ଗୁଡ଼ାରାଇଜ ବା ଗୁଡ଼ାଉପର ଏକ ବିସ୍ତୀର୍ଣ୍ଣ ପାର୍ବତ୍ୟାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ଦୁଇଟି ରାଜ୍ୟକୁ ଘେରି ରହିଛି। ଓଡ଼ିଶା ରାଜ୍ୟ ମିଶ୍ରଣ ସମୟରେ ଖଡ଼ିଆଳ ରାଜ୍ୟ ବା ପୂର୍ବ ଖଡ଼ିଆଳ ଜମିଦାରୀ ଓଡ଼ିଶା ରାଜ୍ୟରେ ମିଶିବା ହିଁ ଗୁଡ଼ାରାଇଜକୁ ଦୁଇଭାଗ କରିଦେଲା। ସେଠାରେ ରହୁଥିବା ଭୁଞ୍ଜିଆ, ଗଣ, ଡମ, ଗଉଡ଼, ପହରିଆ ଆଦି ଜାତି ନିଜ ଅଜାଣତରେ ଦୁଇଭାଗ ହୋଇଗଲେ।
ଏହି ବିସ୍ତୀର୍ଣ୍ଣ ଗୁଡ଼ାରାଇଜର ପୂର୍ବ ଦିଗକୁ ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଅଞ୍ଚଳ। ବୋଡ଼େନ ବ୍ଲକର ଉଏଁଷାଦାନୀ ଗ୍ରାମ ପଞ୍ଚାୟତ, ୩୪୦୦ ଫୁଟ ଉଚ୍ଚ ପାଟଧରା ବା ଅଏଁଲାଗିରି ଉପରେ ଅନେକ ଛୋଟବଡ଼ ଗାଁ ଓ ପାହାଡ଼ ତଳ ଗାଁମାନଙ୍କୁ ନେଇ ଗଠିତ।
ପାହାଡ଼ ଉପରେ ରହୁଥିବା ଗାଁମାନ ଖୁବ୍ ସ୍ୱାଭିମାନୀ। ସେମାନେ ମାଓବାଦୀ ଦେଖିଛନ୍ତି, ପୋଲିସ ଦେଖିଛନ୍ତି ହେଲେ ସରକାର ନାମକ ଜନ୍ତୁଟିକୁ ଦେଖିପାରି ନାହାନ୍ତି। ସେଥିପାଇଁ ସେମାନେ ଭୋଟଦେଇ ନାହାଁନ୍ତି। ତାଙ୍କର କେତେ ଦଫା ଦାବୀ ଅଛି, ତାହା ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଭୋଟ କରିବେ ନାହିଁ।
ଗତ ନିର୍ବାଚନରେ ସରକାର ହେଲିକେପ୍ଟରରେ ବୁଥମାନଙ୍କୁ କର୍ମଚାରୀ ପଠାଇଲେ। ନିଜର ପ୍ରଚାର ବି କଲେ। ଯେମିତି ସ୍ୱାଧିନତା ପାଇବା ପରେ ସେମାନେ ପ୍ରଥମ ଭୋଟ କରୁଛନ୍ତି।
ଗୋଟିଏ ଅଣଓସାରିଆ ଘାଟିରାସ୍ତାରେ ଦଶ କିଲୋମିଟର ସାତଟି ପାହାଡ଼ ଚଢ଼ିଲେ ଆସେ ଧୋବଘାଟ ଗାଁ। ତା’ପରେ ଗାଁକୁ ଗାଁ ବିସ୍ତରି ଯାଇଛି ସାରା ଗୁଡ଼ାରାଇଜ।
ସେଠାରେ ଅନେକ କଥା ଅନେକ କାହାଣୀ। ଅଣ ଓସାରିଆ ରାସ୍ତାକୁ ନେଇ ଏକ ପ୍ରବାଦ ଅଛି। ଭଏଁଷାଦାନୀରୁ ପାଟଧରାକୁ ସଂଯୋଗ କରିବା କଥା ସରକାର ଚିନ୍ତାକଲେ। ଠିକାଦାର ରାସ୍ତା ତିଆରି କରିବାକୁ ସଜ ହୁଅନ୍ତେ, ମାଓବାଦୀ ଠିକାଦାରକୁ ମନାକଲେ। ଉପର ରାଇଜର ସମସ୍ତେ ଖୁସି ହେଲେ ଯେ ସେମାନେ ଆଦିମ ଯୁଗରୁ ଆଜି ପ୍ରଥମେ ଦେଖିବେ ସରକାର ତିଆରିବା ରାସ୍ତା।
ସରକାର ଓ ମାଓବାଦୀଙ୍କ ଲଢ଼େଇ, ସେ ଲଢ଼େଇ ଭିତରେ ସାଧାରଣ ଲୋକଙ୍କ ଦୋଷ କ’ଣ? ଲୋକଙ୍କ ଦାବୀ ରାସ୍ତା ହେବ ହିଁ ହେବ। ସଭା ହେଲା। ସଭାରେ ନିର୍ଣ୍ଣୟ ହେଲା ରାସ୍ତା ସଂକୀର୍ଣ୍ଣ ହେବ। ଦୁଇଟି ଗାଡ଼ି ଘାଟି ରାସ୍ତାରେ ପରସ୍ପର ବାଟ ଦେଇ ପାରିବେ ନାହିଁ। ଘାଟିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ବି କାମ ହୋଇସାରିଛି।
ପୋଲିସ ଅନେକ ଥର କୁମ୍ବିଂ ଅପରେସନ କଲାଣି। ଅନେକ କଥା ଅକୁହା ରହିଯାଇଛି। ପୋଲିସର ଫ୍ଲାଗ୍‌ମାର୍ଚ୍ଚର ଗୋଟିଏ କାର୍ଯ୍ୟକ୍ରମ ଚାଲିଥାଏ। ସାବଧାନ ବିଶ୍ରାମ ଆଦି ବୀର ରସର ସ୍ଲୋଗାନମାନ ଜଣେ ନୀରିହ ଲୋକକୁ ଭାବୋତ୍ତେଜକ ସ୍ଥିତିକୁ ଆଣିଦେଲା। ସେ ସ୍ଲୋଗାନ ସହ ତାଳ ମିଶେଇ ଲାଲ ସଲାମ କହିଦେଲା ଜଣେ ଗ୍ରାମବାସୀ। ତାକୁ ପୋଲିସ ଗିରଫ କରିନେଲା। କିଛି ଦିନ ପରେ ଲୋକଟିକୁ ଛାଡ଼ିଦେଲେ।
ଅନେକ କାହାଣୀ। ରୋଚକି ବି ଦୁଃଖଦ ବି। ଧୋବଘାଟ ନଦୀରେ ଯେତେ ପାଣି ଆସୁ ଆଙ୍ଗନୱାଡ଼ି ଦିଦି ଶାନ୍ତିଲତା ମାଝୀ ଓ ଶିକ୍ଷକ ମୋହନ ପ୍ରସାଦ ଚିନ୍ଦାଙ୍କ ଦ୍ୱାରା ସରକାରୀ ଯୋଜନା ପହଞ୍ଚେ। ସେଠାକାର ଅନେକ ଦନ୍ତକଥା ଗୋଟିଏ କଥା ସ୍ପଷ୍ଟ କରେ ଅନେକ ଜଳସ୍ରୋତ ଓ ପ୍ରପାତ(ଧସ)ମାନ ସୃଷ୍ଟି କରିବା ସହ ପାହାଡ଼ ଗର୍ଭରେ ଶିରାପ୍ରଶିରା ପରି ଅନେକ ଜଳସ୍ରୋତ ରଖିଛି। ହେଲେ ପିଇବା ପାଣି ଅନେକଙ୍କୁ ରୋଗିଣା କରି ରଖିଛି। ପ୍ରତିଦିନ ଶହ ଶହ ଟନ ବନ ଉପଜର ବହିଃଗମନ ହୁଏ। ଏଠାକାର ଲୋକେ ବି ଦାଦନ ଯାଆନ୍ତି। ଫ୍ଲୁରୋସିସ ରୋଗରେ ଲକ୍ଷଣ ବି ଅନେକଙ୍କ ନିକଟରେ ସରକାର ପହଞ୍ôଚ ପାରନ୍ତି ନାହିଁ ଉପରକୁ। ତାଙ୍କର ହଜାର ଯୋଜନା ଭିତରେ କାଣିଚାଏ ବି ଲୋକେ ପାଇପାରନ୍ତି ନାହିଁ। ଏମିତି ଅଞ୍ଚଳରେ ଶ୍ରୀଯୁକ୍ତ ରିକିରାମ ସୌରୀ ଲୋକଙ୍କ ଜୀବନରେ ଗୋଟିଏ ସ୍ଥିରତା ଆଣିଛନ୍ତି।

ତାଙ୍କ ପାଖକୁ ଯିଏ ଯାହା ଅସୁବିଧା ନେଇ ଆସୁ ସେ ତାର ଅସୁବିଧାକୁ ଦୂର କରନ୍ତି। ତାଙ୍କ ମାଁ କୌଶଲ୍ୟା ପାହାଡ଼ ଗାଁମାନଙ୍କରେ ଅନେକ ପ୍ରସୂତୀଙ୍କ ଜୀବନ ରକ୍ଷା କରିଛନ୍ତି। ରିକିରାମଙ୍କ ଭାଷାରେ ଯେଉଁ ଦିନୁ ମାଁଙ୍କ ଦେହାନ୍ତ ହେଲା ସେ ବର୍ଷରୁ ପ୍ରସୂତୀଙ୍କ ଅସୁବିଧା ହେଲେ ତଳକୁ ଓହ୍ଲାଇଛନ୍ତି। ଅର୍ଥାତ୍ ଡାକ୍ତରଖାନା ନେଉଛନ୍ତି। ଜନନୀ ସୁରକ୍ଷା ଯୋଜନା ବି ଗୋଟିଏ କାରଣ : ରିକିରାମଙ୍କ ବାପା ଜଳନ୍ଧର ଜଣେ ବୈଦ୍ୟ ଥିଲେ। ଗୁଣିଆ କାମ ବି କରୁଥିଲେ। ତା ସହିତ ୧୮/୧୯ ଜଣ ପିଲାଙ୍କୁ ନିଜ ଘରେ ରଖି ପାଠ ପଢ଼ଉଥିଲେ। ପାହାଡ଼ ରାଜ୍ୟରେ ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସମ୍ପନ୍ନ ହୋଇ ଚଲିବାପାଇଁ ତାଙ୍କର ଜମିବାଡ଼ି ଅଛି। ପାଠପଢ଼ାର ପାରିଶ୍ରମିକ ଅବଶ୍ୟ ଛାତ୍ରମାନେ ଦେଉଥିଲେ, କିନ୍ତୁ ଚିକିତ୍ସା ଓ ଗୁଣିଆ କାମରେ ସେ ଟଙ୍କା ଦାବୀ କରୁ ନଥିଲେ। ଜଳନ୍ଧର ତାଙ୍କ ବାପା ବୁଢ଼ାମାଝୀଙ୍କ ନିକଟରୁ ବିଦ୍ୟା ଶିଖିଥିଲେ। ବଂଶାନୁକ୍ରମରେ ଗୁଣି କର୍ମ, ପାରମ୍ପରିକ ଚିକିତ୍ସା ଆଦି କରି ଆସୁଛନ୍ତି।
ରିକିରାମଙ୍କ ଜୀବନୀ ଜାଣିବା ପୂର୍ବରୁ ପ୍ରାଚୀନ ସଭ୍ୟତା ଉପରେ ସାମାନ୍ୟ ପରିଚୟ ହେବା ଆବଶ୍ୟକ। ରବିରାମ ଗଣ୍ଡ ଜାତିର ଅଟନ୍ତି। ଭାରତୀୟ ଆଦିବାସୀଙ୍କ ମଧ୍ୟରେ ସର୍ବପ୍ରାଚୀନ ଜାତି ଗଣ୍ଡ ଜାତି। ସ୍ଥାନୀୟ ଭାଷାରେ ସେମାନେ ଗଁଡ଼।
ହଜାର ହଜାର ବର୍ଷର ଅନୁଧ୍ୟାନ ତାଙ୍କୁ ପ୍ରକୃତି ସହ ଅତି ନିବିଡ଼ କରିରଖିଛି। ପ୍ରକୃତିକୁ ଅଧ୍ୟୟନ କରି ସେମାନେ ଅନେକ ରହସ୍ୟର ଜ୍ଞାତା ହୋଇ ପାରିଥିଲେ। ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ଏହି ପଞ୍ଚଭୂତର ବ୍ୟାଖ୍ୟା, ପରିଚୟ ଓ ରହସ୍ୟକୁ ଠିକ ବୁଝିଥିଲେ। ତାଙ୍କର ଦର୍ଶନ ପକ୍ଷୀ, ପଶୁ ଓ ଉଦ୍ଭିଦ ପର୍ଯ୍ୟବସିତ ତିନି ଭାଗରେ ବିଭକ୍ତ। ଏହି ଦର୍ଶନର ଅନୁସରଣରେ ସେମାନେ ମାନବୀୟ ଜୀବନକୁ ଉଚ୍ଚତର କରି ପାରିଥିଲେ।
ସେହି ଆଦିମ ବିଦ୍ୟାର ସବାଶେଷ ଜ୍ଞାତା ହେଉଛନ୍ତି ରିକିରାମ। ଯିଏ ଲୋକଙ୍କ ଚିକିତ୍ସା କରନ୍ତି। ଓଡ଼ିଶାର ସୁନାବେଡ଼ା ଓ ଛତିଶଗଡ଼ ଉଦନ୍ତି ଅଭୟାରଣ୍ୟ ଅଞ୍ଚଳରୁ ଦୂର୍ଲଭ ବନୌଷଧି ସଂଗ୍ରହ କରି ଲୋକଙ୍କୁ ରୋଗ ବଇରାଗରୁ ରକ୍ଷା କରନ୍ତି। ଚିକିତ୍ସା ପାଇଁ ସେ କୌଣସି ମୂଲ୍ୟ ନିଅନ୍ତି ନାହିଁ। ରୋଗୀ ରୋଗମୁକ୍ତହେଲେ ଖୁସିରେ ଯିଏ ଯାହାଦିଏ। ବଜାରରୁ ଯଦି କୌଣସି ଔଷଧ ତେଲ ଅବା ଘିଅ ଆଦି କିଣିବାକୁ ହୁଏ, ତା ହେଲେ ସେ ପଇସା ରୋଗୀ ନିକଟରୁ ନେଇଥାନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ୧୯୯୫ ମସିହାରେ ଆମ ଦେଶର ପ୍ରତି ଲୋକ ପ୍ରାୟ ୧୨୦୦ ଟଙ୍କା ଖର୍ଚ୍ଚ କରୁଥିଲେ ୨୦୧୩ ମସିହାରେ ଏହି ଖର୍ଚ୍ଚ ପ୍ରାୟ ୪୮୦୦ ଟଙ୍କା ଯାହା ୨୦୧୭ ମସିହାବେଳକୁ ୪୨୦୦ ଟଙ୍କା ବୋଲି କୁହାଯାଇଛି।
ଏହି ସମୟାନ୍ତରରେ ଦେଶ ନିଜ ଜିଡ଼ିପି ଆୟରୁ ୧୯୯୫ ମସିହାରେ ୪.୦୬ ପ୍ରତିଶତ, ୨୦୧୩ ମସିହାରେ ୩.୯୭ ପ୍ରତିଶତ ଓ ୨୦୧୭ ମସିହାରେ ୧.୧୫ ପ୍ରତିଶତ ଟଙ୍କାର ପ୍ରାବଧାନ କରିଥିଲେ। ପ୍ରତିବ୍ୟକ୍ତିର କ୍ରମବର୍ଦ୍ଧିଷ୍ଣୁ ଖର୍ଚ୍ଚ ଓ ଦେଶର ଆୟ ତୁଳନାରେ ପ୍ରତିଥର କ୍ରମକ୍ଷୟ ଖର୍ଚ୍ଚ ହିସାବକୁ ନେଲେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଦାୟିତ୍ୱ ଘରୋଇ ମାଲିକାନା ହାତକୁ ଚାଲିଯାଉଛି।
ଏହିପରି ସମୟରେ ପ୍ରାଚୀନ ସ୍ୱାସ୍ଥ୍ୟ ବିଜ୍ଞାନରେ ବିଶେଷଜ୍ଞ ରିକିରାମଙ୍କ ସ୍ଥାନ କେଉଁଠି?
ପ୍ରକାରାନ୍ତେ ଆମେ ଆଦିମରୁ ସଭ୍ୟ ହୋଇ ସାରିଲୁଣି। ସଭ୍ୟ ହେବାପରେ ଆଧୁନିକ ଓ ଏବେ ଅତ୍ୟାଧୁନିକ ସମାଜର ଲୋକ ବୋଲି ଗର୍ବ କରୁଛୁ। ଏହି ଅହମିକା ଭିତରେ ରିକିରାମଙ୍କ ସମୂହକୁ ଆମେ ଅନ୍ଧବିଶ୍ୱାସର ପରିଧି ଭିତରକୁ ନେଇ ସାରିଛୁ। ବାପା ଜଳନ୍ଧର ପିଲାଙ୍କୁ ପାଠ ପଢ଼ଉଥିଲେ ଯେତେବେଳେ ପାଟଧରା ଅଞ୍ଚଳରେ ବିଦ୍ୟାଳୟ ନ ଥିଲା। ରିକିରାମ ପାଠ ପଢ଼ି ପାରିଲେ ନାହିଁ। ବୟସ କଥା ସେ ଜାଣନ୍ତି ନାହିଁ। ତାଙ୍କ ବୟସ ପଚାରିଲେ କହନ୍ତି ସେତେବେଳେ କୌଣସି ବିଦ୍ୟାଳୟ ନ ଥିଲା। ୧୯୬୭ ମସିହାରେ ପାଟଧରାରେ ପ୍ରଥମ କରି ବିଦ୍ୟାଳୟ ସ୍ଥାପିତ ହେଲେ। ତାଙ୍କ ସମୟରେ ମାଟିର ମୁଦ୍ରା ଚଲୁଥିଲା। ଭଏଁଷାଦାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ଉପରେ କୁପଟିଆମ ନିକଟରେ ତାଙ୍କ ଗାଁ। ବହୁତ ପୁରୁଣା ଗାଁ ହେବା ସତ୍ତ୍ୱେ ରାଜସ୍ୱ ଗ୍ରାମର ମାନ୍ୟତା ପାଉନାହିଁ।
ପାଠ ପଢ଼ିଲେ ନାହିଁ କିନ୍ତୁ ବାପା ଜେଜେଙ୍କ ସହ ଔଷଧ ସଂଗ୍ରହରେ ଯାଇ ଔଷଧୀୟ ଉଦ୍ଭିଦଙ୍କୁ ଚିହ୍ନିଲେ। ତାର ଚରିତ୍ର ଓ ରୋଗ ନିବାରଣ ଶକ୍ତି ବିଷୟରେ ଜାଣିଲେ। ପୁରାଣ ଶାସ୍ତ୍ରମାନ ଶୁଣନ୍ତି। ସମୟ ଓ ଯୁଗକୁ ନିନ୍ଦା କରି ଅନେକ କାହାଣୀ ଶୁଣନ୍ତି। ନିଜର ପାରିପାଶ୍ୱିର୍କ ଅବସ୍ଥା ଦେଖନ୍ତି। ଲୋକଙ୍କ କଷ୍ଟ ବି ଦେଖନ୍ତି। ତାର ସାମାନ୍ୟ ନିରାକରଣ ଶକ୍ତି ତାଙ୍କ ପାଖରେ ଅଛି। ସେ ନିଜେ ନିଜେ ଗୋଟିଏ ନିର୍ଣ୍ଣୟରେ ପହଞ୍ଚନ୍ତି ଯୁଗ ବା ସମୟ କେବେ ବି ଖରାପ ନୁହେଁ। ନିଜେ ଠିକ ରହି ନିଜର ପରିବେଶକୁ ଠିକ୍ ରଖିଲେ ସବୁ ଯୁଗ ଠିକ ନ ହେଲେ ସବୁ ଯୁଗ ଖରାପ।
ଏହାପରେ ତାଙ୍କର ଗବେଷଣା ଆରମ୍ଭ ହୁଏ ବୃକ୍ଷଲତା ଆଦିର ଔଷଧୀୟ ଗୁଣ ଉପରେ। ସେ ନିଜ ଆଖିରେ ଦେଖନ୍ତି ଉଦ୍ଭିଦର ଜୀବନ ଚକ୍ରର ଚରିତ୍ରକୁ। ଲୋକଙ୍କ ରୋଗ ବଇରାଗ ଦୂର କରନ୍ତି। ଜଣେ ବୈଦ୍ୟ ଭାବରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ଅନେକ ଲୋକ। ମୁଖ୍ୟତଃ ଗୁଡ଼ାରାଇଜ ଓ ତାର ସମିପ ଲୋକ।
ତାଙ୍କର ଜୀବନଚର୍ଯ୍ୟା ଗୋଟିଏ ଯୋଗୀତୁଲ୍ୟ। ସେ ବାହା ହୁଅନ୍ତି ଯଜ୍ଞଦେଇଙ୍କୁ। ପୁଅ ସୁରେଶ ଜନ୍ମ ହୁଏ ତଥାପି ବି ସେ ନିଜର ସାଧନାକୁ ଯଥାବତ ରଖି ପାରିଛନ୍ତି।
ଭୋରରୁ ଉଠି ସ୍ନାନ କରନ୍ତି। ଲୋକଙ୍କ ସେବା କାମ କରନ୍ତି। ଦିନବେଳା ସାମାନ୍ୟ ଫଳାହାର କରନ୍ତି। ସନ୍ଧ୍ୟାରେ ଗାଧୋଇ ନିଜର ଆରାଧନା କରି ଭୋଜନ କରନ୍ତି। ଦୁଇଖଣ୍ଡ କପଡ଼ା ହିଁ ତାଙ୍କର ପରିଧାନ। କେବେ କେବେ ୩ ଡିଗ୍ରୀ ତଳକୁ ତାପମାତ୍ର ଖସି ଆସେ। ତାଲ ଓ ଗଛପତ୍ରରେ ବରଫ ଜମିଯାଏ (ଖରେଲ) କିନ୍ତୁ ତାଙ୍କର ପରିଧାନ ବଦଳେ ନାହିଁ।
ତାଙ୍କର ପୈତୃକ ଜମି ଅଛି। ତାଙ୍କ ଭାଷାରେ ସେ ରୋଜଗାର କରି ସାଧୁ ହୋଇଛନ୍ତି। କୌଣସି ସରକାରୀ ଅନୁକମ୍ପାରେ ପ୍ରତ୍ୟାଶା ତାଙ୍କ ନିକଟରେ ନାହିଁ। ଏତେ ଖବର ପାଇଁ ତାଙ୍କ ନିକଟରେ ସମୟ ଅଥବା ଆବଶ୍ୟକତା ନାହିଁ।

ରୋଗୀ ସୁସ୍ଥହେବା ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ରହେ। ଆବଶ୍ୟକ ସ୍ଥଳେ ରୋଗୀକୁ ନିଜ ଘରେ ରଖି ଚିକିତ୍ସା କରନ୍ତି। ତାଙ୍କ ଧର୍ମପତ୍ନୀ ଯଜ୍ଞଦେଇ ରୋଗୀଙ୍କ ପାଇଁ ବି ଭୋଜନ ପ୍ରସ୍ତୁତ କରନ୍ତି। ରୋଗମୁକ୍ତ ହୋଇ ରୋଗୀ ଫେରିଲା ବେଳେ ବ୍ୟକ୍ତିମତେ ତିନି ଚାରି ଶହ ଟଙ୍କା ଦିଏ। ସାତ ଆଠ ଦିନ ମଧ୍ୟ ରୋଗୀ ଖାଇ ପିଇ ରହେ। କିଛି ବ୍ୟବସାୟିକ ଦୃଷ୍ଟିରୁ ଚିକିତ୍ସାକୁ କେବେ ନେଇ ନାହାନ୍ତି ରିକିରାମ।
ରିକିରାମଙ୍କ ମତରେ ଅନେକ ବୃକ୍ଷ ଓ ଔଷଧୀୟ ଗୁଳ୍ମ କନ୍ଦା ଆଦିଭୌତିକ ଶକ୍ତି ଉପରେ ବି ନିଜର ପ୍ରଭାବ ଦେଖେଇଥାନ୍ତି। ଏଣୁ ସେ ଡେଉଁରିଆ ପ୍ରସ୍ତୁତ କରନ୍ତି। ଡେଉଁରିଆ ବାବଦକୁ ୧୦୮ ଟଙ୍କା କେବଳ ନିଅନ୍ତି। ଅନ୍ୟ ପକ୍ଷରେ ରୋଗୀ ନିକଟରୁ ନଡ଼ିଆ ଓ ଧୂପକାଠି ସେ ମାଗିଥାନ୍ତି। ଏହା ବାଦ୍ ତାଙ୍କର କୌଣସି ଦାବୀ ରହେ ନାହିଁ। ରୋଗୀ ରୋଗମୁକ୍ତ ହୋଇ ପରେ ସେ ଆନନ୍ଦ ପାଇଥାନ୍ତି। ଏକଦା ରୋଗୀ ଜଣକୁ ମୃତକ ଭାବି ମଶାଣୀ ନେବାକୁ ପ୍ରସ୍ତୁତ ହେଉଥିଲେ। ରିକିରାମଙ୍କ ଚିକିତ୍ସା ଜ୍ଞାନ ସ୍ୱୀକାର କଲାନି ଯେ ରୋଗୀ ମରିସାରିଛି। ସେ କହିଲେ ୟେ ମରିନାହାନ୍ତି। ଲୋକ ଉପହାସ ପ୍ରାୟ କଲେ। କିନ୍ତୁ ରିକିରାମ ସମ୍ମାନନୀୟ ବ୍ୟକ୍ତିତ୍ୱ ନିକଟରେ ବିଶେଷ ପ୍ରତିବାଦ କଲେ ନାହିଁ। ଦୀର୍ଘ ସମୟର କ୍ରିୟା ଓ ଚିକିତ୍ସାରେ ମୃତକ ମନେ କରୁଥିବା ରୋଗୀଜଣକ ଚେତା ପାଇଲେ। କିଛି ଦିନର ଚିକିତ୍ସା ପରେ ସୁସ୍ଥ ହେଲେ।
ଆରାଧନାରେ ବସିଲା ସମୟରେ ରିକିରାମ ପ୍ରାର୍ଥନା କରନ୍ତି ସେ ଅବ୍ୟକ୍ତଙ୍କୁ। ଛପନକୋଟି ଜୀବ ବାବନକୋଟି ଭଣ୍ଡାରକୁ ସୁରକ୍ଷିତ ରଖ। ନଦୀନାଳ ସ୍ୱଚ୍ଛ ଜଳପ୍ରବାହ କରୁ। ସମସ୍ତଙ୍କ ଦୁଃଖ ଦୂର କର। ଧରା ଶାନ୍ତି ହେଉ। ତାଙ୍କର ଦୀର୍ଘ ପ୍ରାର୍ଥନାରେ ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣ ପାଇଁ ବି କହନ୍ତି। କାରଣ ସେମାନେ ଦେଶର ପ୍ରମୁଖ ଅଟନ୍ତି। ଯିଏ ଶାସନକୁ ଆସିଲା ତାର କଲ୍ୟାଣ କାମନା କରନ୍ତି। ତାଙ୍କ ମତରେ ରାଜା ଯଦି ଶାନ୍ତିରେ ରହିଲେ ସେ ଦେଶକୁ ଶାନ୍ତିରେ ରଖି ପାରିବେ।
ଦୁର୍ଗମ ପାହାଡ଼ ଭିତରକୁ ସର୍ବଶକ୍ତିମାନ ସରକାର ପହଞ୍ôଚପାରିବା କଠିନ କିନ୍ତୁ ସେ ପାହାଡ଼ର ଜଣେ ଆଦିବାସୀ ମତ ମତାନ୍ତରରୁ ଊର୍ଦ୍ଧ୍ୱରେ ରହି ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ଜନସେବା ହିଁ ତାଙ୍କର ଶେଷଧର୍ମ।
ଏ ପତ୍ରକାରର ପ୍ରଶ୍ନ ଥିଲା, “ଆପଣ ଔଷଧ ଦେଉଛନ୍ତି, ରୋଗୀ ଠିକ କରୁଛନ୍ତି, ଏପରିକି ନିଜ ଘରେ ରଖି ଖାଇବା ପିଇବା ଦେଇ ବି ଚିକିତ୍ସା କରୁଛନ୍ତି। ବ୍ୟବସାୟ କରୁନାହାନ୍ତି। ଆପଣ ଖୋଜୁଛନ୍ତି କାହାକୁ?
ତାଙ୍କର ସରଳ ଉତ୍ତର ଥିଲା, ମୁଁ ଧର୍ମକୁ ଖୋଜୁଛି।
ରିକିରାମ ସୌରୀ ଜଣେ ସନ୍ଥ; ପାହାଡ଼ର ସନ୍ଥ ଅଟନ୍ତି।