Author Rajib Sagaria

ଲାଠୋର : ପୁଞ୍ଜିବାଦୀ ଆକ୍ରମଣ!

୨୨ ଜାନୁୟାରୀ ୨୦୧୨ ଦିନ ଲାଠୋରରେ ଘଟିଥିବା ଘଟଣା ଏହିପରି- ଲକ୍ଷ୍ମୀ କ୍ଲଥ୍‌ଷ୍ଟୋରକୁ ଦୁଇଜଣ ଯୁବକ ଆସିଲେ। ଜାକେଟ କିଣିଲେ। ଦୋକାନୀକୁ ଦାମ୍ ପଚାରିଲେ। ଦୋକାନୀ ଦୁଇଟି ଜାକେଟର ଦାମ୍ କହିଲା। ଗ୍ରାହକ କହିଲା ଏଇଟା ମୁଁ ଘରୁ ପିନ୍ଧିକରି ଆସିଛି। ବଚସା ହେଲା, ଝଗଡ଼ା ହେଲା। ଦୋକାନ ମାଲିକ ଦୟା ଓ ଭରତ ଗ୍ରାହକକୁ… Continue Reading →

ଭୋକର ଭୂଗୋଳ ଓ ମଙ୍ଗରେ ଛୁରା

ଦର୍ଜି ଛୁରା, ନି. ଜଏରପରା, ଗ୍ରା.ପ. କପିଲାଭଟା, ବ୍ଲକ. ବଙ୍ଗୋମୁଣ୍ଡା, ଜି. ବଲାଙ୍ଗିର ଚାରିବର୍ଷ ତଳେ ମରିଗଲା। ପଛରେ ଛାଡ଼ିଗଲା ସ୍ତ୍ରୀ ମଙ୍ଗରେ, ଏକ ବଖରିଆ କୁଡ଼ିଆ ଆଉ ଅନେକ ଦୁଃଖମାନଙ୍କୁ। ନିଃସନ୍ତାନ ଦର୍ଜି ମରିବା ପରେ ମଙ୍ଗରେ ଅନାଥ ହୋଇଗଲା। ନିଜକୁ ସଙ୍ଖୋଳି ମୃତ୍ୟୁ ପର୍ଯ୍ୟନ୍ତ ଏକ ନିରନ୍ତର ସଂଗ୍ରାମ ପାଇଁ ମଙ୍ଗରେ ନିଜକୁ… Continue Reading →

ଗୋଟିଏ ଫୁଲର ଦାଦନ କାହାଣୀ

ଜାନୁୟାରୀ ୨୦୦୯ର କୌଣସି ଏକ ରାତ୍ରିରେ ଫୁଲ ବାପା ତେଜରୁ ବାଗ ସହ ଫେରିଲା। ଏଲିମେଟ ଗାଁ ଥାନା ବିରମ୍ପାନ୍ନା ଜିଲ୍ଲା ହାଇଦ୍ରାବାଦରୁ ମୁରିବାହାଲ ବ୍ଲକ୍‌, ଜିଲ୍ଲା ବଲାଙ୍ଗିରର କୌଣସି ଏକ ଗାଁ କୁ ସାତମାସର ଗର୍ଭ ଓ ସାଙ୍ଗରେ ଆଠବର୍ଷର ପୁଅ ବିଜୟ। ପାଞ୍ଚବର୍ଷପରେ ଫୁଲ ଫେରିଲା, ଏଇଟା ଖବର ନଥିଲା। ଫୁଲ ଗର୍ଭବତୀ… Continue Reading →

ଜାଫର ଭାଇ

ବର୍ତ୍ତମାନ ସୋସିଆଲ ମିଡ଼ିଆ ଫେସବୁକ ର କିଛି ଧର୍ତ୍ତବ୍ୟ କମେଣ୍ଟ ଉପରେ ଲୋକଙ୍କ ସ୍ୱଭାବର ବିରୋଧରେ ଉଗ୍ରତା, ପାଗଳାମୀ ଓ ଅସହ୍ୟ ପ୍ରତିକ୍ରିୟା ଦେଖି ମତେ ସ୍ୱଭାବିକ ୧୯୮୨ ମସିହାର ଅଗଷ୍ଟ ମାସର ସେ ନଅଦିନ ମନେ ପଡ଼ିଗଲା। ସେତେବେଳେ ଘୋର ବର୍ଷା ଯୋଗୁଁ ମହାନଦୀ ନିଜର ସୀମା ଲଘଂନ କରିଥିଲା। ସମ୍ବଲପୁର ସହରର ବଡ଼… Continue Reading →

ଶିତିକଣ୍ଠ ପାଟଯୋଷୀ

ସେଦିନ ଥିଲା ଜୁଲାଇ ୧ ତାରିଖ। କିଛି ସାମ୍ବାଦିକ ବନ୍ଧୁମାନଙ୍କ ସହିତ ସକାଳୁ ଏକ ଖବର ସଂଗ୍ରହ କରିବାପାଇଁ ନୃସିଂହନାଥ ଯାଇଥିଲୁ। ସେଠାରେ କାମ ସାରି ଘରକୁ ଫେରିବା ବେଳକୁ ରାତି ନଅଟା ପାଖାପାଖି ହୋଇଯାଇଥାଏ। ବାଥ୍‌ରୁମ୍‌ରୁ ବାହାରିବା ବେଳକୁ ମୋବାଇଲ୍ ଫୋନ୍ କୁ ପ୍ରସନ୍ନ ମିଶ୍ର ଦାଦାଙ୍କ କଲ୍ ଆସିଲା “ଆଜ୍ଞା ଆଉ ନାଇଁନ!… Continue Reading →

ବିକ୍ରମଖୋଳ: ବ୍ରାହ୍ମୀଲିପିର ପ୍ରଥମ ଅକ୍ଷର

ଡା. ଜିତାମିତ୍ର ପ୍ରସାଦ ସିଂ ଦେଓ; ଖଡ଼ିଆଳ ରାଜା ଶ୍ରୀ ଅନୁପ ସିଂ ଦେଓ ଓ ରାଣୀ ଶ୍ରୀମତୀ ସୌଭାଗ୍ୟ ମଞ୍ଜରୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର। ୧୯୪୬ ମସିହା ଅଗଷ୍ଟ ମାସ ୨୯ ତାରିଖରେ ତାଙ୍କର ଜନ୍ମ। ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ, ପ୍ରଥମ ସାହିତ୍ୟ ସମିତି ତଥା ଓଡ଼ିଶା ସଂସ୍କୃତିକୁ ଖଡ଼ିଆଳର ଦାନ ଏକ ସ୍ୱତନ୍ତ୍ର… Continue Reading →

ଭାରତରେ ମଣିଷକୃତ ମରୁଡି

ଓଡ଼ିଶାରେ ମରୁଡିର ଇତିହାସ କହିଲେ ପ୍ରଥମେ ବର୍ଷାଭାବ ଜନିତ ମରୁଡି ଉପରେ ଚର୍ଚ୍ଚା ହୋଇଥାଏ। ଯାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି। ୧୮୯୯ – ୧୯୦୦ ସମିହାରେ ଛପନସାଲ ଦୁର୍ଭିକ୍ଷ ହୋଇଥିଲା। ବିଗତ ଅର୍ଦ୍ଧ ଶତାବ୍ଦୀର ଇତିହାସରେ ଏହା ଦେଶର ୨୪ ତମ ବଡ ମରୁଡି ଏବଂ ଭାରତର ଦୁର୍ଭିକ୍ଷ… Continue Reading →

ମଞ୍ଜୁ ଖରସେଲ

ମଞ୍ଜୁ ଖରସେଲ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପର ଏକ ଛୋଟ ଗାଁ ବାରବନ୍ଧର ଦୁଇଜଣ ୱାର୍ଡ଼ସଭ୍ୟ ମଧ୍ୟରୁ ଜଣେ। ଗତ ପଞ୍ଚାୟତିରାଜ ନିର୍ବାଚନରେ ୱାର୍ଡ଼ସଭ୍ୟ ପଦ ପାଇଁ ନିର୍ବାଚନ ଲଢ଼ିଲା। ନିର୍ବାଚନରେ ଜିତିଲା। ପ୍ରଚାର ସମୟରେ ୱାର୍ଡ଼ର ଲୋକେ ପଚାରିଲେ କେଉଁ କାମ କରିବୁ ଆମ ପାଇଁ। ପଞ୍ଚମ ଶ୍ରେଣୀ ଯାକେ ପାଠ… Continue Reading →

ଦାଦନ, ଟଙ୍କା ଓ ଆଇନ

କେଉଁ ଏକ ପ୍ରବାସରେ ସେମାନଙ୍କ ପରିଚୟ ହୁଏ। ପରିଚୟରୁ ପ୍ରେମ ଓ ଲକଡ଼ାଉନ ସମୟରେ ବାହା ହୁଅନ୍ତି। ଦାଦନ ଜୀବନ; ବିବାହର ଦୁଇମାସ ପରେ ପୁଣି ଦାଦନ ଯା’ନ୍ତି। ଏଥର ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଦଲାଲ ନିକଟରୁ ଅଗ୍ରିମ ନିଅନ୍ତି। ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଜିଲ୍ଲାର ଗୁରୁଡୁପେଟା ଗାଁ ନିକଟସ୍ଥ ଗୋଟିଏ ଇଟାଭାଟିରେ… Continue Reading →

ଖଲିଆପାଲି ଗାଁର ଗୁଣନିଧି

ଗତ ୧୭ ଜୁଲାଇ ଦିନର ଏକ ବର୍ବର ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାହେଲା। ତା ପରଦିନ ଖବରକାଗଜମାନଙ୍କରେ ଏକ ସ୍ଥାନୀୟ ଖବର କ୍ରମରେ ଖବର ପ୍ରକାଶ ପାଇଲା। ପୋଖରୀର ଗାଧୋଇଲା ବୋଲି ୧୫ ବର୍ଷର ଜଣେ ଦଳିତ କିଶୋରକୁ ସବର୍ଣ୍ଣମାନେ ପିଟିପିଟି ହତ୍ୟା କରିଛନ୍ତିି। ଅନେକ ବୁଦ୍ଧିଜୀବୀ ଘଟଣାର ନିନ୍ଦାକଲେ। ସରଜମିନ ତଦନ୍ତ ନକରି… Continue Reading →

« Older posts Newer posts »

© 2026 jariaa.com

error: Content is protected !!