Page 7 of 9

କପା ନଙ୍ଗଲ ଓ ଏହାର ଉଦ୍ଭାବକର କାହାଣୀ

ଦେଶ ସମେତ ଆମେରିକା, ଋଷିଆ, ଚୀନ, ବ୍ରାଜିଲ, ମିଶର, ପାକିସ୍ଥାନ, ତୁର୍କୀ, ମେକ୍ସିକୋ ଏବଂ ସୁଦାନରେ ମୂଖ୍ୟତଃ କପାଚାଷ ହୁଏ। ଭାରତ କପା ଉତ୍ପାଦନରେ ପୃଥିବୀରେ ଦ୍ୱିତୀୟ। ଖ୍ରୀ.ପୂ ଦୁଇ ହଜାର ବର୍ଷତଳେ ଭାରତରେ କପାଚାଷ ହେଉଥିବା ଜଣାଯାଏ। କ୍ଷେତ୍ରଫଳ ଦୃଷ୍ଟିରୁ ଭାରତରେ ସର୍ବାଧିକ କପା ଚାଷ ହେଉଥିଲେ ମଧ୍ୟ ଉତ୍ପାଦନରେ ଆମ ଦେଶର ସ୍ଥାନ… Continue Reading →

ଧେନୁ-ଦ୍ୱୀପ

ତଥ୍ୟ କହେ ଦଶହଜାର ବର୍ଷ ପୂର୍ବେ ଗାଈକୁ ଗୃହପାଳିତ କରାଗଲା। ମେକ ତଭିସ୍ ଜଣେ ୟୁରୋପିୟ କୃଷକ ଏବଂ ବିହନ ଉତ୍ପାଦକ ତଥା ଗୋ ସଂରକ୍ଷକ। ମେକ ତଭିସ ନିଜର ସହଯୋଗୀଙ୍କ ସହ ୫୫ ପ୍ରକାର ଗାଈ ବଂଶ ଉପରେ ଅଧ୍ୟୟନ କରିଥିଲେ। ୮୦ ରୁ ୩୦୦ ପୁରୁଷା ଗାଈ ବଂଶର ତଥ୍ୟ ଦେଇଛନ୍ତି। ମୂଖ୍ୟତଃ… Continue Reading →

ବଣ୍ୟଜନ୍ତୁ ଓ ମଣିଷ

ନିକଟଅତୀତରେ ବଣ୍ୟଜନ୍ତୁ ଓ ମଣିଷ ମୁହାଁମୁହିଁ ହେବାର ଘଟଣା ଅନେକ ଘଟି ସାରିଛି। ବଣ୍ୟଜନ୍ତୁ ଆକ୍ରମଣରେ ଅନେକ ମୃତାହତ ହେବାର ଅନେକ ଘଟଣା ଦର୍ଜ ହୋଇ ସାରିଛି। ଏହା କୌଣସି ନୂଆ କଥା ନୁହଁ କିନ୍ତୁ ଇତିହାସ ଦେଖିଲେ ରାଜା ମହାରାଜାଙ୍କ ସଉକ ବ୍ୟତୀତ ସାଧାରଣ ଲୋକଙ୍କ ଗୋଟିଏ ସର୍ବମାନ୍ୟ ବ୍ୟବହାର ଥିଲା। ଶୀକାର ଖେଳିବା… Continue Reading →

କୁଦଲା: ଜଣେ ହୃତା ଦଳିତର ଉପାକ୍ଷାନ

ଅଗଷ୍ଟ ୧୧ ତାରିଖ, ୨୦୨୧ ମସିହା ଦିନ ସଂଧ୍ୟା ପାଖାପାଖି ୬ ଘଣ୍ଟା ୩୦ ମି. ହେବ; ଆମ ମୂଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଗାଁ କୁଦଲା। ଏହି ଗାଁରେ ପ୍ରାୟ ୩୦୦ ଭୋଟର ରହନ୍ତି। ଉଚ୍ଚବର୍ଗର ତିନି ପରିବାର ସହ ଆର୍ଥିକ ପଛୁଆ ବର୍ଗର ସତୁରି ପାଖାପାଖି ପରିବାର। ଏମାନଙ୍କ ମଧ୍ୟରେ ସାଧାରଣ… Continue Reading →

ଭୀମ ପରାଭୁଏ

ଛତରଡ଼ାଣି; ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକକୁ ଆବୋରିଥିବା ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳାର ଗୋଟିଏ ପର୍ବତସଂଘ। ଅଞ୍ଚଳର ମୌସୁମୀ-ରୋଧକ (ସ୍ଥାନୀୟ ଭାଷାରେ ଭଣାରଘର); ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ଅଧିକାଂଶ ଦୈବୀ ପିଠକୁ ଛତ୍ରଦଣ୍ଡ ଯୋଗାଉଥିବା ଏକମାତ୍ର ମାନ୍ୟ ପର୍ବତ। ପର୍ବତଟି ଗୋଟାପଣେ ଦେବୀ! ଘଞ୍ଚଜଙ୍ଗଲ, କୋଡ଼ିଏ ବର୍ଷତଳେ ବାଘର ଭୟ ଥିଲା। ବିଗତ… Continue Reading →

ଦାନ ମାଝୀ

କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ, ସମୁଦ୍ର ପତନରୁ ୭୨୩ ମିଟର ଉଚ୍ଚ ଏହି ପାହାଡ଼ ଓ ଘଞ୍ଚଜଙ୍ଗଳ ଘେରା ଅଞ୍ଚଳର ନାକରୁଣ୍ଡି ଗ୍ରା.ପରୁ ଛଅ କିଲୋମିଟର ଗଲେ ପଡ଼େ ବାଜିଙ୍ଗଦର ପାହାଡ଼ି ନଈ; ତା’ସେପଟେ ଛୋଟ ଡୁଙ୍ଗରୀ ଯାହା ଉପରେ ଅଛି ମେଳଘରା ୬୨ ପରିବାର ରହୁଥିବା ଏକ ଆଦିବାସୀ ଗାଁ। ଦାନ ମାଝୀ… Continue Reading →

ଜଙ୍ଗଲନାମା

ଭାନୁ ମାଝୀ ଜଣେ ସିଆନ ସିଆଲମାଲ ଗାଁର। ଗାଁଟି ରାଜସ୍ୱ ଖାତାରେ ଚଢ଼ି ନାହିଁ। ଜଙ୍ଗଲବିଭାଗ ଲୋକଙ୍କ ସହ ସଂଘର୍ଷ ହୋଇଗଲା। ଗାଁ ତିନୋଟି ପଡ଼ାର ଷାଠିଏ ପରିବାରଙ୍କ ନିକଟରେ ବିକଳ୍ପ ନ ଥିଲା। ପାହାଡ଼ ଧସିଗଲାରୁ ସେମାନେ ତଳକୁ ଆସି ସିଆଲମାଲ ଗାଁ ବସେଇଲେ। ପୋଲିସ ଓ ଜଙ୍ଗଲ ବିଭାଗର ଫୌଜ ଆସି ଗାଁ… Continue Reading →

ପାହାଡ଼ର ସନ୍ଥ ୨

ଶ୍ରୀଯୁକ୍ତ ରିକିରାମ ସୌରୀ; ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ ନିଶ୍ଚୟ। ପତ୍ରକାର ହେବା କାରଣରୁ ସେ ମଣିଷକୁ ଆହୁରି ନିକଟରୁ ଜାଣିବାର ଇଚ୍ଛା ହେବା ସ୍ୱଭାବିକ। ବନ୍ଧୁ ବିଘ୍ନରାଜ ରାଉତ ଏବଂ ମୁଁ ବାହାରିଲୁ ଖୁରସିଗୁଭା ଗାଁକୁ।ସମଗ୍ର ଗୁଡ଼ା-ରାଇଜକୁ ବର୍ତ୍ତମାନ ତିନିଭାଗର ଭାଗେରେ ଦେଖିହେବ। ଛତିଶଗଡ଼ ମୈନପୁର ଅଞ୍ଚଳ, ଓଡ଼ିଶା ସୁନାବେଡ଼ା ଓ ପାଟଧରା ଅଞ୍ଚଳ। ପାଟଧରା… Continue Reading →

ପାହାଡ଼ର ସନ୍ଥ ୧

ଗୁଡ଼ାରାଇଜ ବା ଗୁଡ଼ାଉପର ଏକ ବିସ୍ତୀର୍ଣ୍ଣ ପାର୍ବତ୍ୟାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ଦୁଇଟି ରାଜ୍ୟକୁ ଘେରି ରହିଛି। ଓଡ଼ିଶା ରାଜ୍ୟ ମିଶ୍ରଣ ସମୟରେ ଖଡ଼ିଆଳ ରାଜ୍ୟ ବା ପୂର୍ବ ଖଡ଼ିଆଳ ଜମିଦାରୀ ଓଡ଼ିଶା ରାଜ୍ୟରେ ମିଶିବା ହିଁ ଗୁଡ଼ାରାଇଜକୁ ଦୁଇଭାଗ କରିଦେଲା। ସେଠାରେ ରହୁଥିବା ଭୁଞ୍ଜିଆ, ଗଣ, ଡମ, ଗଉଡ଼, ପହରିଆ ଆଦି ଜାତି ନିଜ… Continue Reading →

ସୁକତେଲର ସୁଖଦୁଃଖ

ଆଠଶହ ବର୍ଷ ପୂର୍ବର କଥା। ସାତ ଭଉଣୀ ଓ ଆଠ ମଲ୍ଲୀକର ପୃଥିବୀକୁ ଜଣେ ରାଣୀ ଓ ତାଙ୍କ ରାଜପୁତ୍ର ଆସିଲେ। ଜଣେ ବ୍ରାହ୍ମଣ ଦେବତା ଦୁଇ ମା’ପୁଅଙ୍କୁ ଆଶ୍ରା ଦେଲେ। ପୁଅ ଛେଳୀ ଚରାଏ, ପୁଅ ନିକଟରେ ରାଜକଳା ଦେଖି ବ୍ରାହ୍ମଣ ତାଙ୍କୁ ରାଜା କରିବାକୁ ମନସ୍ତ କଲେ। ରାଜପୁତ୍ର ଯୁବକ ହେଲା। ଏହି… Continue Reading →

« Older posts Newer posts »

© 2025 jariaa.com

error: Content is protected !!