ଜଙ୍ଗଲ କାହାର? ହାତୀ କି ଏନଜିଓର
ହାତୀକୁ ଅନୁସରଣ କରିବା ବେଳେ ଅନେକ କଥା ଅନେକ ବ୍ୟଥା ସାମ୍ନାକୁ ଆସୁଛି। ଆଜି ଗୋଟିଏ ଗାଁ ଗଲି। ହାତୀମାନେ ଯେମିତି ରାଣ ଖାଇଛନ୍ତି ଗାଁଟିକୁ ନିଶ୍ଚିହ୍ନ କରିଦେବାକୁ। ହାଡଥରା ଶୀତରେ ଲୋକେ ଆବାସ ଯୋଜନାରୁ ମିଳିଥିବା ଘରଛାତ ଉପରେ ପଲିଥିନ ଢ଼ାଙ୍କି ରାତିରେ ଶୋଉଛନ୍ତି। ହାତୀ ଫସଲ ନଷ୍ଟ କରିଦେଇଛି, ଘର ଭାଙ୍ଗି ଦେଇଛି, ମଣିଷ ମାରିଛି, ଜଙ୍ଗଲ କର୍ମଚାରୀଙ୍କୁ ଲୋକଙ୍କ ସମ୍ମୁଖରେ ଆକ୍ରମଣ କରି ଘାଏଲା କରିଛି ଏମିତି ନାନା ଉପଦ୍ରବ କରୁଛି।
ଗୋଟିଏ ଗାଁର କଥା। ଗାଁରେ ୨ଟି ନଳକୂଅ ଗୋଟିଏକୁ ହାତୀ ଭାଙ୍ଗି ଦେଇଛି, ୫୦ଲକ୍ଷ ଟଙ୍କା କ୍ରମ ଖର୍ଚ୍ଚ କରି ତିନିବର୍ଷ ହେଲା ପୋଖରୀ ତିଆରୁ ଛନ୍ତି । ଜଣେ ପୂର୍ବତନ ଦୟାଳୁ ବିଧାୟକ ଗାଁକୁ ବିଦ୍ୟୁତ ସଂଯୋଗ କରି ଦେଇଛନ୍ତି।
ହାତୀ ଫସଲ ନଷ୍ଟ କରିଛି, ଘର ଭାଙ୍ଗିଛି କିନ୍ତୁ ବିଭାଗ କ୍ଷତିପୁରଣ ଦେଇନାହିଁ।
କାହିଁକି ଦେବ?
ଏଇ ଭଳି ଶତାଧିକ ଗାଁ ତିଆରି କରି କେତୋଟି ଏନଜିଓ ବେପାର କରି ଆସୁଛନ୍ତି। କିଛି ଆଦିବାସୀ ପରିବାରର ଆଢୁଆଳରେ ଜଙ୍ଗଲ ଅଧିକାର/ନିରିହ ଆଦିବାସୀ/ମାନବାଧିକାର / ଏଟ୍ରୋସିଟି ଆଦିକୁ ଢାଳ କରି ସୁନ୍ଦର ସୁନ୍ଦର କାହାଣୀର ମାୟାଜାଳ ତିଆରି ଜନତା ବୁଦ୍ଧିଜୀବୀ ଓ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ଚେଷ୍ଟା କରନ୍ତିା
ଜଙ୍ଗଲ ଗାଁ ଯେଉଁ ପଞ୍ଚାୟତ ଅଧିନ ଗାଁ ବା ହେମଲେଟ ରେ ମୂଳ ଗାଁରୁ ୭/୮ କି.ମି ଦୂର । ଛଳନା କାହିଁକି?
ଲୋକେ ଝାଲ ବୁହାଇ ଫସଲ ଉପଜ କରିଛନ୍ତି, ଆଇନତଃ କ୍ଷତିପୁରଣ ପାଇବା କଥା କିନ୍ତୁ ଏନଜିଓ ଲୋକଙ୍କ ପାଖକୁ ଯାଉଛି, ଲୋକେ କ୍ଷତିପୁରଣ କଥା କହିଲେ ସେ ଆନ୍ଦୋଳନର କଥା କହୁଛି।
ସରକାର ଦେଖୁଛି ପୃଥିବୀର ରାଜନୈତିକ ମାନଚିତ୍ରରେ ଅସ୍ତିତ୍ବ ନଥିବା ଗାଁଟିକୁ କେଉଁ ପ୍ରକାରେ ଅନୁଦାନ ଦେବ ।
ଭୋଟ ପାଇଁ ସିନା ସରପଞ୍ଚ କି ବିଧାୟକ ପାଣି, ବିଜୁଲି, ରାସ୍ତା କି ଆବାସ କରିବେ କିନ୍ତୁ ଅଙ୍ଗନୱାଡି ବିଦ୍ୟାଳୟ ଆଦି ପାଇଁ ବ୍ୟବସ୍ଥା କିପରି କରିବେ?
ଏବେ ହାତୀ କଥା । ଜଙ୍ଗଲ ହାତୀର ନା ଏନଜିଓର ? ହାତୀ ଦେଖୁଛି ତାର ଜଙ୍ଗଲରେ ଏ ବହିରାଗତ ମାନେ କିଏ ? ହାତୀ ଜଙ୍ଗଲ ଖାଲି କରୁଛି…
ହାତୀ ବିପ୍ଲବ କରୁଛି
ନା ସରକାର ନା ପ୍ରଶାସନ କାହାକୁ ନୁହେଁ ଜଙ୍ଗଲ ଗାଁ, ବେଛପରୀ ଗାଁରେ ରହୁଥିବା ଭାଇମାନେ ଏନଜିଓକୁ କ୍ଷତିପୁରଣ ମାଗନ୍ତୁ। ଆପଣ ସରକାରକୁ ନୁହେଁ ଏନଜିଓକୁ ଟଙ୍କାଦେଇ ଜଙ୍ଗଲ ଜମି କିଣିଛନ୍ତି। ଟଙ୍କା ଖର୍ଚ୍ଚ କରି ଖୁଟକାଟି ରେଙ୍ଗାଲ ପିଟିଛନ୍ତି
LIKE THIS ARTICLE
Give us a thumbs up!
0 Comments