ତାର ପ୍ରକୃତ ନାମ କି ଠିକଣା ଏଠାରେ ଲେଖି ପାରିବି ନାହିଁ କିନ୍ତୁ ସମାନ୍ତର ନାମରେ ତାକୁ ଲେଲେ ବୁଢୀ କୁହାଯାଉ। କାହାଣୀ ଲେଖିବାର କିଛି ସପ୍ତାହ ପୂର୍ବରୁ ଲେଲେ ବୁଢୀ ମରିଗଲା। ନାମ ଓ ଠିକଣା କୁହା ନଗଲେ ଚଳିବ କିନ୍ତୁ ତାର ଜାତି କହିବା ଅତ୍ୟନ୍ତ ଆବଶ୍ୟକ। ସେ ଗଉଡ଼ ଜାତିର। ମଲାପରେ… Continue Reading →
ଉପସଂହାର ଯେକୌଣସି ଭୂଗୋଳର ସମୁଦାୟ ଉପରେ ଅଧ୍ୟୟନ ଗୋଟିଏ ଜଟିଳ ପ୍ରକ୍ରିୟା। ଲେଖକ ଜଣକ ବୃତ୍ତିରେ ପତ୍ରକାର ହୋଇଥିବା ହେତୁ ଆର୍ôଥକ ଏବଂ ସାଂସ୍କୃତିକ ଦିଗ ଉପରେ ଅନେକ ପ୍ରଜ୍ଞାବାନଙ୍କ ମତ ଆଧାରରେ ବିଶ୍ଲେଷଣର ପ୍ରୟାସ କରିଅଛି। ସାମାନ୍ୟ ସଂଖ୍ୟକ ନିବନ୍ଧ ଭିତରେ ଗୋଟିଏ ଭୂଗୋଳକୁ ଲେଖିବା ସମ୍ଭବ ନୁହେଁ। ଯେହେତୁ ଅଧ୍ୟୟନର ବିଷୟ ଦାଦନ… Continue Reading →
ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ହାରିଗଲେ! କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଗଲେ ନିଶ୍ଚିତ ଏକ ରୋଚକ ଖବର। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଉପରେ କେହି ସନ୍ଦିହାନ ନୋହୁଁ। ତାହାଙ୍କୁ କିଏ ହରେଇଲେ ଏହା କଦାଚିତ ରାଜନୀତିକ ପ୍ରଶ୍ନ ନ ହୋଇ ସାମାଜିକ ପ୍ରଶ୍ନ ହେବାକଥା। କାହିଁକି ସାମାଜିକ ପ୍ରଶ୍ନ ହେବାକଥା ତାର କାରଣ… Continue Reading →
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୨୦୨୪ ନିର୍ବାଚନ ନିକଟରେ ସରିଥିବା ୨୦୨୪ ଓଡ଼ିଶା ରାଜନୀତିକ ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିବ। କାରଣ ଏଇଥିପାଇଁ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦାଦନ ସର୍ଦ୍ଦାରରୁ ରାଜନେତା ହୋଇଥିବା ପ୍ରତିଦ୍ୱନ୍ଦୀ ନିକଟରୁ ବହୁ ଭୋଟ ବ୍ୟବଧାନରେ ହାରିଗଲେ। ଦାଦନ ସର୍ଦ୍ଦାରମାନେ ରାଜନୀତି କରିବା ଏକ ସାଧାରଣ ଘଟଣା।… Continue Reading →
ପହରିଆ ଜଙ୍ଗଲ ଜୀବଜନ୍ତୁ ଅହେତୁକ ବ୍ୟବହାର କରି ବସିଲେ। ଯାହା ପ୍ରକୃତିର ନିୟମ ବିରୋଧ ବୋଲି ନିକଟର ପୌଢ ଜଣେ ବାରଣ କରନ୍ତେ ଗୋଟିଏ ଠେକୁଆ ଆସି କହିଲା ଦିନରାତି ପାଣି ବର୍ଷିବ ଓ ପୃଥିବୀ ଜଳାର୍ଣ୍ଣବ ହୋଇ ଧ୍ୱଂସ ହୋଇଯିବ। ଲୋକଟି ଚିନ୍ତାରେ ପଡିଗଲା। ଜଙ୍ଗଲରୁ ସ୍ତ୍ରୀ ସହ ଲାଖ ସଂଗ୍ରହ କରି ଗୋଟିଏ… Continue Reading →
ମହୁଲ ବଲାଙ୍ଗୀର ସହରର ସୁଦପଡ଼ା ସ୍ଥିତ ମଦଭାଟିରୁ ଶହଶହ କୋଟି ଟଙ୍କା କେନ୍ଦ୍ରିୟ ଆଇ.ଟି ଦ୍ୱାରା ଜବତ କରାଯିବା ଘଟଣା ସପ୍ତାହକ ପରେ ଆଉ ଚର୍ଚ୍ଚା ହେଉ ନାହିଁ। ଏହାର କାରଣ ଯାହା ହେଉ ପଶ୍ଚିମ ଓଡ଼ିଶାର ଦୁଇ ତିନୋଟି ଜିଲ୍ଲାର ଗୋଟିଏ ଗୋଟିଏ ସ୍ଥାନରୁ ଏତେଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସଂପୃକ୍ତ… Continue Reading →
ଦାଦନ ଅର୍ଥନୀତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାମହନୀ ଗାଁ ଏବଂ ପାଖଆଖ ଗାଁର ଚାରିଜଣ ସାଙ୍ଗ। କିଏ ଯୁକ୍ତଦୁଇ ପାସ କରିଛି ତ କିଏ ଫେଲ କରିଛି। ଛୋଟ ଚାଷୀ ପରିବାରର ସମସ୍ତେ। ସମସ୍ତେ ଓବିସି ବର୍ଗର। ସାଙ୍ଗଙ୍କ ସହ ବୁଲିବା କି ହାତଖର୍ଚ୍ଚ ପାଇଁ ଘରକୁ ମାଗିବା ଲାଜ ଲାଗିଲା। ସେମାନେ ଦେଖନ୍ତି… Continue Reading →
ଦାଦନ – ମହିଳା ଅଧ୍ୟୟନ କ୍ଷେତ୍ରର ସାମାଜିକ ସ୍ଥିତିରେ ନାରୀକୁ ପୈତୃକ ସମ୍ପତ୍ତି ଉପରେ ଅଧିକାର ଦିଆଯାଏ ନାହିଁ। ସମ୍ପତ୍ତି ପୁରୁଷ କୈନ୍ଦ୍ରିକ ଅଟେ। ଏଥିବାଦ ନାରୀର ସାମାଜିକ ସମ୍ମାନ ବେଶ ଉଚ୍ଚରେ ରହିଥାଏ। ବିଧବା ବିବାହ ଓ ଦ୍ୱିତୀୟ ବିବାହ ସମାଜ ସ୍ୱୀକୃତ ବ୍ୟବସ୍ଥା ଅଟେ। ଫଳତଃ ସାମାଜିକ ବ୍ୟବସ୍ଥାରେ ନାରୀ ନିର୍ଯ୍ୟାତନା ନିମ୍ନ… Continue Reading →
ଦାସରୁ ଦାଦନ(ଖ) ଭାରତରେ ଦାସପ୍ରଥା ବିଶ୍ୱର ସର୍ବପ୍ରାଚୀନ ସଭ୍ୟତାମାନଙ୍କ ମଧ୍ୟରୁ ଭାରତ ପୁରାତନ ସଭ୍ୟତା ଅଟେ। ଅନେକ ଅଧ୍ୟୟନ ପୁଷ୍ଟକରେ ଯେ ପ୍ରାଚୀନ ଭାରତରେ ସିନ୍ଧୁସଭ୍ୟତା ବେଳକୁ ଦାସପ୍ରଥାର ପ୍ରଚଳନ ନଥିଲା। କିନ୍ତୁ ଏହାକୁ କେତେକ ଐତିହାସିକ ଖଣ୍ଡନ କରିଥାନ୍ତି। ସିନ୍ଧୁସଭ୍ୟତାର ଅର୍ଥବ୍ୟବସ୍ଥାର ଉଦାହରଣ ଦେଇ କେତେକ ଐତିହାସିକ କହନ୍ତି ଏହି ଅର୍ଥ ବ୍ୟବସ୍ଥାରେ ଦାସପ୍ରଥା… Continue Reading →
ଦାସରୁ ଦାଦନ – (କ) – ପିଲା ସ୍କୁଲ ନଗଲେ ବାପାମାଁ ଦଣ୍ଡିତ ହେଉଥିଲେ ସେ ସମୟର କଥା। ଶ୍ରୀ ମକରଧ୍ୱଜ ରଣା ମାଇନର (ତୃତୀୟ ଶ୍ରେଣୀ) ପାସ କରିଥିଲେ। ସେ ଅନ୍ୟମାନଙ୍କ ଭଳି କେବେବି ଦେବତାଗୁଡିରେ କି ଗଛ ଉପରେ ଲୁଚି ନଥିଲେ। ଅବଧାନ ଘରଘର ଯାଇ ଛୁଆଙ୍କୁ ସ୍କୁଲକୁ ଡାକିଆଣି ପାଠ ପଢଉଥିଲେ।… Continue Reading →
© 2026 jariaa.com