ଦାସରୁ ଦାଦନ(ଖ)

ଭାରତରେ ଦାସପ୍ରଥା

ବିଶ୍ୱର ସର୍ବପ୍ରାଚୀନ ସଭ୍ୟତାମାନଙ୍କ ମଧ୍ୟରୁ ଭାରତ ପୁରାତନ ସଭ୍ୟତା ଅଟେ। ଅନେକ ଅଧ୍ୟୟନ ପୁଷ୍ଟକରେ ଯେ ପ୍ରାଚୀନ ଭାରତରେ ସିନ୍ଧୁସଭ୍ୟତା ବେଳକୁ ଦାସପ୍ରଥାର ପ୍ରଚଳନ ନଥିଲା। କିନ୍ତୁ ଏହାକୁ କେତେକ ଐତିହାସିକ ଖଣ୍ଡନ କରିଥାନ୍ତି। ସିନ୍ଧୁସଭ୍ୟତାର ଅର୍ଥବ୍ୟବସ୍ଥାର ଉଦାହରଣ ଦେଇ କେତେକ ଐତିହାସିକ କହନ୍ତି ଏହି ଅର୍ଥ ବ୍ୟବସ୍ଥାରେ ଦାସପ୍ରଥା ରହି ନପାରେ। ପୁରୋହିତ, ନାଗରିକ, ବ୍ୟାପରୀ, କୃଷକ ଏବଂ ଶେଷରେ ସେବକ ଓ ଶ୍ରମିକ ଶ୍ରେଣୀକଳ୍ପନା କରାଯାଏ। ହ୍ୱିଲରଙ୍କ ମତରେ ମେସୋପୋଟାମିଆ ସହ ସିନ୍ଧୁସଭ୍ୟତାର ଦାସ ବେପାର ଚାଲୁଥିବା କହନ୍ତି। ଐତିହାସିକ ଦେବରାଜ ଚାନନା କହନ୍ତି ଘରକାମ ବ୍ୟତୀତ ସେତେବେଳେ ବେତନଭୋଗୀ ଶ୍ରମିକ ବି ରହୁଥିଲେ। ମହେଞ୍ଜୋଦାରୋର ନର୍ତ୍ତକୀ ମୂର୍ତ୍ତିକୁ ଆଧାର କରି ସେ କହନ୍ତି ଏହା ନଗରବଧୂ ଅଟେ। ସିନ୍ଧୁସଭ୍ୟତା ପରବର୍ତ୍ତି ସମୟରେ ଖ୍ରୀ.ପୂ ୨୦୦୦ ସମିହା ବେଳକୁ ଆର୍ଯ୍ୟମାନଙ୍କ ଆଗମନ ହୁଏ। ଆର୍ଯ୍ୟଙ୍କ ଭାରତରେ ବସବାସ ପରେ ଦାସପ୍ରଥା ପ୍ରଚଳନ ହୋଇଥିବା ଅନେକ ପ୍ରମାଣ ମିଳିଥାଏ। ଯାହାର ପ୍ରମାଣ ବେଦ, ଉପନିଷଦ, ପୁରାଣ, କଥା ଆଦିରେ ବର୍ଣ୍ଣିତ ରହିଅଛି।
ବେଦରେ ଇନ୍ଦ୍ରଙ୍କୁ ପୁରନ୍ଦର କୁହାଯାଏ, ଅର୍ଥାତ ଦୂର୍ଗମାନଙ୍କ ବିନାଶକ। ଅନୁମାନ କରାଯାଏ ଦୂର୍ଗ ଅର୍ଥାତ ହଡପ୍ପା ଓ ସିନ୍ଧୁସଭ୍ୟତାର ବିସ୍ତିର୍ଣ୍ଣ ଅଞ୍ଚଳକୁ ଆକ୍ରମଣ କରି ତାଙ୍କୁ ବିନାଶ କରିବା। ସେସମୟର ସହରମାନ ଦୂର୍ଗତୁଲ୍ୟ ଥିଲା। ଋକ୍‌ବେଦ କାଳରେ ଆର୍ଯ୍ୟମାନେ ଲୋକଙ୍କୁ ପରାଜିତ କରି ଥିବାର ପ୍ରମାଣ ରହିଅଛି। ଏହି ପରାଜିତ ଲୋକ ଏବଂ ମହିଳା ସମେତ ଶିଶୁଙ୍କୁ ଦାସ କରିବା କାମରୁ ଭାରତରେ ଦାସପ୍ରଥାର ଆରମ୍ଭ ହେଲା ବୋଲି କୁହା ଯାଇପାରେ। ଋକ୍‌ବେଦରେ ସେବକକୁ ଦାସ କୁହାଯିବା ସହ କ୍ରେତା, ବିକ୍ରେତା, ବିଧର୍ମୀ, ଦାନକର୍ତ୍ତା ଆଦିଙ୍କୁ ମଧ୍ୟ ଦାସ ବୋଲି କୁହା ଯାଇଛି। ଋଣୀ, ଜୁଆ ଓ ଯୁଦ୍ଧରେ ହାରିବା ଲୋକଙ୍କୁ ମୁଖ୍ୟତଃ ଦାସ କରା ଯାଉଥିଲା। ଏହାଙ୍କୁ ଅବ୍ରହ୍ମନ, ଅଦେବୟୁ, ଅୟଜ୍ୱନ, ଅପବ୍ରତ, ଅନ୍ୟବ୍ରତ,ମୃଧବାଚ ଅନାସା ଆଦି ବିଶେଷଣ ଯୁକ୍ତ କରା ଯାଉଥିଲା।
ଦାସୀଙ୍କ ଉଲ୍ଲେଖ ମଧ୍ୟ ବିଶେଷ ଭାବରେ ଦେଖାଯାଏ। ବେଦ ଅନୁସାରେ ପୁରକୃତଙ୍କ ପୁତ୍ର ତ୍ରସଦସ୍ୟୁ ଜଣେ ଋଷିଙ୍କୁ ୫୦ ଦାସୀ ଦେଇଥିଲେ। ଅଶ୍ୱମେଧ ଯଜ୍ଞ ଓ ରାଜ୍ୟାଭିଷେକରେ ୪୦୦ ଓ ଦଶହଜାର ଦାସୀ ଦାନ ଦେବା ଉଲ୍ଲେଖ ରହିଅଛି। କେତେକ ଐତିହାସିକ କହନ୍ତି ଋକ୍‌ବେଦ
ସମୟରେ ଦାସଙ୍କ ଜୀବନ କଷ୍ଟକର ନଥିଲା। କକ୍ଷିବାନ, କବଷି, ଏଲୁଷ ଆଦି ବେଦମନ୍ତ୍ରର ରଚୟୀତା ଦାସୀପୁତ୍ର ଥିଲେ। ଉତ୍ତର ବୈଦିକ କାଳରେ ଅଥର୍ବବେଦ, ସତପଥ, ବ୍ରାହ୍ମଣ, ତୈତରୀୟ ସଂହିତା, ଛାନ୍ଦୋଗ୍ୟ ଉପନିଷଦ, ବୃହଦାରଣ୍ୟକ, ଉପନିଷଦ ଆଦିରେ ଦାସଦାସୀଙ୍କ ପ୍ରାଞ୍ଜଳ ଉଲ୍ଲେଖ ରହିଅଛି।
ବେଦୋତ୍ତର ସମୟ ବା ବୌଦ୍ଧକାଳରେ (ଖ୍ରୀ.ପୂ ୬ଷ୍ଠ ଶତକ) ନଗରୀକରଣ ଫଳରେ ଅନେକ କ୍ଷେତ୍ରିୟ ରାଜ୍ୟ ଓ ନଗର ସ୍ଥାପନା ହେଲା। କୃଷି, ଉଦ୍ୟୋଗ, ବେପାର ଓ ବାଣିଜ୍ୟର ପ୍ରଗତି ହେଲା। ଲୁହା ତଥା ମୁଦ୍ରାର ପ୍ରଚଳନ ନଗରୀକରଣକୁ କ୍ଷିପ୍ରତା ଦେଲା। ବର୍ଣ୍ଣ ବ୍ୟବସ୍ଥାର କଠୋରତା କମିଲା ଫଳରେ ଦାସଦାସୀଙ୍କ ସଂଖ୍ୟାରେ ବୃଦ୍ଧି ହେଲା। ବ୍ରାହ୍ମଣ, ଶାସକ, ଶ୍ରେଷ୍ଠୀ ବିଭିନ୍ନ କାମ ପାଇଁ ଦାସ ରଖୁଥିଲେ। ଏପରିକି ନଗରବଧୂମାନେ ମଧ୍ୟ ଦାସଦାସୀ ରଖୁଥିଲେ। ଆମ୍ରପଲି ଏହାର ପ୍ରମୁଖ ଉଦାହରଣ। ବିନୟପିଟକ, ଦୀର୍ଘ ନିକାୟ, ଜାତକକଥା ଆଦିରେ ଦାସଦାସୀଙ୍କ ବର୍ଣ୍ଣନା ରହିଅଛି।

ବୌଦ୍ଧଗ୍ରନ୍ଥ ବିଧୂର ପଣ୍ଡିତ ଓ ଅନ୍ୟ ଜାତକକଥା ମାନଙ୍କରେ ନିମ୍ନ ପ୍ରକାରେ ଦାସଙ୍କ ଶ୍ରେଣୀ ବିଭାଗ କରାଯାଇଛି।

ଧ୍ୱଜାହୃତ (ଯୁଦ୍ଧରେ ଜିତିଥିବା ଦାସ)
ଉଦରଦାସ (ପେଟପାଇଁ) (ଦାଦନ)
ଆମାୟଦାସ (ଭରଣପୋଷଣ) (ଦାଦନ)
ଭୟ କାରଣରୁ (ଦାଦନଙ୍କ ପାଇଁ ଆଜୀବିକାର ଅସୁରକ୍ଷା)
ସ୍ୱେଚ୍ଛିକଦାସ (ଦାଦନ)
ଧନଦେଇ କିଣା ଯାଇଥିବା ଦାସ (ଦାଦନଙ୍କୁ ଅଗ୍ରିମ ଦେବା କଥା)
କମ୍ମଦଦାସ (ଜମି ଏବଂ କର୍ମଶାଳାରେ କାମ କରିବା) (ଦାଦନ)
ପଦାମୁଲିକ (ରାଜା, ରାଜକୁମାରଙ୍କ ବିଶ୍ୱସ୍ଥ ଦାସ)

ଜାତକକଥା ଅନୁସାରେ

କୁମ୍ଭଦାସ (ମାଲିକ ପାଇଁ ମାଠିଆରେ ପାଣି ଆଣିବା) (ଏହି ଦାସ ଗଉଡ ବା ଯାଦବ ସମ୍ପ୍ରଦାୟର ଉଭୟ ମହିଳା ଏବଂ ପୁରୁଷଙ୍କୁ ଆଜି ମଧ୍ୟ ନିୟୋଜିତ କରା ଯାଇଥାଏ। ଗଉଡ ସମ୍ପ୍ରଦାୟଙ୍କୁ ନରିହା ଜାତି ବୋଲି କୁହାଯାଏ। ନୀରବାହକ ଶବ୍ଦରୁ ନରିହା ହୋଇଛି। ବର୍ତ୍ତମାନ ମଧ୍ୟ ଯେକୌଣସି ଜାତିର ମହିଳା ପାଣିଦିଏ ଅବା ଘରକାମ କରେ ତାକୁ ନରିହେନ କୁହାଯାଏ। କୋଶଲୀ ଭାଷାରେ ନରିହେନ ଅର୍ଥ ନରିହାର ସ୍ତ୍ରୀ ବାଚକ ଶବ୍ଦ।)
ବିହିକ-କୋଟ୍ଟିକ (ଧାନ ବୁଣିବା, ଘର ରାସ୍ତା ଆଦି ସଫା ରଖିବା)
କରମର-ଅନୀତା (ମୃତ୍ୟୁଭୟ ଦେଖାଇ ଦାସୀ କରିବା)
ପେସନଦାରିକା (ବିବାହ ସମୟରେ ଦେଇଥିବା ଦାସୀ) (ଏହା ବର୍ତ୍ତମାନ ମଧ୍ୟ ଅନେକ ରାଜ ପରିବାରରେ ପ୍ରଚଳିତ ଅଛି)
ଅଧିକାଂଶ ଦାସଦାସୀ ଶୂଦ୍ର ଜାତିର ଥିଲେ।

ମୋର୍ଯ୍ୟକାଳ

ମେଘାସ୍ଥିନିସ ଭାରତରେ ଦାସ ନଥିବା ଲେଖିଛନ୍ତି। ସାକ୍ଷ୍ୟୋ ଷ୍ଟ୍ରେବେ, ଆନେସିକ୍ରିଟସ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ଅଶୋକଙ୍କ ଅଭିଲେଖ ଆଦିରେ ଦାସଦାସୀଙ୍କ ଉଲ୍ଲେଖ ରହିଅଛି। ମୌର୍ଯ୍ୟକାଳରେ ସୂତ୍ରାଧ୍ୟକ୍ଷ ନାମରେ ଅଧିକାରୀଙ୍କ ଅଧିନରେ ଦାସ ବିଭାଗ ରହିଥିଲା। ଦାସକଳ୍ପ ନାମରେ ଏକ ଅଧ୍ୟାୟ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ରହିଅଛି। କୌଟିଲ୍ୟଙ୍କ ଅନୁସାରେ
ଧ୍ୱଜାହୃତ (ଯୁଦ୍ଧବନ୍ଦୀ)
ଉଦାରଦାସ (ପେଟପାଇଁ) (ଦାଦନ)
ଦଣ୍ଡପ୍ରଣିତ (ଶାରୀରିକ ଶ୍ରମଦ୍ୱାରା ଦଣ୍ଡ ଭୋଗିବା) (ବର୍ତ୍ତମାନ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ଅବା କୌଣସି ଗୋଷ୍ଠୀର ଏକକ ପ୍ରଭାବ ରହିଥିବା ଅଞ୍ଚଳରେ ଦେଖାଯାଏ ଅନେକ ଜଣକର ସମ୍ପଦାର କ୍ଷତି କଲେ କିମ୍ବା ଋଣ ପରିଶୋଧ କରି ନପାରିଲେ ଶାରୀରିକ ଶ୍ରମଦ୍ୱାରା ନିଜର କ୍ଷତି ଭରଣା କରିଥାନ୍ତି।) (ଅନେକ ଉଦାହରଣ ଦାଦନ ପ୍ରଥାରେ ରହିଅଛି)
ଗୃହଜାତ (ମାଲିକଙ୍କ ଔରସରୁ ଜନ୍ମ ନେଇଥିବା ଦାସୀପୁତ୍ର ଅବା ଦାସୀର ପୁତ୍ର)
ଦାୟଗତ (ଉତ୍ତରାଧିକାର ସୂତ୍ରରେ ଦାସର ପୁତ୍ର ଦାସ ହିଁ ହେବ)
ଲବ୍ଧ (ଉପହାରରେ ପାଇଥିବା ଦାସଦାସୀ)
କ୍ରୀତ (ଅର୍ଥ ବା ଧନ ଦେଇ କିଣା ଯାଇଥିବା ଦାସ ବା ଦାସୀ) (ଦାଦନ)
ଆତ୍ମବିକ୍ରୟୀ (ନିଜେ ନିଜକୁ ବିକ୍ରି କରିଥିବା) (ଦାଦନ, ଯଦି କୌଣସି ସର୍ଦ୍ଦାର ଆସିଲା ନାହିଁ ବା ସର୍ଦ୍ଦାର ସହ ସମ୍ପର୍କ ସ୍ଥାପନ ହୋଇ ପାରିଲା ନାହିଁ ତାହେଲେ ନିଜେ ନିଜେ ଦାଦନ ଯିବାପାଇଁ ଲୋକେ ଅନୁରୋଧ କରିଥାନ୍ତି।)
ଆହିତକ (ବନ୍ଧକ ସୂତ୍ରରେ ରଖା ଯାଇଥିବା) (ଦାଦନ, ଅନେକ ଉଦାହରଣ ରହିଅଛି ଯେ ନିଜର ପରିବାର ଲୋକଙ୍କୁ ଅଥବା ନିଜେ ବନ୍ଧକ ରହି ମାଲିକ ପାଇଁ କାମ କରିବା)
ଆହିତକର ଅନେକ ଉଦାହରଣ ଦାଦନ ପ୍ରସଙ୍ଗରେ ଦେଖାଯାଏ। ଗଣମାଧ୍ୟମରେ ଅନେକ ଖବର ନିୟମିତ ବାହାରେ। ଏମିତି ଏକ ଉଦାହରଣ ଯାହା ଚର୍ଚ୍ଚିତ ଥିଲା। ଜଣେ ଏନଜିଓର ଗ୍ରାମ୍ୟ କର୍ମଚାରୀ ଇନ୍ଦିରା ଆବାସ ଟିଏ ପାଇଲେ। ବ୍ଲକକୁ ଅନେକ ଥର ଦୌଡିଲା ପରେ କୁହାଗଲା ତୁମେ ତୁମ ଘରକାମ ଅଧା କାମ ସାରିଦିଅ ତୁମକୁ ଟଙ୍କା ଦିଆଯିବ। ଅଧାକାମ କଲେ କିନ୍ତୁ ଟଙ୍କା ମିଳିଲା ନାହିଁ। ମହାଜନ ନିକଟରୁ କୋଡିଏ ହଜାର ଟଙ୍କା ଋଣ ହୋଇଗଲା। ଋଣ ପରିଶୋଧ ପାଇଁ ପୁଅବୋହୂ ବର୍ଷକର ନାତିକୁ ନେଇ ଦାଦନ ଗଲେ।
ପରବର୍ଷ ପୁଅର ଅଧିକ ରୋଜଗାର ଇଚ୍ଛାହେଲା। ଇଟାଭାଟି ମାଲିକ ନିକଟରେ ସ୍ତ୍ରୀ ଓ ଦୁଇବର୍ଷର ପୁଅକୁ ବନ୍ଧକ ଦେଇ ତିନିଲକ୍ଷ ଟଙ୍କା ଆଣିଲା।
ଦାଦନ ନେଲାନାହିଁ କି ଆନ୍ଧ୍ରପ୍ରଦେଶ ବନ୍ଧା ପଡିଥିବା ସ୍ତ୍ରୀପିଲାଙ୍କ ନିକଟକୁ ଗଲାନାହିଁ। କାମସାରି ଦାଦନମାନେ ନିଜ ନିଜ ଗାଁକୁ ପ୍ରବାସରୁ ଫେରିଲେ। ପୁଣିଏକ ଦାଦନ କାଳ ଆରମ୍ଭ ହେଲା। ତଥାପି ପୁଅ ଗଲାନାହିଁ। ମାଲିକ ଘରେ ସ୍ତ୍ରୀ ରହିବାର ଦେଢବର୍ଷ ସମୟକାଳରେ ମାଲିକର ଔରସରୁ ବୋହୂ ଅନ୍ୟଏକ ଛୁଆ ଜନ୍ମକଲା। ଲୋକ ପଠେଇ ପୁଅକୁ ମାଲିକ ନିଜ ଗାଁକୁ ନେଲା। ଗୋଟିଏ ସର୍ତ୍ତ ରଖିଲା ତୋ ସ୍ତ୍ରୀ ଓ ଦୁଇପୁଅକୁ ନେଇଯା, ମୁଁ ତୋର ସମସ୍ତ ଋଣ ମାଫ କରିଦେବି। ପୁଅ ରାଜି ହେଲା କିନ୍ତୁ ସ୍ତ୍ରୀ ଓ ଦୁଇ ସନ୍ତାନକୁ ଶଶୁର ଘରେ ନେଇ ଛାଡିଦେଲା। ଅନେକ ବାଦବିବାଦ ପରେ ବୋହୂ ନିଜର ପରିଜନଙ୍କ ପାଖକୁ ଯାଇ ଛତିଶଗଡର କେଉଁ ସହରରେ ରହିଲା। (ସମଦୃଷ୍ଟି)
ମାଲିକଠୁ ଆଣିଥିବା ଋଣ ପରିଶୋଧ ପାଇଁ ପରିବାର ଲୋକଙ୍କୁ ବନ୍ଧା ପକାଇବା ଭଳି ଅନେକ ଘଟଣା ଘଟିଥାଏ। ଏହା ଏକ ପରମ୍ପରା ହୋଇଯାଇଛି ଦାଦନ ବଜାରରେ। ଅସଂଖ୍ୟ ଉଦାହରଣ ଥିଲେ ମଧ୍ୟ କୌଣସି ଲୋକ ଉପରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇଥିବା ଉଦାହରଣ ନାହିଁ।

ମନୁସ୍ମୃତିା
୧. ଧ୍ୱଜାହୃତ
୨. ଉକ୍ତଦାସ (ଭରଣପୋଷଣ ପାଇଁ) (ଦାଦନ)
୩. ଗୃହଜ (ଦାସୀପୁତ୍ର)
୪. କ୍ରିତ (କିଣା ଯାଇଥିବା) (ଦାଦନ)
୫. ଦୁତ୍ରିୟ (ଦାନରେ ପାଇଥିବା)
୬. ଦଣ୍ଡପ୍ରଣିତ (ଦଣ୍ଡ କାରଣରୁ)
୭. ଋଣ ପରିଶୋଧ କରି ନପାରି ଦାସ ହେବା (ଦାଦନ)
ତାତ୍ତ୍ୱିକ ସ୍ମୃତିକାରମାନେ ବଳପୂର୍ବକ ଦାସ କରିବାକୁ ବିରୋଧ କରିଛନ୍ତି।

ମଧ୍ୟଯୁଗରେ ସାମନ୍ତବାଦ ଆସିଲା ପରେ ଶ୍ରମର ଆବଶ୍ୟକତା ପଡିଲା। ଅନେକ ଦାସ କୃଷି ଶ୍ରମିକ ଓ ଶ୍ରମିକରେ ପରିବର୍ତ୍ତିତ ହୋଇଗଲେ। ସେ ସମୟର ସ୍ମୃତିକାର ନାରଦ ୧୫ ପ୍ରକାର ଦାସର ଉଲ୍ଲେଖ କରିଛନ୍ତି
୧. ମାଲିକ ଘରେ ଜନ୍ମନେବା
୨. କିଣା ଯାଇଥିବା
୩. ବଂଶ ପରମ୍ପରାରୁ ପ୍ରାପ୍ତ
୪. ମରୁଡି ପିଡିତ (ଦାଦନ)
୫. ଦାନରେ ପାଇଥିବା
୬. ମାଲିକ ଦ୍ୱାରା ବନ୍ଧକ ରଖା ଯାଇଥିବା (ଦାଦନ)
୭. ଋଣ ପରିଶୋଧ କରି ନପାରିବା (ଦାଦନ)
୮. ଯୁଦ୍ଧବନ୍ଦୀ
୯. ନିଜେ ଦାସତା ସ୍ୱୀକାର କରିବା (ଦାଦନ)
୧୦. ଜୁଆରେ ହାରିବା
୧୧. ସନ୍ନ୍ୟାସ ଆଶ୍ରମରେ ଭ୍ରଷ୍ଟ ହେବା
୧୨. ନିର୍ଦ୍ଦିଷ୍ଟ ସମୟ ପାଇଁ (ଦାଦନ)
୧୩. ଆଜୀବିକା ପାଇଁ (ଦାଦନ)
୧୪. ଦାସୀ ସହ ସମ୍ବନ୍ଧରେ ଜନ୍ମିତ ସନ୍ତାନ
୧୫. ଆତ୍ମବିକ୍ରୟ ଦାସ (ଦାଦନ)
ଏହା ସହିତ ଘରକାମରେ ନିୟୋଜିତ ଦାସଙ୍କ କର୍ମକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ସ୍ୱଚ୍ଛ ଓ ଅସ୍ୱଚ୍ଛ କାମ। ସ୍ୱଚ୍ଛକାମ ଅର୍ଥାତ ଘରକାମ ଓ
ଅସ୍ୱଚ୍ଛକାମ ଅର୍ଥାତ ମେହେନ୍ତର କାମ।
(ବନ୍ଧନୀ ମଧ୍ୟରେ ବକ୍ର ଅକ୍ଷରରେ ଲେଖା ଯାଇଥିବା ବିଷୟ ବର୍ତ୍ତମାନ ଦାଦନ ପ୍ରତି ପ୍ରଯୁଜ୍ୟ ଅଟେ ତେଣୁ ଏହାକୁ ଉଲ୍ଲେଖ କରାଗଲା)
ମଧ୍ୟଯୁଗରେ ଗମନାଗମନର ଏକ ଶୃଙ୍ଖଳିତ ମାର୍ଗ ଉଭୟ ଜଳପଥ ଓ ସ୍ଥଳପଥରେ ସ୍ଥାପିତ ହୋଇ ପାରିଥିଲା। ଗଣରାଜ୍ୟ ସାଙ୍ଗକୁ ଛୋଟଛୋଟ ରାଜ୍ୟମାନ ନିଜକୁ ପ୍ରତିଷ୍ଠିତ କରିଥିଲେ। ରାଜନୀତି ଦୃଷ୍ଟିରେ ଭାରତ ଭୂଖଣ୍ଡ ବହୁଧା ବିଭାଜିତ ହୋଇ ରହିଲା। ଆକ୍ରମଣ, ପରସ୍ପର ପ୍ରତିଦ୍ୱନ୍ଦୀ ହେବା ଏବଂ ମୁଖ୍ୟତଃ ବୁଦ୍ଧ ଏବଂ ହିନ୍ଦୁ ଧର୍ମ ମଧ୍ୟରେ ଏକ ପ୍ରତିଯୋଗିତା ହେବା ଆଦି କାରଣମାନ ବାଣିଜ୍ୟ ଉପରେ ବେଶ ପ୍ରଭାବ ପକାଇଲା। ଏ ସମୟର ଧାର୍ମିକ ଓ ରାଜନୈତିକ ସଂଘର୍ଷର ଗୋଟିଏ ଧାରା ଆରମ୍ଭ ହୋଇ ସାରିଥିଲା।

ବାଣିଜ୍ୟିକ ପରମ୍ପରା ଗମନାଗମନର ଯେଉଁ ବ୍ୟବସ୍ଥା ରହିଥିଲା ତାହା ଶକ୍ତିଶାଳୀ ଥିଲା। ଯଦି ଅର୍ଥନୈତିକ ପରମ୍ପରା ଭାରତ ଭୂଖଣ୍ଡକୁ ସଂଗଠିତ କରି ନଥାନ୍ତା ତାହେଲେ ମୌର୍ଯ୍ୟଙ୍କ ପରେ ଭାରତ ଭୂଖଣ୍ଡର ରାଜନୈତିକ ଅସ୍ତିତ୍ୱ ସଂଗଠିତ ହୋଇ ପାରି ନଥାନ୍ତା। ଅଶୋକଙ୍କ ସାମ୍ରାଜ୍ୟ ସଂଗଠନ ଓ ମାନବୀୟ ଗାରିମାକୁ ଅଗ୍ରାଧିକାର ଦେବା ରାଜନୀତି ତାଙ୍କୁ ବିଶ୍ୱର ଏକ ମହାନ ସମ୍ରାଟ ସ୍ତରକୁ ନେଇଗଲା। ଏହି ଶାନ୍ତିକାଳ ସମୟ ଭଗବାନ ବୁଦ୍ଧ ଏବଂ ମହାନ ଅଶୋକଙ୍କ ଦ୍ୱାରା ସମ୍ଭବ ହୋଇ ପାରିଥିଲା। ମୌର୍ଯ୍ୟ ପରବର୍ତ୍ତି ସାମ୍ରାଜ୍ୟରେ ବୁଦ୍ଧ ଏବଂ ହିନ୍ଦୁଧର୍ମ ମଧ୍ୟରେ ଏକପ୍ରକାର ଯୁଦ୍ଧ ଆରମ୍ଭ ହୋଇଗଲା। ଦୁଇଟି ଧର୍ମର ମାନବୀୟ ଗୁଣ ଅପେକ୍ଷା ଛୋଟଛୋଟ ରାଜା ଏବଂ ରାଜ୍ୟମୁଖ୍ୟଙ୍କ ପ୍ରତିପୋଷଣରେ ରାଜନୈତିକ ପ୍ରତିଦ୍ୱନ୍ଦୀ ହୋଇଗଲେ। ଏହାର କୁପ୍ରଭାବ ଅର୍ଥନୀତି ଉପରେ ପଡିବାକୁ ଲାଗିଲା। ବୁଦ୍ଧ ଶିକ୍ଷାନୁଷ୍ଠାନମାନ ବେଶ ଦ୍ୱନ୍ଦରେ ରହିଲେ। ସାହିତ୍ୟ ମଧ୍ୟ ବେଶ ପ୍ରତିଦ୍ୱନ୍ଦୀତାର ସମ୍ମୁଖିନ ହେଲା। ଅବଶ୍ୟ ଉଭୟ ସାହିତ୍ୟ ମାନବୀୟ ଗାରିମା ଉପରେ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ହିନ୍ଦୁ ସାହିତ୍ୟରେ ଯୁଦ୍ଧର ଅନିବାର୍ଯ୍ୟତା ବେଶ ପରିଲକ୍ଷିତ ହୋଇଥାଏ। କେତେ ସ୍ତରରେ ଦ୍ୱନ୍ଦ ହୋଇ ନଥିବ ଗୋଟିଏ ରାଷ୍ଟ୍ରଧର୍ମ ନିଜର ମାଟିରୁ ଅପସରି ଗଲା। ଯେହେତୁ ବୁଦ୍ଧଧମ୍ମର କୌଣସି ରାଜନୈତିକ ସୀମା ନଥିଲା ତେଣୁ ଭାରତରୁ ଅପସରି ଯିବା ସତ୍ତ୍ୱେ ବର୍ତ୍ତମାନ ବିଶ୍ୱର ବଡଧର୍ମ ମାନଙ୍କ ମଧ୍ୟରୁ ଗୋଟିଏ ହୋଇ ରହିଅଛି।
ଏହି ଦ୍ୱନ୍ଦ ସମୟର ସାହିତ୍ୟକୁ ଦେଖିଲେ ବରାଦୀ-ଗଣମାଧ୍ୟମ (ଗୋଦି ମିଡିଆ)ର ଆରମ୍ଭ ଦେଖାଯାଏ। କୌଣସି ରାଜାର ଅକାରଣ / କାଳ୍ପନିକ ଗୁଣଗାନ କରିବା ଏହି ସମୟରୁ ଆରମ୍ଭ ହୋଇଛି। ଗୋଟିଏ ଧର୍ମରେ ସଂଘର୍ଷର କଥା ଅନ୍ୟ ଧମ୍ମରେ ଶାନ୍ତିର କଥା କାହାକୁ ଜଣକୁ ନେଇ ରାଜନୀତିକ ପୃଷ୍ଠଭୂମୀ ତିଆରିବା ଆବଶ୍ୟକ ଥିଲା। ବୁଦ୍ଧଧମ୍ମ ଭାରତରୁ ଅପସରି ଯିବା ଅବଧାରିତ ଥିଲା।
ଏତେବେଳକୁ ସ୍ଥିରବାଦୀ ରହିଥିଲେ। ସେ ମଧ୍ୟରୁ ପା’ଯୋଗୀ ଅନ୍ୟତମ। ଅନେକ ରାଜପୁତ୍ର ଓ ବ୍ରାହ୍ମଣ ଯୁବକ ବୁଦ୍ଧଧମ୍ମ ଗ୍ରହଣ କରିଥିଲେ। ପା’ଯୋଗୀ କାହ୍ନୁପା ଜଣେ ବଙ୍ଗୀୟ ବ୍ରାହ୍ମଣ ଥିଲେ।
ଭାରତର ଭୌଗଳିକ ବିବିଧତା ତାକୁ ପ୍ରାକୃତିକ ଉପାୟରେ ସମ୍ପନ୍ନ କରି ରଖିଅଛି। ସେସମୟରୁ ବିଶ୍ୱବଜାର ପାଇଁ ଭାରତବର୍ଷ ଏକ ପ୍ରମୁଖ ଭୂଖଣ୍ଡ ହୋଇ ରହିଅଛି। ପରସ୍ପର ଦ୍ୱନ୍ଦ ଏବଂ ସଂଘର୍ଷ ଅସ୍ତ୍ର କାରଖାନାକୁ ବେଶ ସମ୍ପନ୍ନ କଲା। ଏହାସହ ଗୋଷ୍ଠୀବଦ୍ଧ ହୋଇ ସୁରକ୍ଷା କର୍ମୀଙ୍କ ଅଧିକ
ଆବଶ୍ୟକତା ରହିଲା। ସୁରକ୍ଷାକର୍ମୀ ବେଶ ଲୋକଙ୍କୁ କର୍ମନିଯୁକ୍ତି ଦେଲା। ଚାଣକ୍ୟଙ୍କ ମତରେ କୁମୁର୍ଦ୍ଦକ (ଟିଟିଲାଗଡ, କୁମଡା) ବର୍ମ ପାଇଁ ବିକ୍ଷାତ ଥିଲା। ଅର୍ଥାତ ଗଣ୍ଡା ଚମଡାରେ ତିଆରି ଅସ୍ତ୍ର ପ୍ରତିରୋଧକ ପୋଷାକ। ଛତିଶଗଡ଼ ଏବଂ ଓଡ଼ିଶାରେ ଯେତେବି ଚନ୍ଦଲୀ ସ୍ଥାନ ରହିଅଛି ସେଠାରେ ଗଣ୍ଡା ଶିକାର କରି ତାର ଚମଡାକୁ ପ୍ରକ୍ରିୟାକରଣ କରା ଯାଉଥିଲା। ଏହି ଯୁଦ୍ଧ ପାଇଁ ସ୍ଥାନୀୟ ଶ୍ରେଷ୍ଠୀମାନେ ସହଯୋଗୀ ରହିଲେ। ଅନବରତ ଯୁଦ୍ଧ ଏବଂ ଦ୍ୱନ୍ଦ ଅର୍ଥନୀତି ଉପରେ ବେଶ ପ୍ରଭାବ ପକାଇଲା। ଲୋକେ ନିଜର ଆଜୀବିକା ଛାଡିଦେଲେ, ଭୃତ-ସୈନିକ ବା ଯୁଦ୍ଧଦାସ ଭାବରେ କାମ କଲେ। ସମୟ ଏଭଳି ରହିଲା ଶ୍ରେଷ୍ଠୀମାନେ ମଧ୍ୟ ନିଜ ନିଜର ସୁରକ୍ଷା ବଳ ରଖିଲେ। ବଜାରରେ ଭରତୀୟ ଜିନିଷର ଅଭାବ ରହିଲା। ଏହି
ଅଭାବ ଭାରତ ଭିତରକୁ ପ୍ରବେଶ ପାଇଁ ପଥ ପ୍ରସ୍ତୁତ କଲା।
ଭାରତର ମୌଳିକ ଅର୍ଥନୀତିକ ବ୍ୟବସ୍ଥା ଓ ପ୍ରକୃତି ଭାରତୀୟଙ୍କୁ ଯେଭଳି ସୁରକ୍ଷିତ ରଖିଥିଲେ ତାହା ଆଉ ରହିଲା ନାହିଁ। ବିଶ୍ୱ ବାଣିଜ୍ୟର ଜୀବନରେଖା ରେଶମପଥ ଭାରତକୁ ଛୁଇଁ କରିଯିବା ଏବଂ ଉତ୍ତରାପଥ ତାର ବିସ୍ତିର୍ଣ୍ଣ ଶାଖାମାନଙ୍କ ସହ ରେଶମପଥକୁ ଛୁଇଁବା ନିଶ୍ଚୟ ସଂଯୋଗ ନୁହେଁ; ଏହା ଏକ ବ୍ୟବସ୍ଥା ଥିଲା। ଇତିହାସରେ ଯେଉଁମାନଙ୍କୁ ଆକ୍ରାନ୍ତା କୁହାଯାଏ ସେମାନେ ନଷ୍ଟ ହୋଇ ଆସୁଥିବା ସଡକ ଓ ପରିବହନ ବ୍ୟବସ୍ଥାକୁ ସୁଧାରିଛନ୍ତି। ଉତ୍ତରାପଥ ନିଜକୁ ଗ୍ରାଣ୍ଡଟ୍ରଙ୍କ ରୋଡ କରିବା ପର୍ଯ୍ୟନ୍ତ ବିଶ୍ୱର ଅର୍ଥନୀତିକ ଇତିହାସରେ ସମ୍ପନ୍ନ ଓ ବିଭାଜନର ସାଖି ହୋଇ ଆଜି ବି ରହିଅଛି।
ଏତେବଡ ଅର୍ଥନୀତିକ ଶୃଙ୍ଖଳାରେ ଶ୍ରମଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଥାଏ। ସମୁଦ୍ର ଓ ସଡକରେ ଦାସ ଅପରିହାର୍ଯ୍ୟ। ଦାସଙ୍କ ପାଇଁ ବର୍ଗ ଓ ସମ୍ବିଧାନ ତିଆରିଥିବା ବ୍ୟବସ୍ଥା ଦ୍ୱନ୍ଦ ଯୁଗରେ ନିଜ ସମାଜକୁ ହଠାତ ଦାସରହିତ କରିଦେବା ଭଳି ମାନବୀୟ ପରମ୍ପରା ତିଆରି କରିଥିବ ଏହା ମିଛକଥା। ପ୍ରଫେସର ଆନ୍ଧ୍ରେ ୱିଙ୍କ ଆରବ ଏବଂ ସଂଲଗ୍ନ ଇସଲାମିକ ଦେଶ ସମେତ ଭାରତ ଉପରେ ଅଧ୍ୟୟନ କରିଥିଲେ। ତାଙ୍କ ଅଧ୍ୟୟନ ଅନୁସାରେ ସାମ୍ରାଜ୍ୟବାଦର ବିସ୍ତାର ସହ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦାସପ୍ରଥା କୂଳିନ ଶ୍ରେଣୀରୁ ସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ôଚ ସାରିଥିଲା। ଚତୁର୍ଦ୍ଦଶ ଶତାବ୍ଦୀ ପରେ ମଧ୍ୟ ଏହା ବଲବତ୍ତର ରହିଥିଲା। ଲେଖକଙ୍କ ଅନୁସାରେ ମହମ୍ମଦ-ଅଲ-କାସିମଙ୍କ ଆକ୍ରମଣ ପରେ ଅସଂଖ୍ୟ ମହିଳା ଓ ଶିଶୁଙ୍କୁ ଦାସ କରାଗଲା। ଧାର୍ମିକ ଆଇନ ଅନୁସାରେ କର୍ତ୍ତବ୍ୟନିଷ୍ଠା ସ୍ୱରୁପ ଦାସ ଏବଂ ଲୁଟର ଏକପଞ୍ଚମାଂସ ଖଲିଫାଙ୍କ ପାଇଁ ଇରାକ ଓ ସିରିଆ ପଠା ଯାଇଥିଲା। ବ୍ରାହ୍ମଣାବାଦକୁ ୩୦ ହଜାର ଓ ମୁଲତାନକୁ ୬ ହଜାର ଦାସ ପଠା ଯାଇଥିଲା। ଅବଶିଷ୍ଠ ୬୦ ହଜାର ବନ୍ଦୀଙ୍କୁ ଦାସ କରାଗଲା।

ଅନେକ ଆକ୍ରମଣକାରୀ ସିନ୍ଧରେ ଆକ୍ରମଣ କରି ଦାସ ପାଇଁ ଲୋକ ସଂଗ୍ରହ କରୁଥିଲେ। ଉଜ୍ଜେନ ଓ ମାଲବା ପର୍ଯ୍ୟନ୍ତ ଆକ୍ରମଣ କରି ଲୋକଙ୍କୁ ଦାସ କରା ଯାଉଥିଲା। ଅମ୍ବାସୀ ଗଭର୍ଣ୍ଣର ପଞ୍ଜାବ ଉପରେ ବାରମ୍ବାର ଆକ୍ରମଣ କରି ଲୋକଙ୍କୁ ଦାସ କରିବା ପାଇଁ ନେଉଥିଲେ। ଐତିହାସିକ ଅଲ-ଉତବୀ-ଆରବୀଙ୍କ ଅନୁସାରେ ୧୦୦୧ ଖ୍ରୀ.ଅରେ ମହମ୍ମଦ ଗଜନୀ ପେଶାୱର ଜିତିଲା ପରେ ହଜାର ହଜାର ଲୋକଙ୍କୁ ଦାସ କରିବାକୁ ନେଇଥିଲେ। ଯୁଦ୍ଧ ପରାଜିତମାନଙ୍କୁ ପଶ୍ଚିମ ଓ ମଧ୍ୟ ଏସିଆ ପଠା ଯାଇଥିଲା।
୧୦୧୮-୧୯ ମସିହାରେ ମହମ୍ମଦ ନିଜର ୧୨ ତମ ଆକ୍ରମଣରେ ଏକ ବଡ ସଂଖ୍ୟାରେ ଦାସ ନେଇ ମଧ୍ୟ ଏସିଆ, ଇରାକ, ଇରାନ ଆଦି ଦେଶରୁ ଦାସ କିଣିବା ପାଇଁ ଆସିଥିବା ଲୋକଙ୍କୁ ପ୍ରତ୍ୟେକେ ୨ ରୁ ୧୦ ଦିରାମ ମୂଲ୍ୟରେ ବିକ୍ରି କରିଥିଲେ। ଭାରତରୁ ଅନ୍ୟାନ୍ୟ ସାମଗ୍ରି ସହ
ସମ୍ବିଧାନିକ ଭାବେ ଭାରତରୁ ଦାସ ରପ୍ତାନି ହେଲେ। ମଧ୍ୟ ଏସିଆର ଦାସ ବଜାରରେ ଏକ ଗରିଷ୍ଠ ସଂଖ୍ୟା ଭାରତୀୟ ଦାସଙ୍କ ରହିଥିଲା।
କିଛିକାଳ ପାଇଁ ମହମ୍ମଦ ଘୋରୀଙ୍କ ହତ୍ୟାପରେ ଜଣେ ସୈନ୍ୟଦାସ ଅଲ-ଦିନ-ଏବକ ଶାସକ ହେଲେ। ତାଙ୍କପରେ ଜୋଇଁ ଇଲତୁତମିସ ଶାସକ ହେଲେ। ଇଲତୁତମିସଙ୍କ ପରେ ତାଙ୍କ ଝିଅ ରେଜିୟା ସୁଲତାନ ଶାସନ କରିଥିଲେ। ଦାସ ଥିବା କାରଣରୁ ଶାସକ ହେଲେ ମଧ୍ୟ ଶାସକର ସମ୍ମାନ ତାଙ୍କ ପରିବାରକୁ ମିଲି ନଥିଲା।
ଦିଲ୍ଲୀ ଶାସନ (୧୨୦୬ ରୁ ୧୫୫୫ ଖ୍ରୀ.ଅ) ଦିଲ୍ଲୀ ଶାସନର ରାଜସ୍ୱ ପ୍ରଣାଳୀ ଦାସ ଉତ୍ପାଦନର ଏକ ବଡ କାରଣ ଥିଲା। ଅନେଦେୟ ରାଜସ୍ୱ ଦାସ ଆକାରରେ ଅସୁଲ କରୁଥିଲେ। ସମଶିର ବଲବନ ରାଜ ଆଦେଶ ଜାରି କରିଥିଲେ ଯେଉଁମାନେ ତାଙ୍କୁ ବିରୋଧ କରନ୍ତି ସେମାନଙ୍କୁ ଦାସ କରାଯାଉ। ଆଲ୍ଲା-ଉଦ୍ଦିନ-ଖିଲଜୀଙ୍କ ଆଦେଶ ଥିଲା ଖଜଣା ଦେଉ ନଥିବା ଲୋକଙ୍କୁ ଦାସ କରାଯାଉ। ଯାହା ମୋଗଲ ସମୟରେ ମଧ୍ୟ ପ୍ରଚଳିତ ଥିଲା। କୁତବୁଦ୍ଦିନ ୧୧୯୭ ମସିହାରେ ଗୁଜରାତ ଆକ୍ରମଣ କରି ୨୦ ହଜାର ଲୋକଙ୍କୁ ବନ୍ଦୀ କରିଥିଲେ। ଏହାର ଛଅବର୍ଷ ପରେ କାଲିଞ୍ଜର ବିଜୟରେ ୫୦ ହଜାର ଲୋକଙ୍କୁ ବନ୍ଦୀକରି ଦାସ କରାଗଲା। ତ୍ରୟୋଦଶ ଶତାବ୍ଦୀରେ ବଲବନ ରଣଥମ୍ବୋର ବିଜୟ ପରେ ଅସଂଖ୍ୟ ଲୋକଙ୍କୁ ଦାସ କରି ନେଇଥିଲେ। ଦିଲ୍ଲୀ ଶାସନ ସମୟରେ ସୈନ୍ୟବଳ ବଢେଇବା ପାଇଁ ବିଭିନ୍ନ ଉପାୟରେ ଦାସ ସଂଗ୍ରହ କରୁଥିଲେ।
ଶେର-ଶାହ-ସୁରୀ ରାଜପୁତ ମହିଳା ଏବଂ ଶିଶୁଙ୍କୁ ଦାସ ବନେଇଥିଲେ। ଏପରିକି ଜଣେ ପରାଜିତ ସେନାପତିଙ୍କ ତିନିପୁଅଙ୍କୁ ନପୁଂସକ ଏବଂ ଝିଅକୁ ବେଶ୍ୟା ବନେଇଥିଲେ। ଔରଙ୍ଗଜେବ ଆଇନ ତିଆରି କରିଥିଲେ ଦାସୀ ସହ ସମ୍ବନ୍ଧ ଖାତକର ଅଧିକାରଭୁକ୍ତ ଥିଲା ଏବଂ ଦାସର ସାକ୍ଷ ଅଦାଲତରେ ଗ୍ରହଣୀୟ ହେଉ ନଥିଲା।
ସତରଶହ ଶତକର ଏକ ଡଚ ରେକର୍ଡ ଅନୁସାରେ ୧୬୨୦-୩୦ ଖ୍ରୀ.ଅ ମଧ୍ୟରେ ୨ ଲକ୍ଷ ଶିଶୁ ସମେତ ମହିଳା ଓ ପୁରୁଷଙ୍କୁ ଦାସ କରା ଯାଇଥିଲା। ଉନ୍ନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବୁଖାରା ଦାସ ବଜାରରେ ଭାରତୀୟ ଦାସଙ୍କ ବେପାର ହେଉଥିଲା। ଏହି ସମୟରେ ବିଶ୍ୱ ବଜାରକୁ ଦାସ ଯୋଗାଇବାରେ ଭାରତ ଏକ ବଡ ଦାସ ରପ୍ତାନୀକାରୀ ଦେଶ ହୋଇ ସାରିଥିଲା। ମଧ୍ୟପୂର୍ବ ଓ ଏସିଆର ଅନେକ ଦାସ ବଜାରକୁ ଭାରତୀୟ ଦାସ ରପ୍ତାନୀ ହେଉଥିଲେ। ନିର୍ମାଣ, ଯୋଗାଯୋଗ ବା ଗମନାଗମନ, ବାସ୍ତୁକଳା, ହସ୍ତଶିଳ୍ପ, କୃଷି ଓ କୃଷି ଉଦ୍ୟୋଗ, ବୟନକଳା ଆଦିରେ ନିପୁଣ ଭାରତୀୟଙ୍କୁ ବିଭିନ୍ନ ଉପାୟରେ ଅପହରଣ କରି ଦାସ ଆକାରରେ ବ୍ୟବସାୟ କରା ଯାଉଥିଲା। ଏମାନଙ୍କ ମୂଲ୍ୟ ବଜାରରେ ଅନ୍ୟ ଦାସ ଅପେକ୍ଷା ଅଧିକ ଥିଲା। କୁଶଳୀ କାରିଗର ଠାରୁ ଅଧିକ ମୂଲ୍ୟ ଭାରତୀୟ ଯୁବତୀଙ୍କ ରହିଥିଲା। ଗୋଟିଏ ପରିସଂଖ୍ୟାନ କହେ ବ୍ରିଟିଶ ଏବଂ ଫରାସି କଲୋନୀ ମାନଙ୍କର ଅଧିନରେ ଥିବା କଫି, ରବର ଓ କପା ଚାଷରେ ୩୫ ଲକ୍ଷ ଭାରତୀୟ ଦାସ ଭାବରେ କାମ କରୁଥିଲେ।
୧୬୮୦ ମସିହା ମାଡ୍ରାସ ମରୁଡି ସମୟରେ ହଜାର ହଜାର ଲୋକଙ୍କୁ ବେଡିରେ ବାନ୍ଧି ସେଣ୍ଟ ଏଲେନା ପଠା ଯାଇଥିଲା। ଭାରତର ଦାସ ବେପାରର
ଦୀର୍ଘ ଇତିହାସ ରହିଅଛି। ଛୋଟ ଛୋଟ ରାଜ୍ୟ ପରସ୍ପର ଲଢେଇ ଫଳରେ ଆଫ୍ରିକା ଭଳି ପରିସ୍ଥିତି ତିଆରି ହୋଇଥିଲା। ଫଳରେ ଦାସ ବେପାର ପାଇଁ ଲୋକ ଯୋଗାଡ କରିବାରେ କୌଣସି ବାଧା ନଥିଲା। ୧୮୭୨ ଏବଂ ୧୮୩୩ ମସିହାରେ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ଭାରତୀୟ ଦାସ ବ୍ୟବସାୟ ଉପରେ ଆଲୋଚନା ହୋଇଥିଲା। ୧୮୩୦ ମସିହାରେ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ଦେଇଥିବା ଏକ ରେକର୍ଡ ଅନୁସାରେ ଭାରତର ୧୫ ଗୋଟି କେନ୍ଦ୍ରରୁ ୧୧,୨୧,୫୮୫ ଜଣ ଦାସ ବିକ୍ରି ହୋଇଥିବା ଉଲ୍ଲେଖ ରହିଅଛି। ୧୮୩୩ ମସିହାରେ ବ୍ରିଟିଶ ପାର୍ଲ୍ୟାମେଣ୍ଟ ଦାସ ବ୍ୟବସାୟ କରୁଥିବା ଲୋକଙ୍କୁ ୪ ଟଙ୍କା ୪ ଅଣା ଦେଇ ନାମ ପଞ୍ଜିକୃତ କରିବାକୁ ଆଇନ ହେଲା। ଯେମିତି ସ୍ୱାଧିନ ଭାରତରେ ୧୯୭୯ ମସିହାର ଶ୍ରମ ଆଇନ କହିଥାଏ।
ବୈଦିକ ଯୁଗରୁ ଆରମ୍ଭ ହୋଇଥିବା ଦାସପ୍ରଥା ଏତେବେଳକୁ ସରିଗଲା ଏହା ଭୁଲକଥା। ଭାରତୀୟ ସମାଜ ବ୍ୟବସ୍ଥା ଦାସଙ୍କୁ କ୍ରମେ ଅନିବାର୍ଯ୍ୟ କରିଦେଲା। ମଧ୍ୟଯୁଗ ଶେଷ ବେଳକୁ ବିଳାସ ଜୀବନ ପାଇଁ ଦାସ ଆବଶ୍ୟକ ଥିଲେ। ସାହିତ୍ୟ ମଧ୍ୟ ବିଳାସିତାର ମାଧ୍ୟମ ଥିଲା। ଦାସଙ୍କୁ କୃଷି ଆଦି ବ୍ୟତୀତ ମନ୍ଦିର ନିର୍ମାଣ ଓ ଅନ୍ୟ ନିର୍ମାଣ କାମରେ ନିୟୋଜିତ କରୁଥିଲେ। ସେ ସମୟରେ ସାହିତ୍ୟ କୁଭଲୟାମାଳା, କଥାକୋଷ, କଥାସରିତ ସାଗର, ଗଣିତ ସାର ସଂଗ୍ରହ, ଉପମିତି ଭାବପ୍ରପଞ୍ଚ କଥା, ଲିଳାବତୀ, ଲେଖାପଦ୍ଧତି ଆଦି ସାହିତ୍ୟରେ ଦାସଦାସୀଙ୍କ ଉପରେ ବିଶେଷ ସୂଚନା ମିଳିଥାଏ। ଲେଖାପଦ୍ଧତି ଅନୁସାରେ ଯୁବତୀକୁ ଦାସ ରଖିଲେ ଦାସୀ ଘରକାମ କରିବା ସହ ଖାତକର ଆନନ୍ଦ ପାଇଁ ତାକୁ ଭୋଗ କରିବ। ବହିରାଗତଙ୍କ ଆକ୍ରମଣ ପରେ ସେମାନେ ଦେଖିଲେ ଭାରତର ରାଜନୈତିକ ପରିସ୍ଥିତିରେ ଦାସ ସଂଗ୍ରହ ସହଜ ହୋଇ ପାରିବ ଏବଂ ବିଶ୍ୱର ଦାସ ଆବଶ୍ୟକତାକୁ ପୁରା କରାଯାଇ ପାରିବ।
ଆଫ୍ରିକୀୟ ଦାସପ୍ରଥା ଯେତେ ଆଲୋଚନା ହୁଏ ଭାରତର ଦାସପ୍ରଥା ଉପରେ ସେତେ ବିଶେଷ ଆଲୋଚନା ହୁଏ ନାହିଁ। ମୁଖ୍ୟତଃ ଦାସ ଶବ୍ଦକୁ ଭାରତରେ ଧାର୍ମିକ ଭ୍ରମର ଆବରଣ ଦିଆଯାଇଛି। ଯେତେବେଳେ ଭାରତୀୟ ଦାସ-ଇତିହାସ ଉପରେ ଚର୍ଚ୍ଚା ହୁଏ ଆଫ୍ରିକୀୟ ଦାସ ପ୍ରତି ଯେତିକି ଅନୁକମ୍ପା ଆସେ ଭାରତୀୟ ଦାସଙ୍କ ପ୍ରତି ନୁହେଁ। କାରଣ ଦାସଶବ୍ଦ ନିହାତି ମାନବୀୟ ସୀମା ପରିଭୁକ୍ତ ଶବ୍ଦ ନୁହେଁ। କିନ୍ତୁ ଏଠାରେ ନିଜର ବ୍ୟକ୍ତିତ୍ୱକୁ ମହିମାମଣ୍ଡିତ କରିବା ପାଇଁ ନିଜକୁ ଦାସ କହିଥିବା ସାହିତ୍ୟର ପ୍ରାବଲ୍ୟ ରହିଅଛି। ଏହା ବ୍ୟତୀତ ରାଜତନ୍ତ୍ରୀୟ ରାଜନୀତିରେ, ଦର୍ଶନର ପ୍ରଚାରରେ, ଧର୍ମରେ, ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ନିକଟରେ ଏହାର ପ୍ରଚଳନ କରା ହୋଇଛି। ଯେମିତି ଋଣ ଏକ ଶବ୍ଦ ଯାହା ଭାରତୀୟ ମାନସିକତାକୁ ଏତେ ପ୍ରଭାବିତ କଲା ଯେ ଏହା ଛଳରେ ଗୋଟିଏ ବିରାଟ ମହାଜନୀ କାରବାରକୁ ଅବସ୍ଥାପିତ କରାଯାଇ ପାରିଲା। ସାମନ୍ତିୟ ମହାଜନୀର ଚରିତ୍ରକୁ ଦେଖାଯାଉ। ଏଥିରୁ ଗୋଟିଏ ଅନୁମାନ ନିଶ୍ଚୟ କରିହେବ ଋଣ ଗୋଟିଏ ଶବ୍ଦ ଯାହା ଭାରତୀୟ ମୌଳିକ ଅର୍ଥନୀତି ବିପକ୍ଷରେ ଠିଆ ହେବାରେ ସକ୍ଷମ ହୋଇ ପାରିଥିଲା। ବର୍ତ୍ତମାନ ତାର ପ୍ରଭାବ ଓ ଚରିତ୍ର ଦେଖିଲେ ଦାସ ଶବ୍ଦ ପଛରେ କେଉଁ ଅମାନବୀୟ ପରିସ୍ଥିତିକୁ ଲୁଚା ନଯାଇଛି? ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନରେ ଥିବା ଭାରତୀୟ ଅଞ୍ଚଳରୁ ଭାରତ ଦାସ ଆଇନ ୧୮୪୩, ଫରାସି ଦଖଲ ଭାରତୀୟ ଅଞ୍ଚଳରେ ୧୮୪୮, ବ୍ରିଟିଶ ଭାରତରେ ୧୮୬୧ ଏବଂ ପର୍ତ୍ତୃଗୀଜ ଦଖଲ ଅଞ୍ଚଳରେ ୧୮୭୬ ମସିହାରେ ଆଇନ ତିଆରି କରି ଦାସ ବେପାର ଉପରେ ଅଙ୍କୁଶ ଲଗାଗଲା। କିନ୍ତୁ ଦାସ ବେପାର ବନ୍ଦ ହୋଇ ନଥିଲା। ପର୍ତ୍ତୃଗୀଜ ଯିଏ ପ୍ରଥମେ ଆଧୁନିକ ବିଶ୍ୱରେ ଦାସ ବେପାର ଆରମ୍ଭ କଲା ଯାହା ପାଖରେ ୪୦୦ ବର୍ଷରୁ ଅଧିକ ଦାସ ବେପାରର ଅଭିଜ୍ଞତା ରହିଥିଲା। ସେ କହିଁକି ଆମେରିକା ଗୃହଯୁଦ୍ଧ ସରିବାର ଦଶନ୍ଧୀ ପରେ ଭାରତରେ ଦାସ ନିରୋଧି ଆଇନ ଆଣିଲା?
ସ୍ୱାଧିନତା ପରେ ଭାରତ ନିଜର ସମ୍ବିଧାନ ଅନୁସାରେ ଦେଶର ଶାସନ ଖସଡା ପ୍ରସ୍ତୁତ କରିଥାଏ। ସମ୍ବିଧାନ ମଧ୍ୟ ଦାସପ୍ରଥାର ବିରୋଧ କରିଥାଏ। ଯେମିତି ଅନୁଚ୍ଛେଦ ୨୧, ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତା ପ୍ରତି ଅଧିକାର ପ୍ରଦାନ କରେ; ଅନୁଚ୍ଛେଦ ୨୩, ବାଧ୍ୟଶ୍ରମକୁ ବିରୋଧ କରେ; ଅନୁଚ୍ଛେଦ ୨୪, ୧୪ ବର୍ଷରୁ କମ ବୟସ୍କକୁ କାମରେ ନିୟୋଜନକୁ ବିରୋଧ କରିଥାଏ ସେହିପରି ଅନୁଚ୍ଛେଦ ୩୯, ଉଭୟ ମହିଳା ଓ ପୁରୁଷଙ୍କ କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ଓ କର୍ଯ୍ୟକ୍ଷେତ୍ରରେ ମାନବାଧିକାରର ସୁରକ୍ଷା କଥା କହିଥାଏ। ଅନୁଚ୍ଛେଦ ୪୨, କାମର ଔଚିତ୍ୟ ଓ ମାନବୀୟ ସ୍ଥିତିର ସୁରକ୍ଷା, ମାତୃତ୍ୱ ସମୟରେ ଜଣେ ମାଁ ର ଅଧିକାର ଆଦିର ସୁରକ୍ଷା ପ୍ରଦାନ କରିଥାଏ। ଏହି ଅନୁକ୍ରମରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୬୬, ୩୬୬(କ) ଓ ୩୬୬ (ଖ) ମହିଳାଙ୍କ ସୁରକ୍ଷା କଥା କହିଥାଏ ଯେମିତି ବାଧ୍ୟକରି ବିବାହ କରିବା, ନାବାଲିକା ବିବାହ କି ମହିଳା ଅବା ନାବାଳିକାଙ୍କୁ ବାହାରକୁ ନେଇ ବିକ୍ରି ଆଦି କରିବାରେ ଅଙ୍କୁଶ ଲଗାଇଥାଏ। ଧାରା ୩୭୦ ଓ ୩୭୦ (କ) ମାନବ ତଷ୍କରୀ ଉପରେ ପ୍ରତିବନ୍ଧ ଲଗାଇଥାଏ।

ବର୍ତ୍ତମାନ ପ୍ରାୟ ବିଶ୍ୱରେ ଦାସପ୍ରଥା ପ୍ରତିବନ୍ଧିତ ରହିଅଛି। ଗତ ଦୁଇ ଦଶନ୍ଧୀ ହେଲା ଆଧୁନିକ ଦାସପ୍ରଥା ଉପରେ ବେଶ ଚର୍ଚ୍ଚା ଚାଲୁଅଛି। ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ସଙ୍ଗଠନ (ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଖବଭକ୍ଟଙ୍କକ୍ସ ଙକ୍ସଶବଦ୍ଭସଗ୍ଦବଗ୍ଧସକ୍ଟଦ୍ଭ), ୱାକ ଫ୍ରି (ଡବକ୍ଷଳ ୠକ୍ସରର) ଓ ପ୍ରବାସୀଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ ସଙ୍ଗଠନ (ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଙକ୍ସଶବଦ୍ଭବଗ୍ଧସକ୍ଟଦ୍ଭ ଲକ୍ଟକ୍ସ ଗସଶକ୍ସବଗ୍ଧସକ୍ଟଦ୍ଭ) ଦ୍ୱାରା ଆଧୁନିକ ଦାସପ୍ରଥା (ଗକ୍ଟୟରକ୍ସଦ୍ଭ ଝକ୍ଷବଙ୍ଖରକ୍ସଚ୍ଚ) ଉପରେ ଅଧ୍ୟୟନ ପ୍ରତିବର୍ଷ କରା ଯାଉଅଛି। ଏହି ସଙ୍ଗଠନ ବୈଶ୍ୱିକ ଦାସ କ୍ରମ ପରିଚୟ ବାହାର କରିଥାଏ। ଏହି ରିପୋର୍ଟ ଅନୁସାରେ ବିଶ୍ୱର ୪ କୋଟି ଲୋକ ୨୦୧୮ ମସିହାରେ ଦାସ ଥିବାବେଳେ ୨୦୨୩ ମସିହାରେ ୨୫ ପ୍ରତିଶତ ବୃଦ୍ଧିପାଇ ପାଞ୍ଚକୋଟି ହୋଇଛନ୍ତି। ଜି-୨୦ (ଏ-୨୦) ରାଷ୍ଟ୍ର ସଂଗଠନ ଭାରତ, ଚୀନ, ଇନ୍ଦୋନେସିଆ, ସଂଯୁକ୍ତରାଷ୍ଟ୍ର, ତୁର୍କୀ ଓ ଋଷ ଛଅଟି ଦେଶ ଆଧୁନିକ ଦାସ କ୍ରମରେ ବେଶ ଆଖିଦୃଶିଆ ସ୍ଥିତିରେ ରହିଛନ୍ତି।
ଆଧୁନିକ ଦାସର ନିଶ୍ଚିତ ବ୍ୟାକ୍ଷାନ ନାହିଁ। ଯେଉଁ ଆଧାରରେ ଏହାର ବିବେଚନା କରାଯାଏ ତହା ହେଉଛି ଇଚ୍ଛା ବିରୁଦ୍ଧରେ ଜଣକୁ ଶ୍ରମ କରାଇ କୌଣସି ବ୍ୟକ୍ତି ଲାଭାନ୍ୱୀତ ହେଉଥିବ। ଏହା ବଳପ୍ରୟୋଗ କରି ବା ଜଣକର ଇଚ୍ଛା ବିରୁଦ୍ଧରେ ଶ୍ରମ କରାଇବା, ବିବାହ କରାଇବା, ମାନବ ବ୍ୟବସାୟ, ଦେହ ବ୍ୟବସାୟରେ ମହିଳା ଏବଂ ଶିଶୁଙ୍କୁ ବ୍ୟବହାର କରିବା, ଭିକ୍ଷାବୃତ୍ତି କରାଇବା ଆଦିକୁ ନିଆ ଯାଇଥାଏ। ଅନେକ ସମଲିଙ୍ଗିଙ୍କୁ ଅନ୍ୟ ଲିଙ୍ଗସହ ବିବାହକୁ ମଧ୍ୟ ଏହି କ୍ରମରେ ଗ୍ରହଣ କରିଥାନ୍ତି।
ଏହି କ୍ରମକୁ ଅନେକ ସଠିକ ଭାବନ୍ତି ନାହିଁ କାରଣ ପ୍ରତି ହଜାର ଜନସଂଖ୍ୟାକୁ ଏକକ ଆକାରରେ ନେଇ ଦେଶର ମୋଟ ଜନସଂଖ୍ୟା ହିସାବରେ ଶତକଡା ସଂଖ୍ୟା ବାହାର କରାଯାଏ। ଫଳତଃ କମ ଜନସଂଖ୍ୟା ଥିବା ଦେଶରେ ଅଧିକ ସଂଖ୍ୟା ଓ ଅଧିକ ଜନସଂଖ୍ୟା ଥିବା ଦେଶରେ କମ ସଂଖ୍ୟା ହିସାବକୁ ଆସିଥାଏ। ଏହା ବାହାରେ ଆଧୁନିକ ଦାସପ୍ରଥା ଯେ ରହିଅଛି ଏହା ଅସ୍ୱୀକାର କରାଯାଇ ନାହିଁ।
ଆଧୁନିକ ଦାସପ୍ରଥାର କାରଣ ଦାରିଦ୍ର‌୍ୟ ଓ ନିରକ୍ଷରତାକୁ ନିଆଯାଏ। ବିଶ୍ୱ କ୍ଷୁଧା ସୂଚକାଙ୍କ (ଏକ୍ଷକ୍ଟଭବକ୍ଷ ଐଙ୍କଦ୍ଭଶରକ୍ସ ଓଦ୍ଭୟରଙ୍ଘ) କ୍ରମରେ ଭାରତ ୧୬୭ ଦେଶ ମଧ୍ୟରୁ ୨୦୧୪ ମସିହାରେ ୫୪ କ୍ରମରେ ଥିବା ବେଳେ ୨୦୨୨ ମସିହାରେ ୧୦୭ ଏବଂ ୨୦୨୩ ମସିହାରେ ୧୧୧ କ୍ରମରେ ରହିଅଛି। ଯାହାକୁ ଭାରତ ଅସ୍ୱୀକାର କରିଅଛି। ଶରୀର ଉଚ୍ଚତା ଓଜନ ଏକକ (ଈକ୍ଟୟଚ୍ଚ ଗବଗ୍ଦଗ୍ଦ ଟଦ୍ଭସଗ୍ଧ)ରେ ଭାରତ ବିଶ୍ୱ ସୂଚକାଙ୍କରେ ୧୮.୭ ପ୍ରତିଶତ ଯାହା କୁପୋଷଣକୁ ସୂଚୀତ କରେ ଏବଂ ଅଳ୍ପପୋଷଣରେ ୧୬.୬ ପ୍ରତିଶତ ରହିଅଛି। ସେହିପରି ୫ ବର୍ଷରୁ କମ ଶିଶୁ ମୃତ୍ୟୁ ହାରରେ ଭାରତ ୩.୧ ପ୍ରତିଶତ ରହିଥିବା ବେଳେ ୧୫ ରୁ ୨୪ ବର୍ଷ ମଧ୍ୟରେ ଏନିମିଆ ହାର ୫୮.୧ ପ୍ରତିଶତ ୨୦୦୬ରେ ଜାରି ସୂଚକାଙ୍କରେ ରହିଥିଲା। ନିଶ୍ଚିତ ଏହା ଚିନ୍ତାର ବିଷୟ। ଏହି ସ୍ଥିତିକୁ ସ୍ଥାୟୀ ମରୁଡିର ସ୍ଥିତି ଆକାରରେ ମଧ୍ୟ ନିଆ ଯାଇପାରେ। ପରିସଂଖ୍ୟାନରେ ଦାରିଦ୍ର‌୍ୟର ଗୋଟିଏ ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳେ।
ଏଥିଭିନ୍ନ ମୂଳକଥା ଏହା ଯେ ଆଧୁନିକ ଦାସ ବ୍ୟବସ୍ଥାରେ ଭାରତର ସ୍ଥିତି ଠିକ ନୁହେଁ। ଏହି ଆଧାରକୁ ନେଇ ଆମେ ଦାଦନର ଚିତ୍ର ଓ ଚରିତ୍ର ଯାହାକୁ ଏହି ଅଧ୍ୟୟନରେ ଆଲୋଚନା କରି ଆସୁଛେ ତାହାକୁ ଅଧ୍ୟୟନ କ୍ଷେତ୍ର ଭିତ୍ତିରେ ବିବେଚନା କରାଯିବାର ଚେଷ୍ଟା କରାଯାଉ…
ପ୍ରଥମତଃ ଆଲୋଚନାର ଅନେକ କାରଣରୁ ସ୍ପଷ୍ଟ ଯେ ଜଣକର ଇଚ୍ଛା ବିରୁଦ୍ଧରେ ଶ୍ରମ କରାଇବା ଆଧୁନିକ ଦାସତ୍ୱର ପ୍ରାଥମିକ ମାପକାଠି। ସେହି ଆଧାରରେ ନିମ୍ନ ବିଷୟ ପ୍ରତି ଦୃଷ୍ଟି ଦିଆଯାଇ ପାରେ

ମହାଜନୀ ଋଣ
ରୋଗ ବଇରାଗ ଅବା ସାମାଜିକ କାର୍ଯ୍ୟ ମୃତ୍ୟୁ, ବିବାହ, କୁଣିଆଁ ଆଦିରେ ସାଧାରଣ ଲୋକ ମହାଜନୀ ଋଣ କରିଥାନ୍ତି। ଏହି ଋଣ ପରିଶୋଧ କରିବା ପାଇଁ ସେମାନେ ସ୍ଥାବର ସମ୍ପତ୍ତି ଯଥା ଜମି, ଘର ଆଦି ଉପରେ ମହାଜନ ଦଖଲ କରିଥାଏ। ଅଥବା କେବଳ ଖାଇବାକୁ ଦେଇ ଶ୍ରମ କରାଇ ଥାଏ। ସ୍ଥାବର ସମ୍ପତ୍ତି ଦଖଲ କରାଇବା ଅଥବା ଶ୍ରମ କରାଇବା ବିଷୟ ପ୍ରତି ଦୃଷ୍ଟିଦେଲେ ଆଧୁନିକ ଦାସତ୍ୱ ଶ୍ରେଣୀରେ ବିଚାର କରିବା ଉଚିତ।

କ୍ଷୁଦ୍ରଋଣ (micro finance)
କ୍ଷୁଦ୍ରଋଣ ସାଧାରଣତଃ ଗରିବ ଲୋକଙ୍କୁ ଦିଆ ଯାଇଥାଏ। ବଙ୍ଗଳାଦେଶର ମହମ୍ମଦ ୟୁନୁସ ନୋବେଲ ପୁରସ୍କାର ପାଇଲା ପରେ ସ୍ୱୟଂ ସହାୟକ ଗୋଷ୍ଠୀମାନ ବିଭିନ୍ନ ସାମାଜିକ ସଙ୍ଗଠନ (NGO) ଦ୍ୱାରା ଗଠନ କରାଗଲା। ଏହି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ହେଉଥିବା ଉନ୍ନତିର ବିଭିନ୍ନ ସଫଳତାର କାହାଣୀମାନ ପ୍ରଚାର କରାଗଲା। ଏହାପରେ ସରକାରୀ ସଙ୍ଗଠନମାନ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ। ଏହି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା କ୍ଷୁଦ୍ରଋଣମାନ ପ୍ରଦାନ କଲେ। ପରବର୍ତ୍ତି ସମୟରେ ଜାତୀୟକରଣ ବ୍ୟାଙ୍କମାନ ମଧ୍ୟ ଏହି କ୍ଷୁଦ୍ରଋଣ କାରବାରକୁ ଆସିଲେ। ସରକାରୀ ଯୋଜନାମାନଙ୍କରେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଗଲା। ଫଳରେ ଯେଉଁ ମହିଳାମାନେ ଘରକୋଣରେ ଥିଲେ ସେମାନେ ବାହାରକୁ ଆସି ବିଭିନ୍ନ ଆଲୋଚନା ସାଙ୍ଗଠନିକ କାମ ଆଦି କରିବା ଆରମ୍ଭ କଲେ।
ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପରେ ବ୍ୟକ୍ତି ଅପେକ୍ଷା ଗୋଷ୍ଠୀର ଗୁରୁତ୍ୱ ବଢିଲା। କୌଣସି କାର୍ଯ୍ୟକ୍ରମ ବିଷୟରେ ସୂଚିତ କରିବା ଅବା ପ୍ରଚାର ସରଳ ହେଲା। ଗୋଟିଏ ଗୋଷ୍ଠୀ ଅର୍ଥାତ ସର୍ବନିମ୍ନ ଦଶଟି ପରିବାର। ପରୋକ୍ଷରେ ଜଣେ ଋଣଦାତା ସଂସ୍ଥା ଦଶଟି ପରିବାରର ଶ୍ରମଶକ୍ତିର ଗ୍ୟାରେଣ୍ଟି ରଖିଥାଏ। ଋଣ ଅସୁଲି ସମୟରେ ସଙ୍ଗଠିତ ହୋଇ ମହିଳାମାନେ ଟଙ୍କା ସଂଗ୍ରହ କରିଥାନ୍ତି ତେଣୁ ଗୋଟିଏ ଲୋକଲଜ୍ୟାର ଚାପ ରହିଥାଏ ସମସ୍ତଙ୍କ ଉପରେ। ଏହି କ୍ଷୁଦ୍ର ଋଣର ସୁଧ ମାତ୍ରାଧିକ ଅଟେ, ଯାହାକୁ ନ୍ୟାୟାଳୟ ୨୬ ପ୍ରତିଶତରୁ ବାର୍ଷିକ ଅଧିକ ହେବନାହିଁ ବୋଲି କହିଛନ୍ତି। ଟଙ୍କା ପରିଶୋଧ ଅବଧି ମଧ୍ୟରେ ସୁଧ କେତେ ହେବ ମୋଟସୁଧ ଏବଂ ମୂଳଧନକୁ ମିଶାଇ କିସ୍ତି ଭାଗ କରାଯାଏ। ତେଣୁ ପ୍ରକୃତ ସୁଧଠାରୁ ଅଧିକ ସୁଧ ଦେବାକୁ ହୋଇଥାଏ। କମଟଙ୍କା ହୋଇଥିବା ହେତୁ ଏହା ଆଖିଦୃଶିଆ ହୋଇ ପାରେ ନାହିଁ।
ଧରି ନିଆଯାଉ ଗୋଟିଏ ଗୋଷ୍ଠୀ ଏକ ଲକ୍ଷଟଙ୍କା ବର୍ଷକ ପାଇଁ ନେଲେ। ବର୍ଷକୁ ୨୬ ପ୍ରତିଶତ ସୁଧ ଯୋଡିଲେ ଏକଲକ୍ଷ ଛବିଶ ହଜାର ଟଙ୍କା ମୋଟ। ଏହା ଉପରେ ପ୍ରତିଜଣ ତିନି ରୁ ପାଞ୍ଚଶହ ଟଙ୍କା ସେବା ନାମରେ ନିଆଯାଏ। ଏକଲକ୍ଷ ଛବିଶହଜାର ଟଙ୍କାକୁ ମାସିକ କିସ୍ତିରେ ୧୨ ଭାଗ କରାଯିବ ସେହି ଅନୁସାରେ ସଙ୍ଗଠନର ମହିଳାମାନେ ଋଣ ପରିଶୋଧ କରିବେ।
ମାତ୍ରାଧିକ ସୁଧ ଓ କୌଣସି ଗଠନମୂଳକ ରୋଜଗାରରେ ଟଙ୍କା ବିନିଯୋଗ ହୋଇ ପାରୁ ନଥିବାରୁ ଅନ୍ୟତ୍ର ମହାଜନୀ ଋଣ କରି ଅବା ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଦାଦନ ଯାଇ କ୍ଷୁଦ୍ରଋଣ ପରିଶୋଧ କରିଥାନ୍ତି। ଯେହେତୁ ଅର୍ଥ ଲଗାଣକାରୀ ସଂସ୍ଥାକୁ ନିଜର ଲାଭ ଦରକାର ତେଣୁ ତାହର କୌଣସି ରିହାତି ଅବା ରୋଜଗାର ଉପରେ ଦାୟ ରଖନ୍ତି ନାହିଁ।
ଏଥିପାଇଁ ସଂଘବଦ୍ଧ ହୋଇ ଋଣ ନେବାଲୋକ ବ୍ୟକ୍ତିଗତ ପରିଶ୍ରମରେ ଟଙ୍କା ପରିଶୋଧ କରିଥାଏ। ଏହାମଧ୍ୟ ଆଧୁନିକ ଦାସତ୍ୱ ଅଟେ।

ଜାତିପ୍ରଥା
ଭାରତୀୟ ଜାତିପ୍ରଥା ସର୍ବ ବିଦିତ। ଜାତିପ୍ରଥା ଫଳରେ ଭାରତୀୟଙ୍କୁ ଜନ୍ମ ଆଧାରରେ ଗୋଟିଏ ବର୍ଗରେ ସ୍ଥିର ରଖାଯାଏ। ଯେକୌଣସି ବ୍ୟକ୍ତି ନିଜକୁ ଯେତେ ଉଚ୍ଚତର ସୋପାନକୁ ନେଇ ଯାଉ ନା କାହିଁକି ସେ ନିଜର ପରିଧି ମଧ୍ୟରେ ହିଁ ସୀମିତ ରହିବ। ଏହି ପ୍ରଥା ଅନୁସାରେ ବ୍ରାହ୍ମଣ ସବୁଠାରୁ ଉଚ୍ଚଜାତି ଯିଏ ଦେବତା ହିଁ ଅଟେ। ତା ପରକୁ କ୍ଷତ୍ରିୟ ଯିଏ ବ୍ରାହ୍ମଣର ମାର୍ଗ ଦର୍ଶନରେ ରାଜ୍ୟର ସୁରକ୍ଷା ଓ ଶାସନ ଦାୟିତ୍ୱରେ ରହିଥାଏ। ବୈଶ୍ୟ ଯିଏ ବାଣିଜ୍ୟ କାରବାରରେ ରହେ ଏବଂ ଅନ୍ୟମାନେ ଶୂଦ୍ର ଯେଉଁମାନେ ଉପରୋକ୍ତ ତିନି ଜାତିର ସେବା କରିଥାନ୍ତି। ଏହି ବର୍ଗିକରଣ ମନୁସ୍ମୃତି ନାମକ ଗ୍ରନ୍ଥ ଆଧାରରେ ହୋଇଥାଏ ଏବଂ ଏହାକୁ ଏକପ୍ରକାର ସମ୍ବିଧାନ ଆକାରରେ ସ୍ୱୀକୃତି ଦେଇଥାନ୍ତି।
ଶୂଦ୍ର ଯେହେତୁ ସେବା ପାଇଁ ଉଦ୍ଦିଷ୍ଟ ସେଥିଲାଗି ତାର ଦାସତ୍ୱ ଅବଧାରିତ। ଏଥିରେ କୌଣସି ପ୍ରଶ୍ନ ହିଁ ନଥାଏ। ସଂପୃକ୍ତ ଅଧ୍ୟୟନରେ ଦାସପ୍ରଥାରେ କୁଶଳୀ କାରିଗରଙ୍କୁ ଦାସ କରାଯାଇ ଅଧିକ ମୂଲ୍ୟରେ ବିକ୍ରି କରା ଯାଉଥିବା ଆଲୋଚନା ହୋଇ ସାରିଛି। ଜଣେ ଶିଳ୍ପକାର ଯିଏ ନିଜର କୌଳିକ ବୃତ୍ତି ଆକାରରେ ଶିଳ୍ପ ଓ କାରିଗରୀ କାମ କରିଥାଏ ତାକୁ ଯଦି କର୍ମବିଚ୍ୟୁତ କରାଯାଏ ତାହେଲେ ସେ ଅନ୍ୟ କର୍ମ କରିବାକୁ ବାଧ୍ୟ ହେବ। ତାକୁ ଦାସ କରିବା ସହଜ ହୋଇଥାଏ।
ଜାତିପ୍ରଥାର କୃରତା ସର୍ବବିଦିତ। ସାମୁହିକ କାମ ମାନଙ୍କରେ ଦଳିତ ଆଦିଙ୍କୁ ବାରଣ ହୋଇଥିବା ଉଦାହରଣ ନିତ୍ୟ ନୈମିତ୍ତିକ। ଦାଦନ ପ୍ରକ୍ରୀୟାରେ ମଧ୍ୟ ଜାତି ଅନୁସାରେ କ୍ରମ ଦାଦନ ଉପରେ ମଧ୍ୟ ଆଲୋଚନା ହୋଇ ସାରିଛି। ଯାହା ସମ୍ପୂର୍ଣ୍ଣ ଆଧୁନିକ ଦାସତ୍ୱକୁ ଇଙ୍ଗିତ କରିଥାଏ। ଜାତିପ୍ରଥା ବିଷୟରେ ପୂର୍ବ ପାଠରେ ଆଲୋଚନା ହୋଇଅଛି। ଏହି ଜାତିପ୍ରଥା ଫଳରେ ଶ୍ରମ ଶୋଷଣ ବିସ୍ତାରିତ ହୋଇଛି। ଛୁତଦାସ ଓ ଅଛୁତଦାସ ଦୁଇ ଭାଗରେ ସାମାଜିକ ବିଭାଜନ କରା ହୋଇଛି। ଘର ଓ ବାହାର କାମରେ ଦୀର୍ଘ ଶୋଷଣ କରାହୋଇ ଆସୁଅଛି। ଶିକ୍ଷାର ପ୍ରସାର ଓ ସାମ୍ବିଧାନିକ ଅଧିକାର ବିଷୟରେ ସଚେତନତା ଏହି ଶୋଷଣକୁ କିଞ୍ଚିତମାତ୍ରାରେ କମ କରିଅଛି କିନ୍ତୁ ଏହା ବିରୋଧରେ ଏକ ସାମାଜିକ ସଚେତନତା ଅବା ବିବେକ ସ୍ତରରେ କୌଣସି ଅନୁକମ୍ପା ଆସି ପାରି ନାହିଁ।

ମହିଳା
ମହିଳାମାନଙ୍କ ଜୀବନ ଅସୁରକ୍ଷିତ। ସାଧାରଣ ଅର୍ଥରେ ମହିଳାଙ୍କ ସ୍ୱାଧିନତା ଆଦିବାସୀ ଓ ପଛୁଆବର୍ଗ (ଙଗ୍ଧଷରକ୍ସ ଈବମଳଙ୍ଗକ୍ଟକ୍ସୟ ଉକ୍ଷବଗ୍ଦଗ୍ଦ) ମଧ୍ୟରେ ଦେଖାଯାଏ ତାହା ଉଚ୍ଚଜାତି ଓ ଶିକ୍ଷିତବର୍ଗଙ୍କ ମଧ୍ୟରେ ଦେଖାଯାଇ ନଥାଏ। ଶ୍ରମ ସଂସ୍କୃତି ମହିଳାଙ୍କୁ ଯେତିକି ସ୍ୱାଧିନତା ଦେଇଛି ସାମନ୍ତୀୟ ସଂସ୍କୃତି ମହିଳା ସ୍ୱାଧିନତାକୁ ସେତିକି ସଙ୍କୁଚିତ କରିଅଛି। ଘରକାମରେ ଦିବସର ଏକ ବଡ ସମୟ ମହିଳାମାନେ ଦେଇଥାନ୍ତି। କିନ୍ତୁ ଏହି ଶ୍ରମର କୌଣସି ହିସାବ ହୁଏନାହିଁ। ଖାଇବା ଓ ପିନ୍ଧିବା ଛଡା କୌଣସି ପାରିଶ୍ରମିକ ମହିଳାମାନଙ୍କୁ ମିଲି ନଥାଏ। ମହିଳା ଏବଂ ଦାସତ୍ୱ ଉପରେ ଅଧ୍ୟୟନରେ ଏକ ସ୍ୱତନ୍ତ୍ର ପାଠ ପ୍ରସ୍ତୁତ ହୋଇଅଛି।

କୃଷିକ୍ଷେତ୍ର
କୃଷିକ୍ଷେତ୍ର ଏକ ବିସ୍ତାରିତ କ୍ଷେତ୍ର ହୋଇଥିବା ହେତୁ ଏହାର ଦାସତ୍ୱ ବେଶ ଜଟିଳ। ପ୍ରଥମତଃ ଅଧ୍ୟୟନରେ ଆଲୋଚିତ ହଲିଆ, କୁତିଆ, ଭୁତି, ବାହାବନ୍ଧା ଆଦି ପ୍ରଥା ରହୁଥିଲା ଯାହା ବ୍ୟକ୍ତିକୁ ଦାସ କରିବା ପାଇଁ ସାମାଜିକ ନିୟମ କରା ଯାଇଥିଲା। ସେହିପରି ଉଡେନ, ବୁଡେନ, ବନ୍ଧା ଆଦି ନିୟମରେ ଜମିକୁ ଜଣକର ନିକଟରୁ ଛଡେଇ ଅଣା ଯାଉଥିଲା। ଏହି ସମସ୍ତ ପ୍ରଥା ବନ୍ଦ ହୋଇନାହିଁ। କପାଚାଷ ଓ ପିଆଜ ଚାଷର ଇତିହାସ ଓ ଚଳନ୍ତି ବିପଣନ ବ୍ୟବସ୍ଥାକୁ ଦେଖିଲେ ମୁଦ୍ରା ଖଟେଇ ଚାଷୀଙ୍କ ଶ୍ରମଶୋଷଣ କରା ଯାଉଅଛି।
ଯେମିତି ଚାଷୀ ତାର ଜମିକୁ ହଳ କରିବା ସମୟରୁ ମହାଜନ ନିକଟକୁ ଯିବାର ଗୋଟିଏ ପରମ୍ପରା ତିଆରି ହୋଇ ସାରିଛି। ଏହା ଏତେ ଶକ୍ତ ଯେ ଏକଦା ୨୦୦୦ ମସିହା ବେଳେ ସଂଜ୍ଞାନାର୍ôଥ (ୠରକ୍ଷକ୍ଷକ୍ଟଙ୍ଗ) ନିଜେ ଗୋଟିଏ ଅଧ୍ୟୟନରେ ରହିଥିଲା। ନୂତନ ଶତାବ୍ଦୀକୁ ଲୋକେ କେଉଁଭଳି ବଞ୍ôଚବାକୁ ଚାହାନ୍ତି? କୋରାପୁଟ ଦଶମନ୍ତପୁର ଅଞ୍ଚଳର ଗୋଟିଏ ଗାଁ। ଯେଉଁଠାରେ ଲୋକଙ୍କ ସହ କଥା ହେଲାବେଳେ ଶୁଣିବାକୁ ପାଇଲା ସାହୁକାର ବିନା ଗାଁ ଚଳିବକି ବାବୁ? ଅବେଳରେ ସାହା ହୁଏ ବୋଲି ସେ ସାଉକାର! ଲୋକଙ୍କ ବନଉପଜ ଓ କୃଷି ଉପଜ କିଣିବ। ଅଭାବ ଅସୁବିଧା ବେଳେ ଆର୍ôଥକ ସହଯୋଗ ହେବ। ଲୋକଙ୍କ କୃଷି ଓ ବନ ଉପଜ କମ ଦରରେ କିଣୁ କି ଟଙ୍କା ଉପରେ ଅଧିକ ସୂଧ ଲଗଉ। କାହାର କିଛି ଅଭିଯୋଗ କରିବାର ନାହିଁ। ଏହି ସାହୁକାର ନିର୍ଭରଶୀଳତା ଲୋକଙ୍କୁ କ୍ଷୁଦ୍ରଋଣ ପଟକୁ ଆକୃଷ୍ଟ କରେ। ବର୍ତ୍ତମାନ ନିଜର କ୍ଷୁଦ୍ରଋଣ ପରିଶୋଧ ପାଇଁ ରାସନ କାର୍ଡ ସାହୁକାର ପାଖରେ ବନ୍ଧକ ରଖନ୍ତି ଅବା ମହାଜନୀ ଋଣ ଉଠାନ୍ତି କ୍ଷୁଦ୍ରଋଣ ପରିଶୋଧ ପାଇଁ। ତଦୃପ ଚାଷୀ ମଧ୍ୟ ମୂଳସୂଧ ସହ ଫସଲକୁ ସରକାରୀ ଧାର୍ଯ୍ୟ ମୂଲ୍ୟଠୁ କମ ଦରରେ ଫସଲ ବିକେ। ଏହା ମଧ୍ୟ ଶ୍ରମ ଶୋଷଣ ଅବା ଟଙ୍କା ଶୋଷଣ ପାଇଁ ପରୋକ୍ଷ ଭାବେ ଶ୍ରମ କରାଇବା ପ୍ରକ୍ରୀୟା ଜାରି ରହିଥାଏ। ଏହି ବିଷୟ ଦୀର୍ଘ ଆଲୋଚନାର ବିଷୟ। କିନ୍ତୁ ଚରିତ୍ରଗତ ଦୃଷ୍ଟିରୁ ଦେଖିଲେ ଲୋକେ ଶ୍ରମ କରିବେ ତାଙ୍କର ପ୍ରକୃତ ଶ୍ରମର ମୂଲ୍ୟ ପାଇବେ ନାହିଁ। ଏହା ଶ୍ରମ ଶୋଷଣ ହିଁ ହୋଇଥାଏ ଓ ଏହାକୁ ଆଧୁନିକ ଦାସ ବ୍ୟବସ୍ଥା ସ୍ତରରେ ବିଚାର କରିବା ଉଚିତ।
ଏହି ବ୍ୟବସ୍ଥା ଭିତରେ ଦାଦନ ଚାଲାଣ ନିଶ୍ଚିତ ଭାବେ ସିଧା ସିଧା କ୍ରିତଦାସ ପ୍ରଥା ହିଁ ଅଟେ। ସୁତରାଂ ପ୍ରାଚୀନ କ୍ରିତଦାସ ପ୍ରଥା ଆଇନତଃ ବନ୍ଦ ହୋଇ ସାରିଲା ପରେ ଦାଦନ ନାମରେ ତାହାର ପୁନଃ ପ୍ରଚଳନ ହୋଇ ସାରିଛି।