Skip to the content
ଶୁଲିଆ ଯାତ୍ରା ଅନ୍ୟ ଆଦିବାସୀ ଯାତ୍ରା ଭଳି ପାଳିତ ହେଉଥିବା ଏକ ପ୍ରାଚୀନ ଯାତ୍ରା। କୃଷିକର୍ମଣ ଆରମ୍ଭ ହେଲା ପରେ ମଣିଷ ପାହାଡ଼ ଛାଡ଼ି ସମତଳ ଭୂମିକୁ ଆସିଲା। ଘଞ୍ଚ ବନାନୀ ପଶ୍ଚିମ ଓଡ଼ିଶାର ଭୂମିକୁ ଅସୂର୍ଯ୍ୟମପଶ୍ୟା କରି ରଖିଥିଲା। ମାଟି ସନ୍ତସନ୍ତିଆ ଥିଲା। କୋଶଲୀ ଭାଷାରେ ସନ୍ତସନ୍ତିଆ ଭୂମୀକୁ ପାଟ କୁହାଯାଏ। ପରବର୍ତ୍ତୀ ସମୟରେ ପାଟ କ୍ଷେତ୍ର, ଶ୍ରେଷ୍ଠ ଆଦି ଅର୍ଥ ପାଇଁ ବ୍ୟବହାର କରୁ। କାରଣ ପାହାଡ ଉପରେ ପ୍ରତିଷ୍ଠିତ ପିଦର ପାଟରେ ପ୍ରତିଷ୍ଠିତ ହେଲେ। ପିଦର, ଦେବାଦେବୀ ଆଦିବାସୀ ଭୂମୀରେ ଶ୍ରେଷ୍ଠ ଅଟନ୍ତି। ପାଟ ସିନ୍ଦୁର, ପାଟବସ୍ତ୍ର, ପାଟଦେବୀ, ପାଟବୁକା ଆଦି।
ଇଣ୍ଡୋମଙ୍ଗୋଲିଆନ ସଂସ୍କୃତି ପାହାଡ଼ ସଂସ୍କୃତି ଅଟେ। କନ୍ଧ ସମ୍ପ୍ରଦାୟ ଏହି ଗୃପ ଅଧିନରେ ଆସନ୍ତି। ଦେଖାଯାଏ ସମସ୍ତ ପାଟ ମୁଖ୍ୟତଃ କନ୍ଧ ସମ୍ପ୍ରଦାୟଙ୍କ ସଂସ୍କୃତିର ପ୍ରତିଫଳନ ଅଟେ। ଗବେଷକଙ୍କ ମତରେ ବର୍ଷର କୌଣସି ନିର୍ଦ୍ଧିଷ୍ଟ ଦିନରେ ଲୋକେ ଗିରିଗୁମ୍ଫାରେ ଏକତ୍ରିତ ହୋଇ ବାଦ୍ୟ, ନୃତ୍ୟ ଓ ଗୀତରେ ନିଜର ପିତୃପୁରୁଷଙ୍କୁ ଶାନ୍ତ କରୁଥିଲେ। ଏହାର ପୁରାତାତ୍ତ୍ଵିକ ପ୍ରମାଣ ମଧ୍ୟ ପ୍ରାଚୀନ ପ୍ରସ୍ତର ଯୁଗରୁ ମିଳିଥାଏ। ଜୋଙ୍କ, ତେଲ, ଉଦନ୍ତି, ଇବ, ମହାନଦୀ, ନାଗାବଳୀ, କୋଲାବ, ଇନ୍ଦ୍ରାବତୀ, ଉନ୍ଦେର, ଆଦି ଉପତ୍ୟକାରେ ବୌଦ୍ଧ ପର୍ଯ୍ୟନ୍ତ ଏହି ପ୍ରାଚୀନ ସଂସ୍କୃତିର ପ୍ରମାଣ ମିଳିଥାଏ। ଏକକ ଭାବରେ ଏହାକୁ ଉପର ମହାନଦୀ ଉପତ୍ୟକା ଭାବରେ ଚିହ୍ନିତ କରାଯାଏ।
ଏହି ପ୍ରାଚୀନ ସଂସ୍କୃତି ଓଡ଼ିଶାର ଯେଉଁ ଅଞ୍ଚଳରେ ଦେଖାଯାଏ ତାହା ପୂର୍ବଘାଟ ପର୍ବତମାଳାର ଅଂଶ ଅଟେ। ଆଗ୍ନେୟ ଓ ପରିବର୍ତ୍ତିତ ଶିଳାରେ ତିଆରି ଏହି ପର୍ବତ ଶୃଙ୍ଖଳା ଭୂତାତ୍ତ୍ଵିକ ଦୃଷ୍ଟିରୁ ସ୍ଥିର ଅଟେ ଏବଂ ପୃଥିବୀର ଅପରିବର୍ତ୍ତିତ ପ୍ରାଚୀନ ଭୂଖଣ୍ଡ ମଧ୍ୟରେ ଏହାକୁ ଗଣାଯାଏ। ଓଡ଼ିଶାର ଅଂଶରେ ପୃଥିବୀର ସର୍ବପ୍ରାଚୀନ ସଭ୍ୟତା ଦେଖାଯାଏ। ସୁନାଦେଈ, ରିସିପିଟି, ଡୋକରୀ ଚଁଚରା, ନନ୍ଦପୁର, ଛେଲିଆପାଟ, ପପଙ୍ଗା, ବିକ୍ରମଖୋଲ ସମେତ ଶୁଲିଆ ପିଠର ସଂସ୍କୃତିର ବୟସ ମାପିବା କଠିଣ।
ନିଜର ପିଦରକୁ ରଖିବା ପାଇଁ ମିଶରର ଲୋକେ ପିରାମିଡ ତିଆରି କରୁଥିବା ବେଳେ ଶୁଲିଆ ପିଠର ସମାଗମ ପ୍ରାଚୀନ ହୋଇ ସାରିଥିଲା। ଅନତଃ ଗବେଷଣା ଏହା ପ୍ରମାଣ କରି ସାରିଛି।
ସେହି ପ୍ରାଚୀନ ବାଦ୍ୟ ଓ ନୃତ୍ୟ କୃଷି ସଭ୍ୟତା ଆରମ୍ଭ ବେଳକୁ ଗଣାବଜା ଓ ଡାଲଖାଇ ର ରୂପ ପାଇ ସାରିଥିଲା। ଯାହା ଶବ୍ଦ ଓ ଶରୀର ସାଧନା ର ଅପୂର୍ବ ସମନ୍ବୟ।
ପଶ୍ଚିମ ଓଡ଼ିଶା ସମେତ ଅବିଭାଜ୍ୟ କୋରାପୁଟ ଉଡ୍ଡୀୟାନର ଏକ ଅଂଶ। ଏଠାରେ କୌଳର ବିକାଶ ହୋଇଥିଲା। ଯେମିତି କୌଣସି ଭୂଖଣ୍ଡରେ ସରଳ ଭାବରେ ବଞ୍ଚୁଥିବା ପ୍ରାଣୀକୁ ମଣିଷ ଅଧ୍ୟୟନ ଓ ଅନୁକରଣ କଲା। ତାହାକୁ ନିଜ ବଂଶ ବା କୂଳର ମାର୍ଗଦର୍ଶକ ଭାବରେ ସମ୍ମାନ ଦେଲା। ପିଦରରେ ସେ ଶ୍ରେଷ୍ଠ ବିବେଚିତ ହେଲା। ଏହା ହିଁ କୌଳ। କୌଳ ନିସୃତ ତତ୍ତ୍ଵ କୌଳଜ୍ଞାନ ଅଟେI
ଯେମିତି ଗଉଡ଼ ଜାତିର କୌଳ ଦେବତା ସମ୍ବର। ମିଳନ ସମୟରେ ଦୁଇଟି ପୁରୁଷ ସମ୍ବର ଯୁଦ୍ଧ କରିବେ ନାରୀ ସମ୍ବର ଏହାକୁ ଅବଲୋକନ କରୁଥିବ। ଶିଙ୍ଘ ପରସ୍ପର ଯେଉଁ କୋଣରେ ଯୁଦ୍ଧରେ ଧକ୍କା ହେବ ତାହାର ନିର୍ବାଚିତ ଅଂଶ ବାଡ଼ିର ଛାନ୍ଦ ଭାବରେ ଗ୍ରହଣ କରାଗଲା।
ଏମିତି ଅନ୍ୟ ସମ୍ପ୍ରଦାୟ ମଧ୍ୟ ପ୍ରାଣୀ ଜଗତରୁ ନିଜର ମୌଳିକ ବିଦ୍ୟା ଆହରଣ କରିଥିଲେ। ଯାହା କୌଳତତ୍ତ୍ଵ ଅଟେ।
ଓଡ଼ିଶାକୁ ଆର୍ଯ୍ୟଙ୍କ ପୂର୍ବରୁ ବୁଦ୍ଧଧମ୍ମର ଆଗମନ ହୋଇଥିଲା। ଏହି ଦୁଇ ସମ୍ପ୍ରଦାୟ କୌଳ, ସାଂଖ୍ୟ, ରସାୟନ ଆଦି ଏ ମାଟିର ମୌଳିକ ଜ୍ଞାନକୁ ଆନୁଷ୍ଠାନିକ ରୂପ ଦେଲେ। ପ୍ରାଚୀନ ପିଠମାନଙ୍କରେ ହିଁ ନିଜର ଅନୁଷ୍ଠାନ ଆରମ୍ଭ କରିଥିଲେ। ସାହିତ୍ୟ ରଚନା ହେଲା। ଯାହାକୁ ସାଂଖ୍ୟ ଓ ତନ୍ତ୍ର ଭାବରେ ବର୍ତ୍ତମାନ ଆମେ ଜାଣୁ।
ବଳି:
ପିଦରଙ୍କୁ ଶାନ୍ତି କରିବା ପାଇଁ ଯେଉଁଠି ଲୋକେ ଏକତ୍ରିତ ହେଉଥିଲେ ଉଦ୍ଭିଦର ରସ ଯାହାକୁ ରସାୟନ କୁହାଗଲା, ଏହା ସହ କୌଳଜୀବର ରକ୍ତରେ ରସାୟନ ପ୍ରସ୍ତୁତ ହୋଇ ବୟସ ଅନୁପାତରେ ଗ୍ରହଣ କରା ଯାଉଥିଲା। ଏହି ରସାୟନ ମଣିଷର ଚେତନାକୁ ଉଜ୍ଜୀବିତ କରିଥାଏ। ମଣିଷ ସାଧାରଣରୁ ବୀରାଚାରୀ ହୋଇଥାଏ। ସେ ପ୍ରକୃତିକୁ ନିୟନ୍ତ୍ରଣ ନୁହେଁ ନିଜର ସହଭାଗିତା ଦେଇଥାଏ। ଏହା ହିଁ ଆଦିବାସୀ ସଂସ୍କୃତି ଓ ଆଦିବାସୀ ଜ୍ଞାନ। ଯାହାକୁ ତନ୍ତ୍ର ମାଧ୍ୟମରେ ବୌଦ୍ଧ ଓ ଆର୍ଯ୍ୟ ବିଜ୍ଞମାନେ ବିସ୍ତାର ବ୍ୟାକ୍ଷା କରି ଆସିଛନ୍ତି।
ବଳି ବିଷୟରେ ମତ ଓ ମନ୍ତବ୍ୟର ଅଧିକାର କେବଳ ଆଦିବାସୀର ଅଟେ।
ଶୁଲିଆରେ ଆଦିବାସୀ ବିଧାନ ଅନୁସାରେ ପାଟବଳି ଦେଇଥାଏ। ବାକି ବଳି ସାଧାରଣଙ୍କର। ତେଣୁ ଶାନ୍ତି ଓ ସାଧନାର ଭୂମୀ ଶୁଲିଆରେ ରକ୍ତ ରଞ୍ଜନ ଦେଖୁଥିବା ଲୋକ ଚରମସତ୍ୟ ଆଦିବାସୀ ସଂସ୍କୃତିରୁ କେତେ ଯୋଜନ ଦୂରରେ ନଥିବେ? ଏହି ମାଟି ଆଦିବାସୀର ଏହାର ସଂସ୍କୃତି ତାର। ଏହାର ସଭ୍ୟତାବି ତାହାର।
ଯେତେବେଳେ ବାହ୍ୟ ଆକ୍ରମଣ ହୋଇଛି ଜ୍ଞାନରେ ଓ ଯୁଦ୍ଧରେ ଆଦିବାସୀ ହିଁ ପ୍ରତିବାଦ କରି ଆସିଛି। ତାହା ସାତ କୁମାରୀଙ୍କ ଆନ୍ଦୋଳନ ହେଉ କି କନ୍ଧମେଳି ହେଉ। ବଳରାମ ଦେବଙ୍କ ନେତୃତ୍ୱରେ ଏହି ଆଦିବାସୀ ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା କରିଛି। କେବଳ ନିଜର ସମ୍ପ୍ରଦାୟକୁ ନୁହେଁ ନିଜର ପଡ଼ୋଶୀ କୁ ବି ଆଦିବାସୀ ନିଜର ପରିବାର ବିଚାର କରେ।
ଇତିହାସକୁ ଦେଖିଲେ ମେରିଆ କମିଶନ ଗଠନ କରି ଆଦିବାସୀ ସଂସ୍କୃତି ପ୍ରତି ଆନୁଷ୍ଠାନିକ ଆକ୍ରମଣ ଆରମ୍ଭ ହେଲା। ଏହା ପୂର୍ବର ଆକ୍ରମଣର ଇତିହାସ ଦୀର୍ଘ ଅଟେ। ଆଶ୍ଚର୍ଯ୍ୟର କଥା ମେରିଆ କମିଶନ ଗଠନ ପୂର୍ବରୁ ଆଦିବାସୀ ନିଜେ ନିଜେ ପୋଢ଼ ବଳିର ପ୍ରଚଳନ କରି ସାରିଥିଲା। ମେରିଆ କମିଶନ ଧର୍ମାନ୍ତରଣ ଓ ଦମନର ଏକ କମିଶନ ଥିଲା।
ଶୁଲିଆରେ ବଳିକୁ ବିରୋଧ କରାଗଲା। ଚଞ୍ଚକତା କରି ମୁଖ୍ୟ ବିରଞ୍ଚି କୁଅଁରଙ୍କୁ ଧର୍ମାନ୍ତରଣ ବି କରାଗଲା। ଏତେବେଳେ ସାରା ଓଡ଼ିଶାରେ ବଳି ଉପରେ ଚର୍ଚ୍ଚା ହେବାସହ ଆଇନର ଆଶ୍ରୟ ମଧ୍ୟ ନିଆଗଲା।
ମୋକ୍ତା ନାମରେ ଆମେ ପାକ୍ଷିକ ସମ୍ବାଦ ଭିତ୍ତିକ ପତ୍ରିକା ନିୟମିତ ପ୍ରକାଶ କରୁଥାଉ I ମୁଖ୍ୟ ସମ୍ପାଦକ ଲକ୍ଷ୍ମୀଧର ନାୟକ, ୰ ହରିହର ଶତପଥି ଓ ମୁଁ ଗୋଟିଏ ଅଭିଯାନ ଆରମ୍ଭ କଲୁ। ଲକ୍ଷ୍ମୀଧର ନାୟକ ଅନେକ ଦିନର ତର୍କ ବିତର୍କ ପରେ ‘ଯାହା ଖାଦ୍ୟ ତାହା ନୈବେଦ୍ୟ’ ନାମରେ ଅନେକ ଲେଖ ଲେଖିଲେ। ଆଦିବାସୀ ସଂସ୍କୃତି ପ୍ରତି ସମ୍ମାନ ଜଣାଇ ଏହାକୁ ଏକ ଆନ୍ଦୋଳନ ଭାବରେ ପ୍ରସ୍ତୁତ କରିବାର ପ୍ରସ୍ତାବ ଶତପଥି ଓ ନାୟକ ସାର କାମ ଆରମ୍ଭ କଲେ। ଏତେବେଳକୁ ସୁପ୍ରିମକୋର୍ଟ ନିଜର ଆଦେଶ ଜାରି କଲେ।
ଶୁଲିଆ ଜତରା ଏକ ସ୍ୱତଃ ଯାତ୍ରା। ଯାହା ଆଦିବାସୀଙ୍କ ନିଜସ୍ଵ। ଆମର ସମ୍ମାନନୀୟ।
ଶୁଲିଆ ଯାତ୍ରା ବଳେ କିଛି ବର୍ଷ ହେବ ତିନିଦିନ ବ୍ୟାପି ସୁଲିଆ ମହୋତ୍ସବ ଆୟୋଜିତ ହାଇଥାଏ। ପଷ୍ଠ ଶୁଲିଆ ମହୋତ୍ସବର ଉଦଯାପନୀ ଉତ୍ସବରେ ମତେ ମୁଖ୍ୟବକ୍ତା ଭାବରେ ଆମନ୍ତ୍ରଣ କରାଯାଇଥିଲା। ସମ୍ମାନ ପାଇଁ ଆଦିବାସୀ ସମାଜକୁ ମୋର ଜୁହାର। ମହୋତ୍ସବର ମୁଖ୍ୟ ଆୟୋଜକ ମୟ ପ୍ରଧାନୀଙ୍କୁ ଧନ୍ୟବାଦ।
ଜୟ ଶୁଲିଆ ବୁଢ଼ା
error: Content is protected !!
Leave a Reply