ବର୍ତ୍ତମାନ ସୋସିଆଲ ମିଡ଼ିଆ ଫେସବୁକ ର କିଛି ଧର୍ତ୍ତବ୍ୟ କମେଣ୍ଟ ଉପରେ ଲୋକଙ୍କ ସ୍ୱଭାବର ବିରୋଧରେ ଉଗ୍ରତା, ପାଗଳାମୀ ଓ ଅସହ୍ୟ ପ୍ରତିକ୍ରିୟା ଦେଖି ମତେ ସ୍ୱଭାବିକ ୧୯୮୨ ମସିହାର ଅଗଷ୍ଟ ମାସର ସେ ନଅଦିନ ମନେ ପଡ଼ିଗଲା। ସେତେବେଳେ ଘୋର ବର୍ଷା ଯୋଗୁଁ ମହାନଦୀ ନିଜର ସୀମା ଲଘଂନ କରିଥିଲା। ସମ୍ବଲପୁର ସହରର ବଡ଼… Continue Reading →
ସେଦିନ ଥିଲା ଜୁଲାଇ ୧ ତାରିଖ। କିଛି ସାମ୍ବାଦିକ ବନ୍ଧୁମାନଙ୍କ ସହିତ ସକାଳୁ ଏକ ଖବର ସଂଗ୍ରହ କରିବାପାଇଁ ନୃସିଂହନାଥ ଯାଇଥିଲୁ। ସେଠାରେ କାମ ସାରି ଘରକୁ ଫେରିବା ବେଳକୁ ରାତି ନଅଟା ପାଖାପାଖି ହୋଇଯାଇଥାଏ। ବାଥ୍ରୁମ୍ରୁ ବାହାରିବା ବେଳକୁ ମୋବାଇଲ୍ ଫୋନ୍ କୁ ପ୍ରସନ୍ନ ମିଶ୍ର ଦାଦାଙ୍କ କଲ୍ ଆସିଲା “ଆଜ୍ଞା ଆଉ ନାଇଁନ!… Continue Reading →
ମଞ୍ଜୁ ଖରସେଲ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପର ଏକ ଛୋଟ ଗାଁ ବାରବନ୍ଧର ଦୁଇଜଣ ୱାର୍ଡ଼ସଭ୍ୟ ମଧ୍ୟରୁ ଜଣେ। ଗତ ପଞ୍ଚାୟତିରାଜ ନିର୍ବାଚନରେ ୱାର୍ଡ଼ସଭ୍ୟ ପଦ ପାଇଁ ନିର୍ବାଚନ ଲଢ଼ିଲା। ନିର୍ବାଚନରେ ଜିତିଲା। ପ୍ରଚାର ସମୟରେ ୱାର୍ଡ଼ର ଲୋକେ ପଚାରିଲେ କେଉଁ କାମ କରିବୁ ଆମ ପାଇଁ। ପଞ୍ଚମ ଶ୍ରେଣୀ ଯାକେ ପାଠ… Continue Reading →
ଶ୍ରୀଯୁକ୍ତ ରିକିରାମ ସୌରୀ; ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ ନିଶ୍ଚୟ। ପତ୍ରକାର ହେବା କାରଣରୁ ସେ ମଣିଷକୁ ଆହୁରି ନିକଟରୁ ଜାଣିବାର ଇଚ୍ଛା ହେବା ସ୍ୱଭାବିକ। ବନ୍ଧୁ ବିଘ୍ନରାଜ ରାଉତ ଏବଂ ମୁଁ ବାହାରିଲୁ ଖୁରସିଗୁଭା ଗାଁକୁ।ସମଗ୍ର ଗୁଡ଼ା-ରାଇଜକୁ ବର୍ତ୍ତମାନ ତିନିଭାଗର ଭାଗେରେ ଦେଖିହେବ। ଛତିଶଗଡ଼ ମୈନପୁର ଅଞ୍ଚଳ, ଓଡ଼ିଶା ସୁନାବେଡ଼ା ଓ ପାଟଧରା ଅଞ୍ଚଳ। ପାଟଧରା… Continue Reading →
ଗୁଡ଼ାରାଇଜ ବା ଗୁଡ଼ାଉପର ଏକ ବିସ୍ତୀର୍ଣ୍ଣ ପାର୍ବତ୍ୟାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ଦୁଇଟି ରାଜ୍ୟକୁ ଘେରି ରହିଛି। ଓଡ଼ିଶା ରାଜ୍ୟ ମିଶ୍ରଣ ସମୟରେ ଖଡ଼ିଆଳ ରାଜ୍ୟ ବା ପୂର୍ବ ଖଡ଼ିଆଳ ଜମିଦାରୀ ଓଡ଼ିଶା ରାଜ୍ୟରେ ମିଶିବା ହିଁ ଗୁଡ଼ାରାଇଜକୁ ଦୁଇଭାଗ କରିଦେଲା। ସେଠାରେ ରହୁଥିବା ଭୁଞ୍ଜିଆ, ଗଣ, ଡମ, ଗଉଡ଼, ପହରିଆ ଆଦି ଜାତି ନିଜ… Continue Reading →
କଳାହାଣ୍ଡି ଏକ ମିଥ୍। ଯାହାର ନାମମାତ୍ର ହିଁ ଯଥେଷ୍ଟ ଏହାର ପରିଚୟ ଦେବାକୁ। କଳାହାଣ୍ଡିର ଇତିହାସ ମହାନଦୀ ଉପତ୍ୟକାର ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରିଥାଏ। ଏକଦା କାରୁଣ୍ଡ, ମହାକାନ୍ତାର, କାନ୍ତାରକ ଆଦି ନାମରେ ପରିଚିତ ଏହି ଭୁଖଣ୍ଡ ବିଶ୍ୱର ଅନେକ ଦର୍ଶନକୁ ନିଜେ ଜନ୍ମ ଦେଇଛି। ଖ୍ରୀ.ପୂ ପନ୍ଦର ହଜାର ବର୍ଷ ପୂର୍ବର ଗୁଡ଼ହାଣ୍ଡି… Continue Reading →
I never think of myself as a professional. I am an artist, not a performer. This is a pride not a profession. It is art, not employment. It is a Dom tradition, too. What the people on radio and television… Continue Reading →
ଝାରସୁଗୁଡ଼ା ତିୱାରୀ ହୋଟେଲରେ ଚୁପଚାପ ବସି ଚା ପିଉଥିଲା ବେଳେ, ପ୍ରତିଦିନ ପାହାଡ଼ ଚଢ଼ି ସମ୍ବଲପୁର ବୁଢ଼ାରଜା ମନ୍ଦିରରେ ବସିଥିଲା ବେଳେ, ନିଜର ସାଇକେଲରେ, ସମ୍ବଲପୁରରେ ବୁଲୁଥିଲା ବେଳେ କେହି କେବେ ଭାବି ନ ଥିବେ ଯେ ଏହି ମଣିଷଟି ପୃଥିବୀ ଭ୍ରମଣ କରି ସୃଷ୍ଟିର ରହସ୍ୟ ସବୁକୁ ଜାଣି ସାରିଛି। ମାଟିସହ ନିଜକୁ ନିବିଡ଼… Continue Reading →
ସମୁଦ୍ର ତଳଠୁ ୩୫୦୦ ଫୁଟ ଉଚ୍ଚ ସୁନାବେଡ଼ା ଉପତ୍ୟକାର ପୂର୍ବ ମୁଣ୍ଡକୁ ରହିଥିବା ଅଗନାଅଗନୀ ବନସ୍ତରେ ଥିବା ଗୋଟିଏ ତୀର୍ଥ ରାମେଶ୍ୱର। ବନବାସ ବେଳେ ସୀତାମାତାଙ୍କୁ ଶୋଷ ହେଲା। ଲକ୍ଷ୍ମଣ ତୀର ମାରିଲେ। ଗୋଟିଏ ପ୍ରପାତ ବାହାରିଲା ଯାହା ପୂର୍ବରୁ ଶିବଙ୍କ ଜଟାରେ ରହିଥିଲା। ରାମ ଚିହ୍ନି ପାରିଲେ ମହାଦେବଙ୍କୁ। ନିଜ ଭାଇର ଅଜ୍ଞାନତା ସ୍ୱୀକାର… Continue Reading →
© 2025 jariaa.com