ବ୍ୟାସଦେବ ନିଜର ମହାଭାରତ ବନପର୍ବରେ କହିଛନ୍ତି ସମ୍ବଲ ଗ୍ରାମରେ କଲ୍କୀ ଜନ୍ମଗ୍ରହଣ କରିବେ। ତାଙ୍କ ପିତାଙ୍କ ନାମ ବିଷ୍ଣ ଶର୍ମା ହେବ। ଅନ୍ୟତ୍ର ଅନେକ ତାଙ୍କ ମାତାଙ୍କ ନାମ ସୁମତୀ ଓ ସୁମନ୍ତ, ରାଗ, କଭି ନାମରେ ତିନି ଭାଇ ହେବା କଥା ବି କୁହାଯାଏ।ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲକୀ ଧାମର ଶିଳାନ୍ୟାସ କରି ସାରିଛନ୍ତି। ଏହାପରେ ଓଡ଼ିଶାରୁ କୌଣସି ଆଲୋଚନା ନାହିଁ। ମାଳିକା ସହାୟତାରେ ଓଡ଼ିଶାର ରାଜନୀତିକ ଘଟଣାବଳୀମାନଙ୍କୁ ଯୋଡୁଥିବା ଲୋକଙ୍କ ମଧ୍ୟ କୌଣସି ପ୍ରତିକ୍ରିୟା ନାହିଁ।ଚାରିଗୋଟି ସମ୍ବଲର ଉଲ୍ଲେଖ ଦେଖିଥାଉ। ପ୍ରଥମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିବା କଲକୀଧାମ; ଦ୍ୱିତୀୟ ଓଡ଼ିଶାର ଯାଜପୁରର ପଦ୍ମପୁର; ତୃତୀୟ ସମ୍ବଲ ମାହାଙ୍ଗା ବୋଲି ଉଲ୍ଲେଖ ରହିଅଛି। ଶେଷ ଚତୁର୍ଥ ଓଡ଼ିଶାର ସମ୍ବଲପୁରକୁ କୁହାଯାଏ।ପ୍ରଶ୍ନ ଉଠେ ପ୍ରକୃତ ସମ୍ବଲ କେଉଁଠି?ଏଲିଜାବେଥ ଇଂଲିସ ନିଜର ବଜ୍ରଯୋଗିନୀ ଆଲେଖରେ କହିଛନ୍ତି ଉଡ୍ଡୀୟାନ ଦୁଇ ଭାଗରେ ବିଭକ୍ତ ପ୍ରଥମ ସମ୍ବଲକ ଓ ଦ୍ୱିତୀୟ ହେଉଛି ଲଙ୍କାପୁରୀ ବା ବୁଦ୍ଧଲଙ୍କା।ଯଦି ସମ୍ବଲପୁରକୁ ସମ୍ବଲ କୁହାଯାଏ ତାହେଲେ ଲଙ୍କାର ଅବସ୍ଥିତି କଉଠି?ସୋମବଂଶୀ ଶାସକ ସୋମପୁରୀ ତାମ୍ର ଶାସନରେ ନିଜକୁ ‘ପଶ୍ଚିମ ଲଙ୍କାଧିପତି’ ବୋଲି ଉଲ୍ଲେଖ କରିଛନ୍ତି। ସମ୍ବଲକ ଷାଠିଏ ହଜାର ଜନପଦ ବିଶିଷ୍ଟ ଏକ ରାଜ୍ୟ। ଯାହାର ରାଜଧାନୀ ଜାଟିମାଟି ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଭିତରେ ରହିଅଛି। ଲଙ୍କାର ଅବସ୍ଥିତି ସୁବର୍ଣ୍ଣପୁରକୁ କୁହାଯାଏ। ସମ୍ବଲକ ଓ ଲଙ୍କାପୁରୀ ମଧ୍ୟରେ ‘ଜାହୋର’ ନାମକ ସ୍ଥାନର ଉଲ୍ଲେଖ ରହିଅଛି। ଯେଉଁଠାରେ ଉଚ୍ଚତର ସ୍ତରର ତନ୍ତ୍ର ସାଧନା ହେଉଥିଲା।ତନ୍ତ୍ର ସହ ସମ୍ବଲ ଓ ଲଙ୍କାକୁ ସଂଯୋଗ କଲେ ଯୋଗତନ୍ତ୍ର/ତନ୍ତ୍ରଯୋଗ ବା ମହାଯୋଗ ସହ କେଉଁ ଅଞ୍ଚଳର ସମ୍ପର୍କ ରହିଅଛି? ନିଶ୍ଚିତ ସମ୍ବଲପୁର ଓ ସୁବର୍ଣ୍ଣପୁର। କାରଣ କଲକୀ ଅବତାରରେ ଦୃଷ୍ଟମାନଙ୍କୁ ଯୋଗିନୀମାନେ ଭକ୍ଷଣ କରିବା କୁହାଯାଏ।ଯୋଗିନୀ କିଏ? ହଟ୍ଟଯୋଗ ପ୍ରଦୀପ ଅନୁସାରେ ଉଡ୍ଡୀୟାନ ବନ୍ଧରେ ସିଦ୍ଧ ମହିଳାଙ୍କୁ ଯୋଗିନୀ କୁହାଯାଏ। କିନ୍ତୁ ସାଲେଗ୍ରାମ ହୋତାଙ୍କ ଅନୁସାରେ ପାଟଦେବୀ ଯୋଗିନୀ ଅଟନ୍ତି। ଯାହାଙ୍କ ନିକଟରୁ ମଣିଷ ଜ୍ଞାନ ଆହରଣ କରିଥାଏ। ପାଟ ଅର୍ଥ ସନ୍ତସନ୍ତିଆ ଭୂମୀ ବା ଉର୍ବରା ମାଟି। ଟିକିଏ ବିସ୍ତାରକୁ ଗଲେ, ମଣିଷ ଲକ୍ଷାଧିକ ବର୍ଷର ଅଧ୍ୟୟନ ଓ ଅଭ୍ୟାସ ବଳରେ ପ୍ରକୃତି ସହ ନିଜକୁ ଜଡିତ କରି ରଖିଲା। ବନସ୍ପତି ଜୀବଜନ୍ତୁ ସରିସୃପ ଆଦିଙ୍କ ମୌଳିକତା ସହ ନିଜର ଜୀବନକୁ ଉଚ୍ଚ ସ୍ତରକୁ ନେବା ଅଭ୍ୟାସ କଲା ଓ ନିଜର ଜ୍ଞାନ ଓ ଦର୍ଶନର ବିକାଶ କଲା। କୃଷି ପାଇଁ ଅଧିକ ବିସ୍ତାରିତ ଭୂମୀ ଆବଶ୍ୟକ କଲା ଓ ସେ ପାହାଡ଼ରୁ ଓହ୍ଲେଇ ତଳକୁ ଆସିଲା। ନିଜର ଅଧିକୃତ ଅଞ୍ଚଳକୁ ପାଟ କହିଲା। ଏହି ପାଟର ଅଧିଶ୍ୱରୀ ବିଭିନ୍ନ ପଶୁ ପକ୍ଷୀ ସରିସୃପ ବନସ୍ପତି ଆଦି ରହିଲେ। ସେହି ପାଟ ଅଧିଶ୍ୱରୀ ହିଁ ଯୋଗିନୀ। ଯୋଗିନୀଙ୍କ ପ୍ରମାଣ ଉପର ମହାନଦୀ ଉପତ୍ୟକାର ଜୋଙ୍କ ନଦୀ କୂଳ ବା ସୁନାବେଡ଼ା ଉପତ୍ୟକା ଅଟେ। ଜୋଙ୍କ ଓ ସୁନାବେଡା ବ୍ୟତୀତ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ପଟୁଆ ଓ ମୁଙ୍ଗେ ପାହାଡରେ ଦେଖାଯାଏ। ବୁଦ୍ଧମାନେ ପ୍ରଥମେ ଯୋଗିନୀଙ୍କ ଅଧ୍ୟୟନ କରିଥିଲେ। ବଙ୍ଗୋମୁଣ୍ଡା ର ରାଣୀପୁର ଝରିଏଲର ଯୋଗିନୀ ମନ୍ଦିରରେ ପଶୁ/ପକ୍ଷୀ ଓ ସରିସୃପ ମୁଣ୍ଡର ଯୋଗିନୀ ଦେଖାଯାନ୍ତି। ଏଣୁ ଏହା ଆଦି ଯୋଗିନୀ ତନ୍ତ୍ରପିଠ। ପାଟଦେବୀ ହିଁ ଯୋଗିନୀ ଅନ୍ୟ ପ୍ରକାରେ ପାଟ ମାନଙ୍କ ସମାହାର ପାଟଣା ଏବଂ ଏହାର ଅଧିଷ୍ଠାତ୍ରୀ ପାଟଣେଶ୍ଵରୀ। ଏହି ଅଞ୍ଚଳରେ ଫର୍ଟିଲିଟି ବା ଉପଜ ସଂସ୍କୃତିର ଅୟମାରମ୍ଭ ହୁଏ। ଯାହାର ମୁଖ୍ୟ ଗୁରୁଡଙ୍ଗର ଓ ଦ୍ଵାରରେନୀ ଅଟନ୍ତି।ଏହି ଅଞ୍ଚଳର ଲୋକଙ୍କ ଜୀବନଶୈଳୀ ଉଚ୍ଚ ସ୍ତରର। ଯାହାକୁ ବୁଦ୍ଧମାନେ ପ୍ରଥମେ ନେଇଛନ୍ତି ପରବର୍ତ୍ତ ସମୟରେ ଏହା ତନ୍ତ୍ର ନାମରେ ନାମିତ ହୋଇଛି। ପ୍ରଥମେ ବୁଦ୍ଧ ଓ ପରେ ହିନ୍ଦୁ ତଥା ଅନ୍ୟ ଧର୍ମ ଏହାକୁ ଗ୍ରହଣ କରି ନିଜନିଜ ଢଙ୍ଗରେ ବିକଶିତ ହୋଇ ବିକ୍ଷାତ ହୋଇଛନ୍ତି।ଅମରକଣ୍ଟକ ରୁ ବାରପାହାଡ଼ ଦକ୍ଷିଣ ଅଞ୍ଚଳ ଦକ୍ଷିଣ କୋଶଲ; ଯାହା ପାଟ ମାନଙ୍କ ସମାହାର। ସୁତରାଂ ଯୋଗିନୀ ତତ୍ତ୍ଵର ମୌଳିକତା ନିଜର ସ୍ପଷ୍ଟତା ରଖେ। ତନ୍ତ୍ରର ଭାଷା ହେଉଛି ପ୍ରତୀକ ଧର୍ମୀ। ତେଣୁ କୋଶଲୀ ଭାଷାର ଅଧ୍ୟାୟନ ମଧ୍ୟ ଅନ୍ୟଏକ ଆୟାମର ଅଧ୍ୟୟନରେ ପୁରା ହେବ। ଅର୍ଥାତ ସମ୍ବଲର ଉପସ୍ଥିତି ସ୍ପଷ୍ଟ ହୋଇଆସେ। TANTRA MAGICK ପୁସ୍ତକରେ Michel R Goss P-28, para-1 ରେ ସମ୍ବଲର ସଂସ୍କୃତ ଅର୍ଥରେ କହନ୍ତି ଯେଉଁଠାରେ ବେଶ୍ୟାମାନେ ରହନ୍ତି। ଅନେକ ଉଦାହରଣ ଭଳି ସଂସ୍କୃତ ଶବ୍ଦ ମୂଳ ଭାରତୀୟ ଶବ୍ଦକୁ ଅପରିପକ୍ବ ବ୍ୟକ୍ଷା କରିଥାଏ। ସମ୍ବଲ ଫର୍ଟିଲିଟି ସଂସ୍କୃତି ସହ ଜଡିତ।ଚଣ୍ଡା ମରିଚତନ୍ତ୍ର ରତ୍ନାବଳୀରେ ଉଲ୍ଲେଖ ଅଛି, ‘ଏସା ସମ୍ବଲକ ବିଶୁଦ୍ଧ ଯଶଭୁକ ବଜ୍ରଶ୍ରୀ କେଳୀପୁରୀ/ ରୁଚୈରମ୍ବର ଚୁମ୍ବି ଚାରୁ ସୁଷମା ସୁସ୍ମୈର ସୌଧାବଳୀ/  ଯା ନିର୍ଦ୍ଦୋଷ ମିଶା ବିବାଦନଧିୟା ଶ୍ରୀ ଇନ୍ଦ୍ରଭୁତେ ଯଶଃ/ ମୁଗ୍ଧୌଦାତ ନିନଦୈ ମହାର୍ନଦୀ ନିର୍ମଳା’।ସମ୍ବଲପୁର ନଗରୀ ହୀରା(ବଜ୍ରଶ୍ରୀ) ବ୍ୟବସାୟ କେନ୍ଦ୍ର ଥିଲା। ଯେଉଁଠାକୁ ଚୀନ ମଙ୍ଗୋଲ ସମେତ ଆରବ ଓ ଗ୍ରୀକ ବେପାରୀ ଆସୁଥିଲେ। ଯେଉଁ ନଗରୀ ରାଜଧାନୀରୁ ଅନେକ ଦୂରରେ ରହିଥିଲା। ଅର୍ଥାତ ବେପାରୀଙ୍କ ଆବାଗମନ ଓ ବ୍ୟବସାୟ ସାଧାରଣ ଲୋକଙ୍କ ଜୀବନଯାତ୍ରା ଉପରେ କୌଣସି ପ୍ରଭାବ ପକାଉ ନ ଥିଲା।ଇନ୍ଦ୍ରଭୁତି ରାଜାଙ୍କ ପାଳିତ ପୁତ୍ର ପଦ୍ମସମ୍ଭବ ଏକଦା ଗୋଟିଏ ଭାଳ ଧରି ରାଜପ୍ରାସାଦର ଛାତ ଉପରେ ଖେଳୁଥିଲେ। ଯାହା ହାତରୁ ଖସି ତଳେ ଠିଆ ହୋଇଥିବା ଜଣେ ମନ୍ତ୍ରୀଙ୍କ ଛାତିରେ ଗଲିଗଲା। ରାଜା ଇନ୍ଦ୍ରଭୁତି ନିଜର ପାଳିତ ପୁତ୍ରକୁ ନିର୍ବାସନ ଦେଲେ। ଇନ୍ଦ୍ରଭୁତି ସମେତ ପଦ୍ମସମ୍ଭବ ମଧ୍ୟ ବୃଦ୍ଧତନ୍ତ୍ରର ପୂଜ୍ୟ ବିଜ୍ଞ ଥିଲେ। ତେଣୁ ପଦ୍ମସମ୍ଭବଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇନଥିଲା। ସେ ଯାଇ ମହାନଦୀର ଗୋଟିଏ ସ୍ଥାନରେ ରହିଲେ।ପଦ୍ମସମ୍ଭବଙ୍କୁ ଜଣେ ଗଉଡ଼ ପ୍ରତିଦିନ ଗୋରସ ଆଣିଦିଏ। ଗଉଡର କପାଳରେ ହୁମ ଚିହ୍ନ ଦେଖାଯାଉଥିଲା। ଫଳରେ ତାର ନାମ ହୁମକାରା ରଖିଲେ। ଯିଏ ପଦ୍ମସମ୍ଭବଙ୍କ ପ୍ରଥମ ଶିଷ୍ୟ ଅଟନ୍ତି। ପରବର୍ତ୍ତି ସମୟରେ ପଦ୍ମସମ୍ଭବ ତୀବ୍ବତ ପ୍ରତିଷ୍ଠା କରିଥିଲେ। ଯାହା ବୁଦ୍ଧଧମ୍ମ ଆଧାରରେ ଦକ୍ଷିଣ କୋଶଲର ମୌଳିକ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ସ୍ଥାପିତ ହୋଇଥିଲା।ଏହି ସ୍ଥାନକୁ ଅଧ୍ୟୟନ ବେଳେ ସାଲେଗ୍ରାମ ହୋତା ‘ହୁମା’ ବୋଲି ଚିହ୍ନଟ କରିଛନ୍ତି। ହୁମା ବକ୍ର ମନ୍ଦିର ପାଇଁ କ୍ଷାତ। ମନ୍ଦିର ପରିସରରେ ବଜ୍ରବରାହୀ ଏବଂ ଭଗ୍ନ କୁରୁକୁଲ୍ଲା ମୂର୍ତ୍ତି ରହିଅଛି। ଇନ୍ଦ୍ରଭୁତିଙ୍କ ଆରାଧ୍ୟା ବଜ୍ରବରାହୀ ଥିଲେ।ସମ୍ବଲପୁର ବେଲବନ୍ଧାରେ ଥିବା ପାଦଚିହ୍ନକୁ ରାମପାଦ ବୋଲି କହିଥାନ୍ତି। ପାଦଚିହ୍ନ ପା’ ଯୋଗୀଙ୍କ ରହଣି ଓ ଆବାଗମନ ସ୍ଥାନ ବୋଲି ପ୍ରମାଣ ହୁଏ।ମାଁ ସମଲେଶ୍ଵରୀଙ୍କ ପ୍ରକାଶ୍ୟ ରୁପ ହୃଦୟ ଆକୃତିର। ଯାହା ପଣ୍ଡରା ସଂସ୍କୃତିର ପରିଚୟ ଦିଏ। ଯେଉଁ ସଂସ୍କୃତି ଆମ ଆଦିଭୁମୀର ମୌଳିକ ସଂସ୍କୃତି ଅଟେ।ଓଡ଼ିଶାର ସାଂସ୍କୃତିକ ଅଧ୍ୟୟନ ଗମ୍ଭିରତାର ସହ ହୋଇନାହିଁ। କିଛି ବହିରାଗତଙ୍କ ଚାପରେ ପରସ୍ପର କାଦୁଅ ଫୋପଡାରେ ବ୍ୟସ୍ତ। ସମ୍ବଲପୁର (ସୁନ୍ଦରଗଡ଼) ରୁ ଟିଟିଲାଗଡ(କୁମୁର୍ଦ୍ଦକ) କନ୍ଧଭୂମୀ ଭାବେ ପ୍ରାଚୀନ ସରକାରୀ ଘୋଷଣା ପାଇଛି। କନ୍ଧଭୂମୀ ପରକୁ ମହାକାନ୍ତାର ଓ ତା ପରକୁ କୋରାଭୂମୀ (କୋରାପୁଟ)।ଏହି ବିରାଟ ଆଦି ସାଂସ୍କୃତିକ କ୍ଷେତ୍ର ଉପରେ କହିବା ପୂର୍ବରୁ ଜଣେ ଚିନ୍ତା କରିବା ଉଚିତ ଯେ ସେ କିଏ?ପ୍ରତ୍ନତତ୍ତ୍ଵବିଦ ଡ ଜିତାମିତ୍ର ପ୍ରସାଦ ସିଂଦେବ କହନ୍ତି ଉତ୍ତର କୋଶଲ ଓ ଦକ୍ଷିଣ କୋଶଲ ମଧ୍ୟରେ ଗୋଟିଏ ଅସମାପ୍ତ ଯୁଦ୍ଧ ହେଲା। ଯାହାକୁ ପ୍ରଶମିତ କରିବା ପାଇଁ ସ୍ୱୟଂ ବୁଦ୍ଧଙ୍କୁ ଏ ମାଟିକୁ ଆସିବାକୁ ପଡିଥିଲା। ନିଜେ ବୁଦ୍ଧ ଦୁଇମାସ ରହିଥିଲେ। ଯେଉଁ ନଦୀକୂଳରେ ରହିଥିଲେ ବିଦାୟ ବେଳେ ବୁଦ୍ଧଙ୍କ ସମ୍ମୁଖରେ ସ୍ଥାନୀୟ ଲୋକ ସେ ନଦୀକୁ ରାହୁଲ ନଦୀ ବୋଲି ନାମକରଣ କରିଥିଲେ। ଏ ମାଟିର ଅସ୍ଥିରତା ସ୍ୱୟଂ ବୁଦ୍ଧଙ୍କୁ ବିଚଳିତ କରିଥିଲା ଏ କଥାକୁ ପ୍ରାଥମିକତା ଦେଇ ବିଚାର କରିବା ଉଚିତ। କଲକୀ କେବେ ଜନ୍ମ ହେବେ କିଏ ଜାଣେ

Your Attractive Heading