ଜେନ-ଜୀ ଆନ୍ଦୋଳନର ଇତିହାସ

ସାମାଜିକ ଆନ୍ଦୋଳନ ଲୋକଙ୍କୁ ସଜଗ ଓ ଶିକ୍ଷିତ କରିଥାଏ। ଗଣତାନ୍ତ୍ରିକ ଚିନ୍ତନକୁ ଆଗକୁ ନେଇଥାଏ। ଏହି ପରିପେକ୍ଷିରେ ‘ଜେନ-ଜୀ’ ଆନ୍ଦୋଳନରେ ଅନୁଶାସନ ଓ ରଚନାତ୍ମକତା; ଅସହମତ ଓ ଏକତା ଏବଂ ନାଗରିକ କର୍ତ୍ତବ୍ୟ ଓ ସାର୍ବଜନିକ ବିରୋଧ ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନ ସୂଚିତ କରିଥିଲା, ଲୋକତନ୍ତ୍ର ଅନୁଷ୍ଠାନ କି ସଂସଦରେ ନୁହେଁ ନିଜର ଦୈନନ୍ଦିନ କାମରେ ବି ପାଳନ କରାଯାଇ ପାରେ। ଏହି ଆନ୍ଦୋଳନ ଭୋଟ ରାଜନୀତି ରେ ଲୋକତାନ୍ତ୍ରୀକ ଅନୁଭବ ଦେଇଥିଲା ବୋଲି ଅନେକଙ୍କ ମତ।
ଭାରତୀୟ ରାଜନୀତି ନେତୃତ୍ୱର ପରିଧି ମଧ୍ୟରେ ରହି ଆସିଛି। ନେତୃତ୍ବ ବିନା ଆନ୍ଦୋଳନ ସମ୍ଭବ ନୁହେଁ ଯେମିତି। ବର୍ତ୍ତମାନର ପରିସ୍ଥିତି ଏମିତି ରାଜନୀତିକ ସଂସ୍କୃତି ପଟକୁ ଇଙ୍ଗିତ କରେ ଯେଉଁଠି ଲୋକ ଅଧିକ ପ୍ରଶ୍ନ କରନ୍ତି ଓ ପ୍ରତ୍ୟାଶା ରଖନ୍ତି।
ରାଜନୀତି ବିଜ୍ଞାନୀ ପିପ୍ପା ନରିସ କହନ୍ତି, ‘ଆଜିର ଲୋକତନ୍ତ୍ର ଆଲୋଚନାତ୍ମକ ଚିନ୍ତାର ନାଗରିକ ପ୍ରସ୍ତୁତ କରୁଛି’। ଯାହାକୁ ସେ Critical citizens କହିଛନ୍ତି। ଏମିତି ଲୋକ ଯେଉଁମାନେ ରାଜନୀତିକ ଆଦର୍ଶ ପ୍ରତି ପ୍ରତିବଦ୍ଧ ରହନ୍ତି; ରାଜନୀତିକ ଅଭିଯାନରେ ଥିବା ବର୍ଗ ପ୍ରତି କମ ସମ୍ମାନ ରଖନ୍ତି।କୌଣସି ସମସ୍ୟା ପେପର ଲିକ ଆଦିର ସମାଧାନ ପାଇଁ ନୁହେଁ। ଯୁବବର୍ଗ ଓ ଆଗାମି ପିଢୀ ପାଇଁ ସଂସ୍ଥାଗତ ବିଶ୍ୱସନୀୟତାର ପୁନଃନିର୍ମାଣ କରିବା।
ଜେନ-ଜୀ ଆନ୍ଦୋଳନର ଇତିହାସ
ଆମେରିକାରେ ଉନ୍ନବିଂଶ ଶତକର ମଧ୍ୟ ଭାଗରୁ ବିଦ୍ୟାଳୟ ମାନଙ୍କରେ ଗୁଳିକାଣ୍ଡ ଘଟି ଆସୁଛି। ୧୯୬୦ ରୁ ଅଶି ଦଶକ ମଧ୍ୟରେ ଏହା କମ ରହିଲା। ୧୯୯୦ ମସିହାରୁ ଏହି ସଂଖ୍ୟା ଚିନ୍ତାଜନକ ଭାବେ ବଢିଲା। କଲମ୍ବିଆ ହାଇସ୍କୁଲରେ ୧୯୯୯ ମସିହାରେ ଗୋଟିଏ ଗୁଳିକାଣ୍ଡ ଘଟିଲା। ଏହି ଘଟଣାରେ କେତେଜଣ ଆକ୍ରମଣକାରୀ ସମେତ ୧୬ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଲା।
ଏହାପରେ ପାର୍କଲେଣ୍ଡର ଛାତ୍ରମାନେ Never again MCD ନାମକ ଏକ ସଂସ୍ଥା ତିଆରି କଲେ। ପ୍ରତିବାଦ ପରେ ଅନେକ ସୁଧାର ଆସିଲା। ପରେ ଗୋଟିଏ ଆମେରିକୀୟ NGO ‘Every town for Gun Sefty’ ଛାତ୍ରମାନଙ୍କ ସଂସ୍ଥା ସହ ରହିଥିଲା।
ସ୍ୱୀଡେନ

ମଇ ମାସରୁ ଅଗଷ୍ଟ ୨୦୧୮, ପର୍ଯ୍ୟନ୍ତ ୩୦ରୁ ୩୫ ଡିଗ୍ରି ସେଣ୍ଟିଗ୍ରେଟ ତାପମାତ୍ରା ବୃଦ୍ଧି ପାଇଲା। ଯାହା ସ୍ୱୀଡେନ ପାଇଁ ଅସ୍ବଭାବିକ ଥିଲା। ବର୍ଷା ଅଭାବରୁ କୃଷି ଉପଜ ବେଶ କମିଗଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ୫୦ ରୁ ଅଧିକ ଜଙ୍ଗଲରେ ନିଆଁଲାଗି ୨୫୦୦୦ ହେକ୍ଟରରୁ ଅଧିକ ମୂଲ୍ୟବାନ ଜଙ୍ଗଲ ନଷ୍ଟ ହୋଇଗଲା। କୃଷି ଓ ବନଶିଳ୍ପ ଗଭିର ଭାବେ ପ୍ରଭାବିତ ହୋଇଥିଲା। ବୀମା କମ୍ପାନୀମାନେ କ୍ଷତିପୁରଣ ଦେବାପରେ କଠିଣ ଅର୍ଥନୀତିକ ସମସ୍ୟାରେ ପଡିଥିଲେ। ଜଙ୍ଗଲ ନିଆଁ ଲିଭାଇବା ପାଇଁ ମଧ୍ୟ ବଡ଼ ଧରଣର ଖର୍ଚ୍ଚ କରିବାକୁ ପଡ଼ିଥିଲା।
ଜାତୀୟ ଅର୍ଥନୀତିରେ ଏହାର ପ୍ରଭାବ ପଡି ନଥିଲେ ମଧ୍ୟ ସ୍ୱୀଡ଼େନ ପାଣିପାଗ ବିଭାଗ SMHI ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲା। ଏଭଳି ଉଚ୍ଚ ତାପମାତ୍ରା ଯୋଗୁଁ ଜଳବାୟୁ ପରିବର୍ତ୍ତନ ମାନବକୃତ ଅଟେ।
ମାନବିକୃତ ବିପର୍ଯ୍ୟୟ ! ଜଣେ ନବମ ଶ୍ରେଣୀର ସ୍ୱୀଡେନ ଛାତ୍ରୀ ଗ୍ରେଟା ଥନବର୍ଗ ମନରେ ବେଶ ଆଲୋଡନ ସୃଷ୍ଟିକଲା। ୨୦୧୯ ମସିହାରେ ସ୍ୱୀଡେନ ସାଧାରଣ ନିର୍ବାଚନ ଥିଲା। ଝିଅଟି ସଂକଳ୍ପ ନେଲା ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସଂସଦ ଭବନ ସାମ୍ନାରେ ସ୍କୁଲରୁ ଛୁଟି ନେଇ ଧାରଣା ଦେବ। ସେମିତି ହିଁ କଲା, ସେପ୍ଟେମ୍ବର ୯, ୨୦୧୮ ଦିନ ରୁ School Strike for Climate ଲେଖାଥିବା ପ୍ଲାକାର୍ଡ ଧରି ନିରବରେ ସଂସଦ ସମ୍ମୁଖରେ ଛିଡା ହୁଏ। ଏହି ଦିନରୁ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ସଂସଦ ସମ୍ମୁଖରେ ଧାରଣା ଦେବାର ନିଷ୍ପତ୍ତି ନିଏ।
ଝିଅ ବିଭିନ୍ନ ଦେଶର ଦୃଷ୍ଟି ଆକର୍ଷଣ କରେ। ମାର୍ଚ୍ଚ ୧୫, ୨୦୧୯ ଦିନ ୧୨୫ ଟି ଦେଶର ୨୨୦୦ ସ୍ଥାନରେ ଆନ୍ଦୋଳନ ହୋଇଥିଲା। ପରିବେଶ କାରଣକୁ ନେଇ ହୋଇଥିବା ଏହି ଆନ୍ଦୋଳନ ମଇ ୨୪, ୨୦୧୯ ଦିନ ୧୫୦ ଦେଶ ସାମିଲ ହୋଇ ୧୬୦୦ ସ୍ଥାନରେ ପ୍ରତିବାଦ କରିଥିଲେ। ସେପ୍ଟେମ୍ବର ୨୦ ରୁ ୨୭, ତାରିଖ Global week for future ୧୫୦ ରୁ ଅଧିକ ଦେଶରେ ୪୫୦୦ ବିରୋଧ ପ୍ରଦର୍ଶନ ହୋଇଥିଲା।
ଥନବର୍ଗ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ସେ ପାର୍କଲେଣ୍ଡ ଛାତ୍ରମାନଙ୍କ ନିକଟରୁ ପ୍ରେରଣା ନେଇ ଏହି କାମ କରିଥିଲେ। ଯାହାକୁ Friday for future ନାମରେ ମଧ୍ୟ ଜଣାଯାଏ। ଏହା ହେଉଛି ‘ଜେନ-ଜୀ’ ଆନ୍ଦୋଳନର ଆଦ୍ୟକଥା।

ଅନ୍ୟାନ୍ୟ ‘ଜେନ-ଜୀ’ ଆନ୍ଦୋଳନ
୨୦୧୮ ଫ୍ରାଇଡେ ଫର ଫ୍ୟୁଚର
୨୦୧୯ No Boudries ( ଲିଙ୍ଗଗତ ବିଭେଦ ବିପକ୍ଷ ଆନ୍ଦୋଳନ)
୮-୧୨-୨୦୧୯ IPSOS ବା OK Boomer ଏହି ଆନ୍ଦୋଳରେ ପ୍ରଥମେ ‘ଜେନ-ଜୀ’ ଶବ୍ଦ ବ୍ୟବହାର ହୋଇଥିଲା।
୨୦୨୦-୨୧ ଥାଇ ବିଦ୍ରୋହ
୨୦୨୦ Black lives matter ଏଥିରେ ‘ଜେନ-ଜୀ’ ଶବ୍ଦ ନଥିଲା, ୪0% ରୁ ଉର୍ଦ୍ଧ୍ଵ ଏମାନଙ୍କ ସଂଖ୍ୟା ଥିଲା।
୨୦୨୧ ମ୍ୟାନମାର ବିଦ୍ରୋହ (‘ଜେନ-ଜୀ’ ସଂପୃକ୍ତି ଥିଲେ ମଧ୍ୟ ଏହାକୁ ‘ଜେନ-ଜୀ’ ବିଦ୍ରୋହ କୁହାଯାଏ ନାହିଁ।
୨୦୨୨- ଆରାଗଲାୟା ବିପ୍ଲବ, ଶ୍ରୀଲଙ୍କା ସରକାର ପତନ
୨୦୨୪ ଦକ୍ଷିଣ-ପୂର୍ବରେ ଚାଲୁଥିବା ବିଦ୍ରୋହ
ଦକ୍ଷିଣ କୋରିଆ ମାର୍ଶାଲ ଲ’ ବିରୋଧି ଆନ୍ଦୋଳନ
୨୦୨୫ ତୁର୍କୀ ବିଦ୍ରୋହ
ଉପରୋକ୍ତ ବିଦ୍ରୋହମାନଙ୍କରେ ଭାଗିଦାରୀ ଥିଲେ ମଧ୍ୟ ‘ଜେନ-ଜୀ’ ଆନ୍ଦୋଳନ ବୋଲି ଅନେକକୁ ଉଲ୍ଲେଖ କରାଯାଏ ନାହିଁ। ଭାରତର ପଡ଼ୋଶୀ ଶ୍ରୀଲଙ୍କା, ବାଙ୍ଗଲାଦେଶ ଓ ନେପାଳ ବିଦ୍ରୋହକୁ ‘ଜେନ-ଜୀ’ ବିଦ୍ରୋହ ଭାବରେ ଦେଖା ଯାଇଥାଏ।
ଶ୍ରୀଲଙ୍କା

ଗୋତାବାୟା ରାଜପକ୍ଷେ ୨୦୧୯ ମସିହାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରତିଶୃତି ଦେଇ ନିର୍ବାଚନ ଜିତି ରାଷ୍ଟ୍ରପତି ହେଲେ। ମାତ୍ରାଧିକ କରହ୍ରାସ ଫଳରେ ରାଜକୋଷ ଉପରେ ପ୍ରଭାବ ପଡ଼ିଲା। କୋଭିଦ-୧୯ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଠପ ହୋଇଗଲା। ରାସାୟନିକ ସାର ଆମଦାନୀ ବନ୍ଦ କରିଦେଲେ, ଫଳରେ କୃଷି ଉତ୍ପାଦନ ହ୍ରାସ ପାଇଲା। ବିଶ୍ଵର ଏକ ପ୍ରମୁଖ ଗଣମାଧ୍ୟମ ଅନୁସାରେ ପ୍ରଥମ ୧୫ ମାସରେ ହିଁ ଶ୍ରୀଲଙ୍କାର ସାଧାରଣ ଶାସନର ପ୍ରତିଶୃତି ସବୁ ର ବିପରିତ ପ୍ରତିଫଳ ଦେଖି ସାରିଥିଲେ। ସରକାର ଉଭୟ ଭାରତ ଓ ଚୀନ ନିକଟରେ ମଥାନତ କରିବା ଦେଖିଲେ।
୨୦୨୨ ପରେ ଇନ୍ଧନ, ଗ୍ୟାସ, ବିଜୁଳି, ଔଷଧ, ଖାଦ୍ୟ ଆଦିର ସଙ୍କଟ ଦେଖାଦେଲା। ଫଳରେ ଜନ ଅସନ୍ତୋଷ ବଢ଼ିଲା। ମାର୍ଚ୍ଚ ୨୦୨୨ ଯୁବକ ଛାତ୍ର ଆନ୍ଦୋଳନକୁ ଓହ୍ଲାଇଲେ। ଗୋଟା ଗୋ ଗାମା ନାମରେ ଏକ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ କରି ବିକ୍ଷୋଭ ପ୍ରଦର୍ଶନ ଚାଲୁ ରହିଲା। ମଇ ୯, ତାରିଖ ଦିନ ବିଷୋଭକାରୀ ଓ ସରକାରୀ ସମର୍ଥକଙ୍କ ମଧ୍ୟରେ ହିଂସକ ବିବାଦ ସୃଷ୍ଟିହଲା। ପ୍ରଧାନମନ୍ତ୍ରୀ ମହିନ୍ଦ ରାଜପକ୍ଷେ ପଦତ୍ୟାଗ କଲେ। ଜୁଲାଇ ୧୪, ରାଷ୍ଟ୍ରପତି ମଧ୍ୟ ଦେଶଛାଡି ପଦତ୍ୟାଗ କଲେ। ଜୁଲାଇ ୨୦, ରନୀଲ ବିକ୍ରମ ସିଂହେ ନୂତନ ରାଷ୍ଟ୍ରପତି ହେଲେ।
ସମୀକ୍ଷକଙ୍କ ମତରେ ଏହି ‘ଜେନ-ଜୀ’ ଆନ୍ଦୋଳନ ଶ୍ରୀଲଙ୍କା ଆଧୁନିକ ଇତିହାସର ପ୍ରଭାବଶାଳୀ ଆନ୍ଦୋଳନ ଥିଲା। ଏଥିରେ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଯେଉଁମାନେ ଯୁବକ ଓ ଛାତ୍ର ଆରମ୍ଭ କରିଥିବା ଆନ୍ଦୋଳନର ଭାଗିଦାରୀ ହୋଇଥିଲେ।
ବାଙ୍ଗଲାଦେଶ

୨୦୧୮ ମସିହାରେ ବିଭିନ୍ନ ପ୍ରକାର ସରକାରୀ ସଂରକ୍ଷଣ ବିରୋଧରେ ଛାତ୍ରମାନେ ‘ବାଙ୍ଗଲା ଦେଶ ସାଧାରଣ ଛାତ୍ର ଅଧିକାର ସଂରକ୍ଷଣ ପରିଷଦ’ ନାମରେ ଅନୁଷ୍ଠାନ ଗଢି ପ୍ରତିବାଦ ଆରମ୍ଭ ହେଲା। ଫଳରେ ଶେଖ ହସିନା ସରକାର ସଂରକ୍ଷଣ ବ୍ୟବସ୍ଥାର ପରିବର୍ତ୍ତନ ହେବାକୁ ଘୋଷଣା କଲେ। ଏହି ବିଷୟ ସରକାରୀ ଗେଜେଟରେ ମଧ୍ୟ ପ୍ରକାଶିତ ହେଲା।
ସ୍ୱାଧୀନତା ସଂଗ୍ରାମୀ (ବାଙ୍ଗଲାଦେଶ ମୁକ୍ତି ସଂଗ୍ରାମ – ୧୯୭୨) ପରିବାର ଏହି ସରକାରୀ ନିର୍ଣ୍ଣୟ ବିପକ୍ଷରେ ଅଦାଲତର ଆଶ୍ରୟ ନେଲେ। ଜୁନ ୫, ୨୦୨୪ ଦିନ ବାଙ୍ଗଲାଦେଶ ହାଇକୋର୍ଟ ସରକାରଙ୍କ ନିର୍ଣ୍ଣୟକୁ ଅବୈଧ ଘୋଷଣା କଲେ। ପୁନର୍ବାର ଆନ୍ଦୋଳନ ତେଜିଲା।
ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ବଢ଼ିଲା। ଅନେକଙ୍କ ମୃତ୍ୟୁ ଘଟିଲା। ହଜାର ହଜାର ଲୋକ ଆହତ ହେଲେ।
ହିଂସାତ୍ମକ ବାତାବରଣକୁ ଦେଖି ଜୁଲାଇ ୨୧, ୨୦୨୪ ଦିନ ନ୍ୟାୟାଳୟର ଅପିଲ ବିଭାଗ ନୂଆ ବ୍ୟବସ୍ଥା ଦେଲେ। ଯେଉଁଥିରେ ୯୩% ମେରିଟ ଆଧାରରେ, ୫% ସ୍ୱାଧୀନତା ସଂଗ୍ରାମୀ ପରିବାର, ୧% ଜାତିଗତ ସଂଖ୍ୟାଲଘୁ ଓ ୧% ଦିବ୍ୟାଙ୍ଗ ଓ ତୃତୀୟ ଲିଙ୍ଗଙ୍କ ପାଇଁ ସଂରକ୍ଷଣ ରଖାଗଲା। ଏହାକୁ ନେଇ ମଧ୍ୟ ଜନ ଅସନ୍ତୋଷ ବଢ଼ିଲା।
ଏହାପରେ କେବଳ ସଂରକ୍ଷଣ ନୁହେଁ ଆନ୍ଦୋଳନରେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଯୋଡ଼ିହେଲା।
ଅଗଷ୍ଟ ୨୪, ପ୍ରଧାନମନ୍ତ୍ରୀ ଦେଶତ୍ୟାଗ କଲେ ଓ ପରେ ପଦତ୍ୟାଗ ମଧ୍ୟ କରିଥିଲେ।
ନେପାଳ

୨୦୦୬ ମସିହାରେ ରାଜା ଜ୍ଞାନେନ୍ଦ୍ରଙ୍କ ବିରୋଧରେ ଜନ ଆନ୍ଦୋଳନ ପରେ ସାତଟି ଦଳ ମେଣ୍ଟ ହୋଇ ସରକାର ଗଠନ କଲେ। ଯେଉଁମାନଙ୍କ ମଧ୍ୟରେ ମାଓବାଦୀ ସଙ୍ଗଠନ ମଧ୍ୟ ରହିଥିଲା।
୨୦୦୮ ମସିହାରେ ସମ୍ବିଧାନର ପ୍ରଥମ ବୈଠକରେ ନେପାଳକୁ ସଂଘୀୟ ଗଣତାନ୍ତ୍ରୀକ ଗଣରାଜ୍ୟ ଘୋଷଣା ହେଲା। ୨୪୦ ବର୍ଷର ରାଜତନ୍ତ୍ର ଶାସନର ବିଲୋପ ହେଲା।
୨୦୧୫-୧୬ ମସିହାରେ ନୂଆ ସମ୍ବିଧାନକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା। ୨୦୧୭ ରେ ବାମ ମେଣ୍ଟର ବିଜୟ ହୋଇଥିଲା। ୨୦୨୦ ମସିହାରେ Emough is Enough ନାମରେ ସରକାରୀ ବ୍ୟବସ୍ଥା ସୁଧାର ପାଇଁ ଆନ୍ଦୋଳନ ହୋଇଥିଲା। ଯାହା କୋଭିଦ-୧୯ ପରବର୍ତ୍ତ ସମସ୍ୟା ଉପରେ ସ୍ୱାସ୍ଥ୍ୟ, ଶିକ୍ଷାନୁଷ୍ଠାନ ପରୀକ୍ଷା, ସୁଶାସନ ପାଇଁ ପ୍ରତିରୋଧ ହୋଇଥିଲା। ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ଦୁଇଥର ସଂସଦ ବିଘାଟନ ସୁପାରିଶ କରିଥିଲେ। ଏହାର ବିରୋଧ ହୋଇଥିଲା। ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା। ୨୦୨୪ ମସିହାରେ ବେରୋଜଗାର, ପଳାୟନ (ବ୍ରେନଡ୍ରେନ), ବିରୋଧରେ ଏକ ବଡ଼ ବିଦ୍ରୋହ ହୋଇଥିଲା।
ନେପାଳରେ ପ୍ରଥମେ ମୌଳିକ ପରିବର୍ତ୍ତନ ହୋଇଛି ଓ ପରେ ଲୋକତାନ୍ତ୍ରୀକ ପ୍ରକ୍ରିୟା ଦ୍ୱାରା ହିଁ ସମାଧାନ ହୋଇଛି। ଯେମିତି ସୁପ୍ରିମକୋର୍ଟ, ସଂସଦ ଓ ନିର୍ବାଚନ।
ମୋଟାମୋଟି ଭାରତର ପଡ଼ୋଶୀ ଦେଶମାନଙ୍କରେ ହୋଇଥିବା ଐତିହାସିକ ଆନ୍ଦୋଳନ ମାନ ବ୍ୟବସ୍ଥା ସୁଧାର ହୋଇଛି, ଶ୍ରୀଲଙ୍କା ବାଙ୍ଗଲାଦେଶରେ ସତ୍ତା ପରିବର୍ତ୍ତନ ହୋଇଛି। ଏ ସମସ୍ତ ଜନ ଆନ୍ଦୋଳନ ‘ଜେନ-ଜୀ’ ଆନ୍ଦୋଳନ କହିବା ଠିକ ହେବ ନାହିଁ। ‘ଜେନ-ଜୀ’ ଦ୍ୱାରା ପ୍ରାରମ୍ଭ ହୋଇଛି କିନ୍ତୁ ସାଧାରଣଙ୍କ ଯୋଗଦାନ ଓ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ସ୍ଥାନ ପାଇଛି। ବାଙ୍ଗଲାଦେଶର ପ୍ରାରମ୍ଭିକ ବିଦ୍ରୋହକୁ ‘ଜେନ-ଜୀ’ ବିଦ୍ରୋହ କୁହାଯିବ। ଏଥିରେ ଛାତ୍ର ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଯୋଗଦାନ ଥିଲା।
ଭାରତର ପଡ଼ୋଶୀ ଦେଶମାନଙ୍କ କଥିତ ‘ଜେନ-ଜୀ’ ଆନ୍ଦୋଳନ ଭାରତର ଆନ୍ଦୋଳନ ସହ କୌଣସି ପ୍ରକାରେ ତୁଳନା କରିହେବ ନାହିଁ। ଭାରତର ଆନ୍ଦୋଳନର ୭୦ ଦିନ ଗୋଟିଏ ଇତିହାସ ତିଆରି କଲା। ‘ଜେନ-ଜୀ’ ଆନ୍ଦୋଳନର ଇତିହାସରେ ଭାରତର ଆନ୍ଦୋଳନ ଗୋଟିଏ ସ୍ୱତନ୍ତ୍ର ଉଦାହରଣ ହୋଇ ରହିବ। ଏହା ରାଷ୍ଟ୍ରର ବହୁ ଦିଗକୁ ପ୍ରଭାବିତ କରିଛି। ସବୁଠାରୁ ମୁଖ୍ୟକଥା ଗାନ୍ଧୀଙ୍କୁ ଆଚରଣରେ ଆଣି ରାଷ୍ଟ୍ର ସମ୍ମୁଖରେ ନିଜର ସଂସ୍କୃତି ପ୍ରତି ସେମାନେ କେତେ ଜାଗ୍ରତ ଏକଥା ମଧ୍ୟ ଦେଖେଇ ଦେଇଛନ୍ତି। ଭାରତର ‘ଜେନ-ଜୀ’ ଆନ୍ଦୋଳନରେ କୁହାଯାଇଥିବା ବକ୍ତବ୍ୟ ସୋନମ ୱାଙ୍ଗଚୁକଙ୍କୁ ପରିଧି ବାହାରେ ରଖି ଉପସ୍ଥାପନା କରା ହୋଇଛି।
ଯେତେ ଆନ୍ଦୋଳନର ଚର୍ଚ୍ଚା କରା ହୋଇଛି; ତାହା ଭାରତର ଆନ୍ଦୋଳନର ଚରିତ୍ର ଓ ପ୍ରଭାବ ଉପରେ ଚର୍ଚ୍ଚା ପାଇଁ। ଇତିହାସର ପ୍ରତିଟି ‘ଜେନ-ଜୀ’ ଆନ୍ଦୋଳନରେ NGO ର ଭୂମୀକା ଉପରେ ଚର୍ଚ୍ଚା ହୋଇଛି। ଭାରତର ପଡ଼ୋଶୀ ରାଷ୍ଟ୍ରମାନଙ୍କ ଆନ୍ଦୋଳନ ପଛରେ ମିୟାନମାର ସମେତ NGO ର ଭୂମୀକା ଉପରେ ଚର୍ଚ୍ଚା ହୋଇଛି। କିନ୍ତୁ ଲିଖିତ ବିବରଣୀ ଆଇନତଃ ନାହିଁ ଯେଉଁଥି ପାଇଁ NGO ର ସଂପୃକ୍ତିକୁ ସ୍ୱୀକାର କରିହେବ। କିନ୍ତୁ NGO ସଂପୃକ୍ତି ବିଷୟ ଚର୍ଚ୍ଚା ହୋଇଛଏ।ହାବି ଦେଖାଯାଇଛି ସମସ୍ତ ଆନ୍ଦୋଳନ ରାଜନୀତିର ମଞ୍ଚ ଉପରେ ନିଜକୁ ଗତିଶୀଳ କରିଛି। ନେପାଳରେ କିନ୍ତୁ ନବନିର୍ମିତ ସମ୍ବିଧାନୀକ ଧାରାକୁ ସମ୍ମାନ ଦିଆ ଯାଇଛି।
ଫଟୋ ସୌଜନ୍ୟ ଗୁଗୁଲ
LIKE THIS ARTICLE
Give us a thumbs up!
0 Comments