ପଞ୍ଚାୟତ ନିର୍ବାଚନ ବେଳେ ଗଉନ୍ତିଆ ସରପଞ୍ଚ ପ୍ରାର୍ଥି ହେଲେ। ନରିହା ଜମା ଭୋଟ ଦେଲେ ଗଉନ୍ତିଆ ସରପଞ୍ଚ ହେବା ସୁନିଶ୍ଚିତ, ବାକି ଜାତିର ଲୋକେ ଠିକ ଅଛନ୍ତି, ଗଉନ୍ତିଆକୁ ସାଧ୍ୟମତେ ଦେବାର ପ୍ରତିଶୃତି ଦେଇ ସାରିଛନ୍ତି। ସରପଞ୍ଚ ଭୋଟ କିଏ କାହାକୁ ଦେଇଛି ଜାଣିହୁଏ ଲୋକଙ୍କ ହାବଭାବରୁ। ନିର୍ବାଚନ ଦୁଇମାସ ବେଶ ଚର୍ଚ୍ଚାହୁଏ କିଏ କାହିଁକି… Continue Reading →
ଅକ୍ଟୋବର ୨୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା, ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରା.ପ.ର ପାତଲପଡ଼ା ଗାଁରେ ବିନେ ବଛା(୩୪) ମରିଗଲା। ଦାଦନ ସ୍ୱାମୀ ନବୀନର ଅନୁପସ୍ଥିତିରେ ମରିଥିବା ବିନେର ମୃତ୍ୟୁ ସାମାନ୍ୟରୁ ଅସାଧାରଣ ହୋଇଗଲା; ଯେତେବେଳେ ଗଣମାଧ୍ୟମରେ ଏହାକୁ ଅନାହାର ମୃତ୍ୟୁ ବୋଲି କୁହାଗଲା।ତା’ ପରବର୍ତ୍ତୀ ଦୃଶ୍ୟ ଥିଲା ଏହିପରି। ବଙ୍ଗୋମୁଣ୍ଡା ବି.ଡ଼ି.ଓ କହିଲେ ଏହା… Continue Reading →
୨୨ ଜାନୁୟାରୀ ୨୦୧୨ ଦିନ ଲାଠୋରରେ ଘଟିଥିବା ଘଟଣା ଏହିପରି- ଲକ୍ଷ୍ମୀ କ୍ଲଥ୍ଷ୍ଟୋରକୁ ଦୁଇଜଣ ଯୁବକ ଆସିଲେ। ଜାକେଟ କିଣିଲେ। ଦୋକାନୀକୁ ଦାମ୍ ପଚାରିଲେ। ଦୋକାନୀ ଦୁଇଟି ଜାକେଟର ଦାମ୍ କହିଲା। ଗ୍ରାହକ କହିଲା ଏଇଟା ମୁଁ ଘରୁ ପିନ୍ଧିକରି ଆସିଛି। ବଚସା ହେଲା, ଝଗଡ଼ା ହେଲା। ଦୋକାନ ମାଲିକ ଦୟା ଓ ଭରତ ଗ୍ରାହକକୁ… Continue Reading →
ଦର୍ଜି ଛୁରା, ନି. ଜଏରପରା, ଗ୍ରା.ପ. କପିଲାଭଟା, ବ୍ଲକ. ବଙ୍ଗୋମୁଣ୍ଡା, ଜି. ବଲାଙ୍ଗିର ଚାରିବର୍ଷ ତଳେ ମରିଗଲା। ପଛରେ ଛାଡ଼ିଗଲା ସ୍ତ୍ରୀ ମଙ୍ଗରେ, ଏକ ବଖରିଆ କୁଡ଼ିଆ ଆଉ ଅନେକ ଦୁଃଖମାନଙ୍କୁ। ନିଃସନ୍ତାନ ଦର୍ଜି ମରିବା ପରେ ମଙ୍ଗରେ ଅନାଥ ହୋଇଗଲା। ନିଜକୁ ସଙ୍ଖୋଳି ମୃତ୍ୟୁ ପର୍ଯ୍ୟନ୍ତ ଏକ ନିରନ୍ତର ସଂଗ୍ରାମ ପାଇଁ ମଙ୍ଗରେ ନିଜକୁ… Continue Reading →
ଜାନୁୟାରୀ ୨୦୦୯ର କୌଣସି ଏକ ରାତ୍ରିରେ ଫୁଲ ବାପା ତେଜରୁ ବାଗ ସହ ଫେରିଲା। ଏଲିମେଟ ଗାଁ ଥାନା ବିରମ୍ପାନ୍ନା ଜିଲ୍ଲା ହାଇଦ୍ରାବାଦରୁ ମୁରିବାହାଲ ବ୍ଲକ୍, ଜିଲ୍ଲା ବଲାଙ୍ଗିରର କୌଣସି ଏକ ଗାଁ କୁ ସାତମାସର ଗର୍ଭ ଓ ସାଙ୍ଗରେ ଆଠବର୍ଷର ପୁଅ ବିଜୟ। ପାଞ୍ଚବର୍ଷପରେ ଫୁଲ ଫେରିଲା, ଏଇଟା ଖବର ନଥିଲା। ଫୁଲ ଗର୍ଭବତୀ… Continue Reading →
ତାର ପ୍ରକୃତ ନାମ କି ଠିକଣା ଏଠାରେ ଲେଖି ପାରିବି ନାହିଁ କିନ୍ତୁ ସମାନ୍ତର ନାମରେ ତାକୁ ଲେଲେ ବୁଢୀ କୁହାଯାଉ। କାହାଣୀ ଲେଖିବାର କିଛି ସପ୍ତାହ ପୂର୍ବରୁ ଲେଲେ ବୁଢୀ ମରିଗଲା। ନାମ ଓ ଠିକଣା କୁହା ନଗଲେ ଚଳିବ କିନ୍ତୁ ତାର ଜାତି କହିବା ଅତ୍ୟନ୍ତ ଆବଶ୍ୟକ। ସେ ଗଉଡ଼ ଜାତିର। ମଲାପରେ… Continue Reading →
ଉପସଂହାର ଯେକୌଣସି ଭୂଗୋଳର ସମୁଦାୟ ଉପରେ ଅଧ୍ୟୟନ ଗୋଟିଏ ଜଟିଳ ପ୍ରକ୍ରିୟା। ଲେଖକ ଜଣକ ବୃତ୍ତିରେ ପତ୍ରକାର ହୋଇଥିବା ହେତୁ ଆର୍ôଥକ ଏବଂ ସାଂସ୍କୃତିକ ଦିଗ ଉପରେ ଅନେକ ପ୍ରଜ୍ଞାବାନଙ୍କ ମତ ଆଧାରରେ ବିଶ୍ଲେଷଣର ପ୍ରୟାସ କରିଅଛି। ସାମାନ୍ୟ ସଂଖ୍ୟକ ନିବନ୍ଧ ଭିତରେ ଗୋଟିଏ ଭୂଗୋଳକୁ ଲେଖିବା ସମ୍ଭବ ନୁହେଁ। ଯେହେତୁ ଅଧ୍ୟୟନର ବିଷୟ ଦାଦନ… Continue Reading →
ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ହାରିଗଲେ! କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଗଲେ ନିଶ୍ଚିତ ଏକ ରୋଚକ ଖବର। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଉପରେ କେହି ସନ୍ଦିହାନ ନୋହୁଁ। ତାହାଙ୍କୁ କିଏ ହରେଇଲେ ଏହା କଦାଚିତ ରାଜନୀତିକ ପ୍ରଶ୍ନ ନ ହୋଇ ସାମାଜିକ ପ୍ରଶ୍ନ ହେବାକଥା। କାହିଁକି ସାମାଜିକ ପ୍ରଶ୍ନ ହେବାକଥା ତାର କାରଣ… Continue Reading →
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୨୦୨୪ ନିର୍ବାଚନ ନିକଟରେ ସରିଥିବା ୨୦୨୪ ଓଡ଼ିଶା ରାଜନୀତିକ ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିବ। କାରଣ ଏଇଥିପାଇଁ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦାଦନ ସର୍ଦ୍ଦାରରୁ ରାଜନେତା ହୋଇଥିବା ପ୍ରତିଦ୍ୱନ୍ଦୀ ନିକଟରୁ ବହୁ ଭୋଟ ବ୍ୟବଧାନରେ ହାରିଗଲେ। ଦାଦନ ସର୍ଦ୍ଦାରମାନେ ରାଜନୀତି କରିବା ଏକ ସାଧାରଣ ଘଟଣା।… Continue Reading →
ପହରିଆ ଜଙ୍ଗଲ ଜୀବଜନ୍ତୁ ଅହେତୁକ ବ୍ୟବହାର କରି ବସିଲେ। ଯାହା ପ୍ରକୃତିର ନିୟମ ବିରୋଧ ବୋଲି ନିକଟର ପୌଢ ଜଣେ ବାରଣ କରନ୍ତେ ଗୋଟିଏ ଠେକୁଆ ଆସି କହିଲା ଦିନରାତି ପାଣି ବର୍ଷିବ ଓ ପୃଥିବୀ ଜଳାର୍ଣ୍ଣବ ହୋଇ ଧ୍ୱଂସ ହୋଇଯିବ। ଲୋକଟି ଚିନ୍ତାରେ ପଡିଗଲା। ଜଙ୍ଗଲରୁ ସ୍ତ୍ରୀ ସହ ଲାଖ ସଂଗ୍ରହ କରି ଗୋଟିଏ… Continue Reading →
© 2025 jariaa.com