ପଖାଳ ଦିବସ
୧୯୭୭ ମସିହାରେ ଲଣ୍ଡନରେ ବିୟର ଫେଷ୍ଟିଭାଲ ଆରମ୍ଭ ହୁଏ। ଏହାର ଏକ ଭିନ୍ନ କାରଣ ଅଛି। ପ୍ରଥମତଃ ବିୟରକୁ ୟୁରୋପିୟ ଦେଶ ମାନଙ୍କରେ ଲୋକପ୍ରିୟ କରାଇବା ଦ୍ଵିତୀୟ କାରଣ ବି କୁହାଯାଏ ଯେ ଭଣ୍ଡାରନ ଅସୁବିଧା ଯୋଗୁଁ ସଂପୃକ୍ତ କମ୍ପାନୀ ପୂର୍ବରୁ ବିୟରକୁ ନଷ୍ଟ କରୁଥିଲେ। ପରେ ଉତ୍ସବ ମାଧ୍ୟମରେ ଲୋକଙ୍କୁ ଗଲା।
ନବେ ଦଶକ ପରେ ବିୟର ଫେଷ୍ଟିଭାଲର ପ୍ରଚାର କରାଗଲା। ଏଥିରେ ବଜାରର ବ୍ୟବସାୟିକ ଉଦ୍ଦେଶ୍ୟ ଥିଲା। ଅନେକ ଲେଖା ବାହାରିଲା ବିୟର ଫେଷ୍ଟିଭାଲକୁ ନେଇ।
ଏହି ଫେଷ୍ଟିଭାଲ ୟୁରୋପିୟ ଦେଶର ଐକ୍ୟପାଇଁ ଏକ ପ୍ରମୁଖ କାରଣ ବୋଲି ବି ଅନେକ ଗଣମାଧ୍ୟମ କହିଲେ।
ଏତେବେଳକୁ ଓଡ଼ିଶାର ଖବରକାଗଜ ବଜାର ନିଜସ୍ଵ ପ୍ରତିଦ୍ଵନ୍ଦିତାରେ ଥାଏ। ବିୟର ଫେଷ୍ଟିଭାଲ କୁ ଅତିରଞ୍ଜିତ ଓ ମାତ୍ରାଧିକ ଆଳଙ୍କାରିକ କରି ଲେଖୁଥାଏ।
୧୯୯୫ ମସିହା ବେଳକୁ କୋଶଲୀ ଭାଷା ଆନ୍ଦୋଳନ ତୀବ୍ର ହେଇଥାଏ। ଏହା ବି ସତକଥା ଯେ ବଲାଙ୍ଗିର ସମ୍ବଲପୁର କଳାହାଣ୍ଡି କୋରାପୁଟ ଆଦି ଜିଲ୍ଲାରୁ ଯୁବ ଲେଖକଙ୍କ ଲେଖା ରାଜ୍ୟ ସ୍ତରୀୟ ପତ୍ରପତ୍ରିକାରେ ଅତି କମ ଗ୍ରହଣ କରାଯାଉଥିଲା। ପୂର୍ବାଞ୍ଚଳ ବ୍ୟତିତ ଅନ୍ୟ ଲଖକଙ୍କୁ ପ୍ରାୟ ସ୍ଥାନ ଦେଉ ନ ଥିଲେ। କୋଶଲୀ ଭାଷା ଆନ୍ଦୋଳନ ହେଲା। ଅବଶ୍ୟ ନବେ ଦଶକ ଆରମ୍ଭ ପର୍ଯ୍ୟନ୍ତ ପ୍ରାୟ ପ୍ରତିଟି ଜିଲ୍ଲାରୁ ସାହିତ୍ୟ ପତ୍ରିକାମାନ ଯୁବ ଉଦ୍ୟମିମାନେ ପ୍ରକାଶ କରୁଥାନ୍ତି।
ଭୁବନେଶ୍ୱରରେ ରହୁଥିବା ବୁଦ୍ଧିଜୀବୀମାନେ ଚିନ୍ତା କଲେ ଓଡ଼ିଶାର ଐକ୍ୟପାଇଁ ବିୟର ଫେଷ୍ଟିଭାଲ ପରି କିଛି କରାଯାଉ। ଅନେକଙ୍କ ମତାମତ ନିଆଗଲା। କେତେଜଣ ଯୁବବନ୍ଧୁ ମିଶି ପ୍ରସ୍ତାବ ଦେଇଥିଲେ, ମହୁଲୀ ଫେଷ୍ଟିଭାଲ କରାଯାଉ ଓ ତାହାବି ପୁଷପୁନୀ ଦିନ। ଅବଶ୍ୟ ମହୁଲୀ କହିବା କାରଣରୁ ତାଗିଦ କରିବା ସହ ଗୋଟିଏ ରାଜ୍ୟର ଏକତାର ପ୍ରଶ୍ନରେ କୌତୁକ ଉଚିତ ନୁହେଁ। ସଂପୃକ୍ତ ଯୁବଗୋଷ୍ଠିଙ୍କୁ ବାଦ ଦିଆଗଲା। ମହୁଲି ଫେଷ୍ଟିଭାଲ ଭଳି ଗୁରୁତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇପାରିବାର କ୍ଷମତା ସମାନଙ୍କର ନଥିଲା ଯେଉଁମାନେ ଅନୁକରଣର ଓଡ଼ିଶା ପାଇଁ ଉତ୍ସବ ଖୋଜୁଥିଲେ।
ସେହି ଉତ୍ସବ ଖୋଜୁଥିବା ଲୋକମାନେ ରାଜଧାନୀବାସୀ ଥିଲେ। ସେମାନେ ନିଜର ସହରୀ ସୀମାର ଦୃଷ୍ଟିରେ ଜାଣିବାକୁ ପାଇଲେ ପଖାଳର ପ୍ରଚଳନ ବନ୍ଦ ପ୍ରାୟ ହୋଇଆସୁଛି। ଅପରନ୍ତୁ ଜଗତର ନାଥ ଜଗନ୍ନାଥଙ୍କୁ ପଖାଳ ଭୋଗ ଲାଗିଥାଏ। ତେଣୁ ବିଦେଶର ବିୟର ସଦୃଶ ଓଡ଼ିଶାର ପଖାଳ ସାଂସ୍କୃତିକ ମହତ୍ତ୍ ବହନ କରିଥାଏ। ଏହା ନିଶ୍ଚିତ ଏକ ସୀମିତ କ୍ଷେତ୍ରର ଅନୁମାନ ଥିଲା।
ପରେ ପରେ ପଖାଳ ଦିବସ ପାଳନ ହେଲା। ସାମାଜିକ ଗଣମାଧ୍ୟମର ପ୍ରଭାବ କାରଣରୁ ଏହା ଶିଘ୍ର ବିସ୍ତାରିତ ବି ହେଲା।
ଏହା ବି ସତ କଥା ଓଡ଼ିଶାରେ ଭାତ ଓ ପଖାଳ ନୀତି ପ୍ରସ୍ତୁତ ମୂଖ୍ୟ ଖାଦ୍ୟ। ରାଜ୍ୟର ଅନେକ କ୍ଷେତ୍ରରେ ଭାତକୁ ଶୁଖାଭାତ କହିଥାନ୍ତି। ସୁତରାଂ ପଖାଳ ତାର ଗୁରୁତ୍ଵ ରଖିଥାଏ।
LIKE THIS ARTICLE
Give us a thumbs up!
0 Comments