Author Rajib Sagaria

ବିରାଟ ମାଝୀ ଏକ ଯକ୍ଷପ୍ରଶ୍ନ

ଵଙ୍ଗୋମୁଣ୍ଡା ବ୍ଲକର ବିରାଟ ମାଝୀ; ସରକାରଙ୍କ ଅନୁଦାନରୁ ଛେଲି ଗୁହାଳ ପାଇଲେ। ଛେଲି ଚାଷକରି ସେ ପରିବାର ପ୍ରତିପୋଷଣ କରି ପାରନ୍ତି। ସରକାରଙ୍କ କୃପାଦୃଷ୍ଟି ପଡିଲା ପରେ ଗୁହାଳ ତିଆରିଲେ। ତାଙ୍କ ପାଉଣା ପାଇଲେ ନାହିଁ। ଛଡ଼ ସିମେଣ୍ଟ ବାଲି ଆଦି ପାଇଁ ବାକିଆ ରହି ଯାଇଥିଲା। ମହାଜନୀ ଋଣ କରି ବାକିଆ ଶୁଝିଲେ। ସରକାରୀ… Continue Reading →

ଜଙ୍ଗଲ କାହାର? ହାତୀ କି ଏନଜିଓର

ହାତୀକୁ ଅନୁସରଣ କରିବା ବେଳେ ଅନେକ କଥା ଅନେକ ବ୍ୟଥା ସାମ୍ନାକୁ ଆସୁଛି। ଆଜି ଗୋଟିଏ ଗାଁ ଗଲି। ହାତୀମାନେ ଯେମିତି ରାଣ ଖାଇଛନ୍ତି ଗାଁଟିକୁ ନିଶ୍ଚିହ୍ନ କରିଦେବାକୁ। ହାଡଥରା ଶୀତରେ ଲୋକେ ଆବାସ ଯୋଜନାରୁ ମିଳିଥିବା ଘରଛାତ ଉପରେ ପଲିଥିନ ଢ଼ାଙ୍କି ରାତିରେ ଶୋଉଛନ୍ତି। ହାତୀ ଫସଲ ନଷ୍ଟ କରିଦେଇଛି, ଘର ଭାଙ୍ଗି ଦେଇଛି,… Continue Reading →

ଜୟ ଶୁଲିଆ ବୁଢ଼ା,

ଶୁଲିଆ ଯାତ୍ରା ଅନ୍ୟ ଆଦିବାସୀ ଯାତ୍ରା ଭଳି ପାଳିତ ହେଉଥିବା ଏକ ପ୍ରାଚୀନ ଯାତ୍ରା। କୃଷିକର୍ମଣ ଆରମ୍ଭ ହେଲା ପରେ ମଣିଷ ପାହାଡ଼ ଛାଡ଼ି ସମତଳ ଭୂମିକୁ ଆସିଲା। ଘଞ୍ଚ ବନାନୀ ପଶ୍ଚିମ ଓଡ଼ିଶାର ଭୂମିକୁ ଅସୂର୍ଯ୍ୟମପଶ୍ୟା କରି ରଖିଥିଲା। ମାଟି ସନ୍ତସନ୍ତିଆ ଥିଲା। କୋଶଲୀ ଭାଷାରେ ସନ୍ତସନ୍ତିଆ ଭୂମୀକୁ ପାଟ କୁହାଯାଏ। ପରବର୍ତ୍ତୀ ସମୟରେ… Continue Reading →

ଗପ ହେଲେବି ସତ

ବିଦ୍ୟାଳୟକୁ ଶିକ୍ଷକ ଆସିଲେ ନାହିଁ ବୋଲି ପାଠ ପଢିନଥିବା ଅଥବା ଫେଲ ସାର୍ଟିଫିକେଟଧାରୀ ଅନେକ ଯୁବକ ଓଡିଶାର ପ୍ରତି ଗାଁରୁ ବାହାରିବେ।ଏମିତି ଗୋଟିଏ ଗାଁ କଥା। ବାପାମାଁ ଦାଦନ ଯାଇ ପାଠ ପଢ଼ଉଛନ୍ତି। କାହାର ବାପା କାମକୁ ପାରୁନି ବୋଲି ସେଠ କମ ପଇସା ଦେଇଛି ଅବା ମାଁ କି ବଡ଼ଭାଇ ରୋଗରେ ଅଛନ୍ତି ବୋଲି… Continue Reading →

ଦାଦନ ଟାକ୍ସଫୋର୍ସ

ଦାଦନ ଟାକ୍ସଫୋର୍ସର ଏକ ଉଚ୍ଚସ୍ତରୀୟ କମିଟି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଓ ତୁରେକେଲା ବ୍ଲକ ଅଞ୍ଚଳ ଗସ୍ତ କରି ଫେରି ଯାଇଛନ୍ତି। ଗତ ୧୯ ନଭେମ୍ବର ଦିନର ଏହି ଗସ୍ତରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ… Continue Reading →

ନୂଆପଡ଼ା ଉପନିର୍ବାଚନ ୨୦୨୫

ନୂଆପଡ଼ା ଉପନିର୍ବାଚନ ୨୦୨୫, ଏକ ବହୁ ଚର୍ଚ୍ଚିତ ଉପନିର୍ବାଚନ ଥିଲା। ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ସାତଥର ପ୍ରତିନିଧିତ୍ୱ କରିଥିବା ଘାସିରାମ ମାଝୀଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ଉପନିର୍ବାଚନ ହୋଇଥିଲା। ଏହା ମଧ୍ୟ ଏକ ଚର୍ଚ୍ଚିତ ନିର୍ବାଚନ ଥିଲା। ବର୍ତ୍ତମାନ ଥରେ ସ୍ୱାଧିନ ପ୍ରାର୍ôଥ ଏବଂ ପରବର୍ତ୍ତି ତିନିଥର ବିଜୁ ଜନତାଦଳ ପ୍ରାର୍ôଥ ଭାବେ ଚାରିଥର… Continue Reading →

ଡାଲଖାଇ: ଆଲୋଚନା; ଆମର ଡଙ୍ଗର ଟ୍ରଷ୍ଟ

ଜୁହାର!ଉପସ୍ଥିତ ବୁଦ୍ଧଜନ, ସତୀର୍ଥ ଓ ସମଗୋଷ୍ଠୀଙ୍କୁ ମୋର ଜୁହାର। ଆମର ଡଙ୍ଗର ଟ୍ରଷ୍ଟ ପରିବାର ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି; ସେମାନେ ଆଜି ଏହି ଭାରଚୁଏଲ ସଭାରେ ମତେ ଡାଲଖାଇ ଭଳି ଏକ ମହାନ ଓ ଅନନ୍ତ ସଂସ୍କୃତି ବିଷୟରେ କହିବାର ସୁଯୋଗ ଦେଇଥିବା ହେତୁ।ମୁଁ ନିଜେ ଜଣେ ସାହିତ୍ୟର ଛାତ୍ର। ବୃତ୍ତିରେ ଜଣେ… Continue Reading →

ମୁଖାପିନ୍ଧା ମଣିଷ

ମୁଖାପିନ୍ଧା ମଣିଷରାଜୀବ ସଗରିଆ ମୁଖାପିନ୍ଧା ମଣିଷରାଜୀବ ସଗରିଆପ୍ରକାଶକ : ଜାଗୃତି ପ୍ରକାଶନ, ଭୁବନେଶ୍ୱରପ୍ରଥମ ପ୍ରକାଶନ : ୨୦୦୯ଅକ୍ଷରସଜ୍ଜା : ଶାନ୍ତା ବେଉରାପ୍ରଚ୍ଛଦ : ଡଃ ରମାକାନ୍ତ ସାମନ୍ତରାୟମୁଦ୍ରଣ : ସମଦୃଷ୍ଟି, ଭୁବନେଶ୍ୱରମୁଲ୍ୟ : ୧୫୦/- (ଏକଶତ ପଚାଶ ଟଙ୍କା ମାତ୍ର) MUKHA PINDHA MANISHARAJIB SAGARIAPublisher: Jagruti Prakashaan, BBSR1st published : 2009Type Setting… Continue Reading →

ନୂଆଁଖାଇ

ନୂଆଁଖାଇ ସିଧା ସିଧା ଅନ୍ନ ସହ ଜଡିତ ତେଣୁ ଏହି ତିହାରରେ ଆତ୍ମିୟତା ଥାଏ ଭାବାବେଗ ଥାଏ। ବର୍ତ୍ତମାନ ନୂଆଁଖାଇ ସମୟରେ ପ୍ରାଚୀନ ପରମ୍ପରା ହିସାବରେ ପିଦର ପୂଜା କରାଯାଏ। ନୂଆଖାଇ ଭେଟ ଆଦି ସମାରୋହ ମନୋରଞ୍ଜନ ଧର୍ମୀ, ବିଚାରଧର୍ମୀ ଓ ସତୀର୍ଥମାନଙ୍କ ସହ ଭେଟ ଆଲୋଚନା ଆଦି ମାଧ୍ୟମରେ ବିସ୍ତାରିତ ହୋଇଛି। ନୂଆଁଖାଇ ଭେଟ… Continue Reading →

ଡାଲଖାଇ

ଡାଲଖାଇ ବିଷୟରେ ଚର୍ଚ୍ଚା କରିବା ପୂର୍ବରୁ ଆଦିବାସୀ ଦର୍ଶନ ପ୍ରତି ପୂର୍ବାଗ୍ରହକୁ ବାଦ ଦେବାକୁ ପଡିବ। ଡାଲଖାଇ ବିଷୟ ଉତ୍ଥାପନ କଲା ସମୟରେ ଏହି ଲେଖକ ସ୍ପଷ୍ଟ କରିଦେବାକୁ ଚାହେଁ; ଏହା ଏକ ପତ୍ରକାର ତଥ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଐତିହାସିକ ତଥ୍ୟ କହିଥାଏ ଯେ ୬୫ ହଜାର ବର୍ଷ ପୂର୍ବରୁ ପ୍ରଥମ ଭାରତୀୟ ବର୍ତ୍ତମାନର… Continue Reading →

« Older posts Newer posts »

© 2026 jariaa.com

error: Content is protected !!