ଜୁହାର!ଉପସ୍ଥିତ ବୁଦ୍ଧଜନ, ସତୀର୍ଥ ଓ ସମଗୋଷ୍ଠୀଙ୍କୁ ମୋର ଜୁହାର। ଆମର ଡଙ୍ଗର ଟ୍ରଷ୍ଟ ପରିବାର ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି; ସେମାନେ ଆଜି ଏହି ଭାରଚୁଏଲ ସଭାରେ ମତେ ଡାଲଖାଇ ଭଳି ଏକ ମହାନ ଓ ଅନନ୍ତ ସଂସ୍କୃତି ବିଷୟରେ କହିବାର ସୁଯୋଗ ଦେଇଥିବା ହେତୁ।ମୁଁ ନିଜେ ଜଣେ ସାହିତ୍ୟର ଛାତ୍ର। ବୃତ୍ତିରେ ଜଣେ… Continue Reading →
ନୂଆଁଖାଇ ସିଧା ସିଧା ଅନ୍ନ ସହ ଜଡିତ ତେଣୁ ଏହି ତିହାରରେ ଆତ୍ମିୟତା ଥାଏ ଭାବାବେଗ ଥାଏ। ବର୍ତ୍ତମାନ ନୂଆଁଖାଇ ସମୟରେ ପ୍ରାଚୀନ ପରମ୍ପରା ହିସାବରେ ପିଦର ପୂଜା କରାଯାଏ। ନୂଆଖାଇ ଭେଟ ଆଦି ସମାରୋହ ମନୋରଞ୍ଜନ ଧର୍ମୀ, ବିଚାରଧର୍ମୀ ଓ ସତୀର୍ଥମାନଙ୍କ ସହ ଭେଟ ଆଲୋଚନା ଆଦି ମାଧ୍ୟମରେ ବିସ୍ତାରିତ ହୋଇଛି। ନୂଆଁଖାଇ ଭେଟ… Continue Reading →
ଡାଲଖାଇ ବିଷୟରେ ଚର୍ଚ୍ଚା କରିବା ପୂର୍ବରୁ ଆଦିବାସୀ ଦର୍ଶନ ପ୍ରତି ପୂର୍ବାଗ୍ରହକୁ ବାଦ ଦେବାକୁ ପଡିବ। ଡାଲଖାଇ ବିଷୟ ଉତ୍ଥାପନ କଲା ସମୟରେ ଏହି ଲେଖକ ସ୍ପଷ୍ଟ କରିଦେବାକୁ ଚାହେଁ; ଏହା ଏକ ପତ୍ରକାର ତଥ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଐତିହାସିକ ତଥ୍ୟ କହିଥାଏ ଯେ ୬୫ ହଜାର ବର୍ଷ ପୂର୍ବରୁ ପ୍ରଥମ ଭାରତୀୟ ବର୍ତ୍ତମାନର… Continue Reading →
ବର୍ତ୍ତମାନର ଭୌଗଳିକ ଓଡ଼ିଶାକୁ ଏକକ ଭାବରେ ନିଆଗଲେ ଉପର ମହାନଦୀ ଉପତ୍ୟକା ଗୋଟିଏ ବହୁ ଆୟାମି ଦର୍ଶନ ସାଂଖ୍ୟର ମୂଲକ୍ଷେତ୍ର ଅଟେ। ଏହା ସହିତ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ସଂଲଗ୍ନ ଅଞ୍ଚଳକୁ ନେଇ ଉଡ୍ଡୀୟାନ ଗଠିତ ହୋଇଥିଲା। ଷାଠିଏ ହଜାର ଜନପଦକୁ ନେଇ ଗଠିତ ଉଡ୍ଡୀୟାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା, ସମ୍ବଲକ… Continue Reading →
ବିମୁଦ୍ରାୟନ ସମୟରେ ବନ୍ଧୁ ରିତେଶ କୁମାର ଦାସ ଏହି ଲେଖ ଲେଖିଥିଲେ। ଏହାକୁ ସେ ସମୟରେ ମୁଁ ଡିସେମ୍ବର ୧ – ୧୫, ୨୦୧୬ ସଂଖ୍ୟା ଝାରସୁଗୁଡ଼ା ବିଚାର ପାକ୍ଷିକରେ ସ୍ଥାନ ଦେଇଥିଲି। ସେ ସମୟରେ ସୁଭାଷ ସହାରେଙ୍କ ଦ୍ୱାରା ସମ୍ପାଦିତ ଏବଂ ମୋର ସହଯୋଗରେ ପ୍ରକାଶ ପାଉଥିବା ପାକ୍ଷିକ ଝାରସୁଗୁଡ଼ା ବିଚାର , ସାଧାରଣଙ୍କ… Continue Reading →
ଡା. ଜିତାମିତ୍ର ପ୍ରସାଦ ସିଂ ଦେଓ; ଖଡ଼ିଆଳ ରାଜା ଶ୍ରୀ ଅନୁପ ସିଂ ଦେଓ ଓ ରାଣୀ ଶ୍ରୀମତୀ ସୌଭାଗ୍ୟ ମଞ୍ଜରୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର। ୧୯୪୬ ମସିହା ଅଗଷ୍ଟ ମାସ ୨୯ ତାରିଖରେ ତାଙ୍କର ଜନ୍ମ। ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ, ପ୍ରଥମ ସାହିତ୍ୟ ସମିତି ତଥା ଓଡ଼ିଶା ସଂସ୍କୃତିକୁ ଖଡ଼ିଆଳର ଦାନ ଏକ ସ୍ୱତନ୍ତ୍ର… Continue Reading →
ଓଡ଼ିଶାରେ ମରୁଡିର ଇତିହାସ କହିଲେ ପ୍ରଥମେ ବର୍ଷାଭାବ ଜନିତ ମରୁଡି ଉପରେ ଚର୍ଚ୍ଚା ହୋଇଥାଏ। ଯାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି। ୧୮୯୯ – ୧୯୦୦ ସମିହାରେ ଛପନସାଲ ଦୁର୍ଭିକ୍ଷ ହୋଇଥିଲା। ବିଗତ ଅର୍ଦ୍ଧ ଶତାବ୍ଦୀର ଇତିହାସରେ ଏହା ଦେଶର ୨୪ ତମ ବଡ ମରୁଡି ଏବଂ ଭାରତର ଦୁର୍ଭିକ୍ଷ… Continue Reading →
ଉନ୍ନବିଂଶ ଶତାବ୍ଦୀର ଶେଷ ବର୍ଷରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଭୟଙ୍କର ଦୁର୍ଭିକ୍ଷ ହେଲା। ସେହିବର୍ଷ ବିକ୍ରମଅବ୍ଦର ଛପନ ସାଲ ଥିଲା ବୋଲି ଏହି ଦୁର୍ଭିକ୍ଷ ଛପନସାଲ ଦୁର୍ଭିକ୍ଷ ନାମରେ ନାମିତ ହେଲା। ୧୯୦୦ ମସିହା ପୂର୍ବରୁ ଏହି ଅଞ୍ଚଳରେ ଛପନସାଲ ଦୁର୍ଭିକ୍ଷ ଭଳି ବପତ୍ତି ଆସି ନ ଥିଲା। ସେହି ସମୟରେ ଏହି ଅଞ୍ଚଳ ମଧ୍ୟପ୍ରଦେଶର… Continue Reading →
ସମ୍ବଲପୁର ମୁନସଫ କୋର୍ଟରେ ଏପ୍ରିଲ ୩ ତାରିଖ ୧୯୫୦ ମସିହାରେ ଏକ ମୋକଦ୍ଦମା ଦାଖଲ ହେଲା। ନଦୀ ଜଳ ପ୍ରଦୂଷଣ ସମ୍ବନ୍ଧରେ ଏହା ହେଉଛି ସମଗ୍ର ଦେଶରେ ସମ୍ଭବତଃ ପ୍ରଥମ ମୋକଦ୍ଦମା। ବାଦୀ ଥିଲେ – ଇବ୍ ନଦୀ କୂଳରେ ବସବାସ କରୁଥିବା ଚାରିଜଣ ପ୍ରତିନିଧି। ପ୍ରତିବାଦୀ ଥିଲେ – ଓରିଏଣ୍ଟ କାଗଜକଳ କର୍ତ୍ତୃପକ୍ଷ। ମାନ୍ୟବର… Continue Reading →
ଓଡ଼ିଶାର ମହାନ ଗାନ୍ଧୀବାଦୀ ଦଳିତ ସ୍ୱତନ୍ତ୍ରତା ସେନାନୀ ଶ୍ରୀ ବିହାରୀରାମ ତନ୍ତି ଓ ତାଙ୍କ ମାଁ ଶ୍ରୀମତୀ ତୁଳସୀଦେବୀ ଉଭୟେ ସ୍ୱତନ୍ତ୍ରତା ସଂଗ୍ରାମରେ ଜେଲ ବରଣ କରିଥିଲେ। ଶ୍ରୀ ବିହାରୀରାମ ଅଦମ୍ୟ ଓ ପ୍ରବଳ ଥିଲେ। ଛଅଥରରୁ ଅଧିକ ଜେଲ ଦଣ୍ଡ ଭୋଗିଥିଲେ। ସେ ନିଃସ୍ୱାର୍ଥ ସଂଗ୍ରାମୀ ଥିଲେ। ସ୍ୱାଧିନୋତ୍ତର ଭାରତରେ ଚଡଠେ ଶତକର ଜୀବନରେ… Continue Reading →
© 2025 jariaa.com