July 26, 2026 | By Rajib Sagaria | 6 min read | 23 views

ସୃଜନୀ ସମ୍ପାନ, ଚେନ୍ନାଇ: ଯୁଗେ ଯୁଗେ ଜଗନ୍ନାଥ

ସମସ୍ତଙ୍କୁ ଯଥାମାନ୍ୟ

ମୁଁ ବୃତ୍ତିଗତ ଭାବେ ଜଣେ ପତ୍ରକାର ହୋଇଥିବା କାରଣରୁ ଜଣେ ବିଶେଷଜ୍ଞ ଭଳି ଜଗନ୍ନାଥ ମହିମା ଉପସ୍ଥାପନ ପାଇଁ ଅସମର୍ଥ ଅଟେ। ତେଣୁ ମୁଁ କିଛି ଉଦାହରଣ ସହ ଜଗନ୍ନାଥଙ୍କ ଗୋଟିଏ ରୂପ ଉପସ୍ଥାପନ ପାଇଁ ପ୍ରୟାସ କରିବି। ଆପଣ ସମସ୍ତେ ବିଜ୍ଞ ଓ ବିଦୂଷୀ ଅଛନ୍ତି। ଆପଣଙ୍କୁ ପ୍ରଣାମ କରି ମୋର ଉପସ୍ଥାପନା କରୁଛି।

ରାଣୀପୁର ଝରିଏଲ

କାଠ / ଦାରୁ ବ୍ୟବହାର ପୂର୍ବରୁ ପଥର ବ୍ୟବହାର ହେଉଥିଲା। ପଥର ସଭ୍ୟତା ପରିଚୟର ଆଧାର ଥିବା କାରଣରୁ ମାନବ ଇତିହାସକୁ ପ୍ରସ୍ତରଯୁଗ କ୍ରମରେ ପରିଚୟ ଦିଆଯାଏ। ୧୯୯୮  ପରେ ବଲାଙ୍ଗୀର ଜିଲ୍ଲା ତେତେଲଖୁଟି ଗ୍ରାମରେ ପ୍ରସ୍ତରର ତିନି ବିଗ୍ରହ ଆବିଷ୍କାର ହେଇଛନ୍ତି। ଏଥିରୁ ଜଗନ୍ନାଥଙ୍କ ପ୍ରାଚୀନତା ବିଷୟରେ ଧାରଣା କରା ଯାଇପାରେ।

ଏଥି ପୂର୍ବରୁ ଡ. ଜିତାମିତ୍ର ପ୍ରସାଦ ସିଂ ଦେଓ ନୂଆପଡ଼ା ଜିଲ୍ଲା ତୁକଲା ନିକଟସ୍ଥ ଯୋଗୀମଠର ଗୁମ୍ଫାଚିତ୍ର କଥା ଉଲ୍ଲେଖ କରିଛନ୍ତି। ପ୍ରାଚୀନ ମଣିଷ ହିରଣ୍ୟଗର୍ଭକୁ ବୃତ୍ତରେ ଚିହ୍ନିତ କରିଥାଏ। ଯୋଗୀମଠ ଗୁମ୍ଫାଚିତ୍ରରେ ତିନୋଟି ବୃତ୍ତ କ୍ରମ ରହିଛ। ତିନୋଟି ଡମ୍ବରୁ ଆକୃତିକୁ ତିନି ବିଗ୍ରହର ଆଦ୍ୟ ପରିପ୍ରକାଶ କହିଛନ୍ତି।

ପ୍ରଥମେ ଇନ୍ଦ୍ରଭୂତି ଜଗନ୍ନାଥ ସମ୍ବୋଧନ କରିଛନ୍ତି

ପ୍ରଣପତ୍ୟ ସର୍ବଜିନେ ବିରାଜିତମ

ସର୍ବବୁଦ୍ଧମୟଂ ସିଦ୍ଧି ବ୍ୟାପିନୋ ଗଗନୋପମମ

ନୂଆପଡା ଜିଲ୍ଲା ମାରାଗୁଡା ଉପତ୍ୟକାରେ ଗୋଟିଏ ଶିଳାଲିପିର ପାଠ ଡ. ସଦାନନ୍ଦ ଅଗ୍ରୱାଲ କରିଛନ୍ତି। ପ୍ର ନବୀନ କୁମାର ସାହୁଙ୍କ ଦ୍ୱାରା ଆବିଷ୍କୃତ ଲିପି ଦୃଷ୍ଟ ଲ୍ୟାମ ଓ ଦ୍ୟୁପ; ଏହା ସତ୍ତ୍ଵ ରଜ ଓ ତମ ବୋଲି ଡ ଜିତାମିତ୍ର ପ୍ରସାଦ ସିଂଦେଓ କହନ୍ତି। ଯାହାକୁ ସେ ସାଂଖ୍ୟର ପ୍ରଥମ ଲିପି ପରିପ୍ରକାଶ କହିଛନ୍ତି। କପିଲ ମୁନି ହେଉଛନ୍ତି ସାଂଖ୍ୟର ସଂକଳକ, ଯାହାଙ୍କ ସାଧନାପିଠ ନୂଆପଡ଼ା ମାରାଗୁଡ଼ା ଉପତ୍ୟକାର ଗୁରୁଡଙ୍ଗର ଅଟେ ବୋଲି ଦାବୀ କରନ୍ତି।

ଉଡ୍ଡୀୟାନ (ଭଡ୍ର ନୁହେଁ) ଗୋଟିଏ ଚମତ୍କାର ତତ୍ତ୍ଵ ଦେଇଛି। କାମ ମାଧ୍ୟମରେ ସମାଧିର ପ୍ରାପ୍ତିର ବିଧି। ଯୌଗିକ କାମକଳାରେ ଏହାକୁ ଉଡ୍ଡୀୟାନବନ୍ଧ କୁହାଯାଏ। ଭୈରବ ଏବଂ ଭୈରବୀ, ହିନ୍ଦୁ ମତରେ ଶିବ ଓ ଦକ୍ଷିଣକାଳୀ ଉଡ୍ଡୀୟାନ ବନ୍ଧରେ ବିପରିତ ରତିରେ ଉପବିଷ୍ଟ ହୁଅନ୍ତି, ଯାହାର ପ୍ରତିରୂପ ଜଗନ୍ନାଥ ବୋଲି ଡ ଜିତାମିତ୍ର ପ୍ରସାଦ ଉଲ୍ଲେଖ କରନ୍ତି।

ବାତ୍ସାୟନ କାମଶାସ୍ତ୍ରରେ ସ୍ତ୍ରୀ ରାଜ୍ୟର ସ୍ଥିତି ବଜ୍ରବନ୍ତ ଦେଶର ଦକ୍ଷିଣରେ ଉପସ୍ଥିତି କୁହନ୍ତି। ବଜ୍ର (ହୀରା) ବନ୍ତ ଦେଶ କୋଶଲ ଅଟେ ଏହାର ଦକ୍ଷିଣକୁ କଳାହାଣ୍ଡି ଓ ବସ୍ତର ରାଜ୍ୟର ଉପସ୍ଥିତି। ସ୍ତ୍ରୀରାଜ୍ୟ ବସ୍ତରର ଅଂଶ ଓ ସମ୍ପୂର୍ଣ୍ଣ କଳାହାଣ୍ଡି ଅଟେ। ସୁନାବେଡ଼ା ଉପତ୍ୟକା ସାତ ଭଉଣୀଙ୍କ ଆଦିପିଠ। ବଡ ଭଉଣୀ ସୁନାଦେଈ ଓ ସାନ ଦ୍ଵାରସେନୀ। ଯାହାଙ୍କୁ କୌଳଶାସ୍ତ୍ରରେ

ଦ୍ୱାରସେନୀ ସ୍ୱରୂପେଣ କୌଲେଶ୍ୱରୀ ପରା ଶକ୍ତିଃ ।

ଅସ୍ମିନ୍ ଦ୍ୱାରେ ନିରାଭାସା ମୌନେନୈବ ପ୍ରତିଷ୍ଠିତା ॥

କୁହାଯାଇଛି। ଦେବୀ ଯୋନୀ ରୂପରେ ପୂଜା ପାଆନ୍ତି। ଗୁରୁଡଙ୍ଗର ଉପରେ ଗୁମ୍ଫାରେ ବୁଢାରଜା ପୂଜା ପାଆନ୍ତି। ଯୋନୀ ପ୍ରତିକ ମାଟିର ଓ ଗୁରୁଡଙ୍ଗର ଗୁମ୍ଫାରେ ଅଣ୍ଡାକୃତ୍ତି ଲିଙ୍ଗ ରୂପରେ ଗୁରୁବୁଢାଙ୍କ ପୂଜାହଏ। ଯାହାକୁ ଡ଼ ଜିତାମିତ୍ର ପ୍ରସାଦ ପୃଥିବୀର ସର୍ବପ୍ରାଚୀନ ଲିଙ୍ଗ ବୋଲି କହିଥାନ୍ତି। ଉଭୟେ ପୁରୁଷ ଓ ପ୍ରକୃତିର ପ୍ରତିନିଧିତ୍ୱ କରିଥାନ୍ତି। ଯାହା ସାଂଖ୍ୟର ନିଦର୍ଶନ। ଜଗନ୍ନାଥ ସାଂଖ୍ୟର ଦେବତା।

ଦ୍ବାରସେନୀ, ବୋଡେନ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ କୁଆଁରୀ ପାଟଣା ନାମରେ କ୍ଷାତ ଥିଲା। ଏକାଦଶ ଶତାବ୍ଦୀ ବେଳକୁ ସାତକୁଆଁରୀ ନିଜ ମାଟିର ମୌଳିକ ଜ୍ଞାନ ବଳରେ ଉଭୟ ବୁଦ୍ଧ ଓ ଆର୍ଯ୍ୟ ଭ୍ରଷ୍ଟ ସିଦ୍ଧଙ୍କ ବିରୋଧରେ ସଫଳତାର ସହ ଆନ୍ଦୋଳନ କରିଥିଲେ। ସାତକୁଆଁରୀ ମଧ୍ୟରୁ ପ୍ରମୁଖ କୁଆଁରୀ ଜ୍ଞାନଦେଈ ମାଲୁଣୀ ପୁରୀ ଜଗନ୍ନାଥ ମନ୍ଦିରର ରୋଷଶାଳା ପରିଚାଳନା ବିଧି ପ୍ରଚଳନ କରିଥିଲେ। ଆଶୁତୋଷ ବାଜପେୟୀ ଏବଂ ଜ୍ଞାନଦେଈଙ୍କ ବିଧି ମଧ୍ୟରୁ ଜ୍ଞାନଦେଈଙ୍କ ବିଧି ମାନ୍ୟତା ପାଇଥିଲା।

ଗୋଣ୍ଡ ଜନଜାତିଙ୍କ ଲିଙ୍ଗୋ ଙ୍କ ପ୍ରଭାବ ସୋମବଂଶୀଙ୍କ ସମୟରେ ଅଞ୍ଚଳରେ ଶିବଙ୍କୁ ଅବରୋପିତ କରିବାରେ ସହାୟକ ହୋଇଥିଲା। ଯାହାକୁ ପୁରୁଷ ଭାବରେ ଗ୍ରହଣ କରା ଯାଇଥିଲା।

ହଟ୍ଟଯୋଗ ପ୍ରଦୀପରେ ବଜ୍ରୋଲୀମୁଦ୍ରାରେ ସିଦ୍ଧ ନାରୀଙ୍କୁ ଯୋଗିନୀ କୁହାଯାଏ। ଆଦି ଯୋଗିନୀ ତନ୍ତପିଠ ଭାବରେ ରାଣୀପୁର ଝରିଆଲ ପରିଚିତ ହୁଏ। ଏଠାରେ ବୃତ୍ତାକାର ଯୋଗିନୀ ମନ୍ଦିର ରହିଅଛି। ମଉମୟୂର ଶିବାଚାର୍ଯ୍ୟ ଗଗନଶିବ ଦ୍ୱିତୀୟ ଯୋଗିନୀ ପରମ୍ପରାରେ ସାମିଲ ହୋଇ ସେହି ସମୟରେ ଯୋଗିନୀ ଦର୍ଶନକୁ ସର୍ବଭାରତୀୟ କ୍ଷେତ୍ରରେ ବିକ୍ଷାତ କରି ପାରିଥିଲେ।  ପରବର୍ତ୍ତୀ ସମୟରେ ଏହା ତୀବ୍ବତ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା। ଡାଲଖାଇ ଯୋଗିନୀ ଅବଧାରଣାର ମୂଳ ଉତ୍ସ, ଯାହା ପୂର୍ବରୁ ଡାଲଖାଇ ରେ ଉଲ୍ଲେଖ କରା ହୋଇଛି। ସୁତରାଂ ସାଂଖ୍ୟ ତତ୍ତ୍ଵର ଲୀଳାଭୂମୀ ଉପର ମହାନଦୀ ଉପତ୍ୟକା ଅଟେ। ଯାହା ଜଗନ୍ନାଥ ତତ୍ତ୍ଵର ଆଦି ଅବଧାରଣାକୁ ପୁଷ୍ଟ କରିଥାଏ। ଜଗନ୍ନାଥଙ୍କ ଦାରୁ ବିଗ୍ରହ ନିର୍ମାଣରେ ମଧ୍ୟ ଏହି ତତ୍ତ୍ଵର ସମାବିଷ୍ଟ ଦେଖାଯାଏ।

ଦାରୁ ଓ ବ୍ରହ୍ମ ଅବଧାରଣାରେ ବୈଦିକ ଯୁଗର ପୂର୍ବ ଯୁଗ ମାନଙ୍କ ବିଷୟରେ ମଧ୍ୟ ଅଧ୍ୟୟନ ଆବଶ୍ୟକ। କୃଷି ସଭ୍ୟତା ଆରମ୍ଭ ହେଲା ଯେତେବେଳେ ଆଦିମ ମଣିଷ ଗିରିଗୁମ୍ଫାରୁ ବାହାରି ଜଙ୍ଗଲ ସଫାକରି ଚାଷଜମି ତିଆରି କଲା। ଗାଁ ବସେଇଲା। ଯାହାକୁ ଖୁଟକଟା, ରେଙ୍ଗାଲପିଟା କହନ୍ତି ସ୍ଥାନୀୟ ଭାଷାରେ।

ଗାଁ ବସେଇଲେ ପ୍ରଥମେ ଧରନୀ ବସାଯାଏ। ଗୋଟିଏ କାଠ ଖମ୍ବକୁ ପ୍ରତିଷ୍ଠା କରାଯାଏ। ଏତେବେଳେ ପ୍ରଥମ ଓ ଶେଷଥର ପାଇଁ ମେରିଆ ଦିଆଯାଏ।

ମେରିଆ ବିଷୟରେ ସାମାନ୍ୟ ଉଲ୍ଲେଖ ଆବଶ୍ୟକ। ଆଦିବାସୀ ଗୋଷ୍ଠୀ ମାନବ ସଭ୍ୟତାର ଆରମ୍ଭରୁ ଅଭିଜ୍ଞତା ଆଧାରରେ ଜ୍ଞାନ ସଂଚିଛନ୍ତି। ସେମାନେ ଅବୋଧ୍ୟ ଓ ଅଜେୟ। ତାଙ୍କର ଦମନ ପାଇଁ, ଧର୍ମ ପରିବର୍ତ୍ତନ ପାଇଁ ମେରିଆ କମିଶନ ଗଠିତ ହୋଇଥିଲା। ଶତାଧିକ ମେରିଆ ଏକା ସମୟରେ ଉଦ୍ଧାର କରିଥିବା କଥା କମିଶନ ନିଜେ ଉଲ୍ଲେଖ କରିଛି। ସେ ସମୟରେ ଜନସଂଖ୍ୟାର ସାନ୍ଧ୍ରତା କେତେ ଥିଲା ଯେ ଏକା ସଙ୍ଗେ ଶହ ଶହ ଗାଁ ବସଉଥିଲେ ? ଦୁଃଖର କଥା କୌଣସି ଆଦିବାସୀ ସଙ୍ଗଠନ ଆଜି ପର୍ଯ୍ୟନ୍ତ ମେରିଆ କମିଶନ ରିପୋର୍ଟ ବିପକ୍ଷରେ ସ୍ୱର ଉତ୍ତୋଳନ କରନ୍ତି ନାହିଁ। କାରଣ ମେରିଆ କମିଶନ ଗଠନ ହେବାର ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟରୁ ସାମୁହିକ ଭାବେ ମେରିଆ ନରବଳି ନ କରି ମଇଷି ବଳି ପ୍ରଚଳନ ହୋଇ ସାରିଥିଲା।

ଧରନୀ ହେଉଛି ପାଟର ମୁଖ୍ୟ ବା କେନ୍ଦ୍ର ବା ସ୍ଥାନୀୟ ଭାଷାରେ ମାଇ। ଏହା ଛତିଶଗଡ଼ରେ ସମଲେଇ ଖୁଟା ଭାବେ ପରିଚିତ ହୁଏ। ସୋମଲାଇ ଦାଈ ଶବରଙ୍କ ଅଧିଷ୍ଠାତ୍ରୀ ଦେବୀ। ଯିଏ ପରବର୍ତ୍ତି ସମୟରେ ଚୈହାନ ରାଜବଂଶର ଅଧିଷ୍ଠାତ୍ରୀ ଭାବେ ପରିଚିତ ହୋଇଥିଲେ।

ସୋମେଶ୍ୱର ମନ୍ଦିର, ରାଣୀପୁର ଝରିଏଲ

ଧରନୀ ସ୍ଥାପନାର ଗୁପ୍ତବିଧି ରହିଅଛି। ସମ୍ବର ଦେହରୁ ଗଜମୁକ୍ତା ତୁଲ୍ୟ ଗୋଟିଏ ମୁକ୍ତା ମିଳିଥାଏ। ରତ୍ନଶାସ୍ତ୍ରରେ ଏହାର ଉଲ୍ଲେଖ ନାହିଁ। ଏହା ଭାତ୍ରା କୁହାଯାଏ, ଧରନୀ ସ୍ଥାପନା ବେଳେ ଆଡଜୁଲକି (ବିସମସଂଖ୍ୟା) ଏହାର ସ୍ଥାପନା ହୁଏ। ଯାହାର ସର୍ବନିମ୍ନ ସଂଖ୍ୟା ସାତ ରହେ। ଗାଁର ଚରିତ୍ର ଅନୁସାରେ ରତ୍ନପଥର, ଶାଲେଗ୍ରାମ ଆଦି ସ୍ଥାପନାର ବିଧି ରହିଅଛି। ନିର୍ଦ୍ଧିଷ୍ଟ ତିଥି, ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ଖଗୋଳୀୟ ସମୟ ଆଧାରରେ ଏହା ନିର୍ଣ୍ଣୟ ହୁଏ; ନିର୍ଦ୍ଧିଷ୍ଟ ଗୁପ୍ତ ବିଧିରେ ଧରନୀର ସ୍ଥାପନା ହୁଏ । ତଦୃପ ଧରନୀ ପରିବର୍ତ୍ତନ ମଧ୍ୟ ହୁଏ। ବଳି ଦିଆଯାଏ।

ଆଦିବାସୀ ସମାଜର ବଳିକୁ ନେଇ ସମସ୍ତଙ୍କ ଭ୍ରାନ୍ତ ଧାରଣା ରହିଛି। ବଳି ଗୋଟିଏ ମାତ୍ର ନ୍ୟାୟ ସଙ୍ଗତ ଯାହାକୁ ପାଟବଳି କୁହାଯାଏ। ପରବର୍ତ୍ତୀ ସମସ୍ତ ବଳି ଶ୍ରଦ୍ଧାଳୁଙ୍କ ଦ୍ୱାରା ଦିଆଯାଏ।

ଜଗନ୍ନାଥଙ୍କ ଘଟ ପରିବର୍ତ୍ତନ ସହ ଧରନୀର ସାମଞ୍ଜସ୍ୟ ରହିଛି ନିଶ୍ଚୟ। ଏହି ପରିବର୍ତ୍ତନର ତତ୍ତ୍ଵ ବେଶ ଗଭିର ଓ ଗୁପ୍ତ। ଜଗନ୍ନାଥଙ୍କ ବିଗ୍ରହ ତିଆରିରେ ନିମ୍ବ କାଠ ବ୍ୟବହାର ହୁଏ। ଅନ୍ୟ କାଠ ବ୍ୟତୀତ ନିମ୍ବ ମଧ୍ୟ ଧରନୀ ପାଇଁ ବ୍ୟବହାର କରାଯାଏ।

ଜଗନ୍ନାଥଙ୍କୁ ବୁଦ୍ଧ କହିବାରେ କାହାରି ଆପତ୍ତି ନାହିଁ। ସେ ଯଦୁଶ୍ରେଷ୍ଠ କୃଷ୍ଣ ସାଙ୍ଗରେ ବଡ଼ଭାଇ ବଳରାମ ଓ ଭଉଣୀ ସୁଭଦ୍ରା। ଶିବ ଓ ବୁଦ୍ଧ ଉଭୟଙ୍କ ପ୍ରତି ଜଗନ୍ନାଥ ସମ୍ବୋଧନ କରା ହୋଇଛି। ପୁରୀରେ ଠାକୁର ଜଗନ୍ନାଥ ନାମରେ କ୍ଷାତ। ସେ ଚରାଚରର ଇଷ୍ଟ ତେଣୁ ସେ ସମସ୍ତଙ୍କର।

ଜରିଆ ପୂର୍ବ ପ୍ରକାଶନ ମାଧ୍ୟମରେ ଜୋଙ୍କ ଉପତ୍ୟକା ଓ ଏହାର ସଂସ୍କୃତି ଉପରେ ଅନେକ ଆଲୋଚନା କରି ଆସୁଛି। ମଣିଷ ହାତରେ ପ୍ରଥମ Tool ଟୁଲ ପଥର ଥିଲା। ଲକ୍ଷାଧିକ ବର୍ଷପରେ ଆଜି ଆମ ହାତରେ ମୋବାଇଲ ଅଛି। ଏହା ଆମର ବ୍ୟବହାରଶୀଳତାକୁ ପରିପ୍ରକାଶ କରେ। ଟୁଲର ପରିବର୍ତ୍ତନ ଅନୁସାରେ ହିଁ ଯୁଗର ନାମକରଣ ହୋଇଅଛି। ଆଦିବାସୀ ସଭ୍ୟତା ତାର ଦେବାଦେବୀଙ୍କ ପ୍ରତି ପ୍ରସ୍ତାରଯଗୀୟ ରୀତିନୀତିକୁ ଅପରିବର୍ତ୍ତିତ ରଖିଛି।

ସମୟର ପରିବର୍ତ୍ତନ ସାଙ୍ଗକୁ ବୃଦ୍ଧଧମ୍ମର ବିଜ୍ଞମାନେ ଜୋଙ୍କ ଉପତ୍ୟକାର ଦର୍ଶନକୁ ଗ୍ରହଣ କରିଛନ୍ତି। ପରବର୍ତ୍ତି ସମୟରେ ଆର୍ଯ୍ୟ ବିଜ୍ଞମାନେ ଆସିଛନ୍ତି। ସାଧନା ଶିକ୍ଷା ଓ ଜୀବିକା ପାଇଁ କନ୍ଧଭୂମୀ ସମସ୍ତଙ୍କୁ ସ୍ୱାଗତ କରିଛି। ଏହି ଉଦାରତା ବହିରାଗତଙ୍କୁ ଶୋଷଣର ସୁଯୋଗ ଦେଇଛି। ଯେତେବେଳେ ଶୋଷଣ ଓ ଶାସନ ସଂସ୍କୃତି ପରିପନ୍ଥୀ ହୋଇଛି, ଆଦିବାସୀ ବିଦ୍ରୋହ କରିଛି। ସାତ କୁଆଁରୀଙ୍କ ବିଦ୍ରୋହ ପ୍ରଥମ ସାଂସ୍କୃତିକ ବିଦ୍ରୋହ ଅଟେ। ପୂର୍ବର ଅନେକ ବିଦ୍ରୋହ କଥା କାହାଣୀରେ ଶୁଣାଯାଏ।

oplus_262176

ବୃଦ୍ଧ ଏବଂ ଆର୍ଯ୍ୟ ହିଁ ଶିକ୍ଷାର ପ୍ରଚଳନ କଲେ ଏହା ନୁହେଁ; ବିନା ଶିକ୍ଷାରେ ଗୋଟିଏ ସଭ୍ୟତା ଏତେ ଉନ୍ନତ ହେବା ଅସମ୍ଭବ। ଏଠାରେ ମଧ୍ୟ ସହ ଶିକ୍ଷା ଥିଲା, ଗୋଠୁଲ୍ ବସା ନାମରେ। ଏହାଠୁ ଉଚ୍ଚଶିକ୍ଷା ପାଟ, ହଲଦୀ, ଚନ୍ଦେଲ ଆଦି ନାମରେ ପରିଚିତ ହେଉଥିଲା। ଯେମିତି କନ୍ଧ, ବୁଦ୍ଧ ଓ ଆର୍ଯ୍ୟ ସମୟରେ ରାଣୀପୁର ଝରିଏଲ କନ୍ଧଶିଲ, ସମିଆଗିରି ଓ ସୋମତୀର୍ଥ ଏବଂ ହରିଶଙ୍କର; କନ୍ଧରମାଧନ, ପରିମଲଗିରି ଓ ଗନ୍ଧମାର୍ଦ୍ଦନ ଭାବେ ପରିଚିତ ହୋଇଛି।

ସୋମବଂଶୀ ଶାସନ ବେଳେ ମନ୍ଦିର ତିଆରି ହୁଏ। ବୃଦ୍ଧ ଏବଂ ଆର୍ଯ୍ୟଙ୍କ ଧର୍ମ ଦର୍ଶନକୁ ଶିଳ୍ପ ଓ ଭାଷ୍କର୍ଯ୍ୟରେ ପରିପ୍ରକାଶ କରନ୍ତି। ବାସ୍ତୁ ଓ ଦର୍ଶନର ସୁନ୍ଦର ଯୁଗଳବନ୍ଦୀ ତିଆରିହୁଏ। ତା ପରବର୍ତ୍ତି ସମୟରେ ଛୋଟ ଛୋଟ ରାଜ୍ୟର ଅଭ୍ୟୁଦୟ ହୁଏ। ପରସ୍ପର ସ୍ପର୍ଦ୍ଧା ଆଦିରେ ତାଙ୍କର ସମୟ ବିତେ। ଏମାନେ ସ୍ଥାନୀୟ ପ୍ରଭାବୀ ଧର୍ମଗୁରୁ, ମଠ, ମନ୍ଦିର ଆଦିକୁ ପୃଷ୍ଠପୋଷକତା ଦିଅନ୍ତି। ରାଜ ଅନୁକମ୍ପା ବିନା ଅନେକ ସାଧାରଣ ଜନତାକୁ ଶୋଷଣ କରନ୍ତି। ଏହାର ପ୍ରତିରୋଧ ସାତକୁଆଁରୀ କରିଥିଲେ।

ଚତୁର୍ଦ୍ଦଶ ଶତାବ୍ଦୀରେ ରମାଇ ସିଂଦେଓ ପୁରୀ ଗଜପତିଙ୍କ ଭାତୃଷ୍ପୁତ୍ରୀ ଙ୍କୁ ବିବାହ କରି ଜଗନ୍ନାଥ ଓ ବ୍ରାହ୍ମଣଙ୍କୁ ପୁରୀରୁ ଆଣିଲେ। ଏମାନେ ପ୍ରଥମ ବ୍ରାହ୍ମଣ ନଥିଲେ। ଗଙ୍ଗ ଶାସନରେ ଚକ୍ରଧର ପାଣିଗ୍ରାହୀ ନାମରେ ଜଣେ ବ୍ରାହ୍ମଣ ମଲ୍ଲିକ ଥିବାକଥା ଉଭୟ ଇତିହାସ ଓ ମିଥରେ କୁହାଯାଏ।

ଜଗନ୍ନାଥଙ୍କ ପୁନରାଗମନ ହୁଏ। ଇଂରେଜ ସମୟରେ ରାଜତନ୍ତ୍ର ପାଇଁ ଜଗନ୍ନାଥ ବ୍ୟବହୃତ ହୁଅନ୍ତି।

ଜଗନ୍ନାଥଙ୍କ ବିଷୟରେ ମୋର ବକ୍ତବ୍ୟକୁ ପୁଷ୍ଟି କରିବା ବେଳେ ଡ ଜିତାମିତ୍ର ପ୍ରସାଦ ସିଂଦେଓଙ୍କ The dirty of Jagannath culture କଥା ଉଲ୍ଲେଖ କରିବି। ତାଙ୍କ ମତରେ ମହାନଦୀ ହିଁ ଜଗନ୍ନାଥ ସଂସ୍କୃତିର ବାହାକ।

ସୁତରାଂ ବୁଦ୍ଧଙ୍କ ପୂର୍ବରୁ ଦାରୁ ଦେବତା ତାପରେ ବୌଦ୍ଧ ଓ ଶେଷରେ ଶଙ୍କରାଚାର୍ଯ୍ୟଙ୍କ ଆଗମନ ହୋଇଛି। ସେ ଦାରୁ କିନ୍ତୁ  ଚଳନ୍ତି ପ୍ରତିମା। ମହାନଦୀ ପରେ ସମୁଦ୍ର ଓ ତାପରେ ଚରାଚରକୁ ସଙ୍ଖୋଳିବାର ମହାବାହୁ। ତାଙ୍କର ରୂପ କଳା, ଗଭିର ଅନନ୍ତ ଅଜ୍ଞତା କିନ୍ତୁ ମାନବ ନିକଟରେ ତାର ଆକାର ଅଛି। ସେ ଅଗମ୍ୟ ଅପରିବର୍ତ୍ତିତ। ଜଗନ୍ନାଥ ଗୋଟିଏ ସଂସ୍କୃତିର ନାମ ହୋଇ ସାରିଛି। ଓଡ଼ିଆ ସଂସ୍କୃତିର ପାଟ ପରିଚୟ ହୋଇଛନ୍ତି। ସେ ସତ୍ୟ ଓ ସନାତନ ଅଟନ୍ତି।

0 Comments