ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ ବଙ୍ଗୋମୁଣ୍ଡାକୁ ସ୍ୱାଗତ। ରାଜନୀତିକ ସମାବେଶରେ ଆପଣ ଆସିବା ଏକ ସ୍ଵଭାବିକ କଥା, ଆପଣ ନିଜ ଦଳ ପାଇଁ ପ୍ରଚାର କରିବେ ଏହା ପ୍ରତ୍ୟେକ ବଡ଼ ନେତାଙ୍କ କର୍ତ୍ତବ୍ୟ। ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବା ଇତିହାସିକ କାରଣ ମାନଙ୍କ ମଧ୍ୟରେ ଗୁରୁତ୍ୱ ରଖେ।ଆଧୁନିକ ଅହମିଆ ସାହିତ୍ୟର ଜନକ ସାହିତ୍ୟରଥି ଲକ୍ଷ୍ମୀନାଥ ବେଜବରୁଆଙ୍କ କର୍ମଭୂମୀ ସମ୍ବଲପୁର ସହର ଅଟେ। ମହାନଦୀ କୂଳରେ ତାଙ୍କ ଦ୍ୱାରା ୧୯୨୪ ମସିହାରେ ତିଆରି ଦୁଇଟି ଗୃହ ରହିଅଛି। ଗୋଟିଏ ବାସଗୃହ ଏବଂ ଅନ୍ୟଟି ବ୍ୟବସାୟୀକ କାର୍ଯ୍ୟାଳୟ ଓ ସାଧନାଗୃହ ଅଟେ। ୨.୭୮ ଏକ ଜମି ୨୦୧୭ ମସିହା ଓଡ଼ିଶା ସରକାର ସତ୍ତ୍ଵ ପାଇବା ପର୍ଯ୍ୟନ୍ତ ବିବାଦୀୟ ଥିଲା। ୧୯୦୨ ମସିହାରେ ଖ୍ରୀଷ୍ଟିଆନ୍ ମିଶନାରୀର ଲିଜ ପାଇଥିଲେ। ୧୯୩୮ ମସିହାରେ ବେଜବରୁଆଙ୍କ ମୃତ୍ୟୁପରେ ତାଙ୍କର ବନ୍ଧୁ ଓଁକାରମଲ ପୋଦ୍ଦାର ଲିଜ ପାଇଲେ। ଯାହାର ସମୟସୀମା ୧୯୬୦ ମସିହାରେ ସମାପ୍ତ ହେଲା। ୧୯୮୦ ମସିହାରେ ଜିଲ୍ଲା ପ୍ରଶାସନ ଜମି ଉପରେ ଅଧିକାର ପାଇଁ ମାମଲା ଦାୟର କଲେ।ମହାନଦୀ ଦ୍ୱିତୀୟ ସେତୁ ନିର୍ମାଣ ବେଳକୁ ଇନଟେକ ୱେଲ ଯୋଗୁଁ ସାହିତ୍ୟରଥି ବେଜବରୁଆଙ୍କ ବାସଗୃହ କ୍ଷତିଗସ୍ତ ହେବାର ଦେଖି ସମ୍ବଲପୁରବାସୀ ଏକ ସାଂସ୍କୃତିକ ଲଢ଼େଇ ଲଢ଼ି ବିଜୟୀ ହୋଇଥିଲେ।ବର୍ତ୍ତମାନ ବେଜବରୁଆଙ୍କ ସ୍କୃତିପିଠ ପୂର୍ବରୁପରେ ତିଆରି ଓ ମରାମତି ହୋଇ ସୁରକ୍ଷିତ ଭାବେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧିନରେ ୨୦୨୧ ମସିହାରୁ ରହିଅଛି।ଆସାମ ଓ ଓଡ଼ିଶାର ଅନ୍ୟ ଏକ ସମ୍ପର୍କ ରହିଅଛି। ଆସାମର ଆଧୁନିକ ଅର୍ଥନୀତି ଚା’ ଚାଷରୁ ଆରମ୍ଭ ହୁଏ। ସେତେବେଳେ ଆସାମ ଟି-ବୋର୍ଡ ସମ୍ବଲପୁର ସହରରେ ପ୍ରତିଷ୍ଠିତ ହୁଏ।ଜାତିପ୍ରଥାର ଅମାନବୀୟ ଶିକାର ଦଳିତ ଜାତିର ଗୋଟିଏ ସମ୍ପ୍ରଦାୟ ହେଉଥିଲେ। ସେମାନଙ୍କୁ ଅପରାଧି ଜାତି ଭାବେ ଇଂରେଜ ଶାସନ ମଧ୍ୟ ଗ୍ରହଣ କରିନେଲା। ଅଞ୍ଚଳର ଦଳିତ ଜାତିର ସଂପୃକ୍ତ ସମ୍ପ୍ରଦାୟ ଲୋକଙ୍କୁ ସାମାନ୍ୟ ଦୋଷ ଅବା ବିନା ଦୋଷରେ ସମ୍ବଲପୁର ଜେଲରେ ରଖାଗଲା। ଜେଲରେ ତାଙ୍କୁ ଦୁଇଟି ସୁଯୋଗ ଦିଆଗଲା ସଜା କାଟ ନଚେତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉପଯୁକ୍ତ ରୋଜଗାର ସୁବିଧା ପାଇ ଆସାମ ଚା’ବଗିଚାରେ କାମକର। ହଜାର ହଜାର ଦଳିତ, ଗଉଡ଼ ଓ ଅନ୍ୟ ଶିଳ୍ପକାର ପରିବାର ଆସାମ ଗଲେ ପରିବାର ସହl ଇଂରେଜ ଶାସନରେ ସେମାନେ କ୍ରିତଦାସ ଥିଲେ। ଆମ ଅଞ୍ଚଳରେ ତାଙ୍କୁ ବଗନିଆ କହିଥାଉ। ପଶ୍ଚିମ ଓଡ଼ିଶାର ଅନେକ ବଗନିଆ ପରିବାର ଆସାମରେ ରହିଛନ୍ତି। କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଅନେକ ପରିବାର ଆପଣଙ୍କ ରାଜ୍ୟରେ ରହିଛନ୍ତି। ସ୍ଵାଧୀନତା ପରେ ସେମାନେ ସେଠାରେ ସ୍ଥାୟୀ ହୋଇ ରହିଗଲେ।ଯେଉଁମାନଙ୍କ ପରିଶ୍ରମରେ ଆସାମର ଆଧୁନିକ ଅର୍ଥନୀତି ପୁଷ୍ଟ କରିଛନ୍ତି ସେମାନେ ଆଜି ମଧ୍ୟ ଅନେକ ମୂଳଭୁତ ଅଧିକାରରୁ ବଞ୍ଚିତ। ଆସାମରେ ଥିବା ଓଡ଼ିଆଙ୍କ ଶିକ୍ଷା, ସଂସ୍କୃତି ତଥା ନାଗରିକର ଜାତିଗତ ଅଧିକାର ଦେବେ ବୋଲି ଆମର ବିଶ୍ୱାସ। ଯାହା ସେମାନେ ଆଜି ପର୍ଯ୍ୟନ୍ତ ପାଇପାରି ନାହାନ୍ତି।