ତୁମର ଦ୍ୱିତୀୟ ସ୍ୱର୍ଗ ନିର୍ମାଣ ପାଇଁ ଆମର ପୃଥିବୀକୁ ଲୁଟିବାର ଅଧିକାର ତୁମକୁ କିଏ ଦେଲା?କେବଳ ପ୍ରାକୃତିକ ସମ୍ପଦାରେ ନୁହେଁ ମାନବୀୟ ସହଜାତ ଅଧିକାରର ମଧ୍ୟ ଲୁଟ କରା ଯାଉଅଛି।ପ୍ରବାସ ପାଇଁ ଯେଉଁ ପ୍ରଥମ ପାଦ ମଣିଷର ଉଠିଲା ସେତେବେଳେ ସେ ପାଦ ବାନରତ୍ୱକୁ ଛାଡିଦେଲା। ବାନରତା ସହ ସୃଷ୍ଟି ପ୍ରାରମ୍ଭରୁ ରଚିତ ହୋଇଥିବା ସମଗ୍ର… Continue Reading →
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଗଲେ ନିଶ୍ଚିତ ଏକ ରୋଚକ ଖବର। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଉପରେ କେହି ସନ୍ଦିହାନ ନୋହୁଁ। ତାହାଙ୍କୁ କିଏ ହରେଇଲେ ଏହା କଦାଚିତ ରାଜନୀତିକ ପ୍ରଶ୍ନ ନ ହୋଇ ସାମାଜିକ ପ୍ରଶ୍ନ ହେବାକଥା। କାହିଁକି ସାମାଜିକ ପ୍ରଶ୍ନ ହେବାକଥା ତାର କାରଣ ହେଲା ନବୀନ ପଟ୍ଟନାୟକଙ୍କ ଭଳି… Continue Reading →
ଭାରତକୁ ରେଳପଥ ଆସିବା ପୂର୍ବରୁ ସଡକ ଓ ନଦୀ ହିଁ ଥିଲା ଯୋଗାଯୋଗ ଓ ପରିବହନର ଆଧାର। ମାନବ ପ୍ରଜାତି ସମସ୍ତ ଭୂଗୋଳକୁ ବିସ୍ତରୀ ଯିବାର ଇଚ୍ଛା ହିଁ ତାକୁ ଜୀବଜଗତରେ ଅଗ୍ରଣି କରି ରଖିଛି। ଏଇଥିପାଇଁ ସ୍ଥାନାନ୍ତରଣ ହିଁ ମାଧ୍ୟମ। ଏହା ହିଁ ଯାତ୍ରାର ଆରମ୍ଭ। ଏହି ଦିନୁ ପଥ ର ଇତିହାସ ଆରମ୍ଭ… Continue Reading →
ଅକ୍ଟୋବର ୨୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା, ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରା.ପ.ର ପାତଲପଡ଼ା ଗାଁରେ ବିନେ ବଛା(୩୪) ମରିଗଲା। ଦାଦନ ସ୍ୱାମୀ ନବୀନର ଅନୁପସ୍ଥିତିରେ ମରିଥିବା ବିନେର ମୃତ୍ୟୁ ସାମାନ୍ୟରୁ ଅସାଧାରଣ ହୋଇଗଲା; ଯେତେବେଳେ ଗଣମାଧ୍ୟମରେ ଏହାକୁ ଅନାହାର ମୃତ୍ୟୁ ବୋଲି କୁହାଗଲା।ତା’ ପରବର୍ତ୍ତୀ ଦୃଶ୍ୟ ଥିଲା ଏହିପରି। ବଙ୍ଗୋମୁଣ୍ଡା ବି.ଡ଼ି.ଓ କହିଲେ ଏହା… Continue Reading →
ବିମୁଦ୍ରାୟନ ସମୟରେ ବନ୍ଧୁ ରିତେଶ କୁମାର ଦାସ ଏହି ଲେଖ ଲେଖିଥିଲେ। ଏହାକୁ ସେ ସମୟରେ ମୁଁ ଡିସେମ୍ବର ୧ – ୧୫, ୨୦୧୬ ସଂଖ୍ୟା ଝାରସୁଗୁଡ଼ା ବିଚାର ପାକ୍ଷିକରେ ସ୍ଥାନ ଦେଇଥିଲି। ସେ ସମୟରେ ସୁଭାଷ ସହାରେଙ୍କ ଦ୍ୱାରା ସମ୍ପାଦିତ ଏବଂ ମୋର ସହଯୋଗରେ ପ୍ରକାଶ ପାଉଥିବା ପାକ୍ଷିକ ଝାରସୁଗୁଡ଼ା ବିଚାର , ସାଧାରଣଙ୍କ… Continue Reading →
ବହୁତ ଦିନ ପରେ ପାଟଧରା ଗଲି। ଏ ଭିତରେ ଅନେକ ଘଟଣା ଘଟି ସାରିଛି। ଗୋଟିଏ କୁମ୍ବିଂ ହୋଇଛି। ଗୋଟିଏ ସୁରକ୍ଷାବଳ କ୍ୟାମ୍ପ ବସି ସାରିଛି। ପଞ୍ଚାୟତ ନିର୍ବାଚନ ବିି ସରିଛି। ସବାଶେଷ ଖବର ଥିଲା ନୂଆପଡ଼ା ଜିଲ୍ଲାପାଳ ଖୋଦ ପାଟଧରା ଯାଇ ଫେରି ଆସିଛନ୍ତି। ଗୋଟିଏ ପ୍ରଶ୍ନ ଥିଲା ମନରେ କିଛି ନ ହେଲା… Continue Reading →
ଶିବ ହରିଜନ, ବଲମ ମାଝୀ, ଆଶାରାମ ମାଝୀ, ଭୂବନ ମାଝୀ, ବୈଶାଖୁ ହରିଜନ, ବାଟୁ ଗଉଡ଼, ନର ବେହେରା, କାଲିଆ ମାଝୀ ଓ କଲାକୁଟୁ କୈବର୍ତ୍ତଙ୍କ ନଅ ପରିବାର ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନରୁ ଆମରଣ ଅନଶନରେ ବସିଥିଲେ। ଶେଷରେ ଗତକାଲି ୨୦ଜୁନ, ୨୦୧୯ ଦିନ ଏହି ପରିବାର ମାନଙ୍କରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ… Continue Reading →
୨୨ ଜାନୁୟାରୀ ୨୦୧୨ ଦିନ ଲାଠୋରରେ ଘଟିଥିବା ଘଟଣା ଏହିପରି- ଲକ୍ଷ୍ମୀ କ୍ଲଥ୍ଷ୍ଟୋରକୁ ଦୁଇଜଣ ଯୁବକ ଆସିଲେ। ଜାକେଟ କିଣିଲେ। ଦୋକାନୀକୁ ଦାମ୍ ପଚାରିଲେ। ଦୋକାନୀ ଦୁଇଟି ଜାକେଟର ଦାମ୍ କହିଲା। ଗ୍ରାହକ କହିଲା ଏଇଟା ମୁଁ ଘରୁ ପିନ୍ଧିକରି ଆସିଛି। ବଚସା ହେଲା, ଝଗଡ଼ା ହେଲା। ଦୋକାନ ମାଲିକ ଦୟା ଓ ଭରତ ଗ୍ରାହକକୁ… Continue Reading →
ଦର୍ଜି ଛୁରା, ନି. ଜଏରପରା, ଗ୍ରା.ପ. କପିଲାଭଟା, ବ୍ଲକ. ବଙ୍ଗୋମୁଣ୍ଡା, ଜି. ବଲାଙ୍ଗିର ଚାରିବର୍ଷ ତଳେ ମରିଗଲା। ପଛରେ ଛାଡ଼ିଗଲା ସ୍ତ୍ରୀ ମଙ୍ଗରେ, ଏକ ବଖରିଆ କୁଡ଼ିଆ ଆଉ ଅନେକ ଦୁଃଖମାନଙ୍କୁ। ନିଃସନ୍ତାନ ଦର୍ଜି ମରିବା ପରେ ମଙ୍ଗରେ ଅନାଥ ହୋଇଗଲା। ନିଜକୁ ସଙ୍ଖୋଳି ମୃତ୍ୟୁ ପର୍ଯ୍ୟନ୍ତ ଏକ ନିରନ୍ତର ସଂଗ୍ରାମ ପାଇଁ ମଙ୍ଗରେ ନିଜକୁ… Continue Reading →
ଜାନୁୟାରୀ ୨୦୦୯ର କୌଣସି ଏକ ରାତ୍ରିରେ ଫୁଲ ବାପା ତେଜରୁ ବାଗ ସହ ଫେରିଲା। ଏଲିମେଟ ଗାଁ ଥାନା ବିରମ୍ପାନ୍ନା ଜିଲ୍ଲା ହାଇଦ୍ରାବାଦରୁ ମୁରିବାହାଲ ବ୍ଲକ୍, ଜିଲ୍ଲା ବଲାଙ୍ଗିରର କୌଣସି ଏକ ଗାଁ କୁ ସାତମାସର ଗର୍ଭ ଓ ସାଙ୍ଗରେ ଆଠବର୍ଷର ପୁଅ ବିଜୟ। ପାଞ୍ଚବର୍ଷପରେ ଫୁଲ ଫେରିଲା, ଏଇଟା ଖବର ନଥିଲା। ଫୁଲ ଗର୍ଭବତୀ… Continue Reading →
© 2025 jariaa.com