#ଗୋଟିଏ_ଜବରଦଖଲ_ଗାଁ_ଓ_ଆରାବଳୀଟିକିଏ ପୂର୍ବକୁ ଯିବା। ପଶ୍ଚିମ ଓଡ଼ିଶାର ଅନେକ ଜଙ୍ଗଲରେ ଗୋଟିଏ ଗୋଟିଏ ଅସହଜ କଲାଭଳି କାହାଣୀମାନ ଯୋଡ଼ି ହୋଇ ଯାଇଛି। ୨୦୦୬ ଜଙ୍ଗଲ ଅଧିକାର ଆଇନ ଲାଗୁ ହେଲା ପରେ ବି ଅନେକ ଗାଁ ଗଢ଼ି ଉଠିଛି।ଏଇ ସଙ୍ଗଠିତ ଭାବରେ ତିଆରିଥିବା ଗାଁମାନ ଆନୁଷ୍ଠାନିକ ଭାବେ ପରିଚାଳିତ ହୁଅନ୍ତି। ଏହି ଗାଁ ମାନଙ୍କରେ ଜଣେ ଜଣେ ବେପାରୀ ଶତାଧିକ ଏକର କପାଚାଷ କରନ୍ତି ଓ କରାନ୍ତି। ହାତୀ ଉପଦ୍ରବ ଯୋଗୁଁ ଅନେକ ଗାଁର କପା, ଧାନ, ଘର ଆଦି ନଷ୍ଟ ହୋଇଗଲା। ଜଙ୍ଗଲବାବୁ କ୍ଷତିପୁରଣ ଦେଲେ ମଲା ନ ଦେଲେ ମଲା। ବେପାରୀ ସହଯୋଗ ହେଲା ସୂଧ ମାଫ କରିଦେଇ।ସେପଟେ ସରକାର ନୂତନ ଭୌଗଳିକ ନିୟମ ତିଆରି ଆରାବଳୀର ଉଚ୍ଚତା ମାପିଲେ। ସରକାର ଜାଣିଲେ ପୁରାଣ, ଇତିହାସ ଓ ଭୂଗୋଳରେ ଲେଖା ହୋଇଥିବା ଆରାବଳୀ ଆଠ ଦଶଟି ପାହାଡ଼ର ସମାହାର ମାତ୍ର!ଅନେକ ବୁଦ୍ଧିଜୀବି ଆନୁଷ୍ଠାନିକ ଓ ବ୍ୟକ୍ତିଗତ ଭାବେ ଆରାବଳୀକୁ ନ୍ୟାୟ ଦେବାରେ ଲାଗିଛନ୍ତି। ଯେଉଁ ଆରାବଳୀ ହିମାଳୟ ସହ ମିଶି ପାଣିପାଗର ଏକ ମଧୁର ଯୁଗଳବନ୍ଦୀ ତିଆରନ୍ତି। ଭାରତର ଉତ୍ତରପ୍ରାନ୍ତକୁ ସବୁଜିମା ଭରା କରିବାରେ ଗୋଟିଏ ବଡ ସହଯୋଗୀ ମଧ୍ୟ। ଦୁଃଖ ଏତିକି ଯେ ଆରାବଳୀ ରତ୍ନଗର୍ଭା ଅଟେ। ଏଣୁ ଏହାର ନିପାତ ଆବଶ୍ୟକ ବିକାଶ ପାଇଁ। ଏହାକୁ ରାଜନୀତି ତଥା ସମାଜର ଅନ୍ୟ ଅନେକ ବିଭାଗରୁ ବିରୋଧ କରା ହେଉଛି। ନିଶ୍ଚିତ ବିରୋଧ ହେବା ଉଚିତ।ଏମିତି ଗୋଟିଏ ଜିଲ୍ଲା ମୁଖ୍ୟାଳୟରେ ଜଣେ ବନ୍ଧୁଙ୍କ କାର୍ଯ୍ୟାଳୟରେ ବସିଥାଏ। କାର୍ଯ୍ୟାଳୟ ଭିତରକୁ ଜଣେ ଆଗନ୍ତୁକ ଆସିଲେ। ବେପାରୀ ବନ୍ଧୁ ତାଙ୍କୁ ଆନନ୍ଦରେ ସ୍ୱାଗତ କଲେ।ତିରିଶ ବତିଶ ବର୍ଷର ଜଣେ ସ୍ୱାସ୍ଥ୍ୟବାନ ଯୁବକ, ବାଇକରେ ଆସିଥାନ୍ତି। ଭଲ ଏଣ୍ଡରଏଡ ମୋବାଇଲ ବି ଧରିଥାନ୍ତି। ସରକାରୀ ଖାତାରେ ନାମ ନଥିବା ଗୋଟିଏ ଜଙ୍ଗଲ ଗାଁ ଯାହାକୁ ହାତୀ ନଷ୍ଟ କରି ଦେଇଛି।ସେ ତୃତୀୟ ପଢୁଥିଲେ। ଦିନେ ମଝିଆ ବବା ସହ ବଡବବା ଘରକୁ ଆସିଲା ବାପା ତାର ବଡ ଭାଇକୁ ଘରର ଚାବି ଧରେଇ ଦେଇ କହିଲେ, ‘ଦେଖ ଆଜିଠାରୁ ଏଘର ତୁମର ହେଲା। ଭଲ ମିଶିକରି ରହିବ। ଖାଇବପିଇବ, ଲୋକବାକ ବେଭାର ଦିଆନିଆ ହେବ। ମତେ ମନେ ରଖିଥିବ ରକତ ଥିପେ ବଲି’। ଏହାପରେ ସେ ମାଁ କେଳରେ ଶୋଇ ପଡ଼ିଲେ। ନିଦେ ରାତିବି ବିଛଣା ପଡ଼ିନଥାଏ। ଆସବାବ ବନ୍ଧା ହୋଇଥାଏ। ଦ୍ୱାରରେ ଗୋଟିଏ କମାଣ୍ଡର ଗାଡ଼ି ଲାଗିଲା। ସେ ଗାଡ଼ିରେ ଶୋଇ ପଡ଼ିଲେ। ନିଦ ଭାଙ୍ଗିଲା ବେଳକୁ ଉଠି ଦେଖିଲେ ସେମାନେ ଗୋଟିଏ ନୂଆଁ ପୃଥିବୀକୁ ଆସିଛନ୍ତି। ଚାରିଆଡ଼େ ଗଛ ଆଉ ଗଛକିଛିଦିନ ପରେ ଜାଣିଲେ ନା ତ ଗାଁକୁ ଫେରିବା ଅଛି ନା ସ୍କୁଲକୁ। ବିବାହ ମରାମିରକୁଟ ଛଡା ସେ ଏବେ ନିଜ ଗାଁକୁ ଯାଆନ୍ତି ନାହିଁ। ବାହା ହେଲେଣି, ଦୁଇଟି ଛୁଆଙ୍କ ବାପା ବି ହେଲେଣି। ଏବେ ଅଟୋରେ ପୁଅଝିଅ ତାଙ୍କ ପାଖ ଗାଁ ବେସରକାରୀ ସ୍କୁଲକୁ ପଢ଼ି ଯାଆନ୍ତି। ତାଙ୍କ ଗାଁ ଲୋକଙ୍କୁ ଆବାସ ଘର ମିଳେ, ମୁଣ୍ଡପିଛା ପାଞ୍ଚ କେଜି ଚାଉଳ ପାଆନ୍ତି। ଢୁଲିଆ କଳାକାର ଭତ୍ତା ବି ପାଏ। ହେଲେ ତାଙ୍କର ଗାଁ ସରକାରୀ ମାନ୍ୟତା ବି ପାଏ ନାହିଁ।ଜଙ୍ଗଲକୁ ଆସିବା କାରଣ ହେଲା ତିନି ଭାଇ ଦୁଇ ଭଉଣୀର ପରିବାର। ଭଉଣୀମାନଙ୍କ ବାହାଘର ପରେ ତିନି ଭାଇ ନିଜ ନିଜର ସଂସାର କଲେ। ସାନ ଭାଇର ସେ ଗୋଟିଏ ପୁଅ ଗୋଟିଏ ଝୀଅ। ଭଉଣୀ ଜନ୍ମ ହେଲା ପରେ ମାଁ ରୋଗ ଧରିଲା। ସଂସାର ସଙ୍ଖୋଳିବାକୁ ବାପାକୁ ପାଞ୍ଚବର୍ଷ ଲାଗିଗଲା। ମହୁଲ ଗଛ ବଦଳରେ ଦୁଇ ବଡଭାଇଙ୍କଠାରୁ ବାପା ଟଙ୍କା ଆଣିଲା। ଧାନ ରୋଇ ବାପା ରାୟପୁର ଯାଏ। ଅମଳ ବେଳକୁ ଧାନକାଟି ପୁଣି ରାୟପୁର ଯାଏ। ଭଉଣୀ ଓ ମାଁ ସହ ମହୁଲ ବେଟିବା ଥାନରେ ଏବେ ତାଙ୍କ ବଡମାଁ ଓ ତାଙ୍କ ପୁଅଝିଅ ବେଟନ୍ତି। କେବେ କେବେ ସେ ବି ମହୁଲ ବେଟନ୍ତି। ଯେଉଁ ଡଳାରେ ସେ ମହୁଲ ପକାନ୍ତି ତାହା ଏବେ ତାଙ୍କର ନୁହେଁ।ଚାରିଟି ମହୁଲ ଗଛ ସହ ଗୋଟିଏ ଡିଗରା ଓ ଛୋଟ ଜମିଖଣ୍ଡେ ବାପାର ଭାଗରେ ପଡିଥିଲା। ଧାନ ଚଣା ଖାଇବା ପାଇଁ ଯଥେଷ୍ଟ ହୁଏ। ନା ବିକନ୍ତି ନା କିଣନ୍ତି। ଗାଁ ଛାଡ଼ିବା ପୂର୍ବରୁ ବଡବାପା ଦୁଇଜଣ ବାପାକୁ ଟଙ୍କା ଓ ସୁନା ଦେଲେ। ବାପା ସୁନା ନେଇ ମହାଜନ ପାଖରେ ବିକିଲା ଓ ଜଙ୍ଗଲରେ କୁଡିଆ ପିଟିଲା। ଦିନରାତି ମହୁଲ ଚାଁର କରି ଦଶ ଏକର ଜମି ପିଟିଲା ଛଅ ସାତ ବର୍ଷରେ। ଅଧାରେ ଧାନ ହୁଏ ଅଧାରେ କପା। ଧାନ, ମୁଗ, ବିରି, ଚଣା, କପା, ମହୁଲ, ଚାଁର, କୁସୁମ, ଧୂପ, ଆଦି ଅନେକ କଥାର କାରବାର ବେପାରୀ ବନ୍ଧୁ ପାଖରେ ଛିଡେ। ଯୁବକ ଜଣକ ପାଖ ଆଖ ପାଞ୍ଚ ସାତଟି ଗାଁର ଭଲମନ୍ଦ ବୁଝି ଦିଅନ୍ତି।ଚଳିତ ବର୍ଷ ହାତୀ କାଡିଏ ପରିବାରର ଗାଁ’ ର ଅନେକ କ୍ଷତିକଲା। କପା ଚାରିଅଣା ହେଲେ ଅଧିକ ହେବ। ଏପଟେ ସୁଦୂର ଆରାବଳୀକୁ ଦୁଃଖ ପଡିଲା। ନେତାମାନଙ୍କ ସହ ସେ ମଧ୍ୟ ଆରାବଳୀ ବଞ୍ଚାଅ ଅଭିଯାନକୁ ଯିବେ। ଗାଁ ଚାନ୍ଦା ଦଶହଜାର ଓ ତାଙ୍କର ନିଜ ଯାତ୍ରା ଖର୍ଚ୍ଚ ପାଇଁ ଦଶହଜାର ଏପରି କୋଡିଏ ହଜାର ଟଙ୍କା ନେଇ ଭଦ୍ର ବ୍ୟବହାର ସହ ବିଦା ନେଲେ।ପରସ୍ପର ସବୁ ଜାଣିଛୁ ବୋଲି ଆଗନ୍ତୁକ ବିଷୟରେ କଥା ହେବା ଆମର ଆବଶ୍ୟକତା ନଥିଲା।ଡିଜିଟାଲ ପେମେଣ୍ଟ କାହିଁ କଲୁନି?ଉନକୋ କେଶ ମେ ଚାହିଏ ଥା! ବେପାରୀ ବନ୍ଧୁ ଜଣକ ଉତ୍ସୁକତାର ସହ ପଚାରିଲେ, ୟେ ଆରାବଳୀ କୋ ଭି ବେଚ୍ ଦିଆ କ୍ୟା?