଯୁକ୍ତିର ପୃଥିବୀ ତିଆରି କରିଛନ୍ତି ତାକୁ ଠିକ ଠିକ ଆଗକୁ ନେଇ ପାରିବେ। ରାସ୍ତା ଓ ହୃଦୟ ଉଭୟକୁ ସଫା ରଖି ପାରିବେ।
ଆନ୍ଦୋଳନ ଚରିତ୍ର

ଯାଗାଯୋଗ ଡିଜିଟାଲ ଯୁଗରେ GlobalVillage ହୋଇ ସାରିଛି ପୃଥିବୀ। ଯୋଗାଯୋଗ ପାଇଁ କୌଣସି ବାଧା ନାହିଁ। ଏଥିଯୋଗୁଁ ୧୫ ତାରିଖର ବୟାନ ୧୬ ତାରିଖ ବୋଷ୍ଟନରେ ପ୍ରତିକ୍ରିୟା କରିଛି ଓ ୧୭ ତାରିଖ ଗୋଟିଏ ଆନ୍ଦୋଳନର ପ୍ରାରମ୍ଭିକ ରୂପ ନେଇ ପାରିଛି। ଯୋଗାଯୋଗ କାରଣରୁ ହିଁ ୭୦ ଦିନର ଗୋଟିଏ ଘଟଣା ପ୍ରବାହ ଭାରତ ଇତିହାସରେ ଗୋଟିଏ ମୂଲ୍ୟବାନ ଦସ୍ତାବେଜ ହୋଇ ପାରିଛି।
ସୂଚନା ସାମୁହିକ କାର୍ଯ୍ୟରେ ସୂଚନା ବେଶ ଗୁରୁତ୍ୱ ରଖେ। ଅଙ୍ଗଭଙ୍ଗୀ (body language), କାର୍ଯ୍ୟ ଓ ସଂଳାପ ସାମୁହିକ ସୂଚନା ପାଇଁ ପ୍ରମୁଖ ମାଧ୍ୟମ ହୋଇଥାଏ। ଦୀପକେ ଆମ୍ବେଦକରଙ୍କ ଜୀବନୀ ପୁସ୍ତକ ନେଇ ବିମାନ ବନ୍ଦରରୁ ଆସିବା, ପୋଲିସ ସହ ବ୍ୟବହାର, ରିଲ୍ସ୍, ସଂଳାପ ମୁଖ୍ୟତଃ ସୋନମ ସାରଙ୍କ ଅନଶନ ଭାଙ୍ଗିବା ପରେବି ଆନ୍ଦୋଳନକୁ ଅବିଚଳିତ ରଖିବା। ସାମ୍ବିଧାନିକ ଅଧିକାର ସହ ଗାନ୍ଧୀବାଦକୁ ପାଳନ କରିବା; ଭଗତ ସିଂ, ନେତାଜୀଙ୍କ ଭଳି ଦର୍ପ ପ୍ରଦର୍ଶନ, ଧର୍ମ ଓ ଜାତିକୁ ନ୍ୟୁନ କରିଦେବା। ଏସବୁ ଗୋଟିଏ ଅଭିନବ ସୂଚନାତନ୍ତ୍ର ତିଆରି କରି ପାରିଲା।
ଉପସ୍ଥାପନ କକ୍ରୋଜ ବା ଅସରପା ନାମକୁ ନିର୍ବିକାର ଗ୍ରହଣ କରି ନିଆଗଲା। ତାପରେ ଗୋଟିଏ ଦାବୀ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତାଫା। ଯୁବପିଢ଼ୀ ଓ ଛାତ୍ରଙ୍କ ସମସ୍ୟାର ଲମ୍ବା ତାଳିକା ରହିଛି ଦେଶରେ। କାହା ଉପରେ ଚର୍ଚ୍ଚା ନୁହେଁ। ଗୋଟିଏ ଦାବୀ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତାଫା। ଏହି ଗୋଟିଏ ଦାବୀକୁ ନେଇ ପରିବେଶ ତିଆରି କରନ୍ତି। ମିମ୍ସରେ, ରିଲ୍ସରେ, ବ୍ଲଗରେ ନିଜର ମୋହକ ଓ ସଶକ୍ତ ପ୍ରତିପକ୍ଷ ନିକଟରେ ନିଜକୁ ଜାହିର କରନ୍ତି। ଗୋଟିଏ ପଟେ ସଶକ୍ତ ସୁରକ୍ଷାବଳ ଅନ୍ୟପଟେ ପ୍ରତିରୋଧ। ଶାନ୍ତି ଓ ମୈତ୍ରିପୂର୍ଣ୍ଣ ସହାବସ୍ଥାନ। ଦେଶ କେବେ ଦେଖିନଥିବା ଉପସ୍ଥାପନ। ଏତେ ସଶକ୍ତ ଉପସ୍ଥାପନ ଯେ ଯିଏବି ଗାନ୍ଧୀ, ଆମ୍ବେଦକର ଏବଂ ଆମର ମହାପୁରୁଷଙ୍କ ସକ୍ଷାତ କରିବ। ମହାଭାରତ ଯୁଦ୍ଧର ସୂର୍ଯ୍ୟାସ୍ତ ପରର ଦୃଶ୍ୟ। ନବାଜ ଆଦା କରୁଥିବା ଲୋକକୁ ତିଲକଧାରୀ ପଙ୍ଖା କରୁଥିବାର ମୈତ୍ରି। ଏପରି କେହି କେବେ ଦେଖି ନଥିଲେ। ଉପସ୍ଥାପନା ଶୈଳୀ ଜଟିଳତା ଭିତରେ ସହଜତା ଥିଲା। ନିଶ୍ଚିତ ଅନନ୍ୟ ଥିଲା।
ଭାଷା ଭାଷା ଗୋଟିଏ ଆନ୍ଦୋଳନ ପାଇଁ ବିଶେଷ ମହତ୍ତ୍ୱ ରଖେ। ଭାଷାର କୌଣସି ବନ୍ଧନ ନଥିଲା କିନ୍ତୁ ସୀମା ଥିଲା। କଟାକ୍ଷ ହେଉକି ଶ୍ଲୋଗାନ ଚଳନ୍ତି ଭାଷା ଓ ରଚନାତ୍ମକ ଢଙ୍ଗରେ ପରିବେଷଣ। ଆଳଙ୍କାରିକ କରିବା ପ୍ରୟାସରେ ଭାବ ଅସ୍ପଷ୍ଟ ହେଇ ନଯାଉ ଏ ପ୍ରୟାସବି ନଥିଲା। ସିଧା ସିଧା କିନ୍ତୁ ଭାବ ବ୍ୟକ୍ତ କରିବାରେ ଅସହଜ ହେଉ ନଥିଲେ। ସବୁଠାରୁ ବଡ଼କଥା ଭାଷାରେ ମିଥର ପ୍ରୟୋଗ ନଥିଲା, ନୂଆ ଢଙ୍ଗର ଚଳନ୍ତି ଭାଷା। ସୃଜନଶୀଳ ଭାଷା ଥିଲା। ଭଦ୍ର ଅଭଦ୍ର ର ସୀମା ବାହାରେ ସୃଜନଶୀଳ ହାସ୍ୟ ଓ ଚିନ୍ତନ ଉଭୟର ସମାବେଶ। ସୁରକ୍ଷାବଳ ଉପରେ ଆକ୍ରମଣ ହୋଇଛି। ଆନ୍ଦୋଳନକାରୀଙ୍କ ଉପରେ ଯତିକି ଆକ୍ରମଣ କରା ଯାଇଛି ସେହି ଅନୁପାତରେ ବହୁତ କମ। ଜଣେ ପୋଲିସକୁ ପ୍ରଶ୍ନ କରୁଛନ୍ତି, ଆମେବିତ ଆପଣଙ୍କ ସନ୍ତାନ ଭଳି, ପିଟୁଛନ୍ତି କାହିଁକି ଆମକୁ? ଆହତ ପୋଲିସର ସେବା କରୁଛନ୍ତି, ପଙ୍ଖା କରୁଛନ୍ତି।
ପ୍ରତିବାଦ ମିଡିଆକୁ ଦୁଇ ପ୍ରକାର ସମ୍ମାନ ଦେଇଛନ୍ତି, ସରକାର ପକ୍ଷଧର ମିଡିଆକୁ ରିପୋଟିଂ କଳାବେଳେ ବାଧା ଦେଇଛନ୍ତି। ଜଣେ ଜାତୀୟ ସ୍ତରର ପତ୍ରକାରଙ୍କୁ ବହୁତ ଛିଗୁଲାଇଛନ୍ତି। ପତ୍ରକାର ଜଣକ ନିଜ କାମ କରୁଛନ୍ତି। ପରେ ଆସି ସମସ୍ତେ କ୍ଷମା ମାଗିଛନ୍ତି। ସ୍ୱାଧିନ ପତ୍ରକାର, ୟୁଟ୍ୟୁବର, କଣ୍ଟେଣ୍ଟ କ୍ରିଏଟର ମାନଙ୍କ ମାଧ୍ୟମରେ ସଠିକ ଚିତ୍ର ଲୋକଙ୍କ ନିକଟକୁ ପହଞ୍ଚିଛି। ପତ୍ରକାରିତାର ପ୍ରାରୂପ ଭଲ ବୁଝିଛନ୍ତି ସେମାନେ।ପୋଲିସ, ମିଡ଼ିଆ, ପ୍ରଶ୍ନକର୍ତ୍ତା ସମସ୍ତଙ୍କୁ ଶାଳୀନତାର ସହ ଜବାବ ଦେଇ ନିଜର ଦାବୀ ରଖିଛନ୍ତି। ସଫଳ ହୋଇଛନ୍ତି। ସୋନମ ୱାଙ୍ଗଚୁକ ଅପସରି ଯିବାପରେ ସେମାନେ ଦେଖେଇ ଦେଇଛନ୍ତି, ସେମାନେ ଗୋଟିଏ ଉନ୍ନତ ସମାଜର ପ୍ରତିନିଧି ଅଟନ୍ତି। ସତ୍ତା ରାଜନୀତି ଅଲଗା କଥା।
ଉପସଂହାର ‘ଜେନ-ଜୀ’ ନିଜର ଦାବୀ ରଖୁଥିଲା। ଏହାକୁ ରାଜନୀତିକରଣ କରିବା କୌଣସି କାରଣ ନଥିଲା। ଯେଉଁକାମ ୧୨ ବର୍ଷ ଧରି ଏତେ ଏତେ ରାଜନୀତି ବିଶାରଦ କରି ପାରି ନଥିଲେ ସେ କାମ ୭୦ ଦିନର ଇତିହାସରେ ଅଧା ସମୟରେ କରି ଦେଖେଇଦେଲେ। ରାଜନୀତି କ୍ଷେତ୍ରର ସମସ୍ତେ ଶିକ୍ଷା ନେବା ଉଚିତ। ଯେଉଁ ଶକ୍ତିଶାଳୀ ସରକାର କାହାକୁ କେବେ ଖାତିର କରି ନାହିଁ ତାର ସମ୍ମୁଖରେ ଯୁବକ ଯୁବତୀଙ୍କୁ ଗୋଟିଏ ରାଜନୈତିକ ପ୍ରତିଦ୍ବନ୍ଦୀ ବୋଲି ନିଜ ନିଜର ସ୍ତରରେ ପ୍ରଚାର କରିବା ଅପରାଧ ନୁହେଁ କି ?

RSS ଶହେ ବର୍ଷର ଇତିହାସ ରଖେ କିନ୍ତୁ ତାର ଆଧାର ପ୍ରାଚୀନ ସନାତନ ଧର୍ମକୁ ସଂଗଠିତ କରି ରାଜନୀତି କରେ। ଗାନ୍ଧୀ ହତ୍ୟାର ଅପବାଦରୁ ନିଜକୁ ମୁକୁଳେଇ ପାରିନାହିଁ। କିନ୍ତୁ ୧୨ ବର୍ଷ ନିଷ୍କଣ୍ଟକ ଶାସନ କରୁଛି। ବିରୋଧି ସ୍ଵର ଶାମ ଦାମ ଦଣ୍ଡ ଭେଦରେ ନିରବି ଯାଇଛି। ନିଜର ପରାଜୟ ମାନଙ୍କ ପ୍ରତିଶୋଧ ଯୁବପିଢୀ କାନ୍ଧରେ ବନ୍ଧୁକ ରଖି ନେବା ଅପରାଧ ନିଶ୍ଚୟ। ଜନ୍ତର ମନ୍ତରରେ ପିଟୁଥିବା ପୋଲିସର ସନ୍ତାନ, ଶାସକ ଦଳରେ ପ୍ରଭାବୀ ନେତାଙ୍କ ସନ୍ତାନ ଏପରିକି କିଛି RSS ସଭ୍ୟ ମଧ୍ୟ ଯୋଗ ଦେଇଛନ୍ତି। ଏହା କୌଣସି ରାଜନୈତିକ ଦଳ କି ଆଦର୍ଶର ଆକର୍ଷଣ ନୁହେଁ ନିଶ୍ଚୟ। ନିଜର ପିଢ଼ୀ ସହ ଠିଆ ହେବାର ସହଜାତ ଇଚ୍ଛା। ଅଥବା ମାନବୀୟ ପ୍ରବୃତ୍ତି ହିଁ ଅଟେ।
ବର୍ଗ କାହାର ସମ୍ପତ୍ତି ନୁହେଁ ନା ନୀତି, ନା ରାଜନୀତିର ! ସେମାନେ ଏହି ଦେଶକୁ ଚଳେଇବେ। ତାଙ୍କର ଅବିଭାବକ ମାନେ ବହୁତ ତ୍ୟାଗ କରିଛନ୍ତି ତାଙ୍କୁ ମଣିଷ କରିବା ପାଇଁ। ତାଙ୍କୁ ସମ୍ପତ୍ତି ଭାବିବା ଅପରାଧ ଅଟେ। ସେମାନେ ମାନବତାର ଅଂଶ, ମାନବତାର ନୈସର୍ଗିକ ସମ୍ପତ୍ତି।
‘ଜେନ-ଜୀ’ ଆନ୍ଦୋଳନକାରୀ ଯଦି ରାଜନୀତି କରିବେ ତାଙ୍କୁ ସ୍ଵାଗତ କରନ୍ତୁ। ନିଶ୍ଚିତ ଏକ ଉନ୍ନତ ଶାସନ ଦେବେ। ଯଦି ଗାନ୍ଧୀ ଜନ୍ତର ମନ୍ତର ଆନ୍ଦୋଳନ ଦେଖିଥାନ୍ତେ ନିଶ୍ଚୟ ନିଜର ପ୍ରିୟତମ କାହାକୁ ଚିଠି ଲେଖିଥାନ୍ତେ, ‘ମୋ ବିଚାରର ରାମରାଜ୍ୟ ପାଇବାକୁ ଆଠ ଦଶନ୍ଧୀ ଅପେକ୍ଷା କରିବାକୁ ପଡ଼ିଲା’।
ଭାରତର ପଡ଼ୋଶୀ ଦେଶମାନଙ୍କ ଜେନ-ଜୀ ଆନ୍ଦୋଳନ ଓ ଭାରତର ଆନ୍ଦୋଳନ ଗୁଣାତ୍ମକ ଓ ଚରିତ୍ର ଗତ ଦୃଷ୍ଟିରୁ ବେଶ ଅନ୍ତର ରଖେ। ଦେଶବାସୀ ଖୁସି ହେବାକଥା ଗାନ୍ଧୀଙ୍କ ସ୍ପନ୍ଦନ ଧିମେଇ ଯାଇନାହିଁ।

ଫଟୋ ସୌଜନ୍ୟ: ଗୁଗୁଲ, ଚାଟ ଜିପିଟି
LIKE THIS ARTICLE
Give us a thumbs up!
0 Comments