Page 6 of 9

ଦାଦନ – ୮

କେବିକେ ଜିଲ୍ଲା କେତୋଟି ମୁଖ୍ୟ ଘଟଣା ଅବିଭାଜ୍ୟ କଳାହାଣ୍ଡି, ବଲାଙ୍ଗୀର, କୋରୋପୁଟ କେବିକେ ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଚଳ ହେଉଛି ଦାଦନ ପ୍ରକରଣର ମୂଳ ଅଞ୍ଚଳ। ଭୌଗଳିକ ଦୃଷ୍ଟିରୁ ବିଚାର କଲେ ପୂର୍ବଘାଟ ପର୍ବତମାଳାର ଅଂଶ ହୋଇଥିବା ହେତୁ ଜମି ଗୋଟିଏ ପଟକୁ ଢାଳୁ ରହିଥାଏ। ୧୨୦୦ ମି.ମି ରୁ ୧୩୭୮ ମି.ମି… Continue Reading →

ଦାଦନ – ୭

ସହିଦ ମୋହନ ମାଝୀ ସପାଙ୍ଗଗାଡ଼ା (ଜନମ ଗାଡ଼)ରାଜତନ୍ତ୍ର ରାଜସ୍ୱ ସଂଗ୍ରହ ପାଇଁ ଭୌଗଳିକ ସ୍ଥତି ଅନୁସାରେ କନ୍ଧ ସମ୍ପ୍ରଦାୟକୁ ମୂଖ୍ୟତଃ ତିନି ଜାତିରେ ବିଭାଜନ କରିଥିଲେ। ଯଥା କୁଟିଆ ବା ଡଙ୍ଗରିଆ କନ୍ଧ, ପରଜା କନ୍ଧ ଓ ଦେଶିଆ କନ୍ଧ। ପରବର୍ତ୍ତି ସମୟରେ ବ୍ରାହ୍ମଣୀୟ ଜାତି ବ୍ୟବସ୍ଥା ବହୁଧା ଜାତିରେ କନ୍ଧ ସମ୍ପ୍ରଦାୟକୁ ବିଭାଜିତ କଲେ।ସାପାଙ୍ଗଗାଡ଼ା… Continue Reading →

ଦାଦନ – ୬

ମେରିଆ ଏଜେନ୍ସି ଓ ସାଂସ୍କୃତିକ ଦମନ ଆମକୁ ପଢା ଯାଇଥିବା ଇତିହାସ ଅନୁସାରେ ମେରିଆ ପ୍ରଥା ଆଦିବାସୀଙ୍କ ସାଂସ୍କୃତିକ ପରମ୍ପରା ଅଟେ। ଯେଉଁ ପ୍ରଥାରେ ମେରିଆ ନାମରେ ନରବଳୀ ଦିଆଯାଏ। ଯେହେତୁ ନରବଳୀ ଅମାନବୀୟ ଏବଂ ଆସୁରିକ କାର୍ଯ୍ୟ ଏହାକୁ ଶାସନ ବିରୋଧ କରେ। ପ୍ରକାରାନ୍ତେ ଶାସନ ଆଦିବାସୀ ସମାଜକୁ କୃର ଓ ହିଂସ୍ରକ ସମାଜ… Continue Reading →

ଦାଦନ – ୫

ସଡକ ପରିବହନ ଜଳପଥ ପରିବହନ ସମୟ ପୂର୍ବରୁ ସଡକପଥ ପରିବହନର ଗୁରୁତ୍ୱ ରହି ଆସିଅଛି। ମଣିଷ ପ୍ରଜାତି ବିସ୍ତାରିତ ହେବାପରେ ପରସ୍ପର ସମ୍ପର୍କ ଓ ନିଜର ଆବଶ୍ୟକତା ପୁରଣ ପାଇଁ ଗମନାଗମନ ଓ ପରିବହନର ବିକାଶ ହେଲା। ଅଧ୍ୟୟନ କହେ ମଣିଷ ପ୍ରଥମେ ନିଜର ପିଠି, ମୁଣ୍ଡ ଓ କାନ୍ଧରେ ବୋହି ମାଲ ପରିବହନ କରୁଥିଲା।… Continue Reading →

ଦାଦନ – ୪

ସାମୁଦ୍ରିକ ବାଣିଜ୍ୟ ଓଡ଼ିଶାର ବାଣିଜ୍ୟିକ ଇତିହାସ ଆଲୋଚନା କଲେ ସାମୁଦ୍ରିକ ବାଣିଜ୍ୟର ସ୍ମୃତି ବହନ କରୁଥିବା ଅନେକ ଉତ୍ସବ ପୁରପଲ୍ଲୀରେ ପାଳିତ ହୋଇଥାଏ। ବାଲିଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପ୍ରମୁଖ ପାରମ୍ପାରିକ ପର୍ବ ଅଟେ। ବାଲିଯାତ୍ରା ନୌବାଣିଜ୍ୟ ସହ ଯୋଡି ହୋଇଥିବା ଏକ ପ୍ରମୁଖ ଯାତ୍ରା, ଯାହା ବର୍ତ୍ତମାନ ରାଜ୍ୟ ସରକାର ମହା… Continue Reading →

ଦାଦନ – ୩

ଡ ଫଣୀନ୍ଦମ ଦେଓଙ୍କ ଅଧ୍ୟୟନରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ପ୍ରଥମେ ମରାଠାମାନେ ଅଷ୍ଟାଦଶ ଶତକର ଶେଷ ବେଳକୁ ଆଗମନ କରିଥିଲେ। ଏହାପରେ ଇଂରେଜମାନଙ୍କ ଆଗମନ ହୋଇଥିଲା। ଇଂରେଜମାନେ ୧୮୧୮ ମସିହାରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ନିଜ ଶାସନାଧିନ କରି ପାରିଥିଲେ। ଡ ଦେଓଙ୍କ ଅନୁସାରେ…ଓଡିଶାରେ ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରୁ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତି,… Continue Reading →

ଦାଦନ – ୨

ଇତିହାସ ଅବଲୋକନ ମାନବ ସଭ୍ୟତାକୁ ଗତିଶିଳ କରିବା ମୂଳରେ ଯେଉଁ କାରଣ ରହିଛି ତାହା ହେଉଛି ‘ପ୍ରବାସ’। ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟୟନ ହୋଇଥିବା ନିସ୍କର୍ଷମାନଙ୍କ ମଧ୍ୟରୁ ମାନବ ଇତିହାସ ବେଶ ସଂଘର୍ଷପୂର୍ଣ୍ଣ ହୋଇ ଆସିଅଛି। ପରିବର୍ତ୍ତିତ ପରିସ୍ଥିତିରେ ଆମର ପୂର୍ବଜ ବାନର ପ୍ରକୃତିର ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମଣ କରି ଆସିଅଛି। ବର୍ତ୍ତମାନ ଆମର ସତ୍ତା ସେହି… Continue Reading →

ଦାଦନ -୧

ଉପକ୍ରମ ପଶ୍ଚିମ କ୍ଷେତ୍ର ମୁଖ୍ୟତଃ ଅବିଭାଜ୍ୟ ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଉପଖଣ୍ଡରୁ ଲକ୍ଷାଧିକ ପୁରୁଷ ଓ ମହିଳା ପରିବାର ସହ ଭାରତର ଦକ୍ଷିଣ ରାଜ୍ୟକୁ ଜୀବିକା ପାଇଁ ଯାଇଥାନ୍ତି, ଯେଉଁମାନଙ୍କୁ ଦାଦନ (୧) କୁହାଯାଏ। ଦାଦନର ଅଭିଧାନିକ ଅର୍ଥ କୌଣସି କାମ ଅଥବା ଶାରିରୀକ ଶ୍ରମ ପାଇଁ ପ୍ରତିଶୃତିବଦ୍ଧ ହେବା… Continue Reading →

ବିହାରୀରାମ ତନ୍ତୀ

ଓଡ଼ିଶାର ମହାନ ଗାନ୍ଧୀବାଦୀ ଦଳିତ ସ୍ୱତନ୍ତ୍ରତା ସେନାନୀ ଶ୍ରୀ ବିହାରୀରାମ ତନ୍ତି ଓ ତାଙ୍କ ମାଁ ଶ୍ରୀମତୀ ତୁଳସୀଦେବୀ ଉଭୟେ ସ୍ୱତନ୍ତ୍ରତା ସଂଗ୍ରାମରେ ଜେଲ ବରଣ କରିଥିଲେ। ଶ୍ରୀ ବିହାରୀରାମ ଅଦମ୍ୟ ଓ ପ୍ରବଳ ଥିଲେ। ଛଅଥରରୁ ଅଧିକ ଜେଲ ଦଣ୍ଡ ଭୋଗିଥିଲେ। ସେ ନିଃସ୍ୱାର୍ଥ ସଂଗ୍ରାମୀ ଥିଲେ। ସ୍ୱାଧିନୋତ୍ତର ଭାରତରେ ଚଡଠେ ଶତକର ଜୀବନରେ… Continue Reading →

ବାର ପର୍ବତର ଅଧିଶ୍ୱରୀ ଓ ତାର ସେବକଙ୍କ କଥା

ବହୁତ ପୁରୁଣା କଥା। କନ୍ଧ ନିଜର ଇଷ୍ଟଙ୍କୁ ଶାନ୍ତ କରି ଅଥିର ଧରାକୁ ଥିର କଲା। ବିନ୍ଧ୍ୟଗିରିରୁ ନିଜର ସାମ୍ରାଜ୍ୟ ବିସ୍ତାର କଲା। ଦେବାଦେବୀ ତାଙ୍କ ପାଇଁ ଉଦ୍ଦିଷ୍ଟ ଭୂମୀଖଣ୍ଡମାନଙ୍କୁ ଗମନ କଲେ। ତାଙ୍କୁ ଅନୁଧାବନ କରି କନ୍ଧ ବିଧିର ସର୍ଜ୍ଜନାକୁ କେବଳ ଗୋଟିଏ ସୂତ୍ରରେ ପରିଚାଳିତ କରିବାର ନିୟମ କଲା; ତାହା ହେଲା ‘ସତ୍ୟ’।… Continue Reading →

« Older posts Newer posts »

© 2025 jariaa.com

error: Content is protected !!